ଶିଳ୍ପ ଉତ୍ପାଦନ ୧୦.୪% ଖସିଲା

ନୂଆଦିଲ୍ଲୀ, ୧୨।୯ : କୋଭିଡ୍‌-୧୯ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ଝଟକା ଦେଇଛି। ଭାରତୀୟ ବଜାରରେ ଲାଗୁ ହୋଇଥିବା ଲକ୍‌ଡାଉନ କାରଣରୁ ଶିଳ୍ପ କ୍ଷେତ୍ରରେ ଉତ୍ପାଦନ ଚଳିତ ବର୍ଷ ଜୁଲାଇ ମାସରେ ୧୦.୪% ଖସିଛି। ମାନୁଫାକ୍‌ଚରିଂ, ଖଣି ଏବଂ ଶକ୍ତି ଉତ୍ପାଦନ ଉପରେ କୋଭିଡ୍‌ର ପ୍ରଭାବ ଜାରି ରହିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ସରକାର ଶୁକ୍ରବାର ପ୍ରକାଶ କରିଥିବା ଡାଟାରୁ ସାମ୍ନାକୁ ଆସିଛି। ଓଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି) ଡାଟା ମୁତାବକ ଦେଶର ମାନୁଫାକ୍‌ଚରିଂ ଉତ୍ପାଦନ ୧୧.୧% ଖସିଛି। ସେହିଭଳି ଖଣି ଏବଂ ଶକ୍ତି କ୍ଷେତ୍ରରେ ଯଥାକ୍ରମେ ୧୩ ଓ୨.୫% ହ୍ରାସ ପରିଲକ୍ଷିତ ହୋଇଛି।
କୋଭିଡ୍‌-୧୯ ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ସରକାର ପ୍ରାୟ ୪ ମାସରୁ ଊର୍ଦ୍ଧ୍ୱ ସମୟ ଲକ୍‌ଡାଉନ ଏବଂ ଶଟ୍‌ଡାଉନ ଜାରି କରିଥିଲେ। ଏହି ସମୟ ମଧ୍ୟରେ ଶିଳ୍ପ କ୍ଷେତ୍ରର କାର୍ଯ୍ୟକଳାପ ଠପ୍‌ ହୋଇ ପଡିଥିଲା। ମାର୍ଚ୍ଚ ୨୦୨୦ ପରଠାରୁ ଶିଳ୍ପକ୍ଷେତ୍ରରେ କଳକାରଖାନାଗୁଡିକର କାର୍ଯ୍ୟକଳାପ ଏବେ ଯାଏ ସ୍ଥିତାବସ୍ଥାକୁ ଫେରିପାରିନାହିଁ। ଲକ୍‌ଡାଉନ ସମୟରେ ଉତ୍ପାଦନ ଉପରେ ପଡିଥିବା ପ୍ରଭାବ ଯୋଗୁ ଏଭଳି ସ୍ଥିତି ଉପୁଜିଛି। ସରକାର ବର୍ତ୍ତମାନ ସୁଦ୍ଧା ପର୍ଯ୍ୟାୟ ଭିତ୍ତିରେ କଟକଣା କୋହଳ କରୁଛନ୍ତି। ଧୀରେ ଧୀରେ ଶିଳ୍ପ କ୍ଷେତ୍ରରେ ଉତ୍ପାଦନରେ ପରିବର୍ତ୍ତନ ଆସିବା ନେଇ ଆଶା ରହିଥିବା ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି। ୨୦୨୦ ଜୁଲାଇରେ ସୂଚକାଙ୍କ ୧୧୮.୧% ସ୍ତରରେ ରହିଛି। ଏହା ଏପ୍ରିଲ,ମେ ଏବଂ ଜୁନ୍‌ ମାସରେ ଯଥାକ୍ରମେ ୫୪.୦%, ୮୯.୫% ଏବଂ ୧୦୮.୯% ସ୍ତରରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମାଜନ୍‌ର ଲୋକାଲ ଶପ୍‌ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୬।୪: ଆମାଜନ୍‌ ଇନ୍‌ ପକ୍ଷରୁ ଭାରତରେ ଲୋକାଲ ଶପ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ସାରା ଦେଶରେ ୫୦୦ ଦୋକାନ ଏବଂ ରିଟେଲର ଯୋଡି ହୋଇଛନ୍ତି।...

ନିବେଶକଙ୍କ ସମ୍ପତ୍ତି ୨୫.୪୬ ଲକ୍ଷ କୋଟି ବୃଦ୍ଧି

ମୁମ୍ବାଇ: ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ୩ ମାସରେ ପୁଞ୍ଜିବଜାର ନିବେଶକଙ୍କ ସମ୍ପତ୍ତି ୨୫.୪୬ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି। ପୁଞ୍ଜିବଜାରରକୁ ନେଇ ନିବେଶକଙ୍କ...

ଚନ୍ଦା କୋଚ୍ଚରଙ୍କ ୭୮ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୧୧-୧ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡି ତଥା ସିଇଓ ଚନ୍ଦା କୋଚ୍ଚରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭିଡିଓକନ କମ୍ପାନୀକୁ...

ଜାନୁୟାରୀ ୮ରେ ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’

ଭୁବନେଶ୍ୱର,୭ା୧: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଓଡ଼ିଆ ଚ୍ୟାନେଲ ଜୀ ସାର୍ଥକର ନୂଆ ସିନେମା ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’ର ରିଲିଜ ପୂର୍ବରୁ ଉକ୍ତ ଚଳଚ୍ଚିତ୍ରର...

ଭାରତରେ ପ୍ରବେଶ କଲା ଟେସ୍‌ଲା

ନୂଆଦିଲ୍ଲୀ,୧୪।୧: ଆମେରିକାର ଇଲେକ୍‌ଟ୍ରିକ କାର ନିର୍ମାଣକାରୀ କମ୍ପାନୀ ଟେସ୍‌ଲା ଭାରତ ବଜାରରେ ପ୍ରବେଶ କରିଛି। ଏହା ବିଶ୍ୱର ସବୁଠାରୁ ବଡ ଇ-କାର୍‌ ନିର୍ମାତା। ଟେସ୍‌ଲା ଇଣ୍ଡିଆ ମୋଟର୍ସ...

ଖସିଲା ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୫।୯: ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅସ୍ଥିରତା ସାଙ୍ଗକୁ ଭାରତରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଜାରି ରହିଛି। ଏପରି କି ୨୦୨୨ ଅଗଷ୍ଟରେ ପାଇକାରୀ ମୁଦ୍ରାସ୍ଫୀତି ବା...

ସେମି କଣ୍ଡକ୍ଟର ୟୁନିଟ ବସାଇବ ଟାଟା

ମୁମ୍ବାଇ, ୨୭।୧୧: ଦେଶର ପ୍ରମୁଖ ବାଣିଜି୍ୟକ ଗ୍ରୁପ ଟାଟା ଘରୋଇ ବଜାରରେ ସେମି କଣ୍ଡକ୍ଟର ୟୁନିଟ ବସାଇବା ଯୋଜନା ରଖିଛି। ପ୍ରକ୍ରିୟା ସହ ଜଡ଼ିତ ୨...

ଆଇଡିବିଆଇ ସହ ହୋଣ୍ଡାର ରାଜିନାମା

ନୂଆଦିଲ୍ଲୀ,୨୬।୧୧: ଦେଶର ପ୍ରମୁଖ ଚାରିଚକିଆ ଯାନ ନିର୍ମାତା ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌) ଓ ଆଇଡିବିଆଇ ବ୍ୟାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ରାଜିନାମା...

Advertisement
Archives

Model This Week