ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ: ୨୮ରୁ ବର୍ଷା ପରିମାଣ ବଢ଼ିବ

ଭୁବନେଶ୍ୱର, ୨୫।୮(ବ୍ୟୁରୋ)/ ତାଳଚେର ଅଫିସ: ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପର ରୂପ ନେଇଛି। ଏହା ପ୍ରଭାବରେ ଉପକୂଳ ଓ ପଶ୍ଚିମ ଓଡିଶାର କେତେକ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଆଉ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି। ରବିବାର ମଧ୍ୟ କେତେକ ଜିଲାରେ ପ୍ରବଳ ବର୍ଷା ହେବ। ଆସନ୍ତା ୨୮ରେ ଆଉଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ବର୍ଷା ପରିମାଣ ଆହୁରି ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଶନିବାର ଟିଟିଲାଗଡ଼ରେ ସର୍ବାଧିକ ୬୨ମିଲିମିଟର ବର୍ଷା ହୋଇଥିବାବେଳେ କେନ୍ଦୁଝରରେ ୧୭.୭, ଗୋପାଳପୁରରେ ୧୩.୨, ପାରାଦୀପରେ ୧୨.୮, ତାଳଚେରରେ ୧୦, ଅନୁଗୋଳ ୭, କୋରାପୁଟ ୬, ଝାରସୁଗୁଡ଼ା ୫, ମାଲକାନଗିରି ୪, ଭୁବନେଶ୍ୱରରେ ୩, ବାଲେଶ୍ୱର, ଚାନ୍ଦବାଲି ଓ ଦାରିଙ୍ଗବାଡ଼ିରେ ୨ ମିମି ଲେଖାଏ ରେକର୍ଡ କରାଯାଇଛି। ଲଘୁଚାପ ପ୍ରଭାବରେ ରବିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବୌଦ୍ଧ, ପୁରୀ ଆଦି ଜିଲାରେ ପ୍ରବଳ ବର୍ଷା ହେବ। ଆସନ୍ତା ୨୪ଘଣ୍ଟା ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଏହାପରେ ବର୍ଷା ପରିମାଣ କମିବ। କିନ୍ତୁ ୨୮ ତାରିଖ ବେଳକୁ ଆଉଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଉକ୍ତଦିନ ପୁରୀ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏଥିସହିତ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଖୋର୍ଦ୍ଧା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଆଦି ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆଶଙ୍କା କରିଛି। ଅନ୍ୟପକ୍ଷରେ ବଜ୍ରପାତ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଶନିବାର ଅନୁଗୋଳ ଜିଲାରେ ୨ଜଣଙ୍କର ମୃତ୍ୟୁ ଘଟିଛି। ଅନୁଗୋଳ ସହର ଉପକଣ୍ଠ ବେନ୍ତପୁର ଗ୍ରାମର ଗିରିଶ ବେହେରା(୪୫) ଓ ଖଣ୍ଡହତା ଗ୍ରାମର ପ୍ରତାପ ବେହେରା(୪୦) ବିଲରେ କାମ କରୁଥିବାବେଳେ ବଜ୍ରପାତ ହୋଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଆକାଉଣ୍ଟକୁ ଗଲା ‘କାଳିଆ’ଯୋଜନା ଟଙ୍କା

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ନୂଆଁଖାଇ ଅବସରରେ ଚାଷୀଙ୍କୁ ଭେଟି ଦେଇଛନ୍ତି ରାଜ୍ୟ ସରକାର। ରବି ଫସଲ ପାଇଁ ଚାଷୀଙ୍କୁ କାଳିଆ ସହାୟତା ମିଳିଛି। ଆଜି ୩୭ ଲକ୍ଷ ଚାଷୀ...

‘ମୁଖ୍ୟମନ୍ତ୍ରୀ ମଣ୍ଡିକୁ ଯାଇ ବାସ୍ତବ ସ୍ଥିତି ପରଖନ୍ତୁ’

ଭୁବନେଶ୍ୱର,୧୨ା୧୨(ବ୍ୟୁରୋ): ରାଜ୍ୟ ସରକାର ଚାଷୀମାନଙ୍କର ଆର୍ଥିକ ସଶକ୍ତୀକରଣ ପ୍ରସଙ୍ଗରେ କୁମ୍ଭୀରକାନ୍ଦଣା ଛଡ଼ା ଅନ୍ୟ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି। ଓଡ଼ିଶାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ...

ବଜ୍ରପାତ ନେଲା ୨ ଜୀବନ

ବସ୍ତା,୧୮।୪(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଆଳୁମେଦା ଗ୍ରାମରେ ଶନିବାର  କାଳବୈଶାଖୀ ତାଣ୍ଡବ ରଚିଛି। ପ୍ରବଳ ଝଡ଼ ବର୍ଷା ସାଙ୍ଗକୁ ବଜ୍ରପାତ ଯୋଗୁ ୨...

ଅରୂପଙ୍କ ବିରୋଧରେ ଥାନାରେ ଏତଲା

ଭୁବନେଶ୍ବର, ୧୮ା୨(ବ୍ୟୁରୋ): ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ମହିଳା ଆଇଆଇସିଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି।...

ବୁଧବାରଠୁ ଦଶମ ସମେଟିଭ୍‌-୧ ପରୀକ୍ଷା

କଟକ ଅଫିସ,୨୨।୧୧: ଦଶମ ସମେଟିଭ୍‌-୧ ପରୀକ୍ଷା ବୁଧବାରଠୁ ଆରମ୍ଭ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଚଳିତବର୍ଷ ୫ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର...

ଖଣ୍ଡଗିରି ବାହାଦଲପୁର ଅନିଲ ଜେନା ହତ୍ୟା ଘଟଣା: ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ ନେଇ ସୂଚନା ଦେଲେ କମିଶନର

ଭୁବନେଶ୍ୱର,୨୪।୧୨: ଖଣ୍ଡଗିରି ଥାନା ଅଧୀନ ବାହାଦଲପୁର ଅନିଲ ଜେନା ହତ୍ୟା ଘଟଣାରେ କମିଶନରେଟ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ହତ୍ୟାକାଣ୍ଡର ଦୁଇ ମୁଖ୍ୟ ଅଭିଯୁକ୍ତ...

ରାଜ୍ୟର ୭ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ

ଭୁବନେଶ୍ୱର, ୬।୪(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ୧୫୪୭ ଶଯ୍ୟା ବିଶିଷ୍ଟ ୭ଟି ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇସାରିଛି । କଟକରେ ଅଶ୍ବିନୀ ହସ୍ପିଟାଲ, ଯାଜପୁର ଡୁବୁରୀଠାରେ...

କିନ୍ନରଙ୍କ ହାତକୁ କାମ

ଅନୁଗୋଳ ଅଫିସ, ୩୦।୧ ସହର ସଫେଇ ସହଜ ହେବ। ଟଲି ବଦଳରେ ବ୍ୟାଟେରି ଚାଳିତ ଗାଡ଼ିରେ ସହରରୁ ଅଳିଆ ଉଠିବ। ଆଉ ଘର ଘର ବୁଲି...

Advertisement
Archives

Model This Week