ଲଘୁଖଣିଜ ପଦାର୍ଥ ପାଇଁ ଆସିବ ନୂଆ ନିୟମ: ୪ ରାଜ୍ୟ ଅନୁଧ୍ୟାନ କଲେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଟିମ୍‌

ଭୁବନେଶ୍ୱର, ୨।୨(ବ୍ୟୁରୋ): ରାଜ୍ୟର ବାଲି, ମୋରମ, ମାଟି, ଚିପ୍‌ସ ଭଳି ଲଘୁଖଣିଜ ସମ୍ପଦ ଆଉ ମନଇଚ୍ଛା ନିଲାମ ହେବ ନାହିଁ। ଏଥିପାଇଁ ରାଜ୍ୟ ସରକାର ଏକ ନୂତନ ରୁଲ୍‌ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏ ନେଇ ଅନ୍ୟ ରାଜ୍ୟରେ ଥିବା ବ୍ୟବସ୍ଥାକୁ ଅନୁଧ୍ୟାନ କରାଯାଉଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସ୍ବତନ୍ତ୍ର ସଚିବ ଆର.ଏନ. ପଲେଇଙ୍କ ନେତୃତ୍ୱରେ ଏକ ଟିମ୍‌ ପଞ୍ଜାବ, ରାଜସ୍ଥାନ, ତେଲେଙ୍ଗାନା ଏବଂ କର୍ନାଟକ ଗସ୍ତ କରି ସେଠାକାର ଲଘୁଖଣିଜ ପଦାର୍ଥଗୁଡିକୁ କିପରି ବ୍ୟବସ୍ଥିତ କରାଯାଇଛି ସେ ନେଇ ଅନୁଧ୍ୟାନ କରିଛନ୍ତି। ପଲେଇ ଏବଂ ଅତିରିକ୍ତ ସଚିବ ଅଭୟ ନାୟକ ୨୦୧୯ ଡିସେମ୍ବର ୧୬ ରୁ ୨୧ ତାରିଖ ଯାଏ ପଞ୍ଜାବ ଓ ରାଜସ୍ଥାନ ଗସ୍ତ କରିଥିବା ବେଳେ ସ୍ବତନ୍ତ୍ର ସଚିବ ଶଶଧର ନାୟକ ଡିସେମ୍ବର ୧୮ ଓ ୨୨ ତାରିଖରେ ତେଲେଙ୍ଗାନା ଓ କର୍ନାଟକ ଗସ୍ତ କରିଥିଲେ। ଏହି ଟିମ୍‌ ସେହି ସବୁ ରାଜ୍ୟରେ ନିଲାମ ପ୍ରକି୍ରିୟା, ଖୋଳା, ମୂଲ୍ୟ ନିର୍ଦ୍ଧାରଣ, ଯୋଗାଣ ପଦ୍ଧତି କ’ଣ, ଏଗୁଡିକ କିପରି ବ୍ୟବହାର ହେଉଛି ସେ ସମସ୍ତ ବିଷୟକୁ ଅନୁଧ୍ୟାନ କରି ରିପୋର୍ଟ ଦେଇଛନ୍ତି। ଏହାକୁ ତର୍ଜମା କରିବା ପରେ ରାଜ୍ୟର ଲଘୁଖଣିଜ ପଦାର୍ଥ ପାଇଁ ସ୍ବତନ୍ତ୍ର ଗାଇଡ ଲାଇନ ପ୍ରସ୍ତୁତ କରାଯିବ।

ଶନିବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଲଘୁଖଣିଜ ପଦାର୍ଥ କିପରି ସାଧାରଣ ଲୋକ, ଘରୋଇ ବ୍ୟବହାର ଏବଂ ଶିଳ୍ପ ସଂସ୍ଥାକୁ ଯୋଗାଇ ଦିଆଯିବ, ଖଣିଜ ପଦାର୍ଥ ପାଇଁ ରାଜ୍ୟରେ କିପରି ଏକ ଉତ୍ତମ ନୀତି କାର୍ଯ୍ୟକାରୀ ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା। ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଲଘୁ ଖଣିଜ ପଦାର୍ଥ ପାଇଁ ରାଜ୍ୟରେ ଏକ ନିର୍ଦ୍ଦେଶାଳୟ ଗଠନ କରାଯାଇଛି। ପୁରୁଣା ବ୍ୟବସ୍ଥା ଅନୁଯାୟୀ ତହସିଲଦାରମାନେ ଲଘୁଖଣିଜ ପଦାର୍ଥଗୁଡିକୁ ନିଲାମ କରୁଛନ୍ତି। ରାଜସ୍ବ ବିଭାଗର ଏକ ଟିମ୍‌ ବିଭିନ୍ନ ରାଜ୍ୟ ଗସ୍ତ କରି ଅନୁଧ୍ୟାନ କରିଛନ୍ତି। ସେସବୁକୁ ତର୍ଜମା କରିବା ପରେ ରାଜ୍ୟ ପାଇଁ ଏକ ସମୟୋପଯୋଗୀ ପଲିସି ପ୍ରସ୍ତୁତ କରାଯିବ। ଏହି ବୈଠକରେ ଖଣି ଓ ଇସ୍ପାତ ସଚିବ ରାଜକୁମାର ଶର୍ମା, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri