Posted inଜାତୀୟ

ଲିପଷ୍ଟିକ ଲଗାଇଥିଲେ, ବବକଟ ଚୁଟି ରଖିଥିଲେ ମିଳିବ ମହିଳା ସଂରକ୍ଷଣ ବିଲ୍‌ର ଲାଭ: ଆରଜେଡି ନେତା ସିଦ୍ଦିକିଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୩୦।୯: ମହିଳା ସଂରକ୍ଷଣ ବିଲ ସମ୍ପର୍କରେ ବରିଷ୍ଠ ଆରଜେଡି ନେତା ଅବଦୁଲ ବାରୀ ସିଦ୍ଦିକିଙ୍କ ବିବୃତ୍ତି ପରେ ଜାତୀୟ ରାଜନୀତିରେ ବିବାଦ ଦେଖାଦେଇଛି। ଲିପଷ୍ଟିକ ଲଗାଇଥିବା ଓ ବବକଟ ଚୁଟି ରଖିଥିଲେ ମହିଳାଙ୍କୁ ସଂରକ୍ଷଣ ମିଳିପାରିବ ବୋଲି ସିଦ୍ଦିକି କହିଛନ୍ତି। ଏହି ବିବୃତ୍ତିକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି।

ସିଦ୍ଦିକିଙ୍କ ବିବୃତ୍ତି ପରେ ରାଜନୈତିକ ବୟାନବାଜି ତୀବ୍ର ହେବାରେ ଲାଗିଛି। ବିରୋଧୀ ଦଳ ସିଦ୍ଦିକିଙ୍କୁ ବିରୋଧ କରୁଥିବା ବେଳେ ସହଯୋଗୀମାନେ ମଧ୍ୟ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ମୁଜାଫରପୁରରେ ଦଳର ପଛୁଆ ବର୍ଗ ସାମାଜିକ ସଚେତନତା ସମ୍ମିଳନୀରେ ସିଦ୍ଦିକି ମହିଳା ସଂରକ୍ଷଣକୁ ନେଇ ଏହି ବିବାଦୀୟ ବିବୃତ୍ତି ଦେଇଛନ୍ତି।

ଏହି ସମୟରେ ସିଦ୍ଦିକି କହିଥିଲେ, ଲିପଷ୍ଟିକ, ପାଉଡର ଏବଂ ବବକେଟ ଥିବା ମହିଳାମାନେ ମହିଳା ସଂରକ୍ଷଣର ବିଲ୍‌ର ଲାଭ ଉଠାଇ ପାରିବେ। ପଛୁଆ ସମ୍ପ୍ରଦାୟର ମହିଳାମାନେ ଏହି ସଂରକ୍ଷଣରୁ କୌଣସି ଲାଭ ପାଇବେ ନାହିଁ। ବିଲ୍‌ରେ ପଛୁଆ ଏବଂ ଅତ୍ୟଧିକ ପଛୁଆ ଶ୍ରେଣୀର ମହିଳାମାନଙ୍କୁ ସଂରକ୍ଷଣ ଦେବାକୁ ସିଦ୍ଦିକି ଦାବି କରିଛନ୍ତି।

ସିଦ୍ଦିକିଙ୍କ ବିବୃତ୍ତି ପରେ ସହଯୋଗୀ କଂଗ୍ରେସ ଏବଂ ଜେଡିୟୁ ଓ ବିରୋଧୀ ଭାଜପା ଏହାକୁ ବିରୋଧ କରିଛନ୍ତି। କିନ୍ତୁ ଆରଜେଡି ମୁଖପାତ୍ର ଏଜାଜ ଅହମ୍ମଦ, ସିଦ୍ଦିକିଙ୍କ ବିବୃତ୍ତିକୁ ସମର୍ଥନ କରିଛନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri