ଲଘୁଚାପ ଉଜାଡ଼ିଲା ଫସଲ: ଜିଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ; ୪ ସୁଦ୍ଧା କ୍ଷୟକ୍ଷତି ଆକଳନ ରିପୋର୍ଟ ଦିଅ

ଭୁବନେଶ୍ୱର,୨୭ା୧୦(ବ୍ୟୁରୋ): ଅକ୍ଟୋବର ୨୩ରୁ ୨୫ ତାରିଖ ମଧ୍ୟରେ ରାଜ୍ୟରେ ହୋଇଥିବା ଲଘୁଚାପ ବର୍ଷା ଯୋଗୁ ବିଭିନ୍ନ ଜିଲାରେ ବ୍ୟାପକ ଫସଲହାନି ହୋଇଛି। ବିଲରେ ଆଣ୍ଠୁଏ ଲେଖାଏ ପାଣି ବୁଡ଼ିରହିଛି। ମୁଗ, ବିରି, ପନିପରିବା ଫସଲ ଉଜୁଡ଼ିଯାଇଛି। ଗତ ତିନିଦିନ ଧରି ଲଗାଣବର୍ଷା ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ରାଜ୍ୟ ସରକାର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଶନିବାର ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ସମସ୍ତ ଜିଲାର ଜିଲାପାଳଙ୍କୁ ନଭେମ୍ବର ୪ ତାରିଖ ସୁଦ୍ଧା କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ଚିଠି ଲେଖିଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍‌ଡିଆରଏଫ୍‌)/ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍‌ଡିଆର୍‌ଏଫ୍‌)ର ଗାଇଡ୍‌ଲାଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ। ପ୍ରବଳ ବର୍ଷା ଯୋଗୁ କ୍ଷତିଗ୍ରସ୍ତ ଗୃହ, ଫସଲହାନି (୩୩%ରୁ ଊର୍ଦ୍ଧ୍ୱ), ଜମିରେ ବାଲିଚର ଆଦିର ଆକଳନ କରିବାକୁ କୁହାଯାଇଛି। କ୍ଷୟକ୍ଷତି ଆକଳନ ଶେଷ ହେବା ମାତ୍ରେ କ୍ଷତିଗ୍ରସ୍ତ ଲୋକଙ୍କୁ ଏସ୍‌ଡିଆର୍‌ଏଫ୍‌ରୁ ଘର ମରାମତି/ ନୂତନ ଗୃହ ନିର୍ମାଣ ଏବଂ ଜୀବନଜୀବିକାର ପୁନରୁଦ୍ଧାର ଲାଗି ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ। ରାଜ୍ୟ ସରକାର ଏହାକୁ ସ୍ଥାନୀୟ ଅଞ୍ଚଳ ବିପତ୍ତି ଭାବେ ଘୋଷଣା କରି ଏସ୍‌ଡିଆର୍‌ଏଫ୍‌ ପାଣ୍ଠିର ବାର୍ଷିକ ବ୍ୟୟ ବରାଦରୁ ୧୦ ପ୍ରତିଶତ ଖର୍ଚ୍ଚ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଲଘୁଚାପ ଯୋଗୁ ଯଦି କୌଣସି ଗୃହ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବ କିମ୍ବା ୨ ଦିନ ଧରି ପ୍ରବଳ ବର୍ଷା ଯୋଗୁ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନ ପରିବାରଙ୍କୁ ଲୁଗାପଟା, ବାସନକୁସନ ଦିଆଯିବ। ପ୍ରତ୍ୟେକ କ୍ଷତିଗ୍ରସ୍ତ ଗୃହର ଫଟୋ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି। ବର୍ଷା ଯୋଗୁ ଜୀବନହାନି ହୋଇଥିବା ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ତୁରନ୍ତ ଅନୁକମ୍ପାମୂଳକ ସହାୟତାରାଶି ପ୍ରଦାନ କରିବାକୁ କୁହାଯାଇଛି। ଯଦି କୌଣସି ଜିଲାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ କ୍ଷୟକ୍ଷତି ହୋଇଥିବ ଜିଲାପାଳମାନେ କ୍ଷତିଗ୍ରସ୍ତମାନଙ୍କୁ ଜିଲା ବିପର୍ଯ୍ୟୟ ପାଣ୍ଠିରୁ ତୁରନ୍ତ ସହାୟତା ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଚୂଡ଼ାନ୍ତ ରିପୋର୍ଟ ଦେବା ପରେ ପ୍ରଦତ୍ତ ରାଶି ସମ୍ପୃକ୍ତ ଜିଲାକୁ ପ୍ରଦାନ କରାଯିବ। ଅନୁକମ୍ପାମୂଳକ ରାଶି କିମ୍ବା କ୍ଷତିପୂରଣ ଅର୍ଥ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର(ଡିବିଟି) ମାଧ୍ୟମରେ ପ୍ରଦାନ କରିବାକୁ କୁହାଯାଇଛି। କ୍ଷତିପୂରଣ ରାଶି ଦେବା ବେଳେ ଯୋଗ୍ୟ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ଏସ୍‌ଆର୍‌ସି ତାଙ୍କ ଚିଠିରେ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏସ୍‌ଆର୍‌ସି ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ କେତେକ ସ୍ଥାନରେ ଜୀବନହାନି ଘଟଣା ନଜରକୁ ଆସିଛି। କ୍ଷୟକ୍ଷତି ଆକଳନ କରିବାକୁ ବିଭିନ୍ନ ବିଭାଗ ପର୍ଯ୍ୟାପ୍ତ ଟିମ୍‌ ଗଠନ କରିବା ଲାଗି କୁହାଯାଇଛି। ଫସଲହାନି ଆକଳନ କରିବା ପାଇଁ କୃଷି , ରାଜସ୍ବ ବିଭାଗ ଏବଂ ଉଦ୍ୟାନ କୃଷି କର୍ମଚାରୀଙ୍କୁ ନେଇ ଟିମ୍‌ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନେଇ ଗଠନ କରାଯାଇଥିବା ଟିମ୍‌ କ୍ଷୟକ୍ଷତି ଆକଳନ ଠିକ୍‌ ଅଛି କି ନାହିଁ ତାହା ନିଶ୍ଚିତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପୁଣି ବନ୍ଦ ରହିଛି ଜଗା ଦର୍ଶନ

ପୁରୀ ଅଫିସ, ୮।୩: ଶ୍ରୀମନ୍ଦିରରେ ଆଜି ପୁଣି ବନ୍ଦ ରହିଛି ଦର୍ଶନ । ଜଣେ ଭକ୍ତ ମନ୍ଦିର ପରିସରରେ ବାନ୍ତି କରିଦେବାରୁ ଦର୍ଶନ ବନ୍ଦ ରହିଛି।...

ପେଷି ହେଉଛନ୍ତି ଚାଷୀ

ବରଗଡ଼ ଅଫିସ୍‌,୨୭ା୪: ଓଡ଼ିଶାର ଚାଷୀମାନେ ଗତ ୧୦ବର୍ଷ ମଧ୍ୟରେ ଅଧିକରୁ ଅଧିକ ଧାନ ଉତ୍ପାଦନ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର କ୍ରମାଗତ କୃଷି କର୍ମଣ ପୁରସ୍କାର...

ନଦୀ କୂଳରେ ଗୋମାଂସ ପକାଇବାକୁ ନେଇ ଉତ୍ତେଜନା

ଯାଜପୁର ଟାଉନ ୧୪।୮(ଡି.ଏନ୍‌.ଏ.): ଯାଜପୁର ସହର ନିକଟସ୍ଥ ବୈତରଣୀ ନଦୀ କୂଳରେ ଗୋମାଂସ ପକାଇବାକୁ ନେଇ ବୁଧବାର ପ୍ରବଳ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ କେନ୍ଦ୍ରକରି...

ଖଣି ମାଫିଆ ମହମ୍ମଦ ତାବ୍ରେଜଙ୍କୁ ମାରାଥନ ଜେରା : ମିଳିଲା ଟିଟୋ ଲିଙ୍କ୍‌, ଦୁବାଇରେ ଲେଡି ଡନ୍‌

ଭୁବନେଶ୍ୱର,୧।୧୧(ବ୍ୟୁରୋ) : ଖୋର୍ଦ୍ଧା ବେଆଇନ ପଥରଖଣି କାରବାର ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ମହମ୍ମଦ ତାବ୍ରେଜଙ୍କୁ ଏସ୍‌ଟିଏଫ୍‌ କଲିକତାରୁ ଗିରଫ କରିବା ପରେ ୨ଦିନିଆ ରିମାଣ୍ଡରେ ଆଣି ପଚରାଉଚରା...

ବ୍ରଜରାଜନଗର ଉପନିର୍ବାଚନ: ପ୍ରଚାର ମଇଦାନରେ ୩ ପ୍ରାର୍ଥୀ

ଭୁବନେଶ୍ୱର,୧୭।୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ନେଇ ପ୍ରଚାର ଜୋରଦାର ଚାଲିଛି। ମୈଦାନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ କ୍ୟାମ୍ପେନ ଆରମ୍ଭ କରି ଦେଇଛନ୍ତି। ଲୋକଙ୍କ ଘରକୁ ଘର...

‘ବ୍ୟବହୃତ ଆଲୁମିନିୟମର ପୁନର୍ବ୍ୟବହାର ଯୋଜନା ଅଛି’

ଭୁବନେଶ୍ୱର, ୧୮ା୩(ବ୍ୟୁରୋ):ଆଲୁମିନିୟମ-ଏୟାର ବ୍ୟାଟେରି ଟେକ୍ନୋଲୋଜି ବ୍ୟବସାୟୀକରଣ କରିବା ଦିଗରେ ବୁଧବାର ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଇସ୍ରାଏଲର ଉର୍ଜା ମନ୍ତ୍ରୀ ୟୁଭାଲ୍‌ ଷ୍ଟିନ୍‌ଞ୍ଜଙ୍କ ଉପସ୍ଥିତିରେ...

ଓଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହେଲେ ଏଏସ୍‌ଆଇଙ୍କ ସ୍ତ୍ରୀ

ଭୁବନେଶ୍ୱର,୨।୬ (ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ଓଡ଼ିଶା ପୋଲିସରେ ବହୁ ଅଧିକାରୀ କ୍ଷମତାର ଦୁରୁପଯୋଗ କରି ନିଲମ୍ବିତ ହୋଇଛନ୍ତି। ଆଉ କେତେଜଣଙ୍କ ଔଦ୍ଧତ୍ୟ ସୀମା ଟପିଛି। ତେବେ...

ଗୁଜୁରାଟ ପ୍ରଶ୍ନପତ୍ର ପ୍ରଘଟ ମାମଲା: ମାଲକାନଗିରିରୁ ଗିରଫ ହେଲେ ଶିକ୍ଷକ

ମାଲକାନଗିରି/ମାଥିଲି,୩୧।୧(ଡି.ଏନ୍‌.ଏ.) ଗୁଜୁରାଟ ଜୁନିୟର କ୍ଲର୍କ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ମାଲକାନଗିରି ଜିଲା କର୍ତନପାଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସରୋଜ ମାଲୁଙ୍କୁ ଗୁଜୁରାଟ ପୋଲିସ...

Advertisement
Archives

Model This Week