ଶରଧାବାଲିରେ ତିନିରଥ : ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ

ପୁରୀ ଅଫିସ,୫।୭ : ଶ୍ରୀମନ୍ଦିର ଛାଡ଼ି ବଡଦାଣ୍ଡକୁ ଓହ୍ଲାଇ ଆସିଲେ ଚତୁର୍ଦ୍ଧାବିଗ୍ରହ। ତାଙ୍କ ସ୍ପର୍ଶରେ ରଥ, ପଥ ହେଲା ବ୍ରହ୍ମମୟ। ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କର ଘଟିଲା ମହାମିଳନ। ଦାରୁଦିଅଁଙ୍କ ଦର୍ଶନ ପାଇ ଭାବରେ ଭିଜିଲେ ଭକ୍ତ। ପରେ ଭଉଣୀ ଭାଇଙ୍କୁ ସାଥିରେ ଧରି କଳାଠାକୁର ବାହାରିଲେ ଜନ୍ମବେଦି ଅଭିମୁଖେ। ଗୁରୁବାର ଘୋଷଯାତ୍ରାରେ ଅନୁକୂଳ ପାଗ ଓ ସଅଳ ନୀତିକାନ୍ତି ଯୋଗୁ ସଞ୍ଜ ନଇଁବା ପୂର୍ବରୁ ଶରଧାବାଲିରେ ତିନିରଥ ପହଞ୍ଚିଛନ୍ତି। ରାତିରେ ରଥରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇ ଶୁକ୍ରବାର ଆଡ଼ପମଣ୍ଡପକୁ ବିଜେ କରିବେ ଦାରୁଦିଅଁ। ଏହି ନବଦିନାତ୍ମକ ଯାତ୍ରା ଦେଖିବା ଲାଗି ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ।
ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଜନସମୁଦ୍ର ପାଲଟିଥିଲା ଶ୍ରୀକ୍ଷେତ୍ର। ମେଘୁଆ ପାଗ ସହ ସାମାନ୍ୟ ଗୁଳୁଗୁଳି ହେଉଥିଲେ ବି ଭକ୍ତ-ଭଗବାନଙ୍କ ମଧ୍ୟରେ ଏହା ବାଧକ ସାଜିପାରି ନ ଥିଲା। ରଥାରୂଢ ଠାକୁରଙ୍କ ଦର୍ଶନ ଲାଗି ଅପେକ୍ଷା କରିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ପ୍ରାତଃ ୫ଟା ୨୫ରେ ଠାକୁରଙ୍କ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ହୋଇଥିଲା। ସକାଳ ୭ଟା ୪୫ରେ ସକାଳ ଧୂପ ବଢିଥିଲା। ଏହାପରେ ଦେଉଳ ପୁରୋହିତ ତିନିରଥ ପ୍ରତିଷ୍ଠା କରିଥିଲେ। ସକାଳ ୮ଟା ୫ରେ ମଙ୍ଗଳାର୍ପଣ ହୋଇ ପୁଷ୍ପାଞ୍ଜଳି ସରିଥିଲା। ନିର୍ଦ୍ଧାରିତ ପହଣ୍ଡି ନୀତିର ୧ଘଣ୍ଟା ୧୦ମିନିଟ୍‌ ପୂର୍ବରୁ ଅର୍ଥାତ୍‌ ସକାଳ ୮ଟା ୨୦ରେ ବାଜିଥିଲା ବିଜେ କାହାଳୀ। ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି। ହରିବୋଲ, ହୁଳହୁଳି, ଘଣ୍ଟନାଦ ଏବଂ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ସିଂହଦ୍ୱାର ସମ୍ମୁଖ। ପରମ୍ପରା ଅନୁଯାୟୀ, ଧାଡ଼ି ପହଣ୍ଡିରେ ଆସିଥିଲେ ଦାରୁବିଗ୍ରହ। ପ୍ରଥମେ ଶ୍ରୀସୁଦର୍ଶନ ଦର୍ପଦଳନ (ଦେବୀ ସୁଭଦ୍ରା) ରଥରେ ସକାଳ ୮ଟା ୫୦ରେ ବିଜେ କରିଥିଲେ। ଏହାପରେ ୯ଟା ୪୫ରେ ବଡ ଠାକୁର ବଳଭଦ୍ର ଏବଂ ୧୦ଟାରେ ଦେବୀ ସୁଭଦ୍ରା ରଥାରୂଢ ହୋଇଥିଲେ। ଶେଷରେ ଆସିଥିଲେ କଳାଠାକୁର। ତେବେ ପହଣ୍ଡି ବେଳେ ବେଶ୍‌ ଅଝଟ କରିଥିଲେ। ପୂର୍ବାହ୍ନ ୧୦ଟାରେ ସିଂହଦ୍ୱାର ଗୁମୁଟରେ ପହଞ୍ଚତ୍ ଯାଇଥିଲେ ମଧ୍ୟ ଆଉ ଆଗକୁ ବଢି ନ ଥିଲେ। ସତେ ଯେମିତି ଗୁମୁଟରୁ ବାହାରିବାକୁ ଇଚ୍ଛା ନ ଥିଲା। ପ୍ରାୟ ୩୫ ମିନିଟ୍‌ ଗୁମୁଟ ଭିତରେ ବାମ ଡାହାଣ ହୋଇଥିଲେ। ଶେଷରେ ଅଭିମାନ ଭାଙ୍ଗି ୧୦ଟା ୩୫ରେ ବାହାରକୁ ଆସିଥିଲେ। ଏହାପରେ ଟହଲି ଟହଲି ସାଢେ ୧୧ଟାରେ ରଥାରୂଢ ହୋଇଥିଲେ ହଟିଆ ଠାକୁର। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ପହଣ୍ଡି ଶେଷ ଲାଗି ସମୟ ଧାର୍ଯ୍ୟ ହୋଇଥିଲେ ହେଁ, ୧ଘଣ୍ଟା ପୂର୍ବରୁ ଅର୍ଥାତ୍‌ ସାଢେ ୧୧ଟା ସୁଦ୍ଧା ଏହା ସମ୍ପନ୍ନ ହୋଇଥିଲା। ୧୧ଟା ୫୦ରେ ମଦନମୋହନ ରଥକୁ ବିଜେ ହୋଇଥିଲେ। ଏହାପରେ ମହାପ୍ରଭୁଙ୍କ ଚିତା ଲାଗି କରାଯାଇଥିଲା। ମଧ୍ୟାହ୍ନ ୧୨ଟାରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ତାଙ୍କ ଶିଷ୍ୟ ଓ ସାଧକଙ୍କ ସହିତ ଆସି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ବେଶ ବଢିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରୁ ତାମଯାନରେ ଆସି ଅପରାହ୍ନ ୧ଟା ୧୦ରେ ତିନିରଥରେ ଛେରାପହଁରା କରିଥିଲେ। ଏହା ପରେ ସଙ୍ଗେସଙ୍ଗେ ଚାରମାଳ ଫିଟା ହୋଇ ଘୋଡ଼ା ଓ ସାରଥି ଲାଗି କରାଯାଇଥିଲା। ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ତେବେ ଏହାର ପ୍ରାୟ ୧ଘଣ୍ଟା ୫୦ ମିନିଟ ପୂର୍ବରୁ ଅର୍ଥାତ୍‌ ୨ଟା ୧୦ରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ୩ଟାରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ଅପରାହ୍ନ ୩ଟା ୪୦ରେ ବିଶ୍ୱନିୟନ୍ତା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇଥିଲା।
ତିନିରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣିନେଇଥିଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ। ଅପରାହ୍ନ ୫ଟା ୪୫ରେ ଶରଧାବାଲିରେ ଲାଗିଥିଲା ତାଳଧ୍ୱଜ ରଥ। ଏହାର ୧୦ମିନିଟ୍‌ ପରେ ଦର୍ପଦଳନ ରଥ ଏବଂ ଶେଷରେ ସନ୍ଧ୍ୟା ୬ଟା ୪୦ରେ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଥିଲା। ସେଠାରେ ପ୍ରଶାସନ ପକ୍ଷରୁ ରଥ ଚତୁଃପାର୍ଶ୍ୱରେ ବ୍ୟାରିକେଡ୍‌ କରାଯାଇଛି। ଭକ୍ତମାନେ ରଥତଳେ ରହି ରଥାରୂଢ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିବେ। ଶୁକ୍ରବାର ରଥରେ ଠାକୁରଙ୍କ ସନ୍ଧ୍ୟାଧୂପ ନୀତି ସରିବା ପରେ ପହଣ୍ଡି ହେବ। ଚତୁର୍ଦ୍ଧାବିଗ୍ରହ ଗୋଟି ପହଣ୍ଡିରେ ଯାଇ ଆଡ଼ପମଣ୍ଡପ ତଥା ଜନ୍ମବେଦିରେ ବିଜେ କରିବେ ଏବଂ ଶନିବାରଠାରୁ ସେଠାରେ ଭକ୍ତଙ୍କୁ ଦର୍ଶନ ଦେବେ। ରଥଯାତ୍ରାରେ ୮ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ପ୍ରଶାସନ ପକ୍ଷରୁ ପ୍ରାକ୍‌ ଆକଳନ କରାଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଣା ନଦୀପଥରେ ଆସିଲା ବୃହତ୍‌ ମେଶିନ

କେନ୍ଦ୍ରାପଡ଼ା ଅଫିସ, ୬ା୪: କେନ୍ଦ୍ରାପଡ଼ା ଜିଲା ଜଳପଥରେ ନୌପରିବହନ ଦୀର୍ଘଦିନ ପରେ ଦେଖିବାକୁ ମିଳିଛି। ଚାର୍ଟାର୍ଡ ଭେସେଲରେ କୌଣସି ଏକ କମ୍ପାନୀ ପାଇଁ ଆସିଥିବା ଏକ...

କରୋନା ଯୋଦ୍ଧାଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ହସ୍ପିଟାଲ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): କରୋନା ଯୋଦ୍ଧାଙ୍କ ଚିକିତ୍ସାକୁ ଅଧିକ ଗୁରୁତ୍ୱ ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଆଦିତ୍ୟ ଅଶ୍ୱିନୀ କୋଭିଡ୍‌-୧୯ ହସ୍ପିଟାଲରେ କରୋନା ସଂକ୍ରମିତ ଡାକ୍ତର...

ବିଦ୍ୟୁତ୍‌ ଖୁଣ୍ଟରୁ ପଡ଼ି ଶ୍ରମିକଙ୍କ ଗଲା ଜୀବନ: ସେସୁ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ

ନିରାକାରପୁର,୨୦ା୪(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ବିଦ୍ୟୁତ୍‌ ବିଭାଗ ଅଧୀନ ଲେଣ୍ଡୋ ପଞ୍ଚାୟତ ଭଗବତୀପଡ଼ାଠାରେ ଖୁଣ୍ଟରେ କାମ କରୁଥିବାବେଳେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଶୁୁକ୍ରବାର ପୂର୍ବାହ୍ନ...

୪ ବର୍ଷ ପରେ ବଳାତ୍କାରୀ ଅଭିଯୁକ୍ତ ଗିରଫ

ଖଡିଆଳ, ୪।୩ ଦୀର୍ଘ ୪ ବର୍ଷ ପରେ ଗିରଫ ହୋଇଛନ୍ତି ବଳାତ୍କାରୀ ଅଭିଯୁକ୍ତ। ସେ ହେଲେ ନୂଆପଡା ଜିଲା ଖଡିଆଳ ବ୍ଲକ ରାନିମୁଣ୍ଡା ପଞ୍ଚାୟତ କୋଟାମାଲ...

ପୋଷ୍ଟାଲ ବାଲଟ୍‌ ଗଣତି ଶେଷ: ବିଜେଡି ଆଗୁଆ

ଭୁବନେଶ୍ୱର,୧୦ା୧୧(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ସକାଳୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ତେବେ ଏହି ୨ ନିର୍ବାଚନମଣ୍ଡଳୀରେ ପୋଷ୍ଟାଲ ବାଲଟ୍‌ ଭୋଟ...

ଚାଉଳ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ

ଭୁବନେଶ୍ୱର, ୨୨ା୩(ବ୍ୟୁରୋ): ବିଗତ ଦୁଇ ଦଶନ୍ଧିରେ ରାଜ୍ୟ ସରକାରଙ୍କ ଦ୍ବାରା ଜଳସେଚନର ସୁବିଧା ଓ ସମୟୋଚିତ ଯୋଜନା ଫଳରେ ରାଜ୍ୟ କୃଷି କ୍ଷେତ୍ରରେ ପ୍ରଭୂତ ଉନ୍ନତି...

ସାଢେ ତିନିବର୍ଷ ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା: ଅଭିଯୁକ୍ତ ଯୁବକଙ୍କୁ ଫାଶୀ ଦଣ୍ଡାଦେଶ

କେନ୍ଦୁଝର,୧୯।୧୨(ସ୍ବ.ପ୍ର): ସାଢ଼େ ତିନିବର୍ଷର ଶିଶୁକନ୍ୟାକୁ ବଳାତ୍କାର ଓ ହତ୍ୟା ମାମଲାରେ ଗୁରୁବାର ସ୍ଥାନୀୟ ଜିଲା ଦୌରାଜଜ୍‌ କୋର୍ଟ ଜଣେ ଅଭିଯୁକ୍ତ ଯୁବକଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି।...

କଟକରେ କାୟା ବିସ୍ତାର କରୁଛି କରୋନା: ଆଜି ୬୫ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୭।୭-କଟକରେ କାୟା ବିସ୍ତାର କରୁଛି କରୋନା। ସୋମବାର ସହରରୁ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୯ ଜଣ କ୍ୱାରାଣ୍ଟାଇନରେ...

Advertisement
Archives

Model This Week