‘ଲିମ୍‌କା ବୁକ୍‌ ରେକର୍ଡସ୍‌’ରେ ୪ର୍ଥ ଥର ପାଇଁ ପେପରମ୍ୟାନ୍‌ ଶଶାଙ୍କ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ପୁଣିଥରେ ‘ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌’ରେ ସ୍ଥାନ ପାଇବେ ‘ପେପରମ୍ୟାନ୍‌’ ଶଶାଙ୍କ ଶେଖର ଦାଶ। ଚତୁର୍ଥ ଥର ଲାଗି ସେ ଏହି ରେକର୍ଡସ୍‌ରେ ନିଜ ନାମଦରଜ କରିବେ। ଏନେଇ ତାଙ୍କୁ ଇ-ମେଲ ଯୋଗେ ଜଣାଯାଇଛି। ସର୍ବାଧିକ ବିଦେଶୀ ଖବରକାଗଜ ସଂଗ୍ରହ କରି ସେ ଏହି ରେକର୍ଡ ହାସଲ କରିଛନ୍ତି। ‘ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌-୨୦୨୦’ରେ ତାଙ୍କ ନାମ ସ୍ଥାନିତ ହେବ ବୋଲି ଲିମ୍‌କା ବୁକ ଅଧିକାରୀ ଟ୍ରେସା ବେଞ୍ଜାମିନ ଜଣାଇଛନ୍ତି।
ଅର୍ନ୍ତଜାତୀୟ ଗାନ୍ଧୀ ପିସ୍‌ ଫାଉଣ୍ଡେଶନର ଅବୈତନିକ ଆମ୍ବାସାଡର ଶଶାଙ୍କ ଶେଖର ଦାଶ ‘ପେପରମ୍ୟାନ ଇଣ୍ଡିଆ’ ଭାବେ ପରିଚିତ। ୨୦୧୩ ଓ ୨୦୧୯ ଲିମ୍‌କା ବୁକରେ ତାଙ୍କ ନାମ ସ୍ଥାନିତ ହୋଇଥିଲା। ୨୦୧୩ରେ ସେ ଏକାଥରେ ଦୁଇଟି ରେକର୍ଡ କରିଥିଲେ। ଗୋଟିଏ ଦିନରେ ସର୍ବାଧିକ ଖବରକାଗଜ ଓ ଭାରତରୁ ପ୍ରକାଶିତ ଖବରକାଗଜ ମଧ୍ୟରୁ ସର୍ବାଧିକ ଦୈନିକ ଖବରକାଗଜ ସଂଗ୍ରହ କରିଥିବା ଲାଗି ତାଙ୍କୁ ଏହି ରେକର୍ଡ ପ୍ରଦାନ କରାଯାଇଥିଲା। ବିଭିନ୍ନ ନାମର ସର୍ବାଧିକ ଖବରକାଗଜ ସଂଗ୍ରହ କରି ସେ ୨୦୧୯ରେ ମଧ୍ୟ ନିଜ ନାମ ଲିମ୍‌କା ବୁକରେ ସ୍ଥାନିତ କରିଥିଲେ। ଅଧୁନା ତାଙ୍କୁ ସ୍ବୀକୃତି ମିଳିବା ସହ ସେ ୪ଟି ଲିମ୍‌କା ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ଏହି ରେକର୍ଡ ଖୁସି ଆଣି ଦେଇଥିବାବେଳେ ସେ ଯେଉଁ ଖବରକାଗଜ ସଂଗ୍ରହାଳୟ ଓ ଗବେଷଣା କେନ୍ଦ୍ର ଆରମ୍ଭ କରିଛନ୍ତି ତା’ର କାମ ବଢ଼ାଇଦେଲା ବୋଲି ଶଶାଙ୍କ କହିଛନ୍ତି। ତାଙ୍କ ବାପା ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଦୋଳଗୋବିନ୍ଦ ଦାଶ ଏହା ଜାଣିବା ପରେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହ ଖୁବ୍‌ଶୀଘ୍ର ରାଜ୍ୟ ସରକାର ଖବରକାଗଜ ସଂଗ୍ରହାଳୟ ପ୍ରତିଷ୍ଠା କରିବେ ବୋଲି ଆଶାପ୍ରକାଶ କରିଛନ୍ତି।
ଏନେଇ ପତ୍ନୀ ରାଧାରାଣୀ ଏବଂ ପୁତ୍ର ସାଇବ୍ରତଙ୍କ ସହ ଶଶାଙ୍କ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍‌ କରିଛନ୍ତି। ଏହି ଅବସରରେ ସେ କିଛି ପୁରାତନ ଖବରକାଗଜର ନମୁନା କପି ରାଜ୍ୟପାଳଙ୍କୁ ଦେଖାଇଥିଲେ। ଓଡ଼ିଶାର ପ୍ରଥମ ଖବରକାଗଜ ‘ଉତ୍କଳ ଦୀପିକା’ ଦେଖି ରାଜ୍ୟପାଳ ଆନନ୍ଦ ପ୍ରକାଶ କରିଥିଲେ। ପୂର୍ବରୁ ଡାକଟିକଟ, ମୁଦ୍ରା ଓ କାଗଜ ନୋଟ ସଂଗ୍ରହ ଦେଖିଥିଲି, ତେବେ ଖବରକାଗଜ ସଂଗ୍ରହ ଏକ ନୂତନ ସଂଗ୍ରହ ବୋଲି ରାଜ୍ୟପାଳ କହିଛନ୍ତି। ଏହାକୁ ବଜାୟ ରଖ ଓ ଓଡ଼ିଶାର ନାମ ଉଜ୍ଜ୍ୱଳ କର ବୋଲି ରାଜ୍ୟପାଳ ଶଶାଙ୍କଙ୍କୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଶଶାଙ୍କ ୨୦୦୧ରେ ପ୍ରଥମେ ଖବରକାଗଜ ସଂଗ୍ରହ ଆରମ୍ଭ କରିଥିଲେ। ଇତିମଧ୍ୟରେ ଶଶାଙ୍କ ୧୦୬ ଦେଶର ୯୧ଟି ଭାଷାରେ ପ୍ରକାଶିତ ୪୪୧୪ ଖବରକାଗଜ ସଂଗ୍ରହ କରିସାରିଛନ୍ତି। ଏହାସହ ନିଜ ଗ୍ରାମ ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ଅରଙ୍ଗାବାଦଠାରେ ବାପାଙ୍କ ନାମରେ ‘ଦୋଳଗୋବିନ୍ଦ ନ୍ୟୁଜପେପର ମ୍ୟୁଜିୟମ ଆଣ୍ଡ ରିସର୍ଚ୍ଚ ସେଣ୍ଟର’ ମଧ୍ୟ ପ୍ରତିଷ୍ଠା କରିଛନ୍ତି। ‘ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌’ ଓ ‘ଇଣ୍ଡିଆ ବୁକ୍‌’ରେ ସ୍ଥାନ ପାଇଥିବା ପେପରମ୍ୟାନ ଶଶାଙ୍କ ଖୁବ୍‌ଶୀଘ୍ର ‘ଗିନିଜ୍‌ ୱାର୍ଲଡ ରେକର୍ଡସ୍‌’ରେ ସ୍ଥାନ ପାଇବେ ବୋଲି ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

ନେତାନ୍ୟାହୁଙ୍କୁ ଫୋନ କରି ବଡ଼ କଥା କହିଲେ ଟ୍ରମ୍ପ, ଇରାନ ସହିତ ଚୁକ୍ତି ଉପରେ କହିଲେ…

ଓ୍ବାଶିଂଟନ,୧୩।୬: ଏକ ଆକ୍ସିଓସ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଏକ କଥାବାର୍ତ୍ତା ସମୟରେ କହିଥିଲେ ଯେ…

ଟ୍ରମ୍ପ କହୁଛନ୍ତି ଇରାନ ଯୁଦ୍ଧ ଶେଷ , ଶୀଘ୍ର ହେବ ଚୁକ୍ତିନାମା; ତେହରାନ କହୁଛି ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନାହିଁ

ତେହରାନ,୧୩।୬: ଗତ ତିନି ମାସ ଧରି ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦାବି କରିଛନ୍ତି ଯେ ଦୁଇ…

ଫିଟିଲା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ଗୁମର: ମୃତ୍ୟୁ ପୂର୍ବରୁ ବୟଫ୍ରେଣ୍ଡ୍‌ଙ୍କୁ …

ଭୁବନେଶ୍ୱର,୧୩।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍‌ଙ୍କ ମୃତ୍ୟୁ ଘଟଣାରେ ପର୍ଦ୍ଦାଫାଶ ହୋଇଛି। ଭୀମସେନଙ୍କ ପାଇଁ ଚନ୍ଦ୍ରିକାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ତଥ୍ୟ ମିଳିଛି ବୋଲି…

ମମତା ବାନାର୍ଜୀଙ୍କ ଠାରୁ ଅଲଗା ହେବେ କି ବାବୁଲ ସୁପ୍ରିୟୋ? TMC ଏମପି ନିଜେ ଏକ ବିବୃତ୍ତି ଜାରି କରି କହିଲେ…

କୋଲକାତା,୧୩।୬: ପଶ୍ଚିମବଙ୍ଗ ନିର୍ବାଚନରେ ଭାଜପା ବିପକ୍ଷରେ ଦମନମୂଳକ ପରାଜୟ ପରେ, ଟିଏମସି କ୍ରମାଗତ ଭାବରେ ଭାଙ୍ଗିପଡ଼ିଛି। ମମତା ବାନାର୍ଜୀଙ୍କ ନିକଟତମ ସହଯୋଗୀମାନେ ଗୋଟିଏ ପରେ ଗୋଟିଏ ତାଙ୍କ…

ଚାମେଲିଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ ସମାବେଶ:ଥାନା ସମ୍ମୁଖରେ ପୋଲିସ ପଇଁତରା

ମହାକାଳପଡ଼ା,୧୩।୬(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡ଼ିଓ ଚାମ୍ବରରେ ତିଖିରୀ ସରପଞ୍ଚ ଚାମେଲୀ ଓଝା ଭିଡ଼ିଓ ରେକର୍ଡକୁ ନେଇ ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟ ଥାନାରେ…

୭ ମାସର ଗର୍ଭବତୀ ପରେ ପ୍ରେମିକାଙ୍କୁ ପ୍ରତାରଣା; ବଳାତ୍କାର ଅଭିଯୋଗରେ ପ୍ରେମିକଙ୍କୁ …

ଦିଗପହଣ୍ଡି,୧୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଦୀର୍ଘଦିନ ଧରି ଭଲ ପାଉଥିଲେ ପଡୋଶୀ ଗଁ…

ଭାରତୀୟ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିବା ଜାହାଜ ‘ଲିଆକି ଫ୍ରିଡମ’ ଉପରେ ଆମେରିକାର ଆକ୍ରମଣ? MEA କଲା ସ୍ପଷ୍ଟ

ନୂଆଦିଲ୍ଲୀ,୧୩।୬: ଓମାନ ଉପକୂଳରେ ‘ଲିଆକି ଫ୍ରିଡମ’ନାମକ ଜାହାଜ ଭାରତୀୟ କ୍ରୁ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଖବର ପ୍ରକାଶ ପାଇବା ପରେ, ଜାହାଜ ଉପରେ ଆକ୍ରମଣର ଗୁଜବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri