Posted inଜାତୀୟ

ଶିବସେନା ଆଗରେ ସର୍ତ୍ତ ବାଢ଼ିଲା ଏନ୍‌ସିପି : ଏନ୍‌ଡିଏରୁ ଓହରିଲେ ବିକଳ୍ପ ସରକାର

ମୁମ୍ବାଇ,୬ା୧୧ (ପି.ଟି./ଆଇଏଏନ୍‌ଏସ୍‌): ଭାଜପା ସହ ସମ୍ପର୍କ ଛିନ୍ନ କରି ଏନ୍‌ଡିଏରୁ ଶିବସେନା ଓହରିଆସିଲେ ମହାରାଷ୍ଟ୍ରରେ ଏକ ରାଜନୈତିକ ବିକଳ୍ପକୁ କାର୍ଯ୍ୟକାରୀ କରାଯାଇପାରିବ। ନୂଆ ସରକାର ଗଠନ ନେଇ ଭାଜପା ଓ ଶିବସେନା ମଧ୍ୟରେ ଟଣାଓଟରା ଲାଗି ରହିଥିବାବେଳେ ମଙ୍ଗଳବାର ଏଭଳି ସର୍ତ୍ତ ବାଢ଼ିଛି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)। ଏହାସହ କେନ୍ଦ୍ର ସରକାରରୁ ଇସ୍ତଫା ଦେବା ପାଇଁ ଶିବସେନାର ଏକମାତ୍ର ମନ୍ତ୍ରୀ ଅରବିନ୍ଦ ସାଓ୍ବନ୍ତଙ୍କୁ ଶରଦ ପାଓ୍ବାରଙ୍କ ନେତୃତ୍ୱାଧୀନ ଦଳ ପରାମର୍ଶ ଦେଇଛି।
ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ରେ ହୋଇଥିଲା, ଯାହାର ଫଳାଫଳ ୨୪ ତାରିଖରେ ଆସିଥିଲା। ୨୮୮ ଆସନ ବିଶିଷ୍ଟ ଗୃହରେ ଭାଜପାକୁ ୧୦୫, ଶିବସେନା ୫୬, ଏନ୍‌ସିପି ୫୪ ଓ କଂଗ୍ରେସକୁ ୪୪ ଆସନରେ ସଫଳତା ମିଳିଛି। କିନ୍ତୁ ଅଦ୍ୟାବଧି କୌଣସି ଦଳ କିମ୍ବା ମେଣ୍ଟ ସରକାର ଗଠନ ଦାବି ଜଣାଇନାହିଁ। ୫୦:୫୦ ସୂତ୍ରରେ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ପଦ ଦାବିରେ ଭାଜପାର ଅମାନିଆ ସହଯୋଗୀ ଶିବସେନା ଅଡିବସିଛି। ସେପଟେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ନିଜ ପଦ ଛାଡ଼ିବାକୁ ନାରାଜ। ଏଭଳି ସମୟରେ ଅମରାବତୀ ଜିଲା ବଡ଼ନେରା ନିର୍ବାଚନମଣ୍ଡଳୀର ସ୍ବାଧୀନ ବିଧାୟକ ରବି ରାଣାଙ୍କ ମନ୍ତବ୍ୟ ଏହି କସରତକୁ ସରଗରମ କରିଛି। ରବି କହିଛନ୍ତି, ଭାଜପାକୁ ସମର୍ଥନ ନ କଲେ ଶିବସେନା ଭାଙ୍ଗିଯିବ। ଶିବସେନାର ୨୫ ବିଧାୟକ ଫଡ୍‌ନବିସଙ୍କୁ ସମର୍ଥନ କରୁଛନ୍ତି। ସେମାନେ ତାଙ୍କ ଯୋଗସୂତ୍ରରେ ଅଛନ୍ତି। ମୁଖପତ୍ର ‘ସାମ୍ନା’ କାର୍ଯ୍ୟନିର୍ବାହୀ ସମ୍ପାଦକ ସଞ୍ଜୟ ରାଉତ୍‌ ଶିବସେନାର ଏକ ଶୁଆ। ଏନ୍‌ସିପି ମୁଖପାତ୍ର ନଓ୍ବାବ ମଲିକ୍‌ କହିଛନ୍ତି, ଭାଜପା ଯଦି ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ମନା କରୁଛି ତେବେ ଏକ ବିକଳ୍ପ ଅଛି। କିନ୍ତୁ ଭାଜପା ଏବଂ ଏନ୍‌ଡିଏ ସହ ଦଳ ନାହିଁ ବୋଲି ଶିବସେନା ପକ୍ଷରୁ ଘୋଷଣା କରାଯିବା ଉଚିତ। ତା’ପରେ ଆମେ ବିକଳ୍ପ ସରକାର ଗଠନ ନେଇ ସମର୍ଥନ ଦେବୁ। ଭାଜପା ଶିକାର ଆରମ୍ଭ କଲେ ସେହି ଦଳରେ ମାତ୍ର ୨୫ରୁ ୩୦ ବିଧାୟକ ରହିବେ ବୋଲି ମଲିକ୍‌ ଚେତାବନୀ ଦେଇଛନ୍ତି। ସେହିପରି ଭାଜପା-ଶିବସେନା ମେଣ୍ଟ ସରକାର ଗଠନରେ ବିଫଳ ହେଲେ ପାଓ୍ବାରଙ୍କ ଦଳ ବିକଳ୍ପ କଥା ଚିନ୍ତା କରିବ ବୋଲି ଏନ୍‌ସିପି ନେତା ଜୟନ୍ତ ପାଟିଲ କହିଛନ୍ତି। ଶିବସେନା ନେତୃତ୍ୱରେ ସରକାର ଗଠନ କରାଗଲେ ଏନ୍‌ସିପି ଏଥିରେ ଯୋଗଦେଇପାରେ ଓ କଂଗ୍ରେସ ବାହ୍ୟ ସମର୍ଥନ ଦେଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଦିଲ୍ଲୀର ପ୍ରଦୂଷଣ ମହାରାଷ୍ଟ୍ରକୁ ଆସିବ ନାହିଁ ବୋଲି ଶିବସେନା ନେତା ସଞ୍ଜୟ ରାଉତ୍‌ କହିଛନ୍ତି। ସୋମବାର ଫଡ୍‌ନବିସ ଭାଜପା ମୁଖ୍ୟ ଅମିତ୍‌ ଶାହଙ୍କୁ ସାକ୍ଷାତ କରିଥିବାବେଳେ ସରକାର ଗଠନ ନିଷ୍ପତ୍ତି କେବଳ ମହାରାଷ୍ଟ୍ରରେ ହେବ ବୋଲି ରାଉତ୍‌ ବ୍ୟଙ୍ଗ କରି ସୂଚାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri