ଲୋକଙ୍କୁ କଟକଣା, ବାବୁଙ୍କୁ ଢିଲା

ଅନୁଗୋଳ ଅଫିସ, ୨୦।୪: ଅନୁଗୋଳ ଜିଲାରେ ଲକ୍‌ଡାଉନ୍‌ କଟକଣା କଡ଼ାକଡ଼ି କରାଯାଇଛି। ଜରୁରୀ ନ ଥିଲେ ଘରୁ ନ ବାହାରିବାକୁ ସଚେତନ କରାଯାଉଛି। ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଜିଲା ବାହାରୁ କେହି ଆସିଲେ ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଉଛି। ଆବଶ୍ୟକ ପଡ଼ିଲେ ନିୟମ ଉଲ୍ଲଂଘନକାରୀଙ୍କୁ ଗିରଫ ମଧ୍ୟ କରାଯାଉଛି। ଲୋକଙ୍କ ପାଇଁ କଟକଣାକୁ ଏପରି କଡ଼ାକଡ଼ି କରିଥିବା ପ୍ରଶାସନ ଓ ପୋଲିସ ଅନୁଗୋଳର ଅନେକ ବାବୁଙ୍କ କ୍ଷେତ୍ରରେ କିନ୍ତୁ ଢିଲା ମନୋଭାବ ଦେଖାଉଥିବା ଅଭିଯୋଗ ହେଉଛି। କାରଣ ଭୁବନେଶ୍ୱର ପ୍ରୀତି ଛାଡ଼ିପାରୁ ନ ଥିବା କେତେଜଣ ସରକାରୀ ଅଧିକାରୀ କୌଶଳକ୍ରମେ ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଘରକୁ ଯାଇ ସକାଳେ ପୁଣି ଅନୁଗୋଳ କାର୍ଯ୍ୟାଳୟକୁ ଫେରି ଆସୁଥିଲେ ବି ପ୍ରଶାସନ ଚୁପ୍‌ ବସିଥିବା ଚର୍ଚ୍ଚା ହେଉଛି।
ଭୁବନେଶ୍ୱର ଏବେ କରୋନା ହଟ୍‌ସ୍ପଟ୍‌। ତେଣୁ ସେଠାରୁ କୌଣସି ଲୋକ ଅନୁଗୋଳ ଆସିଲେ କ୍ବାରାଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ କରିଛି ଜିଲା ପ୍ରଶାସନ। କିନ୍ତୁ ଏହାର ଠିକ୍‌ ଓଲଟା ଚିତ୍ର ଦେଖିବାକୁ ମିଳୁଛି କେତେଜଣ ସରକାରୀ ବାବୁଙ୍କ କ୍ଷେତ୍ରରେ। କେଉଁ ଅଧିକାରୀ ହେଡକ୍ୱାର୍ଟର ଛାଡ଼ି କେତେବେଳେ କେଉଁଆଡ଼େ ଯାଉଛନ୍ତି ତାହା ଉପରିସ୍ଥ ଅଧିକାରୀଙ୍କୁ ଜଣାପଡ଼ୁ ନାହିଁ। ଏହାର ସୁଯୋଗ ନେଇ ସନ୍ଧ୍ୟାରେ କେତେଜଣ ବାବୁ ଭୁବନେଶ୍ୱର ଯାଇ ସକାଳେ ଅନୁଗୋଳ ଅଫିସକୁ ଫେରୁଛନ୍ତି। ଦୀର୍ଘଦିନ ଧରି ଏପରି ଲୁଚାଛପା ଯାତାୟାତ ଚାଲୁ ରହିଥିଲେ ମଧ୍ୟ କହିବାକୁ କେହିନାହିଁ। ପ୍ରଶାସନର ଅନେକ ବରିଷ୍ଠ ଅଧିକାରୀ ସବୁ ଜାଣି ବି କେଉଁ ସ୍ବାର୍ଥରେ ସେମାନଙ୍କୁ ନୀରବ ସମର୍ଥନ ଦେଉଛନ୍ତି ତାହା ସାଧାରଣରେ ବୁଝାପଡ଼ୁ ନାହିଁ। ଜିଲାରେ କରୋନାର ନୋଡାଲ ଅଧିକାରୀ ଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ(ପିଡି) ଅତୁଲ୍ୟ କୁମାର ଚମ୍ପତ୍ତିରାୟଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ନିକଟରେ ଭୁବନେଶ୍ୱରରେ ପ୍ରାୟ ୫ରୁ ୬ ଦିନ ରହିବା ପରେ କାର୍ଯ୍ୟାଳୟକୁ ଫେରିଥିବା ଚର୍ଚ୍ଚା ହେଉଛି। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ପ୍ରଶାସନିକ ଅଧିକାରୀ ମଧ୍ୟ ଭୁବନେଶ୍ୱରରେ ଦୁଇ ଦିନ ରହି ଅନୁଗୋଳରୁ ସ୍ବାବ୍‌ ନେଇ ଯାଉଥିବା ଗାଡ଼ିରେ ଆସି ମେଡିକାଲରେ ଡ୍ୟୁଟି କରୁଥିବା ଆଲୋଚନା ହେଉଛି। ଏ ସମ୍ପର୍କରେ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ସରକାରୀ ବାବୁମାନେ ଏପରି କରୁଥିବା ନେଇ ଅବଗତ ନାହିଁ। ଯଦି ଏମିତି କିଛି ହେଉଥାଏ ସେଥିରେ ରୋକ୍‌ ଲଗାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ହାତଗୋଡ଼ ବାନ୍ଧି ବଳାତ୍କାର ଉଦ୍ୟମ କରି ଜଙ୍ଗଲରେ ଛାଡ଼ି ଦେଇଥିଲେ ୨ ଯୁବକ, ପୀଡ଼ିତାଙ୍କ ଏମିତି ବୟାନ ପରେ…

ତୁମୁଡ଼ିବନ୍ଧ,୪ା୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ବେଲଘର ଥାନା ଅଞ୍ଚଳର ୧୪ ବର୍ଷୀୟା ନାବାଳିକାଙ୍କ ସହ ଜଙ୍ଗଲରେ ଦୁଇ ଯୁବକଙ୍କ ବର୍ବରତା ସହ ନିର୍ଯାତନା ଘଟଣାରେ ଦୁଇ…

ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ଟପ୍‌ କ୍ୟାଡର ମାଓବାଦୀ, ସରକାରଙ୍କ ତରଫରୁ ମିଳିଲା…

ମାଲକାନଗିରି,୪ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଟପ୍‌ କ୍ୟାଡର ମାଓବାଦୀ ସୁଖରାମ ମରକମ୍‌ ଓରଫ ସୁରେଶ ଓରଫ ୟୋଗେସ୍‌ ବୁଧବାର ମାଲକାନଗିରି ପୋଲିସ ନିକଟରେ ଅସ୍ତ୍ରଶସ୍ତ୍ର…

ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା: ତୁରେକେଲାରେ ଉତ୍ତରାଞ୍ଚଳ ଆଇଜି

ବଲାଙ୍ଗୀର,୪।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁରେକେଲା ନାବାଳିକା ଗଣବଳାତ୍କାର ଘଟଣାରେ ତୁରେକେଲାରେ ପହଞ୍ଚି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଅନୁଧ୍ୟାନ କରିଛନ୍ତି। ଘଟଣାରେ ୬ ଜଣ ନାବାଳକଙ୍କୁ…

ସୁନା ସଫା ପାଉଡର ବିକ୍ରି ବାହାନାରେ ଆସିଲେ, ମହିଳାଙ୍କଠୁ ସୁନା ଗହଣା ଲୁଟ୍ କରି….

ଧର୍ମଶାଳା,୪।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଜାରକାର ଏକ କଲୋନୀରେ ସୁନା ସଫା ପାଉଡର ବିକ୍ରି ନାଁରେ ଲୁଟ୍ କଲେ ଦୁର୍ବୃତ୍ତ । ଜଣେ ମହିଳାଙ୍କ…

ଦାରିଙ୍ଗବାଡିରେ ପୁଣି ବୁଲିଲା ବୁଲ୍‌ଡୋଜର: ଜବରଦଖଲ ଉଚ୍ଛେଦ 

ଦାରିଙ୍ଗବାଡି,୪।୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି  ଥାନା ଅଞ୍ଚଳରେ ପୁଣି ବୁଧବାର ବୁଲଡୋଜର ବୁଲିଛ। ସରକାରୀ ଜମିକୁ ଜବରଦଖଲ କରି ରଖିଥିବା ଦୋକାନ ଗୃହ ସମେତ ବାସ ଗୃହକୁ…

କୂଅରୁ ମିଳିଥିଲା ଛାତ୍ରଙ୍କ ମୃତଦେହ: ୨ ଶିକ୍ଷୟିତ୍ରୀ ନିଲମ୍ବିତ

ନୟାଗଡ଼, ୪।୨( ଲୋକନାଥ ମିଶ୍ର/ ସନ୍ତୋଷ ପ୍ରଧାନ): ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ବୁଧବାର କୂଅରୁ ଉଦ୍ଧାର…

କାମରେ ଲାଗୁନି ‘ଆମ ଶୌଚାଳୟ’, ଅସୁବିଧା ଭୋଗୁଛନ୍ତି ଯାତ୍ରୀ

ଧର୍ମଶାଳା,୪।୩(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ବସ୍‌ ରହଣି ସ୍ଥାନରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ରହିଥିବା ଶୌଚାଳୟ କାମରେ ଲାଗୁନି। ଏହା ଅପରିଷ୍କାର ଭାବେ ଅଳିଆ ଆବର୍ଜନା…

ସ୍କୁଲରୁ ଶୌଚ ପାଇଁ ଯାଇ ଆଉ ଫେରିନଥିଲେ, ଆଜି କୂଅରୁ ମିଳିଲା ମୃତଦେହ

ନୟାଗଡ଼, ୪।୨( ଲୋକନାଥ ମିଶ୍ର/ ସନ୍ତୋଷ ପ୍ରଧାନ): ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ବୁଧବାର କୂଅରୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri