ଶନିବାର ପୂର୍ବାହ୍ନ ୧୦.୩୦ରେ ଆସିବ ଅଯୋଧ୍ୟା ରାୟ

ଅଯୋଧ୍ୟା/ନୂଆଦିଲ୍ଲୀ,୮।୧୧(ପି.ଟି.): ବହୁଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲା ରାୟ ଶନିବାର ପୂର୍ବାହ୍ନ ୧୦.୩୦ରେ ପ୍ରକାଶ ପାଇପାରେ। ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ ପୂର୍ବରୁ ମନ୍ଦିର ସହର ଅଯୋଧ୍ୟାରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସବୁ ରାଜ୍ୟରେ ହାଇହାଲର୍ଟ ଜାରି କରାଯାଇଛି। ପରିସ୍ଥିତି ଉପରେ ନଜର ରଖିବା ଲାଗି ଡ୍ରୋନ୍‌କୁ ବ୍ୟବହାର କରାଯାଉଛି। ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ ଶୁକ୍ରବାର ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ରାଜ୍ୟର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି। ସିଜେଆଇଙ୍କ ଚାମ୍ବରରେ ଏକଘଣ୍ଟା ଧରି ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ସଚିବ ରାଜେନ୍ଦ୍ର କୁମାର ତିଓ୍ବାରୀ ଓ ଡିଜିପି ଓମ୍‌ପ୍ରକାଶ ସିଂ ଯୋଗଦେଇଥିଲେ। ରାଜ୍ୟରେ ଆଇନଶୃଙ୍ଖଳା ବଜାୟ ରଖିବା ଲାଗି ନିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସେମାନେ ସିଜେଆଇଙ୍କୁ ଅବଗତ କରାଇଥିଲେ। ରାମ ଜନ୍ମଭୂମି ଥାନା, ରାମ ଜନ୍ମଭୂମି ନ୍ୟାସର କାର୍ଯ୍ୟଶାଳା ସମେତ ସହରର ବିଭିନ୍ନ ସ୍ଥାନରେ ପୋଲିସ ଦୁଇଚକିଆ ଯାନଗୁଡ଼ିକର ତଲାସି ନେଉଥିବା ଦେଖାଯାଇଛି। ଅଯୋଧ୍ୟା ସମେତ ଉତ୍ତରପ୍ରଦେଶର ବିଭିନ୍ନ ସମ୍ବେଦନଶୀଳ ଜିଲାକୁ ପର୍ଯ୍ୟାପ୍ତ ସୁରକ୍ଷା ବଳ ଯୋଗାଇଦିଆଯାଇଥିବା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଏଡିଜି) ପି.ଭି. ରାମଶାସ୍ତ୍ରୀ କହିଛନ୍ତି।
କେବଳ ସୁରକ୍ଷା ବଳର ସଂଖ୍ୟା ବଢ଼ିନାହିଁ, ସେମାନଙ୍କୁ ଉନ୍ନତ ମାନର ଉପକରଣ ସହ ଉପଯୁକ୍ତ ତାଲିମ ମଧ୍ୟ ପ୍ରଦାନ କରାଯାଇଛି। ବରିଷ୍ଠ ଅଧିକାରୀମାନଙ୍କୁ ସୁରକ୍ଷା ବ୍ୟବସ୍ଥା ସହ ସାମିଲ କରାଯାଇଥିବା ରାମଶାସ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଡ୍ରୋନ୍‌ କ୍ୟାମେରା ଜରିଆରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଛି। ଏଥିସହିତ ଢେଲାମାଡ଼ ଆଦି ଘଟଣା ରୋକିବା ଲାଗି ଗଣ୍ଡଗୋଳ ପ୍ରବଣ ସ୍ଥାନଗୁଡିକରେ ଡ୍ରୋନ କ୍ୟାମେରା ବ୍ୟବହାର କରାଯିବ। ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ଲାଗି ଏଟିଏସ୍‌ ୟୁନିଟ୍‌, ବୋମା ନିଷ୍କ୍ରିୟକାରୀ ଟିମ୍‌, ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ଟିମ୍‌କୁ ନିୟୋଜିତ କରାଯାଇଛି। ତେବେ ଏନ୍‌ଏସ୍‌ଜି ମୁତୟନ ହେବାର ଯୋଜନା ନାହିଁ ବୋଲି ଏଡିଜି କହିଛନ୍ତି। ମାସେ ହେଲା ପୋଲିସ ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ଉଦ୍ୟମ ଚଳାଇଛି ବୋଲି ସେ ସୂଚନା ଦେଇଛନ୍ତି। ପୋଲିସ ପାଟ୍ରୋଲିଂକୁ ବଢ଼ାଇଦିଆଯିବା ସହ ଧର୍ମଗୁରୁଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ, ଶିକ୍ଷକ ସମାଜ ସମେତ ସମାଜର ବିଭିନ୍ନ ବର୍ଗ ସହ ଯୋଗାଯୋଗ ରଖାଯାଇଛି।
ଅଯୋଧ୍ୟାରେ ୬୦ କମ୍ପାନୀ ପିଏସି ଏବଂ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯିବା ସହ ୩୦ଟି ଛକ ସ୍ଥାନରେ ୧୦ ଡ୍ରୋନ୍‌ କ୍ୟାମେରା ଓ ସିସିଟିଭି ଲଗାଯାଇଛି। ସମଗ୍ର ସହରକୁ ୩୧ଟି ସେକ୍ଟର ଓ ୩୫ ସବ୍‌ସେକ୍ଟରରେ ବିଭକ୍ତ କରାଯାଇଛି। ଭଗବାନ ରାମଙ୍କ ଦର୍ଶନ ଲାଗି ଆସୁଥବା ଶ୍ରଦ୍ଧାଳୁଙ୍କୁ ସହର ବାହାରେ ରଖାଯାଇ ଅଳ୍ପ ଅଳ୍ପ କରି ଛଡ଼ାଯାଉଛି। ତେବେ ଶ୍ରଦ୍ଧାଳୁଙ୍କ ଆଗମନ ଉପରେ କଟକଣା ଲଗାଯାଇ ନ ଥିବା ଅନ୍ୟତମ ଏଡିଜି ଆଶୁତୋଷ ପାଣ୍ଡେ କହିଛନ୍ତି।
ସୁରକ୍ଷା ବ୍ୟବସ୍ଥା ସ୍ବରୂପ ଦୁଇଟି ହେଲିକପ୍ଟର ଲକ୍ଷ୍ନୌ ଓ ଅଯୋଧ୍ୟାରେ ଷ୍ଟାଣ୍ଡବାଏ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂର୍ବରୁ କହିଥିଲେ। ଜରୁରୀ ଆବଶ୍ୟକ ପଡିଲେ ହେଲିକପ୍ଟରର ସହାୟତା ନିଆଯିବ ବୋଲି ବିଳମ୍ବିତ ରାତିରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ପ୍ରଶାସନ ଓ ପୋଲିସର ଉଚ୍ଚପଦାଧିକାରୀମାନଙ୍କୁ କହିଥିଲେ। ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲାର ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା କରିବା ସହ ଆବଶ୍ୟକ ନିର୍ଦ୍ଦେଶ ଦେଉଥିବା ଜଣାପଡିଛି। ଲକ୍ଷ୍ନୌରେ ଏକ ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ୍‌ ସାଙ୍ଗକୁ ପ୍ରତି ଜିଲାରେ କଣ୍ଟ୍ରୋଲ ରୁମ୍‌ ଖୋଲିବାକୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?