ଶିଥିଳ ହେଉଛି ପୃଥିବୀର ଚୁମ୍ବକୀୟ କ୍ଷେତ୍ର

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସହ ସାରା ବିଶ୍ୱ ଲଢୁଥିବାବେଳେ ଏବେ ଏକ ନୂଆ ସଙ୍କଟର ପଦଧ୍ୱନି ଶୁଣିବାକୁ ମିଳିଛି। ସବୁଜ ଗ୍ରହ ପୃଥିବୀର ଚୁମ୍ବକୀୟ କ୍ଷେତ୍ର (ଆର୍ଥ ମାଗ୍ନେଟିକ୍‌ ଫିଲ୍ଡ) ଧୀରେ ଧୀରେ ଶୀଥିଳ ପଡ଼ିବାରେ ଲାଗିଛି। ଗତ ଦୁଇ ଶତାବ୍ଦୀ ମଧ୍ୟରେ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ୧୦% ତୀବ୍ରତା ହରାଇ ସାରିଛି। ଜୀବଜଗତକୁ ଭୟଙ୍କର ସୌର ବିକିରଣରୁ ବଞ୍ଚାଉଥିବା ଏହି ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ହେବା ବଡ଼ ବିପଦ ବୋଲି କୁହାଯାଉଛି। ପୃଥିବୀରେ ଜୀବନ ସଞ୍ଚାର ଲାଗି ଚୁମ୍ବକୀୟ କ୍ଷେତ୍ର ଏକ ବଡ଼ ଆବଶ୍ୟକତା। ଏହା ସୂର୍ଯ୍ୟଙ୍କଠାରୁ ଆସୁଥିବା ରେଡିଏଶନ ଏବଂ ମହାକାଶରୁ ଆସୁଥିବା ବୈଦ୍ୟୁତିକ କଣିକା (ଆୟନ, ମଲେକ୍ୟୁଲ୍‌, ଅଣୁ)ରୁ ସୁରକ୍ଷିତ ରଖିଥାଏ। କାଳକ୍ରମେ ଏଥିରେ ଶିଥିଳତା ଆସିବା ଜୀବଜଗତ ଲାଗି ଶୁଭଙ୍କରୀ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଆଫ୍ରିକା ଏବଂ ଲାଟିନ ଆମେରିକା ମଧ୍ୟରେ ପୃଥିବୀର ଆଭ୍ୟନ୍ତରରେ ଥିବା ବୃହତ୍‌ ଭୂଖଣ୍ଡ (ସାଉଥ୍‌ ଆଟଲାଣ୍ଟିକ ଆନୋମାଲେ)ରେ ଚୁମ୍ବକୀୟ କ୍ଷେତ୍ର ଅତିମାତ୍ରାରେ ଶିଥିଳ ପଡ଼ିବାରେ ଲାଗିଛି। ବିଶେଷକରି ଗତ ୫୦ବର୍ଷ ମଧ୍ୟରେ ଏହି ପ୍ରକ୍ରିୟା ଅଧିକ ଦ୍ରୁତତର ହୋଇଥିବା ଦେଖିବାକୁ ମିଳିଛି।
ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍‌ଏ)ର ବୈଜ୍ଞାନିକମାନେ ଏହାକୁ ବିଶ୍ଲେଷଣ କରିବା ଲାଗି ସ୍ବାର୍ମ ସାଟେଲାଇଟ୍‌ ଡାଟାର ଉପଯୋଗ କରୁଛନ୍ତି। ପୃଥିବୀର ଚୁମ୍ବକୀୟ କ୍ଷେତ୍ର ପ୍ରସ୍ତୁତ କରୁଥିବା ବିଭିନ୍ନ ଚୁମ୍ବକୀୟ ସଙ୍କେତକୁ ସ୍ବାର୍ମ ସାଟେଲାଇଟ୍‌ ଚିହ୍ନିଥାଏ ଏବଂ ସେଗୁଡ଼ିକୁ ମାପ କରିଥାଏ। ଗତ ୫ବର୍ଷ ମଧ୍ୟରେ ଆଫ୍ରିକାର ଦକ୍ଷିଣ-ପଶ୍ଚିମ ଦିଗରେ କମ୍‌ ତୀବ୍ରତା ବିଶିଷ୍ଟ ଅନ୍ୟ ଏକ କେନ୍ଦ୍ର ବିକଶିତ ହୋଇଛି। ଏଥିରୁ ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ, ପୃଥିବୀର ଚୁମ୍ବକୀୟ କ୍ଷେତ୍ର ପୃଥକ୍‌ ହୋଇ ଦୁଇ ଭାଗରେ ବିଭକ୍ତ ହେଉଛି। ଅନ୍ୟପଟେ ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ହେବାର ପ୍ରତିକୂଳ ପ୍ରଭାବ ଉପଗ୍ରହ, ମହାକାଶଯାନ ଉପରେ ପଡ଼ିବା ଆଶଙ୍କା ବେଶି। ଗ୍ରହ ଚାରିପଟେ ପରିକ୍ରମା କରିବା ସମୟରେ ଏଗୁଡ଼ିକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍‌ ଜିଓସାଇନ୍ସର ଡା. ଜୁର୍ଗନ ମତ୍‌ଜକା ଏ ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ, ଆଟଲାଣ୍ଟିକ ବିସଙ୍ଗତି ବିକାଶର ଯାଞ୍ଚ କରିବା ଲାଗି ପୃଥିବୀ କକ୍ଷପଥରେ ସ୍ବାର୍ମ ସାଟେଲାଇଟ୍‌ ରହିଛି। ଏଥିଲାଗି ଆମେ ଭାଗ୍ୟଶାଳୀ। ତେବେ ଚୁମ୍ବକୀୟ କ୍ଷେତ୍ରରେ ହେଉଥିବା ପରିବର୍ତ୍ତନ ଏବଂ ପୃଥିବୀ ଆଭ୍ୟନ୍ତରରେ ଅହରହ ଚାଲିଥିବା ପ୍ରକ୍ରିୟାକୁ ବୁଝିବା ଏବେ ବଡ଼ ଚ୍ୟାଲେଞ୍ଜ। ଏଥିରୁ ଅନ୍ୟ ଏକ ଆଶଙ୍କା ସାମ୍ନାକୁ ଆସୁଛି। ହୁଏତ ପୃଥିବୀର ମେରୁ ବଦଳିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିଲାଗି ଲକ୍ଷାଧିକ ବର୍ଷ ଲାଗିଯାଇପାରେ। ଏହି ସମୟ ମଧ୍ୟରେ ଗ୍ରହର ଚତୁଃପାର୍ଶ୍ୱରେ ଅନେକ ଚୁମ୍ବକୀୟ ବଳୟ ସୃଷ୍ଟି ହେବ। ତେବେ ଏହା ପ୍ରଥମ ଥର ଲାଗି ହୋଇନାହିଁ। ପ୍ରତି ସାଢ଼େ ୨ ଲକ୍ଷ ବର୍ଷରେ ଏହି ଚକ୍ରର ପୁନରାବୃତ୍ତି ହୋଇଥାଏ। ଏହି ପରିବର୍ତ୍ତନରେ ସାଧାରଣ ଜୀବନଯାତ୍ରା ବିଶେଷ ଭାବେ ପ୍ରଭାବିତ ହୋଇ ନ ପାରେ, କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଉଥିବା ସାଟେଲାଇଟ୍‌ ଏବଂ ମହାକାଶ ଯାନରେ ବୈଷୟିକ ସମସ୍ୟା ସୃଷ୍ଟି ହେବା ଥୟ। ଏହାର କାରଣ ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ହେବା ସହିତ ବିଶ୍ୱ ବ୍ରହ୍ମାଣ୍ଡରେ ଘୂରି ବୁଲୁଥିବା ଅବଶେଷ କଣିକା ଓଜନସ୍ତର ଭେଦି ପୃଥିବୀ ପୃଷ୍ଠ ଯାଏ ଚାଲି ଆସିବ। ଏହାଦ୍ୱାରା କକ୍ଷପଥରେ ଘୂରୁଥିବା ସାଟେଲାଇଟ୍‌ଗୁଡ଼ିକ ଲାଗି ସମସ୍ୟା ବଢ଼ିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri