ଶିକ୍ଷକଙ୍କୁ ଅଡ଼ୁଆରେ ପକାଇଲା ହ୍ବାଟ୍ସଆପ୍‌ ମେସେଜ୍‌

ନାଉଗଁ।,୨୬ା୧୦(ସ୍ବ.ପ୍ର.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜଗତ୍‌ସିଂହପୁର ଜିଲାର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ ଶୁକ୍ରବାର ବନ୍ଦ ରହିବ ବୋଲି ସରକାରୀ ନିର୍ଦ୍ଦେଶନାମା ଆସିଥିଲା। ସେହି ଅନୁସାରେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ସମସ୍ତ ସ୍କୁଲକୁ ଅବଗତ କରାଯାଇଥିଲା। ଫଳରେ ଶୁକ୍ରବାର ସମସ୍ତ ସ୍କୁଲ ବନ୍ଦ ରହିଥିଲା। ତେବେ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଚିଠିପରେ ବିଇଓଙ୍କ କାର୍ଯ୍ୟାଳୟର ଏକ ହ୍ବାଟ୍ସଆପ୍‌ ମେସେଜକୁ ନେଇ ଶିକ୍ଷକମାନେ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ଯାହାକି ସେମାନଙ୍କ ପାଇଁ ସମସ୍ୟାର କାରଣ ହୋଇଛି। ଉକ୍ତ ହ୍ବାଟ୍ସଆପ୍‌ ମେସେଜରେ ସମସ୍ତ ସ୍କୁଲ ଶିକ୍ଷକମାନଙ୍କୁ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ କୁହାଯାଇଥିଲା। ହେଲେ ନାଉଗଁ। ବ୍ଲକର ଅଧିକାଂଶ ବିଦ୍ୟାଳୟରେ ଏହାର ବ୍ୟତୀକ୍ରମ ଦେଖିବାକୁ ମିଳିଥିଲା। ବିଦ୍ୟାଳୟ ବନ୍ଦ ରହିଥିଲାବେଳେ ଶିକ୍ଷକମାନେ ମଧ୍ୟ ଆସି ନ ଥିଲେ। ଏ ସମ୍ପର୍କରେ କେତେଜଣ ଶିକ୍ଷକ ନାମ ଗୋପନ ରଖି କହିଛନ୍ତି, ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଚିଠିରେ ଶିକ୍ଷକମାନେ ଉପସ୍ଥିତ ରହିବା ନେଇ ଉଲ୍ଲେଖ କରାଯାଇନାହିଁ। ତେଣୁ ଆମେ କାହିଁକି ଯିବୁ। ତେବେ ଏହି ମେସେଜ ପାଇବା ପରେ ବ୍ଲକର କେତେଜଣ ଶିକ୍ଷକ ମଧ୍ୟାହ୍ନପରେ ଆସି ସ୍କୁଲ ଖୋଲିଥିଲେ। କିନ୍ତୁ ଅଧିକାଂଶ ବିଦ୍ୟାଳୟ ବନ୍ଦ ରହିଥିଲା। ବ୍ଲକ ଅଧୀନ ଗଜରାଜପୁରର ଗୋପାଳ ଜୀଉ ବିଦ୍ୟାଳୟ ବନ୍ଦ ରହିଥିବା ଦେଖି ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ବ୍ଲକର ଅଧିକାଂଶ ବିଦ୍ୟାଳୟ ବନ୍ଦ ରହିବା ଓ ଶିକ୍ଷକମାନେ ନ ଆସିବା ଖବର ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି) ଜାଣିବା ପରେ ବ୍ଲକ ଶିକ୍ଷାଧିକାରୀଙ୍କୁ କେଉଁ ବିଦ୍ୟାଳୟ ବନ୍ଦ ରହିଛି ତା’ର ତାଲିକା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇବା ପରେ ବ୍ଲକ ଶିକ୍ଷାଧିକାରୀ ପ୍ରତି ବିଦ୍ୟାଳୟ ବୁଲି ତଦନ୍ତ କରିଥିଲେ। ଏହି ସମୟରେ ଗଙ୍ଗଦାହାଟ କ୍ଲଷ୍ଟରରେ ୨ଟି ବିଦ୍ୟାଳୟ ବନ୍ଦ ଥିବା ସିଆରସିସି କହୁଥିବାବେଳେ ପରବର୍ତ୍ତୀ ସମୟରେ ଘଟଣାକୁ ଘୋଡ଼ାଇବା ପାଇଁ ସମସ୍ତ ବିଦ୍ୟାଳୟ ଖୋଲା ଥିବା ରିପୋର୍ଟ ପ୍ରଦାନ କରିଥିଲେ। ଯାହାକି ସିଆରସିସି ଓ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀଙ୍କ ରିପୋର୍ଟରେ ତାଳ ମେଳ ନ ଥିବା ଜଣାଯାଇଛି। ଶିକ୍ଷକ ଉପସ୍ଥିତ ରହିବେ କି ନାହିଁ ସେ ପ୍ରସଙ୍ଗରେ କିଏ ନିର୍ଦ୍ଦେଶ ଦେଇଛନ୍ତି, ତାର ଠିକ ଉତ୍ତର ମିଳୁ ନ ଥିବାରୁ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧିପାଇଛି। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ମାଗୁଣି ଚରଣ ମହାନ୍ତିଙ୍କୁ ପଚାରିବାରେ ସେ କହିଥିଲେ, ଜିଲା ଶିକ୍ଷାଧିକାରୀଙ୍କ ଚିଠି ପାଇବା ପରେ ଆମେ ପ୍ରତି ସିଆରସିସିଙ୍କୁ ଶିକ୍ଷକମାନେ ବିଦ୍ୟାଳୟରେ ଉପସ୍ଥିତ ରହିବା ପାଇଁ ମେସେଜ କରିଥିଲୁ। କିନ୍ତୁ ଅନେକ ବିଦ୍ୟାଳୟ ବନ୍ଦ ରହିଛି ଓ ଶିକ୍ଷକ ଆସିନାହାନ୍ତି ବୋଲି ସୂଚନା ମିଳିଛି। ତେବେ ସେମାନେ ନିୟମ ଅବମାନନା କରିଥିବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ଅନ୍ୟପକ୍ଷରେ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ପବିତ୍ର କରଙ୍କୁ ପଚାରିବାରେ ସିଆରସିସିଙ୍କ ରିପୋର୍ଟ ମୁତାବକ ସମସ୍ତ ବିଦ୍ୟାଳୟ ଖୋଲାଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri