ଲଗାଣ ବର୍ଷା: ଭାଙ୍ଗିଲା ଘରର କାନ୍ଥ, ପରିବାର ବାସହରା

ରଘୁନାଥପୁର, ୨୭। ୯ (ଡି.ଏନ.ଏ.):  ଲଘୁଚାପ ଜନିତ ଲଗାଣ ବର୍ଷାରେ ଭାଙ୍ଗିଗଲା ଚାଳ ଛପର ମାଟି ଘରର କାନ୍ଥ। ପରିବାର ଲୋକେ ଭୋଗୁଛନ୍ତି ହୀନସ୍ତା। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ରଘୁନାଥପୁର ତହସିଲ ରାଢଙ୍ଗ ଗଁ।ର ଦିନ ମଜୁରିଆ ଅଭିମନ୍ୟୁ ସ୍ବାଇଁଙ୍କ ପରିବାର କ୍ଷେତ୍ରରେ। ବାତ୍ୟା ଫନୀରେ ଚାଳ ଛପର ଘରଟି ପ୍ରଭାବିତ ହୋଇଥିବାବେଳେ, ଅସଜଡା ଘରକୁ ସଜାଡି ଅଭିମନ୍ୟୁଙ୍କ ପରିବାର ସେଥିରେ ମୁଣ୍ଡ ଗୁଞ୍ଜିଥିଲେ। ୩ ଧରି ଅନବରତ ବର୍ଷାରେ ମାଟି କାନ୍ଥ ଧୋଇଯାଇ ଖଣ୍ଡ ବିଖଣ୍ଡିତ ହୋଇଯାଇଛି। କେତେକ ସ୍ଥାନରେ ଓଦା କାନ୍ଥ ରହିଥିଲେ ବି ଉକ୍ତ ଘରେ ଚଳିବା ପାଇଁ ଅନୁପଯୁକ୍ତ ହୋଇପଡିଛି। ଏହାଛଡା ଗୁହାଳ ଘରଟି ଅଧିକ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗୃହପାଳିତ ପ୍ରାଣୀଙ୍କୁ ରଖିବାକୁ ରାହା ନାହିଁ। ଅଭିମନ୍ୟୁଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ଦୀର୍ଘଦିନ ହେଲା ପରିବାରଙ୍କୁ ନେଇ ମାଟି ଘରେ ଚଳି ଆସୁଥିଲେ। ବିଭିନ୍ନ ସମୟରେ ଘର ଖଣ୍ଡେ ପାଇଁ ସରପଞ୍ଚ, ବିଧାୟକଙ୍କଠାରୁ ଆରମ୍ଭ କରି ପ୍ରଶାସନ ପାଖରେ ନେହୁରା ହୋଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଛଡା ଆଉ କିଛି ମିଳିନାହିଁ ବୋଲି କ୍ଷୋଭର ସହ ସେ ପ୍ରକାଶ କରଛନ୍ତି। ତାଙ୍କ ପାଇଁ ସରକାରୀ ଗୃହ ଯୋଜନା ଅପହଞ୍ଚ ହୋଇଯାଇଥିବାର ସେ ଅଭିଯୋଗ କରଛନ୍ତି। ଏ ପର୍ଯ୍ୟନ୍ତ ପ୍ରଶାସନ ତାଙ୍କ ପାଖରେ ପହଞ୍ଚତ୍ ନ ଥିବା କିମ୍ବା ପାଲ ଖଣ୍ଡିଏ ମଧ୍ୟ ଯୋଗାଇ ଦିଆଯାଇ ନ ଥିବାର ଅଭୁମନ୍ୟୁ କହିଛନ୍ତି। ବାସହରା ପରିବାରଙ୍କୁ ସରକାର ତଥା ପ୍ରଶାସନ ସହଯୋଗରେ ହାତ ବଢାଇବା ଜରୁରୀ ହୋଇପଡିଥିବାବେଳେ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ପ୍ରାର୍ଥୀ ଘୋଷଣା: ରାଜ୍ୟ ସଭା ଯିବେ ମୁନା ଖାଁ, ସୁବାସ ସିଂ, ସୁଜିତ କୁମାର, ମମତା ମହାନ୍ତ

ଭୁବନେଶ୍ୱର,୭ା୩(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଖାଲି ପଡ଼ିଥିବା ୪ ସିଟ୍‌ ଲାଗି ଦଳ ସୁବାସ ସିଂ, ମୁନା...

ଭାଜପା ପ୍ରାର୍ଥୀ ୧୦୦ ଭୋଟରେ ଆଗୁଆ

ନୟାଗଡ଼ ଅଫିସ,୨୬।୨: ନୟାଗଡ଼ ନିର୍ବାଚନ ମଣ୍ଡଳୀ ନୟାଗଡ଼ ସଦର ବ୍ଲକ ଗଦାଧର ପ୍ରସାଦ ପଞ୍ଚାୟତର ୧ ନମ୍ବର ୱାର୍ଡ଼ମେମ୍ବର ପ୍ରାର୍ଥୀ ସରୋଜିନୀ ପ୍ରଧାନ ବିଜୟୀ ହୋଇଛନ୍ତି।...

ଉନ୍ନୟନ କାର୍ଯ୍ୟରେ ଅନିୟମିତତା ଅଭିଯୋଗ: ଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ବାଲେଶ୍ୱର ଅଫିସ, ୮।୨-ବାଲେଶ୍ୱର ସଦର ବ୍ଲକ ଅଧୀନ ଗୋପୀନାଥପୁର ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ଥିବା...

ଅଧକୋଟିରୁ ଊର୍ଦ୍ଧ୍ୱ ଟଙ୍କା ହରାଇଲାଣି ଶ୍ରୀମନ୍ଦିର

ପୁରୀ ଅଫିସ,୯ା୪: ବିଶ୍ୱ ମହାମାରୀ କରୋନାକୁ ନେଇ ଏବେ ସବୁଆଡେ ଆତଙ୍କ। ସମଗ୍ର ବିଶ୍ୱ ଏବେ କରୋନା ସହିତ ଲଢ଼େଇ କରୁଛି। ଭାରତ ବି ଏଦିଗରେ...

ଶବରପଡା ଗାଁକୁ ନାହିଁ ସବୁଦିନିଆ ରାସ୍ତା: ଜମି ହିଡ ପାଲଟିଛି ରାସ୍ତା

କୋକସରା, ୫।୧୨ (ଡି.ଏନ.ଏ)- କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡକାଠେଙ୍ଗା ପଞ୍ଚାୟତର ଶବରପଡାର ଗାଁକୁ ସବୁ ଦିନିଆ ଭଲ ରାସ୍ତା ନ ଥିବାବେଳେ ଯାତାୟତ ପାଇ...

ତ୍ରୁଟି ଲୁଚାଇବା ପାଇଁ ଗଣମାଧ୍ୟମକୁ ଦୂରେଇ ରଖାଯାଇଥିବା ଅଭିଯୋଗ

ଜଗତ୍‌ସିଂହପୁର ଅଫିସ, ୧୦ା୧: ଜିଲାରେ ସରକାରଙ୍କ ପକ୍ଷରୁ ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଛି। ଯୋଜନାଗୁଡିକର ସଫଳ ରୂପାୟନ ହେଉଛି କି ନାହିଁ ସେନେଇ ବିଭିନ୍ନ...

ବର୍ଷକର ଦାନା ନେଇଗଲା ବୁଲ୍‌ବୁଲ୍‌

ମାର୍ଶାଘାଇ/ଆଳି, ୧୧।୧୧ (ଡି.ଏନ୍‌.ଏ.) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଉପକୂଳ ଓଡ଼ିଶାର କେତେକ ଜିଲାରେ ଶୁକ୍ରବାର ଓ ଶନିବାର ୨ଦିନ ପବନ...

ଚାଲିଛି ବେଳାଭୂମି ରାସ୍ତା ଫୁଟ୍‌ପାଥ ନିର୍ମାଣ

ପୁରୀ ଅଫିସ,୨୭ା୯: ବିଭିନ୍ନ ସମୟରେ ସମୁଦ୍ର ଜୁଆର କୂଳ ଲଂଘୁଛି। ବେଳେ ବେଳେ ଉଚ୍ଚ ଜୁଆର ରାସ୍ତା କଡ଼ ଫୁଟ୍‌ପାଥ ପାଖକୁ ମାଡ଼ି ଆସୁଛି। ଫଳରେ...

Advertisement
Archives

Model This Week