ଲାଞ୍ଚ ନେଇ କ୍ୟାସିୟର ଗିରଫ

ବାରିପଦା ଅଫିସ,୨୫।୯: ମୟୂରଭଞ୍ଜ ଜିଲା ବାରିପଦା ଗ୍ରାମ୍ୟ ଉନ୍ନୟନ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କ୍ୟାସିୟର ଅଜୟ କୁମାର ସେଜପଡା ବୁଧବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ବାରିପଦା ଜଗନ୍ନାଥ ମନ୍ଦିର ସେବାୟତ ତଥା ଠିକାଦାର କାମେଶ୍ୱର ତ୍ରିପାଠୀଙ୍କଠାରୁ ସେ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦିନ ପ୍ରାୟ ୧୨ ଟା ୩୦ ବେଳେ ଭିଜିଲାନ୍ସ ଟିମ ଦ୍ୱାରା ଧରାପଡିଥିଲେ।
ଚଢ଼ାଉରେ ନେତୃତ୍ୱ ନେଉଥିବା ବାରିପଦା ଭିଜିଲାନ୍ସ ଡିଭିଜନ ଡିଏସପି ଶରତ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଠିକାଦାର ତ୍ରିପାଠୀ ଏହି ବିଭାଗ ଅଧୀନରେ ୨ ଲକ୍ଷ ୮୦ ହଜାର ଟଙ୍କାର ଏକ ଠିକା କାର୍ଯ୍ୟ କରିଥିଲେ। ଏହି କାମ ଗତ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହୋଇଥିବା ବେଳେ ସେପ୍ଟେମ୍ବର ମାସ ସୁଦ୍ଧା ବିଲ୍‌ ହୋଇ ପାରି ନାହିଁ। ଏହାର ବିଲ୍‌ କରିବା ପାଇଁ କ୍ୟାସିୟର ସେଜପଡା ୧୪ ହଜାର ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଲେ ବିଲ୍‌ କରିବେନି ବୋଲି କହିଥିଲେ। ଏନେଇ ଠିକାଦାର ତ୍ରିପାଠୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ ବିଭାଗ ଏକ ମାମଲା (ନଂ.୩୩/୧୯)ରୁଜୁ କରିଥିଲା। ପୂର୍ବ ଯୋଜନା ମୁତାବକ ସେଜପଡା ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ ଚଢାଉ କରି ଲାଞ୍ଚ ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରିଥିଲେ। ଏହି କାର୍ଯ୍ୟାଳୟରେ ଚଢ଼ାଉ ବେଳେ ଭିଜିଲାନ୍ସ ବିଭାଗ ବହୁତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ନଗଦ ୩୨ ହଜାର ଟଙ୍କା ଜବତ କରିଛି। ଏହା ସହିତ ବେତନଟୀସ୍ଥିତ ସେଜପଡାଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି। ଏହି ଚଢ଼ାଉରେ ଇନ୍ସପେକ୍ଟର ବି.ହେମ୍ବ୍ରମ, ଇନ୍ସପେକ୍ଟର ସବିତା ବେହେରା, ତରୁଣ ପାଲବାବୁ, ଲଳିତ ରାଉତଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିକା ନେଲେ କୋରାପୁଟ ନୂତନ ଜିଲାପାଳ

କୋରାପୁଟ,୧୦।୨(ସ୍ବ.ପ୍ର.): ସରକାରଙ୍କ ପକ୍ଷରୁ କୋଭିଡ୍‌ ମହାମାରୀ ବିରୋଧରେ ବର୍ତ୍ତମାନ ସାରାଦେଶରେ ଟିକାକରଣ ଅଭିଯାନ ଚାଲିଛି। ଏହି ପରିପ୍ରେକ୍ଷୀରେ ବୁଧବାର କୋରାପୁଟର ନୂତନ ଜିଲାପାଳ ମହମ୍ମଦ ଅବଦୁଲ...

୮ମ ଶ୍ରେଣୀ ସ୍କୁଲ ଛାତ୍ରଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

କୋରୁକୋଣ୍ଡା/ମାଲକାନଗିରି, ୧୩।୧୧(ଡି.ଏନ.ଏ):ମାଲକାନଗିରି ଜିଲା କୋରୁକୋଣ୍ଡାରେ ବୁଧବାର ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କେନ୍ଦ୍ରାଗୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲ ପରିସରରୁ ଜଣେ...

ପୋଲିସ ଇନ୍‌ଫର୍ମର ସନ୍ଦେହ : ସାପ୍ତାହିକ ବଜାରରେ ଠିକାଦାରଙ୍କୁ ହତ୍ୟା

ଲାଞ୍ଜିଗଡ଼,୨୨।୭(ଡି.ଏନ.ଏ.) : କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପାହାଡ଼ପଦରରେ ରବିବାର ଦିନ ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ବଜାରରେ ଜଣେ ଠିକାଦାରଙ୍କୁ ଗୁଳିକରି ମାଓବାଦୀମାନେ...

ପର୍ସ ଫେରାଇଲେ ୩ ବନ୍ଧୁ

ପିପିଲି,୬।୧୨(ଡି.ଏନ୍‌.ଏ.): ଏବେ ବି ବଞ୍ଚିଛି ମାନବିକତା। ଜଣେ ଅବସରପ୍ରାପ୍ତ ସୈନିକଙ୍କ ହଜିଥିବା ପର୍ସ ୩ଜଣ ବନ୍ଧୁ ଫେରାଇ ଦେଇଛନ୍ତି। ଭୁବନେଶ୍ୱରର ଅବସରପ୍ରାପ୍ତ ସୈନିକ ଧନଞ୍ଜୟ ଆଚାର୍ଯ୍ୟ...

ଆଜି ମହାଷଷ୍ଠୀ, ଉତ୍ସବମୁଖର ଅନୁଗୋଳ: ୧୧ ମଣ୍ଡପରେ ପୂଜା ପାଇବେ ଦଶଭୁଜା

ଅନୁଗୋଳ ଅଫିସ, ୪।୧୦- ଦୁର୍ଗାପୂଜା ପାଇଁ ସଜେଇ ହେଉଛି ଅନୁଗୋଳ ସହର। ଚଳିତବର୍ଷ ୧୧ ମଣ୍ଡପରେ ମା’ ଦଶଭୁଜାଙ୍କ ପୂଜାର୍ଚ୍ଚନା କରାଯିବ। ଶୁକ୍ରବାର ମା’ଙ୍କ ଷଷ୍ଠୀପୂଜା...

ପ୍ରେମରୁ ଆତ୍ମହତ୍ୟା

ପାଟଣା,୨୬।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚାଖୁଣ୍ଡାପାଳ ଗ୍ରାମର ନାଏକ ସାହିରେ ରବିବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ମୃତକ ହେଲେ ଅନୀଲ...

ନାଲ୍‌କୋ ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନରେ ଫାଟ; ଏଏମ୍‌ଏସରେ ହେଲାନି କର୍ମକର୍ତ୍ତା ନିର୍ବାଚନ

ବଅଁରପାଳ, ୨୪।୬(ଡି.ଏନ.ଏ.) ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟ ସ୍ବୀକୃତି ପ୍ରାପ୍ତ ଶ୍ରମିକ ସଙ୍ଗଠନ ଆଲୁମିନିୟମ ମଜଦୁର ସଂଘ (ଏଏମ୍‌ଏସ୍‌)ରେ କିଛି ଦିନ ହେଲା ଫାଟ ସୃଷ୍ଟି ହୋଇଛି। ଏଥିଯୋଗୁ...

ଅଖିଳ ଭାରତୀୟ ମୋଟର ପରିବହନ କଂଗ୍ରେସର ଉପାଧ୍ୟକ୍ଷ ଭାବେ ରବିନାରାୟଣ ଶତପଥୀ ନିର୍ବାଚିତ

କଟକ ଅଫିସ, ୨୨ା୧୦: ଓଡ଼ିଶା ରାଜ୍ୟ ଟ୍ରକ ମାଲିକ ମହାସଂଘର ସାଧାରଣ ସମ୍ପାଦକ ରବିନାରାୟଣ ଶତପଥୀ ଅଖିଳ ଭାରତୀୟ ମୋଟର ପରିବହନ କଂଗ୍ରେସର ଉପାଧ୍ୟକ୍ଷ ଭାବେ...

Advertisement
Archives

Model This Week