Posted inଫୁରସତ

ଶଙ୍ଖର ମହତ୍ତ୍ୱ

ହିନ୍ଦୁ ଧର୍ମରେ ଶଙ୍ଖର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ସେଥିପାଇଁ ପ୍ରାୟ ସମସ୍ତଙ୍କ ଘରେ ଶଙ୍ଖ ଥିବା ଦେଖିବାକୁ ମିଳିଥାଏ। ତେବେ ଘରେ ଶଙ୍ଖ ରଖିଲେ କିମ୍ବା ଶଙ୍ଖ ବଜାଇଲେ କ’ଣ ଶୁଭ ଫଳ ମିଳିଥାଏ, ଆସନ୍ତୁ ଜାଣିବା ସେ ବିଷୟରେ…

*ଶଙ୍ଖର ପବିତ୍ରତା ବଜାୟ ରଖିବା ପାଇଁ ଏହାକୁ ସର୍ବଦା ଠାକୁର ଘରେ କିମ୍ବା କୌଣସି ପବିତ୍ର ସ୍ଥାନରେ ରଖିବା ଆବଶ୍ୟକ।

* କୁହାଯାଏ, ଠାକୁର ଘରେ ଶଙ୍ଖରେ ପାଣି ରଖି ପରେ ସେହି ପାଣିକୁ ଘରସାରା ଛିଞ୍ଚତ୍ଲେ ବାତାବରଣ ଶୁଦ୍ଧ ହେବା ସହ ଘର ଭିତରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରି ପାରେନା।

*ହେଲେ ଘରେ ଦୁଇଟି ଶଙ୍ଖ ରଖିବାକୁ ଅଶୁଭ ବୋଲି କୁହାଯାଇଥାଏ। ତେଣୁ ଘରେ ଗୋଟିଏ ଶଙ୍ଖ ରଖିବା ଶୁଭ।

* ସେହିପରି ଯଦି କୌଣସି ଶଙ୍ଖରେ ଫଟାଦାଗ ଥାଏ କିମ୍ବା ଏହାର କୌଣସି ଭାଗ ଭାଙ୍ଗି ଯାଇଥାଏ, ତା’ହେଲେ ସେହି ଶଙ୍ଖକୁ ଆଉ ଘରେ ନ ରଖି ପାଣିରେ ଭସାଇଦେବା ଠିକ୍‌ ହେବ।

*ଘରେ ଶଙ୍ଖ ରଖିବା ଯେତିକି ଶୁଭ ଶଙ୍ଖ ବଜାଇବା ବି ସେତିକି ପବିତ୍ର ବୋଲି ବିଶ୍ୱାସ କରାଯାଇଥାଏ। ସେଥିପାଇଁ ହିନ୍ଦୁ ପୂଜାପାର୍ବଣରେ ଶଙ୍ଖ ବଜାଇବାର ଏକ ପ୍ରଥା ରହିଛି। କୁହାଯାଏ, ଶଙ୍ଖଧ୍ୱନିରେ କେବଳ ଆଖପାଖର ବାତାବରଣ ପବିତ୍ର ହୁଏ ନାହିଁ ଅନେକ ରୋଗରୁ ବି ମୁକ୍ତି ମିଳିଥାଏ।

*କାରଣ କେତେଜଣ ବୈଜ୍ଞାନିକ ବି ପରୀକ୍ଷା କରି ଦେଖିଛନ୍ତି, ଶଙ୍ଖଧ୍ୱନି ଦ୍ୱାରା ବାତାବରଣରେ ଥିବା ଅନେକ ଅପକାରୀ ଜୀବାଣୁ ଓ କୀଟାଣୁ ନାଶ ହୋଇଯାନ୍ତି, ଯଦ୍ଦ୍ବାରା ଆମ ଶରୀର ସୁସ୍ଥ ରହିଥାଏ। ବିଶେଷକରି ଯେଉଁ ବ୍ୟକ୍ତି ନିୟମିତ ଶଙ୍ଖ ବଜାଉଥାନ୍ତି, ତାଙ୍କୁ ଶ୍ୱାସ ତଥା ହୃଦ୍‌ରୋଗ ହେବାର ଆଶଙ୍କା ଖୁବ୍‌ କ୍ଷୀଣ ଥାଏ।

*ହେଲେ ଶଙ୍ଖ ବଜାଉଥିବା ସମୟରେ ଯଦି ଏହା ହାତରୁ ଖସି ତଳେ ପଡିଯାଏ, ତା’ହେଲେ ଏହା କୌଣସି ଅଶୁଭ ସୂଚନାର ସଙ୍କେତ ଦେଇଥାଏ। ସେହିପରି ଠିକ୍‌ରେ ଶଙ୍ଖ ବଜାଇବା ବି ଆବଶ୍ୟକ। ଯଦି ଏହାକୁ ଠିକ୍‌ରେ ନ ବଜାଇ ପାରିଲେ ତା’ହେଲେ ସକାରାତ୍ମକ ଫଳ ପରିବର୍ତ୍ତେ ନକାରାତ୍ମକ ଫଳ ମିଳିଥାଏ।

*ସେହିପରି ଯଦି କୌଣସି ଶିଶୁଙ୍କର କଥା କହିବାରେ ସମସ୍ୟା ଦେଖାଯାଇଥାଏ, ତା’ହେଲେ ତାଙ୍କୁ ଶଙ୍ଖରେ ପାଣି ପିଆଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ଅନେକଙ୍କର ବିଶ୍ୱାସ ରହିଛି।

*କେବଳ ଘରେ ନୁହେଁ ବାସ୍ତୁଶାସ୍ତ୍ର ଅନୁଯାୟୀ, କର୍ମକ୍ଷେତ୍ରରେ ମଧ୍ୟ ଶଙ୍ଖ ରଖିଲେ ବ୍ୟବସାୟରେ ଉନ୍ନତି ହୋଇଥାଏ।

*ତେଣୁ ଏସବୁ ଦୃଷ୍ଟିରୁ ଦେଖିଲେ, ଯେଉଁ ବ୍ୟକ୍ତି ଆସ୍ଥା ଓ ନିଷ୍ଠାର ସହକାରେ ବିଧିପୂର୍ଣ୍ଣ ଭାବେ ଶଙ୍ଖକୁ ଘରେ ରଖିବା ସହ ତାକୁ ଠିକ୍‌ରେ ବଜାଇଥାନ୍ତି, ତାଙ୍କର ଶ୍ରୀ ବୃଦ୍ଧି ଅବଶ୍ୟ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri