ଲକ୍‌ଡାଉନ ଯୋଗୁ ୫ ରାଜ୍ୟକୁ ଅଧିକ କ୍ଷତି

 

ନୂଆଦିଲ୍ଲୀ,୩୦।୬ : କୋଭିଡ୍‌-୧୯କୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ସାରା ଦେଶରେ ଲକ୍‌ଡାଉନ ଘୋଷଣା କରିଥିଲେ। ଏଥିଯୋଗୁ ଘରୋଇ ବଜାରର ଆର୍ଥତ୍କ କାର୍ଯ୍ୟକଳାପ ବର୍ତ୍ତମାନ କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ଲକ୍‌ଡାଉନ ପାଇଁ ଓଡ଼ିଶା ସମେତ କର୍ନାଟକ, ଝାଡ଼ଖଣ୍ଡ, ତାମିଲନାଡୁ ଏବଂ କେରଳ ଭଳି ରାଜ୍ୟ ବେଶି କ୍ଷତି ସହିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।
ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ସୋମବାର ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, କରୋନା ପ୍ରଭାବ ଯୋଗୁ ଦେଶର ବିଭିନ୍ନ ରାଜ୍ୟର ଜିଡିପି(ଏସ୍‌ଜିଡିପି) ୧୪.୩% ପର୍ଯ୍ୟନ୍ତ ଖସିବା ଆକଳନ କରାଯାଇଛି। ଏହି ସମୟରେ ଆସାମ, ଗୋଆ,ଗୁଜରାଟ ଏବଂ ସିକିମ ଭଳି ରାଜ୍ୟର ଜିଡିପି ହ୍ରାସ ୨ ଅଙ୍କ ବିଶିଷ୍ଟ ହେବ। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ପ୍ରାୟ ସବୁ ରାଜ୍ୟଗୁଡିକର ଜିଡିପି ଖସିବ ବୋଲି ଏଥିରେ କୁହାଯାଇଛି। ରାଜ୍ୟଗୁଡିକ ୧.୪ରୁ ୧୪.୪% ଜିଡିପି ହ୍ରାସ ସାମ୍ନା କରିବେ। ସେହିଭଳି ମଧ୍ୟପ୍ରଦେଶ, ପଞ୍ଜାବ, ବିହାର, ଆନ୍ଧ୍ର ପ୍ରଦେଶ ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଲକ୍‌ଡାଉନର ପ୍ରଭାବ କମ୍‌ ରହିଛି। ମାର୍ଚ୍ଚ ୨୫ରେ ଘୋଷଣା ହୋଇଥିବା ଲକ୍‌ଡାଉନରେ କେବଳ ଜରୁରୀ ସେବାକୁ ବାଦ୍‌ ଦେଇ ସବୁ କିଛି ବନ୍ଦ ରହିଥିଲା। ଲକ୍‌ଡାଉନ ଯୋଗୁ ଶିଳ୍ପ ଏବଂ ସେବା କ୍ଷେତ୍ର କାର୍ଯ୍ୟକଳାପ ବର୍ତ୍ତମାନ ସୁଦ୍ଧା ଟ୍ରାକ୍‌କୁ ଫେରିପାରିନାହିଁ। କୃଷି ଉପରେ ଅପେକ୍ଷାକୃତ ପ୍ରଭାବ କମ୍‌ ରହିଛି। ଯେଉଁ ରାଜ୍ୟଗୁଡିକର ମୋଟ ଜିଡିପିକୁ କୃଷିର ଯୋଗଦାନ ଅଧିକ ରହିଛି ଉକ୍ତ କ୍ଷେତ୍ରରେ ସେମାନେ କମ୍‌ କ୍ଷତି ସହିଛନ୍ତି।
ବ୍ୟାଙ୍କିଙ୍ଗ୍‌ ଏବଂ ଆର୍ଥତ୍କ ସେବା, ଆଇଟି ଏବଂ ଆଇଟି ଭିତ୍ତିକ ସେବାରେ ପ୍ରଭାବ ମଧ୍ୟ କମ୍‌ ରହିଛି। ଯେଉଁ ରାଜ୍ୟଗୁଡିକ ଶିଳ୍ପ ଏବଂ ସେବା କ୍ଷେତ୍ର ଉପରେ ନିର୍ଭରଶୀଳ ସେମାନଙ୍କର କ୍ଷତି ପରିମାଣ ଅଧିକ। ଲକ୍‌ଡାଉନ ରାଜ୍ୟଗୁଡିକର ରାଜସ୍ବ ସଂଗ୍ରହକୁ ମଧ୍ୟ ପ୍ରଭାବିତ କରିଛି। ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, କେରଳ, ତେଲଙ୍ଗାନା ଏବଂ ହରିୟାଣା ଭଳି ରାଜ୍ୟ ନିଜସ୍ବ ଟିକସ ସଂଗ୍ରହ କ୍ଷେତ୍ରରେ ଅଧିକ ପ୍ରଭାବିତ ହେବେ ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହୋଇନି ଆର୍‌ବିଆଇ ଲଢେଇ: ଶକ୍ତିକାନ୍ତ

ନୂଆଦିଲ୍ଲୀ,୨୮।୮: କରୋନା ମହାମାରୀ ଦ୍ୱାରା ବଜାର ଉପରେ ପଡିଥିବା ସଙ୍କଟକୁ ସୁଧାରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଲଢେଇ ଜାରି ରଖିଛି। ଏହି...

ଭାରତରେ ଲଞ୍ଚ ହେଲା କୋ ଆପ୍‌, ଟୁଇଟରକୁ ଦେବ ଟକ୍କର

ନୂଆଦିଲ୍ଲୀ,୧।୮ : ଭାରତ ବଜାରରେ କୋ ମୋବାଇଲ ଆପ୍‌ ଲଞ୍ଚ ହୋଇଛି। ଏହା ଘରୋଇ ବଜାରରେ ବିକଶିତ ହୋଇଛି। ଏଥିରେ ଟୁଇଟର ଭଳି ସୁବିଧା ଉପଲବ୍ଧ...

ପାଇକାରୀ ମୁଦ୍ରାସ୍ଫୀତି ୦.୫୮%କୁ ବୃଦ୍ଧି

ନୂଆଦିଲ୍ଲୀ,୧୭-୧୨: ନଭେମ୍ବରରେ ପାଇକାରୀ ମୂଲ୍ୟ ଭିତ୍ତିକ ମୁଦ୍ରାସ୍ଫୀତି ୦.୫୮%କୁ ବୃଦ୍ଧି ଘଟିଛି। ଏହା ଅକ୍ଟୋବରରେ ୦.୧୬% ରହିଥିଲା। ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁ ପାଇକାରୀ...

୧୦୪ ବିଲିୟନ ଟଙ୍କା ନିବେଶ କରିବ ଏମ୍‌ଏସ୍‌

ନୂଆଦିଲ୍ଲୀ,୨୧।୩: ବିଶ୍ୱର ପ୍ରମୁଖ ଅଟୋ ଶିଳ୍ପ କମ୍ପାନୀ ସୁଜୁକି ମୋଟର କର୍ପୋରେଶନ (ଏସ୍‌ଏମ୍‌ସି) ପକ୍ଷରୁ ରବିବାର ଘୋଷଣା କରାଯାଇଛି ଯେ କମ୍ପାନୀର ଗୁଜୁରାଟ କାରଖାନାରେ ଏକ ଇଲେକ୍‌ଟ୍ରିକ୍‌...

୬୨୭ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ:  ବୁଧବାର ଭାରତୀୟ ପୁଞ୍ଜିବଜାର ପୁଣି ଥରେ ପ୍ରଭାବିତ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୬୨୭ ପଏଣ୍ଟ (୧.୨୫%) ହ୍ରାସ ହେବା ଫଳରେ ଏହା ୪୯,୫୦୯...

ଶୀଘ୍ର ଟ୍ରାକ୍‌କୁ ଫେରିପାରିବେନି ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୨୭।୪: କୋଭିଡ୍‌-୧୯ ଦେଶର ଅଣୁ କ୍ଷୁଦ୍ର ମଧ୍ୟମ (ଏମ୍‌ଏସ୍‌ଏମ୍‌ଇ)ର ସମସ୍ୟା ବଢାଇଦେଇଛି। ମାନ୍ଦାବସ୍ଥା ସହ ଜୁଝୁଥିବା ଏହି ଶିଳ୍ପଗୁଡିକର କାରବାର ଲକ୍‌ଡାଉନ ପାଇଁ ପୁଣି ଥରେ...

ଅଦ୍ୟାବଧି ଏଫ୍‌ପିଆଇ କାଢ଼ି ନେଇଛନ୍ତି ୪୧୯୩ କୋଟି

ନୂଆଦିଲ୍ଲୀ,୨୩-୯: ଫରେନ୍‌ ପୋର୍ଟଫୋଲିଓ ଇନ୍‌ଭେଷ୍ଟର(ଏଫ୍‌ପିଆଇ) ବା ବିଦେଶୀ ନିବେଶକ ଦେଶର ଷ୍ଟକ୍‌ ବଜାରରୁ ଶେୟାର ବିକ୍ରି କରି ଅଦ୍ୟାବଧି ୪୧୯୩ କୋଟି ଟଙ୍କା କାଢ଼ି ନେଇଛନ୍ତି।...

ସାମନ୍ତରାପୁରରେ ଗୁପ୍ତାର ୨୫ତମ ଷ୍ଟୋର

ଭୁବନେଶ୍ୱର,୯।୧୦ ଚଳିତ ବର୍ଷର ପାର୍ବଣ ଅବସରରେ ଗୁପ୍ତା ଡ଼ିଷ୍ଟିବ୍ୟୁଟର୍ସ ପକ୍ଷରୁ ଶୁକ୍ରବାର ଆଉ ଏକ ମେଗା ଫ୍ଲାଗସିପ୍‌ ଷ୍ଟୋର ସ୍ଥାନୀୟ ସାମନ୍ତରାପୁର ଛକ ଠାରେ ଶୁଭାରମ୍ଭ...

Advertisement
Archives

Model This Week