Posted inଜାତୀୟ

‘ଶାନ୍ତିର ସକାଳ ଆଣିବ ବୋଡ଼ୋ ଚୁକ୍ତି’

କୋକ୍ରାଝର,୮ା୨(ପି.ଟି.): ଜନସାଧାରଣଙ୍କ ସମର୍ଥନରେ ସ୍ବାକ୍ଷରିତ ହୋଇଥିବା ବୋଡୋ ଚୁକ୍ତି ଆସାମରେ ଶାନ୍ତିର ନୂଆ ସକାଳ ଆଣିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି। ଜାନୁୟାରୀ ୨୭ରେ ତ୍ରିପାକ୍ଷିକ ବୋଡୋ ଶାନ୍ତି ଚୁକ୍ତି ସ୍ବାକ୍ଷର ହୋଇଥିଲା। ଏହା ଉଗ୍ରପନ୍ଥୀ ପ୍ରଭାବିତ ରାଜ୍ୟରେ ଦୀର୍ଘମିଆଦୀ ଶାନ୍ତି ଆଣିବ ବୋଲି ଆଶା କରାଯାଉଛି। ଉତ୍ତରପୂର୍ବାଞ୍ଚଳରେ ଶାନ୍ତି ଓ ବିକାଶ ଲାଗି ଏକାଠି କାମ କରିବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବୋଡୋ ଉଗ୍ରପନ୍ଥୀମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ମୁଖ୍ୟ ସ୍ରୋତକୁ ଫେରିବା ଲାଗି ଉତ୍ତରପୂର୍ବାଞ୍ଚଳର ଉଗ୍ରପନ୍ଥୀ, ଜମ୍ମୁ-କଶ୍ମୀରର ଆତଙ୍କବାଦୀ ଓ ଦେଶର ଅନ୍ୟ ଭାଗରେ ସକ୍ରିୟ ଥିବା ମାଓବାଦୀମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଅସ୍ତ୍ରଶସ୍ତ୍ର ତ୍ୟାଗକରି ସେମାନେ ଜୀବନକୁ ଉପଭୋଗ କରିବାକୁ ମୋଦି ପରାମର୍ଶ ଦେଇଛନ୍ତି।
ନୂଆ ନାଗରିକତ୍ୱ ଆଇନର କାର୍ଯ୍ୟକାରିତାକୁ ନେଇ ଉତ୍ତରପୂର୍ବାଞ୍ଚଳରେ ଦେଖାଦେଇଥିବା ଉତ୍ତେଜନାକୁ ଶାନ୍ତ କରିବାକୁ ପ୍ରଧାନମନ୍ତ୍ରୀ ପ୍ରୟାସ କରିଥିଲେ। ସେ କହିଥିଲେ, ସିଏଏ କାର୍ଯ୍ୟକାରୀ ହେବା ପରେ ଅନ୍ୟ ଦେଶରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଆସି ସେଠାରେ ରହିବେ ବୋଲି ବିଭ୍ରାନ୍ତିକର ଖବର ପ୍ରଚାର କରାଯାଉଛି। ସେପରି କିଛି ହେବ ନାହିଁ। ପୂର୍ବରୁ ଦୁଇଥର ବୋଡୋ ଚୁକ୍ତି ସ୍ବାକ୍ଷର ହୋଇଥିଲେ ହେଁ ସ୍ଥାୟୀ ଶାନ୍ତି ଆସିପାରି ନ ଥିଲା। ବର୍ତ୍ତମାନର ଚୁକ୍ତିନାମା ସମାଜର ସବୁ ବର୍ଗ ଓ ସମ୍ପ୍ରଦାୟ ପାଇଁ ବିଜୟ। ଏଥିରେ କାହାର କ୍ଷତି ହେବାର ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଗତ ୨୭ରେ ସରକାର ନ୍ୟାଶନାଲ ଡେମୋକ୍ରାଟିକ୍‌ ଫ୍ରଣ୍ଟ ଅଫ ବୋଡୋଲାଣ୍ଡ (ଏନ୍‌ଡିଏଫ୍‌ବି)ର ସବୁ ଗୋଷ୍ଠୀ, ଅଲ୍‌ ବୋଡୋ ଷ୍ଟୁଡେଣ୍ଟସ୍‌ ୟୁନିୟନ (ଏବିଏସ୍‌ୟୁ) ଏବଂ ୟୁନାଇଟେଡ ବୋଡୋ ପିପୁଲ୍ସ ଅର୍ଗାନାଇଜେଶନ (ୟୁବିପିଓ) ସହ ଶାନ୍ତି ଚୁକ୍ତି ସ୍ବାକ୍ଷର କରିଥିଲେ। ସରକାର ସେମାନଙ୍କୁ ରାଜନୈତିକ ଓ ଅର୍ଥନୈତିକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ସ୍ବତନ୍ତ୍ର ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ଲାଗି ସେମାନଙ୍କ ଦାବିକୁ ସରକାର ଗ୍ରହଣ କରିନାହାନ୍ତି। ଉଚ୍ଚ କ୍ଷମତାସମ୍ପନ୍ନ କମିଟି ରିପୋର୍ଟ ଦାଖଲ କରିବା ପରେ ଆସାମ ଚୁକ୍ତିନାମାର ଧାରା ୬କୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଆସାମ ଜନସାଧାରଣଙ୍କ ସଂସ୍କୃତି, ସାମାଜିକ, ଭାଷାଗତ ପରିଚିତି ଏବଂ ଐତିହ୍ୟର ସୁରକ୍ଷା, ସଂରକ୍ଷଣ ଓ ପ୍ରସାର ଦିଗରେ ଏହି ଧାରା ସାମ୍ବିଧାନିକ, ବୈଧାନିକ ତଥା ପ୍ରଶାସନିକ ସୁରକ୍ଷା ଯୋଗାଇଦେବ। ଏକଦା କେବଳ ଗ୍ରହଣ କରୁଥିବା ରାଜ୍ୟ ଭାବେ ବିବେଚିତ ହେଉଥିବା ଉତ୍ତରପୂର୍ବାଞ୍ଚଳ ଏବେ ବିକାଶର ଇଞ୍ଜିନ ହୋଇଛି ବୋଲି ମୋଦି କହିଥିଲେ। ତ୍ରୟୋଦଶ ଅର୍ଥ କମିଶନଙ୍କ ସମୟରେ ଏହି ଅଞ୍ଚଳକୁ ୯୦ ହଜାର କୋଟି ଟଙ୍କା ଅନୁଦାନ ମିଳିଥିବାବେଳେ ତାଙ୍କ ସରକାରରେ ଚତୁର୍ଦ୍ଦଶ ଅର୍ଥ କମିଶନରେ ଏହା ୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ନ ଥିବାରୁ ପହଞ୍ଚି ପାରିଲାନି ମହାପ୍ରୟାଣ ଯାନ, ଖଟିଆରେ ବୁହା ହେଲା ମୃତଦେହ

ଦାରିଙ୍ଗବାଡ଼ି, ୩।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଉପାନ୍ତ ଅଞ୍ଚଳରେ ରାସ୍ତା ନଥିବାରୁ ମୃତଦେହକୁ ଖଟିଆରେ ବୁହାହେବା ଘଟଣା ଏବେ ମୋବାଇଲକୁ ମୋବାଇଲ ଭାଇରଲ…

ସ୍କୁଟିରେ ଯାଉଥିଲେ ମହିଳା, ସୁନାଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

କର୍ଲାମୁଣ୍ଡା,୩ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ଅନ୍ତର୍ଗତ ଅବୁଜବାହାଲ-ବଡଡୁଙ୍ଗୁରୀଗୁଡା ରାସ୍ତାର ଭାଲୁଡୁଙ୍ଗୁରୀ ନିକଟରେ ଶନିବାର ଅପରାହ୍ନରେ ଜଣେ ମହିଳାଙ୍କ ଠାରୁ ସୁନାଚେନ୍‌…

ବାଙ୍କିପୁରରେ ପ୍ରଶାନ୍ତ କିଶୋରଙ୍କ ବିଜୟ ନିଶ୍ଚିତ? କୀର୍ତ୍ତି ଆଜାଦଙ୍କ ଭାଇ କଲେ ବଡ଼ ଦାବି

ପାଟନା,୩।୮: ବିହାରର ବାଙ୍କିପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନର ଫଳାଫଳ ଆସୁଛି। ଇତି ମଧ୍ୟରେ, ପୂର୍ବତନ ଭାରତୀୟ ପୋଲିସ ସେବା (IPS) ଅଧିକାରୀ ଯଶୋବର୍ଦ୍ଧନ ଝା ଆଜାଦ…

ଷ୍ଟେଶନରେ ଚଲାବୁଲା କରୁଥିଲେ ଅଜଣା ବ୍ୟକ୍ତି, ହଠାତ୍‌ ହେଲା ରକ୍ତବାନ୍ତି, ଆଉ ତା’ ପରେ…

ନନ୍ଦପୁର,୩ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ କୁମାରଗନ୍ଧନା ପଞ୍ଚାୟତର ପାଲିବା ରେଳ ଷ୍ଟେଶନ ବାହାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।…

ପ୍ରଧାନମନ୍ତ୍ରୀଙ୍କ ପାଇଁ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ନାବାଳିକାଙ୍କ ବିରୁଦ୍ଧରେ ନିଆଯିବ ନାହିଁ କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୩।୮: ଗତ ମାସରେ ଜନ୍ତର ମନ୍ତରରେ ‘କକ୍ରୋଚ ଜନତା ପାର୍ଟି’ (CJP) ଦ୍ୱାରା ଆୟୋଜିତ ଛାତ୍ର ପ୍ରତିବାଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

ଶବ୍ଦ ପଛର ସତ୍ୟ

ଆମେ ସାଧାରଣତଃ ଧରିନେଉ ଯେ ଲୋକେ ଯାହା କହନ୍ତି, ସେହି ଅର୍ଥରେ ହିଁ କହନ୍ତି। କିନ୍ତୁ ବାସ୍ତବ ଜୀବନରେ ଅନେକ ସମୟରେ ଶବ୍ଦ ଓ ଉଦ୍ଦେଶ୍ୟ ମଧ୍ୟରେ…

ନକଲ ପାଇଁ ଅକଲ ଦରକାର

ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ଅନୁକରଣ କରିବା ତା’ର ଜନ୍ମଗତ ପ୍ରବୃତ୍ତି। ଶିଶୁଟିଏ ଜନ୍ମ ହେବା ପରେ ନିଜ ପରିବାର ଓ ଆଖପାଖର ଲୋକଙ୍କୁ ଦେଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri