Posted inଜାତୀୟ

ଲୋକଙ୍କ ସ୍ବପ୍ନ ପୂରଣରେ ଆନନ୍ଦ ମିଳେ: ମୋଦି

ନୂଆଦିଲ୍ଲୀ, ୧୩ା୮ (ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦୁଃସାହସିକ ଅଭିଯାତ୍ରୀ ବିଅର ଗ୍ରିଲ୍ସଙ୍କୁ ନେଇ ନିର୍ମିତ ଏପିସୋଡ୍‌ ‘ମ୍ୟାନ୍‌ ଭର୍ସେସ ଓ୍ବାଇଲ୍ଡ’ ସୋମବାର ରାତିରେ ଡିସ୍‌କଭରି ଚ୍ୟାନେଲରେ ପ୍ରଦର୍ଶିତ ହୋଇଛି। ଉଭୟେ ଜଙ୍ଗଲ ମଧ୍ୟରେ ବୁଲିବା ଓ ନଦୀରେ ଭ୍ରମଣ କରୁଥିବା ଦେଖିବାକୁ ମିଳିଥିଲା। ମୋଦି ଗ୍ରିଲ୍ସଙ୍କ ସହ ଅନ୍ତରଙ୍ଗ ଆଳାପ କଲାବେଳେ ପ୍ରକୃତିର ସଂରକ୍ଷଣ ଓ ସ୍ବଚ୍ଛତା ସମ୍ପର୍କରେ ଆଲୋଚନା କରିଛନ୍ତି। ଉତ୍ତରାଖଣ୍ଡର ଜିମ୍‌ କର୍ବେଟ୍‌ ଜାତୀୟ ଉଦ୍ୟାନରେ ପ୍ରବଳ ଥଣ୍ଡା ଓ ବର୍ଷାକୁ ଖାତିର ନ କରି ସେମାନେ ଭ୍ରମଣ କରୁଥିବାବେଳେ ଜନସାଧାରଣଙ୍କ ସ୍ବପ୍ନ ପୂରଣ କରିବା ତାଙ୍କୁ ଆନନ୍ଦ ଦେଇଥାଏ ବୋଲି ମୋଦି କହିଛନ୍ତି।
ଗ୍ରିଲ୍ସ ମୋଦିଙ୍କୁ ତାଙ୍କ ପିଲାଦିନ, ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଜୀବନରେ ସେ କାହାକୁ ଭୟ କରନ୍ତି କି ନାହିଁ, ରାଜନୈତିକ ର଼୍ୟାଲିରେ କେବେ ଛାନିଆ ଅନୁଭବ କରିଛନ୍ତି କି ବୋଲି ମଧ୍ୟ ଗ୍ରିଲ୍ସ ପଚାରିଥିଲେ। ଛାନିଆ ହେବା ତାଙ୍କର ସ୍ବଭାବ ନୁହେଁ ବୋଲି ମୋଦି କହିବା ସହ ସେଭଳି ଭୟ କେବେ ଅନୁଭବ କରି ନ ଥିବା କହିଛନ୍ତି। ସେ ସବୁଥିରେ ସକାରାତ୍ମକତା ଦେଖିଥାନ୍ତି। ତେଣୁ କେବେ ଦୁଃଖୀ ହୋଇନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ଯୁବପିଢ଼ିଙ୍କ

ପାଇଁ ଏକ ବଳିଷ୍ଠ ବାର୍ତ୍ତା ବୋଲି ଗ୍ରିଲ୍ସ କହିଛନ୍ତି। ପ୍ରକୃତିକୁ ଭଲ ପାଇବା ସହ ବଞ୍ଚତ୍ବା ଉପରେ ମୋଦି ଗୁରୁତ୍ୱ ଦେଇଛନ୍ତି। ପ୍ରକୃତିକୁ ନିଜର ଆବଶ୍ୟକତା ପାଇଁ ଲୁଣ୍ଠନ ନ କରି ଏହାକୁ ଭବିଷ୍ୟତ ବଂଶଧରଙ୍କ ପାଇଁ ଛାଡିଦେବାକୁ ସେ ପରାମର୍ଶ ଦେଇଛନ୍ତି। ସାରା ବିଶ୍ୱ ଏକ ପରିବାର। ‘ବସୁଧୈବ କୁଟୁମ୍ବକମ୍‌’ ହେଉଛି ବିଶ୍ୱକୁ ଭାରତର ବାର୍ତ୍ତା ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି।
ପ୍ରଧାନମନ୍ତ୍ରୀ ହେବାକୁ କେବେ ସ୍ବପ୍ନ ଦେଖିଥିଲେ କି ବୋଲି ଗ୍ରିଲ୍ସ ପ୍ରଶ୍ନ କରିବାରୁ ମୋଦି କହିଥିଲେ, ଦେଶର ବିକାଶ ଉପରେ ସେ ସବୁବେଳେ ଗୁରୁତ୍ୱ ଦେଉଥିଲେ। ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ ସେ ୧୩ ବର୍ଷ କାର୍ଯ୍ୟ କରିଥିଲେ। ପରେ ଦେଶ ତାଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ବସାଇବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ସେ ୫ ବର୍ଷ ହେଲା ଉକ୍ତ କାର୍ଯ୍ୟ କରିଆସୁଛନ୍ତି। ତେବେ ବିକାଶ ଉପରେ ତାଙ୍କର ଫୋକସ୍‌ ସବୁବେଳେ ରହିଥିବା ମୋଦି କହିଛନ୍ତି। ସେ କେବଳ ନିଜ କାମ ଓ ଦାୟିତ୍ୱ କଥା ଚିନ୍ତା କରିଥାନ୍ତି, ପଦବୀକୁ କଦାପି ମୁଣ୍ଡକୁ ନେଇ ନ ଥାନ୍ତି।
ପିଲାଦିନ କଥା ମନେ ପକାଇ ମୋଦି କହିଥିଲେ, ଗରିବ ପରିବାରରେ ବଢ଼ିଥିବାରୁ ସବୁବେଳେ ପ୍ରକୃତି ସଂସ୍ପର୍ଶରେ ଆସିବାର ସୁଯୋଗ ପାଇଥିଲେ। ପିଲାଦିନେ ଗାଁରେ ବର୍ଷା ହେଲେ ସମ୍ପର୍କୀୟଙ୍କୁ ଜଣାଇବା ପାଇଁ ପୋଷ୍ଟକାର୍ଡ କିଣିବାକୁ ବାପାଙ୍କ ପାଖରେ ପଇସା ନ ଥିଲା ବୋଲି ମୋଦି କହିଛନ୍ତି। ସେମାନେ ଯେଉଁ ସ୍ଥାନରେ ବୁଲୁଛନ୍ତି ସେଠାରେ ବାଘ ଅଛନ୍ତି ବୋଲି ଗ୍ରିଲ୍ସ କହିବାରୁ ଭଗବାନ ସବୁକିଛିର ଯତ୍ନ ନେଇଥାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ନିଜକୁ ଭଲ ଛାତ୍ର କହିପାରିବେ ନାହିଁ। ତେବେ ଦାରିଦ୍ର୍ୟ ସତ୍ତ୍ୱେ ସେ ସବୁବେଳେ ସଫାସୁତୁରା ପୋଷାକ ପିନ୍ଧିବାକୁ ଚାହୁଁଥିଲେ। ତମ୍ବା ବେଲାରେ ତତଲା କୋଇଲା ରଖି ପୋଷାକକୁ ଇସ୍ତ୍ରି କରୁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କିଶୋର ଅବସ୍ଥାରେ ସେ ଘର ଛାଡ଼ି ହିମାଳୟ ଚାଲିଯାଇଥିଲେ। ସେ ଆଧ୍ୟାତ୍ମିକ ଜଗତକୁ ଦେଖିବା ପାଇଁ ଚାହିଁଥିଲେ। ସେ ହିମାଳୟରେ କେତେଜଣ ଲୋକଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ସହ ଦୀର୍ଘ ବର୍ଷ ବିତାଇଥିଲେ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁସେନା ବିମାନ ବନ୍ଦରରେ ହାଇ ଆର୍ଲଟ: ଆତ୍ମଘାତୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ,୨୫।୯: ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌ର ଏକ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଭାରତୀୟ ବାୟୁସେନା ବିମାନବନ୍ଦରରେ ହାଇ ଆର୍ଲଟ ଜାରି କରାଯାଇଛି। ଏସବୁ ବିମାନ ବନ୍ଦର...

୩ ସେନାର ଆଧୁନିକୀକରଣ ପାଇଁ ମେଗା ଯୋଜନା: ବ୍ୟୟ ହେବ ୧୩୦ ବିଲିୟନ ଡଲାର

ନୂଆଦିଲ୍ଲୀ,୧୦ା୯(ପି.ଟି.): ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ଭାରତୀୟ ସୈନ୍ୟବାହିନୀର ଆକ୍ରମଣ କ୍ଷମତା ବୃଦ୍ଧି ସହ ଏହାର ଆଧୁନିକୀକରଣ ଲାଗି ସରକାର ମେଗା ଯୋଜନା ପ୍ରସ୍ତୁତ...

ଏଏସ୍‌ଆଇଙ୍କ ଆଖିରେ ଲଙ୍କା ସ୍ପ୍ରେ କରି ଅପରାଧୀ ଚମ୍ପଟ

ପାଟନା, ୯।୮: ବିହାରରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ଏବେ ଅପରାଧୀଙ୍କ ମନରେ ପୋଲିସ ପ୍ରତି ଭୟ କମିବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ବହୁ...

ଭାରତୀୟଙ୍କର ନିଜ ସରକାର ଉପରେ ଭରସା ଅଧିକ: ରିପୋର୍ଟ

ନୂଆଦିଲ୍ଲୀ,୩୦ ।୫: ବର୍ତ୍ତମାନ ସମୟରେ ଯେତେବେଳେ ଅଧିକାଂଶ ଦେଶର ଜନତା ନିଜ ସରକାରକୁ ଅବିଶ୍ୱାସ କରୁଛନ୍ତି ସେତିକିବେଳେ ଭାରତୀୟଙ୍କର ନିଜ ସରକାର ଉପରେ ସମ୍ପୂର୍ଣ୍ଣ ଭରସା...

ମେଲାନିଆଙ୍କ ଜୀବନଶୈଳୀ : ୩ ଲକ୍ଷ ଟଙ୍କାର ମେକ୍‌ ଅପ୍‌; ଦେଢ଼କୋଟିର ଡ୍ରେସ୍‌

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସ୍ତ୍ରୀ ମେଲାନିଆଙ୍କ ଜୀବନଶୈଳୀ ଅତି ବିଳାସପୂର୍ଣ୍ଣ। ପ୍ରତିଦିନ ତାଙ୍କର ମେକ୍‌ଅପ୍‌ରେ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏଥିପାଇଁ...

ନିଲାମ ହେବ ଓଡ଼ିଶାର ୭ ଖଣିଜ ବ୍ଲକ

ନୂଆଦିଲ୍ଲୀ,୩ା୧୦: ଓଡ଼ିଶାର ୭ ଖଣିଜ ବ୍ଲକର ନିଲାମ କରାଯିବ। ଚଳିତ ମାସ ୨୨ଠାରୁ ନଭେମ୍ବର ୧ ମଧ୍ୟରେ ଏହାର ନିଲାମ କାର୍ଯ୍ୟ ଶେଷ କରିବାକୁ କେନ୍ଦ୍ର...

କାଗଜର ରଙ୍ଗରୁ ଜଣାପଡ଼ିବ କରୋନା ସଂକ୍ରମଣ: ଡିସିଜିଆଇ ମଞ୍ଜୁରୀ

ନୂଆଦିଲ୍ଲୀ, ୨୦।୯: କରୋନା ସଂକ୍ରମଣ ହୋଇଛି କି ନାହିଁ ଏବେ ସହଜରେ କେଇ ମିନିଟ ମଧ୍ୟରେ ଜଣାପଡ଼ିଯିବ। କାଗଜ ରଙ୍ଗରୁ କରୋନା ସଂକ୍ରମଣ ସମ୍ପର୍କରେ ଜଣାପଡୁଥିବା...

ୟେଦୁରପ୍ପା କ୍ଷମତାକୁ ଆସିବା ପରେ ଟିପୁ ଜୟନ୍ତୀ ବାତିଲ

ବେଙ୍ଗାଲୁରୁ, ୩୧ା୭(ପି.ଟି.): କର୍ନାଟକରେ କ୍ଷମତାକୁ ଆସିବାର ୩ ଦିନ ପରେ ୟେଦୁରପ୍ପା ସରକାର ଟିପୁ ଜୟନ୍ତୀ ମହୋତ୍ସବକୁ ମଙ୍ଗଳବାର ରଦ୍ଦ କରିଛନ୍ତି। ଅଷ୍ଟାଦଶ ଶତାବ୍ଦୀର ଏହି...

Advertisement
Archives

Model This Week