ଶିଆଳି ବେଳାଭୂମିକୁ ପ୍ରଦୂଷିତ କରୁଛି କଇଁଛଙ୍କ ମୃତଦେହ, ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ

ଏରସମା,୨୯ା୧୨(ସ୍ବ.ପ୍ର.): ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମିରେ ଏବେ ଶତାଧିକ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି। ଶିଆଳି ସମୁଦ୍ର ବେଳାଭୂମି ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବା ପରେ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟଙ୍କ ସୁଅ ଛୁଟୁଛି। ହେଲେ ଏଠାକାର ପରିବେଶ ଏବେ ପର୍ଯ୍ୟଟକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ବେଳାଭୂମିରେ କଇଁଛଙ୍କ ମୃତଦେହ ପଡ଼ି ରହିଥିବାରୁ ଦୁର୍ଗନ୍ଧରେ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଯଦ୍ଦ୍ବାରା ଅନେକ ପର୍ଯ୍ୟଟକ ଆସି ଦୁର୍ଗନ୍ଧରେ ବସି ନ ପାରି ଫେରି ଯାଉଛନ୍ତି। ଲଞ୍ଚ ଓ ଟ୍ରଲର ମାଡରେ ମୃତ୍ୟୁ ବରଣ କରିଥିବା କଇଁଛଙ୍କ ଶବକୁ ଏହି ବେଳଭୂମିରେ ପକାଇ ଦିଆଯାଉଛି। ହେଲେ ସଫେଇ କରାଯାଉନାହିଁ। ଫଳରେ କଇଁଛଙ୍କ ପଚାଶବ କାଉ କୁକୁରଙ୍କ ଖାଦ୍ୟ ପାଲଟିଛି। ପଚା ଗନ୍ଧ ପ୍ରଭାବରେ ପର୍ଯ୍ୟଟକ ସମୁଦ୍ର କୂଳରେ ବେଶି ସମୟ ପରିଭ୍ରମଣ କରି ପାରୁ ନାହାନ୍ତି। ପ୍ରଶାସନ ପକ୍ଷରୁ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଯାହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଶୀଘ୍ର ଏହି ବେଳାଭୂମି ସଫେଇ କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ଏ ଦିଗରେ ଦୃଷ୍ଟିଦେଇ ଶୀଘ୍ର ପଦକ୍ଷେପ ନେବେ ବୋଲି କହିଛନ୍ତି। ତେବେ ଆଗକୁ ଦେଖିବାକୁ ଅପେକ୍ଷା କେବେ ଏହା କାର୍ଯ୍ୟକାରୀ ହେଉଛି।

ସୂଚନାଯୋଗ୍ୟ, ପୂର୍ବରୁ ଶିଆଳି ସମୁଦ୍ର ବେଳାଭୂମି ସବୁଜ ଜଙ୍ଗଲରେ ପରିପୂର୍ଣ୍ଣ ହୋଇ ରହିଥିଲା। ଗୋଟିଏ ପଟରେ ବଙ୍ଗୋପ ସାଗରର ନୀଳ ଜଳ ରାଶି ଅପର ପଟରେ ଝାଉଁ ଜଙ୍ଗଲର ସମୁଜିମା ଦିଶୁଥିଲା। ଏଥିସହିତ ପ୍ରସସ୍ତ ବେଳାଭୂମିର ବାଲୁକାରାଶି ବଣଭୋଜିସ୍ଥଳୀ ଭାବରେ ଆଦୃତ ଲାଭ କରିଛି। ମାତ୍ର କିଛି ବର୍ଷଧରି ଲୁଣା ଜୁଆର ମାଡରେ ବଡ଼ ଝାଉଁ ଗଛ ସବୁ ଉପୁଡି ପଡି ଜଙ୍ଗଲ ଅବକ୍ଷୟ ହୋଇଯାଇଛି। ଜାଳେଣି କାଠ ପାଇଁ ଲୋକେ ଗଛ କାଟି ନେଉଛନ୍ତି। ଚୋରା କାଠ ବ୍ୟବସାୟୀ ମଧ୍ୟ ଗଛ କାଟି ନେଉଛନ୍ତି। ତା ସ୍ଥାନରେ ଏବେ ନୂତନ ଝାଉଁ ଚାରାରୋପଣ କରାଯାଇଥିଲେ ମଧ୍ୟ ଗଛଗୁଡିକ ଛୋଟ ହୋଇଥିବରୁ ଭୋଜି କରିବା ପାଇଁ ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିରୋସିନ ଲିଟର ୭୬ ଟଙ୍କା, ଚିନ୍ତାରେ ଖାଉଟି

ଚଣ୍ଡିଖୋଲ,୧୨ା୪(ଡି.ଏନ.ଏ.):କେନ୍ଦ୍ର ସରକାର ପେଟ୍ରୋଲିୟମ୍‌ ଜାତ ଦ୍ରବ୍ୟର ମୂଲ୍ୟ ବଢ଼ାଇ ଚାଲିଛନ୍ତି। ଏହି ମୂଲ୍ୟବୃଦ୍ଧିରୁ କିରୋସିନ୍‌ ବାଦ୍‌ ପଡିନାହିଁ। ଗତ ୪ମାସ ମଧ୍ୟରେ କିରୋସିନ୍‌ର ମୂଲ୍ୟ ଅହେତୁକ...

ଜିଲାସ୍ତରୀୟ କ୍ରୀଡ଼ା ମହୋତ୍ସବ: ଭାଗନେଲେ ୧୧ଶହ ପ୍ରତିଯୋଗୀ

ଫୁଲବାଣୀ ଅଫିସ,୩।୨: ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଆନୁକୂଲ୍ୟରେ ଶୁକ୍ରବାର ଫୁଲବାଣୀସ୍ଥିତ ବଇଡା ଦିନାରା ସିଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲାସ୍ତରୀୟ କ୍ରୀଡ଼ା...

ବିଡିଓ, ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ମାରି ଜଣେ ଗିରଫ

ଟେନ୍‌ସା,୨୯ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ବିଡିଓ ପଲ୍ଲବୀ ରାଣୀ ରାଜ ଏବଂ ସହକାରୀ ଯନ୍ତ୍ରୀ ଅଭିଷେକ ପାଣିଗ୍ରାହୀଙ୍କୁ ମାଡ଼ ମାରି ଜଣେ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ,...

ଖବରଦାତାଙ୍କୁ ଆକ୍ରମଣ ଘଟଣା: ୮ ଜଣଙ୍କୁ ଗିରଫ କଲା ପୋଲିସ

ପୁରୀ ଅଫିସ, ୧୭।୨: ତ୍ରିସ୍ତରୀୟ ପଞ୍ଚାୟତ ମତଦାନ ବେଳେ ଖବର ସଂଗ୍ରହ କରୁଥିବା ଖବରଦାତାଙ୍କୁ ଆକ୍ରମଣ ଘଟଣାରେ ପୁରୀ ପୋଲିସ ୮ ଜଣଙ୍କୁ ଗିରଫ କରିଛି...

ବଳରାମପ୍ରସାଦ ପୂର୍ବପାଟଣା ଗ୍ରାମରେ ଅଗ୍ନିକାଣ୍ଡ: ଜଳିଗଲା ଝିଅ ବାହାଘର ପାଇଁ ଥିବା ସୁନାଗହଣା

ବଅଁରପାଳ,୨୫।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ପୂର୍ବପାଟଣା ଗ୍ରାମରେ ଶନିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଜାନକୀ ବେହେରା, ଚିନ୍ତାମଣି...

ଡିଏଲ୍‌, ଗାଡ଼ି କାଗଜପତ୍ର ସମସ୍ୟା ଦୂର ପାଇଁ ପଦକ୍ଷେପ : ୧୫ଦିନରେ ଡିଏଲ୍‌ ଆବେଦନ ପାଇଁ ୩୮ ହଜାର ସ୍ଲଟ୍‌ ବୁକ

ଭୁବନେଶ୍ୱର,୧୬ା୯(ବ୍ୟୁରୋ) : ପରିବହନ ସଚିବଙ୍କ ନିର୍ଦ୍ଦେଶକ୍ରମେ ରବିବାର ଛୁଟିଦିନରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) କାର୍ଯ୍ୟ କରିଥିଲା। ଅଧିକ ଭିଡ଼ ହେଉଥିବା ଭୁବନେଶ୍ୱରର...

ପ୍ରତିଶ୍ରୁତି ମିଳିଲା, ମିଳିନି ମୌଳିକ ସୁବିଧା

ଖପ୍ରାଖୋଲ, ୩୦ା୧(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ରାଜସ୍ବ ଗାଁ। ବ୍ଲକ ସଦର ମହକୁମାଠାରୁ ୨୦ କିମି ଦୂର ଗନ୍ଧମାର୍ଦ୍ଦନ ପାହାଡ଼...

ବାର୍‌ହା ଆକ୍ରମଣରେ ୨ ଗୁରୁତର

ମହାକାଳପଡ଼ା,୨୪।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସୀ ହରିଆବାଙ୍କ ଗାଁରେ ବାର୍‌ହା ଆକ୍ରମଣରେ ଦୁଇ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି...

Advertisement
Archives

Model This Week