ଶିଶୁ ଓ ମହିଳାଙ୍କ ସୁରକ୍ଷାକୁ ନେଇ ଜାତୀୟ କର୍ମଶାଳା: ‘ପରୀ ପାଇଁ କଥାଟିଏ’ ସମାଜରେ ନୂଆ ଜାଗରଣ ସୃଷ୍ଟି କରିଛି

ଭୁବନେଶ୍ୱର, ୪ା୮(ବ୍ୟୁରୋ): ‘ପରୀ ପାଇଁ କଥାଟିଏ’ କାର୍ଯ୍ୟକ୍ରମ ସମାଜରେ ନୂଆ ଜାଗରଣ ସୃଷ୍ଟି କରିଛି। ନାବାଳିକାଙ୍କୁ ଉଦ୍ଧାର କରାଯାଇ ଠିକଣା ସ୍ଥାନରେ ପହଁଞ୍ଚାଇ ପାରିଛି ପୋଲିସ। ଏହି ଅଭିଯାନରେ ରାଜ୍ୟ ପୋଲିସ ଏକ ଗୁରୁଦାୟିତ୍ୱ ବହନ କରିଛି। ପୋଲିସ ନାଗରିକଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇଦେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ୟୁନିସେଫ୍‌, ଇଣ୍ଡିଆନ ପୋଲିସ ଫାଉଣ୍ଡେଶନ ଓ ଓଡିଶା ପୋଲିସ ପକ୍ଷରୁ ଭୁବନେଶ୍ୱର ପୋଲିସ ଭବନରେ ଅନୁଷ୍ଠିତ ‘ଶିଶୁ ଓ ମହିଳାଙ୍କ ସୁରକ୍ଷା’ ଶୀର୍ଷକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ହେଉଥିବା ଅପରାଧର ତ୍ୱରିତ ତଥା ପ୍ରଭାବଶାଳୀ ତଦନ୍ତ କରି ଅଭିଯୁକ୍ତଙ୍କୁ ଶତ ପ୍ରତିଶତ ଦଣ୍ଡ ଦେବାକୁ ପୋଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ‘କଫି ଟେବୁଲ୍‌ ବୁକ୍‌ ଅନ୍‌ ପରୀ ପାଇଁ କଥାଟିଏ-ଏ ୱାର୍ଡ ଅଫ୍‌ ଦ ଲିଟ୍‌ଲି ଆଙ୍ଗେଲ’ ପୁସ୍ତକ ଓ ‘ପରୀ ପାଇଁ କଥାଟିଏ’ ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଥିଲେ।
ଅନୁଗୋଳ ନାବାଳିକା ବଳାତ୍କାର ମାମଲାରେ ପ୍ରଭାବଶାଳୀ ତଦନ୍ତ କରି ଅଭିଯୁକ୍ତଙ୍କୁ ବହୁ ଶୀଘ୍ର ଗିରଫ କରାଯାଇଥିଲା। ଏପରିକି ଆବଶ୍ୟକ ତଥ୍ୟ ଓ ପ୍ରମାଣ ଠିକ୍‌ ସମୟରେ କୋର୍ଟରେ ଦାଖଲ କରାଯାଇଥିଲା। ଫଳରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ଏଥିପାଇଁ ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର, ଅନୁଗୁଳ ଟାଉନ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ଓ ସରକାରୀ ଆଇନଜୀବୀ ସରୋଜ କୁମାର ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପୋଲିସ ଡିଜିପି ଆର୍‌.ପି. ଶର୍ମା କହିଲେ, ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମକୁ ଓଡ଼ିଶା ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛି। କୌଣସି ପରିସ୍ଥିତିରେ ମହିଳା ଓ ନାବାଳିକାଙ୍କୁ ଅସୁରକ୍ଷିତ ଅବସ୍ଥାରେ ରହିବାକୁ ଦିଆଯିବ ନାହିଁ। ରାଜ୍ୟରେ ବଢ଼ି ଚାଲିଥିବା ନାବାଳିକା ବଳାତ୍କାର ଓ ଶିଶୁ ଯୌନ ନିର୍ଯାତନା ରୋକିବାକୁ ପୋଲିସ ପ୍ରଚେଷ୍ଟା ଜାରି ରଖିଛି। ୧୫ଦିନ ପାଇଁ କରାଯାଇଥିବା ’ପରୀ ପାଇଁ କଥାଟିଏ’ ସଚେତନତା କାର୍ଯ୍ୟକ୍ରମରେ ଆମକୁ ବହୁ ସଫଳତା ମିଳିଛି। ଏହାକୁ ଦୃଷ୍ଟିରେ ରଖି ଆରମ୍ଭ ହେବାକୁ ଯାଉଛି ‘ମିଶନ ପରୀ-୨୦୨୪’। ତେବେ ଏହି ଅଭିଯାନ କିପରି କାର୍ଯ୍ୟ କରିବ ସେ ସମ୍ପର୍କରେ ଡିଜିପି ପ୍ରକାଶ କରି କହିଲେ, ନାବାଳିକାଙ୍କୁ ଯୌନ ଶୋଷଣରୁ ମୁକ୍ତ କରିବା, ନାବାଳିକା ଚାଲାଣ ଉପରେ ରୋକ୍‌, ଶିଶୁ ଶ୍ରମିକଙ୍କୁ ବିପଜ୍ଜନକ ସ୍ଥାନରୁ ଉଦ୍ଧାର ଓ ଶିଶୁ ବିବାହକୁ ସମ୍ପୂର୍ଣ୍ଣ ରୋକାଯିବା ଏହାର ଲକ୍ଷ୍ୟ ରହିବ। ଶିଶୁଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧର ତୁରନ୍ତ ତଦନ୍ତ ସହ ଅଭିଯୁକ୍ତଙ୍କୁ କିପରି କଠୋର ଦଣ୍ଡ ମିଳିବ ତାହାକୁ ଗୁରୁତ୍ୱ ଦିଆଯାଉଛି। ୟୁନିସେଫ ମୁଖ୍ୟ ମୋନିକା ନିଲଶନ କହିଲେ, ୟୁନିସେଫ୍‌ର ସହଭାଗୀତାରେ ୨୦୧୮ରୁ ଆରମ୍ଭ ହୋଇଥିବା ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି। ଏ କ୍ଷେତ୍ରରେ ଓଡିଶା ପୋଲିସର ଯଥେଷ୍ଟ ଅବଦାନ ରହିଛି।
କାର୍ଯ୍ୟକ୍ରମରେ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଅତିରିକ୍ତ ଶାସନ ସଚିବ ଅସିତ ତ୍ରିପାଠୀ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ନ୍ୟାଶନାଲ ପୋଲିସ ଫାଉଣ୍ଡେଶନର ଚେୟାରମ୍ୟାନ ପ୍ରକାଶ ସିଂ ପ୍ରମୁଖ ଅନ୍ୟତମ ଅତିଥି ଭାବ ଯୋଗଦେଇ ମତ ରଖିଥିଲେ। ଏଡିଜି ସନ୍ତୋଷ ଉପାଧ୍ୟାୟ, ଆଇଜି ଅସିତ ପାଣିଗ୍ରାହୀ, ଆଇଜି ଅରୁଣ ବୋଥ୍ରା ପ୍ରମୁଖ କର୍ମଶାଳା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ମୃତକଙ୍କ ପରିବାରକୁ ମିଳିବ ୮ ଲକ୍ଷ ଟଙ୍କା

ଭୁବନେଶ୍ୱର,୮।୧୦(ବ୍ୟୁରୋ)- ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ମୃତାହତଙ୍କ ପରିବାର ଲୋକଙ୍କୁ ୮ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏ ନେଇ ଗୁରୁବାର ଇଣ୍ଡିଆନ...

ମାଲକାନଗିରିରେ ଲଗାଣ ବର୍ଷା: ୨ ଦିନ ପାଇଁ ସବୁ ସ୍କୁଲ ଛୁଟି

ମାଲକାନଗିରି, ୨।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲାର ସମସ୍ତ ସ୍କୁଲକୁ ଦୁଇଦିନ ଅର୍ଥାତ୍‌ ଶୁକ୍ରବାର ଓ ଶନିବାର ପାଇଁ ଜିଲାପାଳ...

ବାର୍‌ହା ମାଂସ ରୋଷେଇ ପାଇଁ ଚାଲିଥିଲା ଆୟୋଜନ

ବାରିପଦା ଅଫିସ,୧୭।୫: ମୟୂରଭଞ୍ଜ ଜିଲା ଡୁକୁରା ରେଞ୍ଜ ଅଧୀନ ପାଟଶାଣିପୁର ନିକଟ କାଶିକୁଣ୍ଡଳ ଗ୍ରାମରେ ସୋମବାର ବନବିଭାଗ ଚଢ଼ାଉ କରି ୧୦ କିଲୋ ବାର୍‌ହା ମାଂସ...

ପିପିଲିଆ ପଞ୍ଚାୟତ ଉନ୍ନୟନ ପାଇଁ ଆସିଥିବା ୨୦ ଲକ୍ଷ ଟଙ୍କା ହେରଫେର ଅଭିଯୋଗ: ସରପଞ୍ଚ ଅଟକ, ପିଇଓ ଫେରାର

କେନ୍ଦୁଝର, ୧୧।୧୦(ସ୍ବ.ପ୍ର.): ଘଟଗାଁ ବ୍ଲକ ପିପିଲିଆ ପଞ୍ଚାୟତରେ ଚତୁର୍ଥ ରାଜ୍ୟ ଅର୍ଥ କମିଶନ ଓ ଚତୁର୍ଦ୍ଦଶ କେନ୍ଦ୍ର ଅର୍ଥ କମିଶନ ଟଙ୍କା ହେରଫେର ଅଭିଯୋଗରେ ଘଟଗାଁ...

ଆକର୍ଷଣ ପାଲଟିଛି ତନ୍ମୟୀଙ୍କ ଇକୋ ଫ୍ରେଣ୍ଡଲି ରାଖୀ

ବାଲେଶ୍ୱର ଅଫିସ,୧୯।୭ ଆଗକୁ ଆସୁଛି ରାଖୀ ପୂର୍ଣ୍ଣିମା। ଇକୋ ଫ୍ରେଣ୍ଡଲି ରାଖୀ ତିଆରି କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟ...

ଭୂତଳ ପୋଲ ନିର୍ମାଣ ଦାବି ତେଜୁଛି: ଜାତୀୟ ରାଜପଥ ୪୯ରେ ଭୂତଳ ପୋଲ ନିର୍ମାଣ ପାଇଁ ବୈଠକ

  ଦେବଗଡ଼, ୧୧।୧୨(ଡି.ଏନ.ଏ.) ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) ପକ୍ଷରୁ ଦେବଗଡ଼ ଜିଲା ବାରକୋଟ ବ୍ଲକ କଣ୍ଢଳ ଗ୍ରାମଦେଇ ଯାଇଥିବା ମୁମ୍ବାଇ-କୋଲକାତା ସଂଯୋଗକାରୀ ୪୯ ନମ୍ବର ଜାତୀୟ...

ମୁଖ୍ୟମନ୍ତ୍ରୀଙ୍କ ରିଲଫ ପାଣ୍ଠିକୁ ୨୫ ହଜାର ସହାୟତା

ବାରିପଦା ଅଫିସ, ୭ା୪- ମହାମାରୀ କରୋନା ମୁକାବିଲା ପାଇଁ ବାରିପଦାର ବାସିନ୍ଦା ତଥା ଓଡ଼ିଶା ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ବୈଦ୍ୟନାଥ କର ମୁଖ୍ୟମନ୍ତ୍ରୀଙ୍କ ରିଲିଫ...

ରାଜ୍ୟରୁ ପୁଣି ୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୬।୩(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯,୧୦୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

Advertisement
Archives

Model This Week