Posted inଜାତୀୟ

ଶିବସେନାକୁ ଶିକାର ଭୟ:ହୋଟେଲରେ ୫୬ ବିଧାୟକ

ମୁମ୍ବାଇ,୮-୧୧(ପି.ଟି./ଆଇଏଏନ୍‌ଏସ୍‌):ମହାରାଷ୍ଟ୍ରରେ କ୍ଷମତା ଭାଗବଣ୍ଟା ଛିଣ୍ଡୁନାହିଁ। ଦୁଇ ସହଯୋଗୀ ଭାଜପା ଓ ଶିବସେନା ମଧ୍ୟରେ ହିସାବକିତାବ ସରୁନାହିଁ। ତେଣୁ ସରକାର ଗଠନରେ ବିଳମ୍ବ ହେବାରେ ଲାଗିଛି। ଶୁକ୍ରବାର ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାବେଳେ ଶେଷ ମୁହୂର୍ତ୍ତରେ କିଛି ବି ଘଟିପାରେ। ତେଣୁ ୫୦:୫୦ ସୂତ୍ରକୁ ନେଇ ଅଡ଼ି ବସିଥିବା ଶିବସେନା ପକ୍ଷରୁ ଗୁରୁବାର ଦଳର ସମସ୍ତ ୫୬ ବିଧାୟକଙ୍କୁ ବାନ୍ଦ୍ରାର ଏକ ଘରୋଇ ହୋଟେଲରେ ରଖାଯାଇଛି। ରାଜନୈତିକ ସଙ୍କଟ ଦୂର ନ ହେବା ଯାଏ ଉକ୍ତ ହୋଟେଲରେ ରଖାଯିବ ବୋଲି ଦଳ ସୂତ୍ରରୁ ପ୍ରକାଶ। ଅନ୍ୟପକ୍ଷରେ ଭାଜପା ପକ୍ଷରୁ ସମ୍ଭାବ୍ୟ ଶିକାର ଭୟକୁ ନେଇ ଶିବସେନା ଏପରି ପଦକ୍ଷେପ ନେଇଥିତ୍ବା କଂଗ୍ରେସ ସମାଲୋଚନା କରିଛି।
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ରେ ହୋଇଥିଲା, ଯାହାର ଫଳାଫଳ ୨୪ ତାରିଖରେ ପ୍ରକାଶ ପାଇଥିଲା। ଭାଜପାକୁ ୧୦୫ ଓ ଏହାର ସହଯୋଗୀ ଶିବସେନାକୁ ୫୬ ଆସନରେ ସଫଳତା ମିଳିଛି। ବିରୋଧୀ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ୫୪ ଆସନ ଦଖଲ କରିଥିବାବେଳେ କଂଗ୍ରେସ ପ୍ରାର୍ଥୀ ୪୪ ଆସନରେ ବିଜୟୀ ହୋଇଛନ୍ତି। ବିଧାନସଭା କାର୍ଯ୍ୟକାଳ ଶୁକ୍ରବାର ଶେଷ ହେବାକୁ ଥିବାବେଳେ ସରକାର ଗଠନ ପାଇଁ ଅଦ୍ୟାବଧି କୌଣସି ଦଳ କିମ୍ବା ମେଣ୍ଟ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇନାହିଁ। ପ୍ରଥମ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ପଦ ନିଜ ପାଖରେ ରଖିବାକୁ ଶିବସେନା ଚାହୁଁଛି, ଯାହାକୁ ଭାଜପା ପ୍ରତ୍ୟାଖ୍ୟାନ କରିସାରିଛି। ବିଧାୟକ ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ନେତୃତ୍ୱରେ ପୁଣି ସରକାର ଗଠନ କରାଯିବ ବୋଲି ଭାଜପା ସ୍ପଷ୍ଟ କରିଛି। କୁହୁକ ସଂଖ୍ୟା ୧୪୫ ହୋଇଥିବାରୁ ଭାଜପାକୁ ସରକାର ଗଠନ ଲାଗି ଆଉ ୪୦ ସଦସ୍ୟଙ୍କ ସମର୍ଥନ ଜରୁରୀ। ତେଣୁ ଶିବସେନାରେ ବିଭାଜନ କରାଇ ଭାଜପା କ୍ଷମତା ଅକ୍ତିଆର କରିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଶିବସେନାର ସମସ୍ତ ୫୬ ବିଧାୟକଙ୍କୁ ବାନ୍ଦ୍ରା ଓ୍ବେଷ୍ଟ୍‌ର ବସ୍‌ଷ୍ଟାଣ୍ଡ ନିକଟସ୍ଥ ହୋଟେଲ ରଙ୍ଗ ଶାରଦାକୁ ନିଆଯାଇଛି। ସମୁଦ୍ରକୂଳରେ ଶାନ୍ତ ପରିବେଶରେ ଥିବା ଏହି ମଧ୍ୟମ ଧରଣର ହୋଟେଲରେ ସେମାନଙ୍କୁ ଦୁଇରୁ ତିନିଦିନ ରଖାଯାଇପାରେ। ଏଠାରେ ରାତି ବିତାଇବା ପାଇଁ ରୁମ୍‌ ପିଛା ୩,୫୦୦ ଟଙ୍କା। ଅତି ବିଳାସପୂର୍ଣ୍ଣ ନ ହୋଇ ମଧ୍ୟମ ଧରଣର ସେବା ଉପଲବ୍ଧ ଏହି ହୋଟେଲରୁ ଅଭିନେତା ସଲମାନ୍‌ ଖାନ୍‌, ଶାହରୁଖ୍‌ ଖାନ୍‌, ରେଖା ଓ ଅନ୍ୟ କେତେଜଣ ସେଲିବ୍ରିଟିଙ୍କ ଘର ବେଶି ଦୂର ନୁହେଁ। ସାମ୍ପ୍ରତିକ ରାଜନୈତିକ ସଙ୍କଟ ଦୃଷ୍ଟିରୁ ଶିବସେନା ଏହି ହୋଟେଲକୁ ବାଛିଥିବା କୁହାଯାଉଛି। କାରଣ ବାନ୍ଦ୍ରା ଇଷ୍ଟ୍‌ରେ ଥିବା ଠାକ୍‌ରେ ବାସଭବନରୁ ମଧ୍ୟ ଏହାର ଦୂରତା ୨ କି.ମି. ଭିତରେ ହେବ। ଶିବସେନା ଭବନରୁ ୪ କି.ମି., ରାଜଭବନରୁ ୧୬ କି.ମି. ଓ ବିଧାନସଭାରୁ ୧୯ କି.ମି. ଦୂରରେ ରହିଛି ଏହି ହୋଟେଲ।
ବିଧାୟକମାନଙ୍କୁ ଅପରାହ୍ନରେ ମିନି ବସ୍‌ରେ ହୋଟେଲକୁ ନିଆଯିବା ପୂର୍ବରୁ ଶିବସେନାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ଦଳୀୟ ବିଧାୟକଙ୍କୁ ମନ୍ତ୍ରଣା ଦେବା ସମୟରୁ ସେମାନଙ୍କ ମୋବାଇଲ ଫୋନ୍‌ ସୁଇଚ୍‌ ଅଫ୍‌ ରହିଛି। ଏନେଇ ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ୍‌ କହିଛନ୍ତି, ରାଜ୍ୟର ଦୂରଦୂରାନ୍ତରୁ ବିଧାୟକମାନେ ମୁମ୍ବାଇ ଆସିଛନ୍ତି। ସାଉଥ୍‌ ମୁମ୍ବାଇରେ ରହିବା ପାଇଁ ସେମାନେ ହୋଟେଲ ପାଇନାହାନ୍ତି। ସେମାନଙ୍କ ଯନତ୍ ନେବା ଆମର ଉତ୍ତରଦାୟିତ୍ୱ। ତେଣୁ ବିଧାୟକମାନଙ୍କ ଖାଇବା, ରହିବା, ସୁରକ୍ଷା ଏବଂ ଆବଶ୍ୟକ ସ୍ଥଳେ ଉପସ୍ଥିତି ଉପଲବ୍ଧ କରାଇବା ଲାଗି ଆମେ ସୁନିଶ୍ଚିତ କରୁଛୁ। ଆମର କୌଣସି ବିଧାୟକଙ୍କ ଉପରେ ଶିକାର ଭୟ ନାହିଁ ବୋଲି ରାଉତ୍‌ କହିଛନ୍ତି। ହୋଟେଲରେ ସନ୍ଧ୍ୟା ସୁଦ୍ଧା ବିଶେଷ ସୁରକ୍ଷା ବନ୍ଦୋବସ୍ତ କରାଯାଇ ନ ଥିଲେ ହେଁ ବିଧାୟକଙ୍କ ଗତିବିଧି ଉପରେ ଶିବ ସୈନିକ ଓ କଂଗ୍ରେସ-ଏନ୍‌ସିପି କର୍ମୀଙ୍କ କଡ଼ା ନଜର ରହିଥିବା କୁହାଯାଉଛି। ଭାଜପାକୁ ଯେପରି ଜଣେ ହେଲେ ଶିବସେନା ବିଧାୟକ ଖସି ନ ଯିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ଇତିମଧ୍ୟରେ ଶିବସେନା, କଂଗ୍ରେସ ଏବଂ ଏନ୍‌ସିପି ମଧ୍ୟରେ ସମ୍ଭାବ୍ୟ ଦଳବଦଳକାରୀଙ୍କ ବିରୋଧରେ ଅନୌପଚାରିକ ଭାବେ ଏକ ସହମତି ପ୍ରକାଶ ପାଇଛି। ଯଦି କୌଣସି ଦଳର କେହି ବିଧାୟକ ଭାଜପାରେ ମିଶନ୍ତି ତେବେ ପରବର୍ତ୍ତୀ ନିର୍ବାଚନରେ ତିନି ଦଳର ମିଳିତ ପ୍ରାର୍ଥୀ ଲଢ଼େଇ କରିବେ ଓ ତାଙ୍କୁ ମିଳିମିଶି ହରାଇବା ପାଇଁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେହେରୁଙ୍କ ଉପରେ ବର୍ଷିଲେ ଅମିତ୍‌ ଶାହ: କଶ୍ମୀର ପାଇଁ ଜାତିସଂଘ ଯିବା ବଡ଼ ଭୁଲ୍‌

ନୂଆଦିଲ୍ଲୀ,୩୦ା୯(ପି.ଟି.): ୧୯୪୮ରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ କଶ୍ମୀର ପ୍ରସଙ୍ଗକୁ ନେଇ ଜାତିସଂଘ ଯିବା ହିମାଳୟ ଭଳି ବଡ଼ ଭୁଲ୍‌ ଥିଲା ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ...

‘ଲୋକଙ୍କୁ ବିଭ୍ରାନ୍ତ କରୁଛି କଂଗ୍ରେସ’

ନୂଆଦିଲ୍ଲୀ,୨୭-୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ନେଇ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳ ଦ୍ୱନ୍ଦ୍ୱ ସୃଷ୍ଟିକରିବା ସହ ଲୋକଙ୍କୁ ବିଭ୍ରାନ୍ତ କରି ରାଜଧାନୀର ବାତାବରଣକୁ ନଷ୍ଟ...

ପୁଣି ବୁଡିଲା ମୁମ୍ବାଇ: ବିମାନ ସେବା ବାଧାପ୍ରାପ୍ତ

ମୁମ୍ବାଇ,୨୭।୭: ମାୟାନଗରୀ ପୁଣି ବୁଡି ଯାଇଛି। ଗୁରୁବାର ରାତିରେ ହୋଇଥିବା ପ୍ରବଲ ବର୍ଷାରେ ଅଧିକାଂଶ ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେବା ସହ ଟ୍ରେନ୍‌...

୧୫ ବର୍ଷର ପ୍ରତୀକ୍ଷା ପରେ ସେନାକୁ ମିଳିବ ଆସଲ୍ଟ ରାଇଫଲ୍‌: ଖର୍ଚ୍ଚ ହେବ ୬୩୮ କୋଟି

ନୂଆଦିଲ୍ଲୀ,୧୪।୧୨: ଭାରତୀୟ ସେନାକୁ ଦୀର୍ଘ ୧୫ ବର୍ଷର ପ୍ରତୀକ୍ଷା ପରେ ୨୦୨୦ ଫେବୃୟାରୀରେ ଆମେରିକାରେ ନିର୍ମିତ ଆସଲ୍ଟ ରାଇଫଲ୍‌ ମିଳିବ। ପ୍ରଥମ ପର୍ଯ୍ୟାୟରେ ଆମେରିକା କମ୍ପାନୀ...

ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଐତିହାସିକ ସୁଧାରରେ ପରିପୂର୍ଣ୍ଣ: ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷର କାର୍ଯ୍ୟକାଳକୁ ପ୍ରଶଂସା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଗୋଟିଏ ବର୍ଷରେ ଏହି କାର୍ଯ୍ୟକାଳ...

ବିମାନବନ୍ଦରରେ ଆର୍‌ଟି-ପିସିଆର୍‌ ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ, ୨୨ା୨: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟେନ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ସମେତ ସମସ୍ତ ୟୁରୋପୀୟ ଦେଶଗୁଡ଼ିକରୁ ଭାରତ ଆସୁଥିବା ଯାତ୍ରୀ କ୍ୱାରାଣ୍ଟାଇନରେ ରହିବା...

ଏମ୍‌ପିଙ୍କୁ ଫୋନ୍‌ କରି ସାହାଯ୍ୟ ମାଗିବାରୁ କହିଲେ, ମୁଁ ତୁମ ପିତାଙ୍କ ଚାକର ନୁହେଁ

ଲକ୍ଷ୍ନୌ,୨୦।୧୦: ଉତ୍ତରପ୍ରଦେଶର ପିଲିଭିତର ଭାଜପା ଏମ୍‌ପି ବରୁଣ ଗାନ୍ଧୀଙ୍କ ଏକ ଅଡିଓ ଭାଇରାଲ ହୋଇଛି। ଏହି ଅଡିଓରେ ବରୁଣ ଗାନ୍ଧୀ ଜଣେ ବ୍ୟକ୍ତିଙ୍କୁ ଗାଳି ଦେଉଥିବାର...

ମମତାଙ୍କ ଶିବିରରେ ୟଶଓ୍ବନ୍ତ

କୋଲକାତା,୧୩।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ଛକାପଞ୍ଝା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ବହୁ ତୃଣମୂଳ କଂଗ୍ରେସ...

Advertisement


Archives

Model This Week