ଶରୀରର କେଉଁଠି କରିବେ ଟାଟୁ, ଜାଣନ୍ତୁ..

ଆଜିର ଏହି ଅଲଟ୍ରା ମଡର୍ନ ଦୁନିଆରେ ଟାଟୁର କ୍ରେଜ୍‌ ବି କିଛି କମ୍‌ ନୁହେଁ। କିଛି ଲୋକ ରେକର୍ଡ ନିଶାରେ ଶରୀରରେ ଟାଟୁ କରାଇଥାନ୍ତି ତ ଆଉ କିଛି ଲୋକ ଫ୍ୟାଶନେବଲ୍‌ ଲୁକ୍‌ ପାଇଁ ଏହାକୁ ଟ୍ରାଏ କରିଥାନ୍ତି। ତେବେ ଶରୀରର କେଉଁ କେଉଁ ସ୍ଥାନରେ ଟାଟୁ କଲେ ଏହା ଆକର୍ଷଣୀୟ ଲାଗେ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ବେକର ପଛପଟେ: ଆଜିକାଲି ବେକର ପଛପଟେ ଟାଟୁ କରିବାକୁ ମହିଳାମାନେ ଖୁବ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ଆପଣ ବି ଚାହିଁଲେ ନିଜ ପସନ୍ଦ ମୁତାବକ ଯେ କୌଣସି ଟାଟୁ ଡିଜାଇନ୍‌କୁ ଏଠାରେ କରିପାରିବେ। ହେଲେ ଏଠାରେ ଟାଟୁ କରିବା ଏତେ ସହଜ କଥା ନୁହେଁ। ଏଥିପାଇଁ ବହୁତ କଷ୍ଟ ସହିବାକୁ ହୋଇଥାଏ। ତା’ସହିତ ଏହି ସ୍ଥାନରେ ଟାଟୁ କଲେ ଯେମିତି ଇନ୍‌ଫେକ୍‌ଶନ୍‌ ନ ହେବ ସେଥିପାଇଁ ବି ସ୍ପେଶାଲ୍‌ କେୟାର୍‌ ନେବାକୁ ପଡିଥାଏ।

କଚଟିରେ: ଏହି ସ୍ଥାନରେ ଟାଟୁ କରିବାକୁ ଖୁବ୍‌ କମ୍‌ ସମୟ ଲାଗିବା ସହ କଷ୍ଟ ବି ଟିକେ କମ୍‌ ହୋଇଥାଏ। ତା’ଛଡ଼ା ବଡ଼ ସାଇଜ୍‌ର ଟାଟୁ ତୁଳନାରେ ଛୋଟ ସାଇଜ୍‌ର ଟାଟୁ ହିଁ ଏ ସ୍ଥାନକୁ ଭଲ ମାନିଥାଏ। ଯଦ୍ଦ୍ବାରା ଆବଶ୍ୟକ ପଡିଲେ ଘଣ୍ଟା କିମ୍ବା ବ୍ରେସ୍‌ଲେଟ୍‌ ପିନ୍ଧି ଏହାକୁ ଆରାମରେ ଲୁଚାଇ ହୁଏ। ହେଲେ ଧ୍ୟାନ ରଖିବେ, ଟାଟୁର ଦରଜ ସମ୍ପୂର୍ଣ୍ଣ ନ କମିଲା ପର୍ଯ୍ୟନ୍ତ କଚଟିରେ ନା ଘଣ୍ଟା ପିନ୍ଧିବେ ନା କୌଣସି ଜୁଏଲେରି ପିନ୍ଧିବେ। ନଚେତ୍‌ ଇନ୍‌ଫେକ୍‌ଶନ୍‌ ହେବାର ସମ୍ଭାବନା ଥାଏ।

ଆଙ୍ଗୁଠିରେ: ଆଙ୍ଗୁଠିରେ ସାଧାରଣତଃ ଛୋଟ ଛୋଟ ସାଇଜ୍‌ର ଟାଟୁ କଲେ ଷ୍ଟାଇଲିଶ୍‌ ଲାଗିଥାଏ। ଆଜିକାଲି ତ ଦେଖିବାକୁ ମିଳୁଛି ଯୁବତୀମାନେ ଛୋଟ ଛୋଟ ଫୁଲ, ସୂର୍ଯ୍ୟ କିମ୍ବା ସ୍ବସ୍ତିକ ଚିହ୍ନ ଅବା ଓମ୍‌ର ଟାଟୁ କରି ଆଙ୍ଗୁଠିଗୁଡ଼ିକୁ ଆକର୍ଷଣୀୟ ଲୁକ୍‌ ଦେଇପାରୁଛନ୍ତି। ଆପଣ ବି ଚାହିଁଲେ ଏହି ଷ୍ଟାଇଲ୍‌କୁ ଅନୁକରଣ କରିପାରିବେ।

ଗୋଇଠିରେ: ଗୋଇଠି ଉପରେ ଟାଟୁ କରିବା ଆଜିକାଲି ଯେମିତି ଗୋଟେ ଟ୍ରେଣ୍ଡ ପାଲଟି ଗଲାଣି। ଫ୍ୟାଶନ ପାଇଁ ଯୁବପିଢିମାନେ ଲତା କିମ୍ବା ଫୁଲ ଷ୍ଟାଇଲ୍‌ର ଛୋଟ ଛୋଟ ଟାଟୁ ଏହି ସ୍ଥାନରେ କରୁଛନ୍ତି। ଆପଣ ବି ଚାହିଁଲେ ଏଭଳି ଟାଟୁ ଗୋଇଠିରେ କରି ଷ୍ଟାଇଲିଶ୍‌ ଲୁକ୍‌ ପାଇପାରିବେ। ଆଉ ଆବଶ୍ୟକ ପଡିଲେ ଆଙ୍କଲ୍‌ ଲେନ୍ଥ ବୁଟ୍‌ ପିନ୍ଧି ଏହାକୁ ଲୁଚାଇ ବି ପାରିବେ।

କାନର ପଛ ଭାଗରେ: କାନର ପଛ ଭାଗରେ ଟାଟୁ କରିବା ବି ଏବେ ଏକ ଲାଟେଷ୍ଟ ଫ୍ୟାଶନ କହିଲେ ଚଳେ। ଯେହେତୁ ଏ ସ୍ଥାନଟି ଚୁଟି ପାଖରେ ରହିଥାଏ, ତେଣୁ ସବୁବେଳେ ଏହି ଟାଟୁ ବାହାରକୁ ଦେଖାଯାଏ ନାହିଁ। ତଥାପି ବି ଏହା ସୁନ୍ଦର ଲାଗିଥାଏ। ଆପଣ ଚାହିଁଲେ ଏହି ଟାଟୁକୁ କାନର ପଛ ଭାଗରୁ ଆରମ୍ଭ କରି ବେକ ପର୍ଯ୍ୟନ୍ତ ମଧ୍ୟ କରିପାରିବେ। ହେଲେ ଏ ସ୍ଥାନରେ ଟାଟୁ କଲାବେଳେ ଖୁବ୍‌ କଷ୍ଟ ସହିବାକୁ ପଡିଥାଏ।

କାନ ଉପରେ: ଯଦି ଆପଣଙ୍କୁ କ୍ୟୁଟ୍‌ ତଥା ଛୋଟ ସାଇଜ୍‌ର ଟାଟୁ କରିବା ପସନ୍ଦ, ତା’ହେଲେ କାନର ଉପରି ଭାଗରେ ଏହାକୁ ଟ୍ରାଏ କରନ୍ତୁ, ଟିକେ ଡିଫରେଣ୍ଟ ଲୁକ୍‌ ମିଳିବ। ହେଲେ ଏଥିପାଇଁ ବି ଟିକେ କଷ୍ଟ ସହିବାକୁ ପଡିବ।
କାନ୍ଧ ଉପରେ: ଆପଣ ଆପଣଙ୍କର ବ୍ୟକ୍ତିତ୍ୱକୁ ସୁହାଇଲା ଭଳି କୌଣସି ଛବି କିମ୍ବା ଅକ୍ଷରକୁ ଟାଟୁ ମାଧ୍ୟମରେ ନିଜ କାନ୍ଧ ଉପରେ କରି ଡିଫରେଣ୍ଟ ଲୁକ୍‌ ବି ପାଇପାରିବେ।

କେବଳ ଏତିକି କୁହାଯାଇପାରେ, ଟାଟୁକୁ ଶରୀରର ଯେ କୌଣସି ସ୍ଥାନରେ କରନ୍ତୁ ନା କାହିଁକି ଏହା କଷ୍ଟଦାୟକ ତ ନିଶ୍ଚିତ ଭାବେ ହୋଇଥାଏ। ହେଲେ ଆପଣ ଏହାକୁ କେଉଁ ସ୍ଥାନରେ ଓ କିଭଳି କରିବେ ତାହା ଆପଣଙ୍କ ପସନ୍ଦ ଏବଂ କଷ୍ଟ ସହିବାର କ୍ଷମତା ଉପରେ ହିଁ ନିର୍ଭର କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁରେ ଅମ୍ଳଜାନ

ଭୂପୃଷ୍ଠର ପ୍ରାୟ ୭୧ ପ୍ରତିଶତ ଜଳ ଦ୍ୱାରା ଆଚ୍ଛାଦିତ। ଏହି ଜଳ ମଧ୍ୟରୁ ମହାସାଗରର ଭାଗ ହେଉଛି ଶତକଡ଼ା ୯୬.୫, ଯାହାକି ଲବଣାକ୍ତ ଏବଂ ଆମେ...

ଏହି ୪ ପ୍ରକାର ବ୍ୟକ୍ତିଙ୍କଠାରୁ ସର୍ବଦା ଦୂରେଇ ରୁହନ୍ତୁ: ହୋଇଯିବେ ନଷ୍ଟ

ମନୁଷ୍ୟ ଜୀବନରେ ସୁସଙ୍ଗର ଅଭାବ ରହିବା କୁସଙ୍ଗ ଅପେକ୍ଷା ଭଲ ବୋଲି ବିବେଚନା କରାଯାଏ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଏପରି ଲୋକମାନଙ୍କ ବିଷୟରେ ଉଲ୍ଲେଖ...

ମହାଶିବରାତ୍ରିରେ ଚମକିବ ଏସବୁ ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ, ଜାଣି ନିଅନ୍ତୁ…

ହିନ୍ଦୁ ଧର୍ମରେ ମହାଶିବରାତ୍ରିର ବିଶେଷ ମହତ୍ୱ ରହିଛି। ଏହି ଦିନ ଭଗବାନ ଶିବଙ୍କୁ ଆରାଧନା କରାଯାଇଥାଏ। ଏହାଦ୍ୱାରା ସମସ୍ତ ମନୋକାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ...

ଶୀତଦିନେ ସପ୍ତାହରେ ୨ ଥର କରନ୍ତୁ ଉଷୁମ ତେଲ ମାଲିସ୍‌…

ଶୀତଦିନେ ଶରୀରରେ ଉଷୁମ ତେଲ ମାଲିସ୍‌ କଲେ ଅନେକ ଉପକାର ମିଳିଥାଏ । ଏହା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହେବା ସହିତ ହାର୍ଟ ଆଟାକ୍‌ରୁ ମୁକ୍ତି...

କାନରେ ଇୟରଫୋନ୍‌ ବ୍ୟବହାର କରୁଛନ୍ତି କି, ହୋଇଯାନ୍ତୁ ସାବଧାନ

ଅଧିକାଂଶ ଲୋକ କାନରେ ଇଅରଫୋନ ଲଗାଇ କଥା ହେବା କିମ୍ବା ଗୀତ ଶୁଣିବା ନିତିଦିନିଆ ଅଭ୍ୟାସ। କିନ୍ତୁ ଏହା କାନ ପାଇଁ ଯେ କେବେ କ୍ଷତିକାରକ...

କ୍ରନିକ୍‌ ରୋଗ ଓ ଛଣାତେଲ

ଆଜିକାଲି ଛଣାଛଣି ଏବଂ ଚଟପଟିଜାତୀୟ ଖାଦ୍ୟର ଚାହିଦା ଅଧିକ। ଅନେକେ ଏପରି ଖାଦ୍ୟ ପ୍ରସ୍ତୁତ ପାଇଁ ଆବଶ୍ୟକ ତେଲକୁ ଏକାଧିକ ଥର ବ୍ୟବହାର କରିଥାଆନ୍ତି। ଅନେକେ...

ଘରୋଇ ସ୍କ୍ରବ୍‌

ତ୍ୱଚାକୁ ବ୍ରଣ କିମ୍ବା ଅନ୍ୟାନ୍ୟ ସମସ୍ୟାଠୁ ଦୂରେଇ ରଖିବା ଲାଗି ମଝିରେ ମଝିରେ ଏକ୍ସଫୋଲିଏଟ୍‌ କରିବା ଦରକାର; ଯାହା କି ତ୍ୱଚାକୁ ଧୂଳି, ପ୍ରଦୂଷଣରୁ ରକ୍ଷା...

ଏହିସବୁ ରୋଗରେ ଆକ୍ରାନ୍ତ ଲୋକଙ୍କୁ କାଜୁ ଖାଇବା ମନା

ଭଲ ସ୍ବାସ୍ଥ୍ୟ ପାଇଁ ଲୋକେ କାଜୁଠୁ ଆରମ୍ଭକରି ଆଲମଣ୍ଡ, ଅଖରୋଟ ଆଦି କେତେ କ’ଣ ଡ୍ରାଏ ଫ୍ରୁର୍ସ ଖାଇଥାନ୍ତି। ତେବେ କାଜୁକୁ ଲୋକେ ତରକାରି ଓ...

Advertisement
Archives

Model This Week