‘ଶିକ୍ଷା କ୍ଷେତ୍ରକୁ ଏସ୍‌ଆର୍‌ଏମ୍‌ର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ’

କଟାନକୁଲାଥର,୧୪-୧୧: ବର୍ତ୍ତମାନର ସମୟ ଅନେକ ଆହ୍ବାନପୂର୍ଣ୍ଣ। ମାତ୍ର ଏହାକୁ ସାମ୍ନା କରି ଆଗକୁ ବଢିବାକୁ ହେବ। ନିଜ ମଧ୍ୟରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ଏଥି ଲାଗି ରଖିବାକୁ ହେବ ବୋଲି ସତୀଶ ଧାଓ୍ବନ ସ୍ପେଶ ସେଣ୍ଟରର ନିର୍ଦ୍ଦେଶକ ଏ ରାଜାରାଜନ କହିଛନ୍ତି। ଏସ୍‌ଆର୍‌ଏମ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ୧୫ତମ ବାର୍ଷିକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ଶିକ୍ଷା କ୍ଷେତ୍ରକୁ ଏସ୍‌ଆର୍‌ଏମ୍‌ର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଆସିଛି। ଛାତ୍ରୀଛାତ୍ରମାନେ ସର୍ବଦା ନିଷ୍ଠାର ସହ କଠିନ ପରିଶ୍ରମ କରିବାର ଆବଶ୍ୟକତା ରହିଛି। ବଡମାନଙ୍କର ଅବଦାନକୁ ସର୍ବଦା ମନେ ରଖି ସମାଜର ବିକାଶ ଦିଗରେ ନିଜର ଯୋଗଦାନ ରଖିବାକୁ ସେ ମତ ରଖିଛନ୍ତି। ଦେଶର ଅଭିବୃଦ୍ଧି କ୍ଷେତ୍ରରେ ଶିକ୍ଷାର ଏକ ପ୍ରମୁଖ ଭୂମିକା ରହିଥିବା ବେଳେ ଏସ୍‌ଆର୍‌ଏମ୍‌ ଏ ଦିଗରେ ନିଜର ନିରନ୍ତର ଯୋଗଦାନ ରଖି ପାରିବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଆଟୋମିକ ଏନର୍ଜି କମିଶନର ଅଧ୍ୟକ୍ଷ କେ.ଏନ୍‌.ବ୍ୟାସ ସମ୍ମାନଜନକ ଡକ୍ଟରଅଫ୍‌ ସାଇନ୍ସ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଚାନ୍‌ସେଲର ଟି.ଆର୍‌. ପରିଭେନ୍ଦର, କୁଳପତି ସନ୍ଦୀପ ସାଞ୍ଚେତି, ସଭାପତି ପି.ସତ୍ୟନାରାୟଣନ, ସହ ଅଧ୍ୟକ୍ଷ ରାମପୁରମ ଏନ୍‌ ନିରଞ୍ଜନ, ପ୍ରୋଭାଇସ ଚାନ୍‌ସେଲର ଟିପି ଗଣେଷନ, ପ୍ରୋଭାଇସ ଚାନ୍‌ସେଲରଡ.ଆର୍‌ ବାଲସୁବ୍ରମଣ୍ୟନ, ରେଜିଷ୍ଟ୍ରାର ଏନ୍‌. ସେଥୁରାମନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାରମ୍ଭିକ ରୋଗ ଚିହ୍ନଟକୁ ଗୁରୁତ୍ୱ

ଭୁବନେଶ୍ୱର,୨୨।୫: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ଏଲ୍‌ ଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ (ଏଲ୍‌ଭିପିଇଆଇ) ଭୁବନେଶ୍ୱରର ମିଥୁ ତୁଳସୀ ଚନରାଇ କ୍ୟାମ୍ପସ୍‌ ପକ୍ଷରୁ ରବିବାର ରେଟିନୋବ୍ଲାଷ୍ଟୋମା...

ଲକ୍ଷ୍ମୀବିଳାସ ବ୍ୟାଙ୍କ ଜମାକାରୀଙ୍କୁ ଆର୍‌ବିଆଇର ଆଶ୍ୱାସନା

ନୂଆଦିଲ୍ଲୀ: ଲକ୍ଷ୍ମୀବିଳାସ ବ୍ୟାଙ୍କର ଆର୍ଥତ୍କ ସ୍ଥିତି ବିଗିଡ଼ିବା ଯୋଗୁ ଏହା ଉପରେ ରିଜର୍ଭ ବ୍ୟାଙ୍କ ମୋରାଟୋରିୟମ କଟକଣା ଲାଗୁ କରିଛି। ଆଗାମୀ ଗୋଟିଏ ମାସ ଯାଏ...

ମାଜା ପକ୍ଷରୁ ସ୍ବତନ୍ତ୍ର ଅଭିଯାନର ଶୁଭାରମ୍ଭ

ନୂଆଦିଲ୍ଲୀ,୩।୨:ଅନ୍ତଃରାଷ୍ଟ୍ରୀୟ ମୃଦ୍ୟୁପାନୀୟ କମ୍ପାନୀ କୋକାକୋଲାର ପ୍ରମୁଖ ବ୍ରାଣ୍ଡ୍‌ ମାଜାର ନୂତନ ଅଭିଯାନ ‘ଆମ୍‌ ୱାଲି ଦିଲ୍‌ଦାରି,ବିନା ନାମ ୱାଲି ଦିଲ୍‌ଦାରି’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି...

ୟୁକୋ ବ୍ୟାଙ୍କର ୮୦ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୭ା୧: ୟୁକୋ ବ୍ୟାଙ୍କର ୮୦ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ...

ଏଚ-୧ବି ଭିଜା ପଞ୍ଜୀକରଣ ପ୍ରକିୟାରେ ପରିବର୍ତ୍ତନ ଘୋଷଣା କଲା ଆମେରିକା…

ଓ୍ବାଶିଂଟନ,୨୯।୪ : ଆମେରିକାର କେତେକ ଫେଡେରାଲ ଏଜେନ୍ସି କିଛି କମ୍ପାନୀ ଦ୍ୱାରା ଅପବ୍ୟବହାର ଏବଂ ଠକେଇର ସୂଚନା ପାଇବା ପରେ ଏଚ-୧ବି ଭିଜା ପଞ୍ଜୀକରଣ ପ୍ରକ୍ରିୟାକୁ...

ଲିଟର ପିଛା ୧୧୧ ଛୁଇଁଲା ପେଟ୍ରୋଲ ଦର

ନୂଆଦିଲ୍ଲୀ, ୧୭।୧୦: କ୍ରମାଗତ ଭାବେ ବଢ଼ିଚାଲିଛି ପେଟ୍ରୋଲ ଏବଂ ଡିଜେଲ ଦର। ରବିବାର ପୁଣି ତୈଳ ଦାମ ବଢ଼ିଛି। ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା...

ଓଡ଼ିଶାରେ ୧ଲକ୍ଷ ଟପିଲା ଜିଓ ଫାଇବର ଗ୍ରାହକ

ଭୁବନେଶ୍ୱର,୨୨।୨ ରିଲାଏନ୍ସ ଜିଓର ଅଲ୍‌ଟ୍ରା ହାଇ-ସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ‘ଜିଓ ଫାଇବର’ର ଗ୍ରାହକ ସଂଖ୍ୟା ୨୦୨୧ ଡିସେମ୍ବର ଶେଷ ସୁଦ୍ଧା ଓଡ଼ିଶାରେ ୧ ଲକ୍ଷ ଅତିକ୍ରମ...

ବଢ଼ିଲା ରେପୋ ରେଟ୍‌, ଷ୍ଟକ୍‌ ବଜାର ତଳମୁହାଁ…

ନୂଆଦିଲ୍ଲୀ, ୪।୫ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବୁଧବାର ରେପୋ ରେଟ୍‌ରେ ୦.୪୦ ପ୍ରତିଶତ ବୃଦ୍ଧି ହୋଇ ଏହା ୪.୪୦ ପ୍ରତିଶତ କରାଯାଇଛି। ଗଭର୍ନର...

Advertisement
Archives

Model This Week