ଲକ୍‌ଡାଉନ୍‌ ପରେ କାର୍ଯ୍ୟରେ ଯୋଗଦେବାକୁ ଚାହାନ୍ତି ୯୩% କର୍ମଚାରୀ: ୫୯% ସ୍ବାସ୍ଥ୍ୟ ସଚେତନକୁ ଦେଉଛନ୍ତି ଗୁରୁତ୍ୱ

ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣ ଆଶଙ୍କା ଯୋଗୁ ଗତ ମାର୍ଚ୍ଚ ୨୫ରୁ ସାରାଦେଶରେ ଲକ୍‌ଡାଉନ ଜାରି ରହିଛି। ଏହା ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଲକ୍‌ଡାଉନ ଯୋଗୁ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ପ୍ରାୟ ସବୁ ଅନୁଷ୍ଠାନ ବନ୍ଦ ରହିଛି। କର୍ମକ୍ଷେତ୍ର ଏକପ୍ରକାର ଠପ୍‌ ହୋଇଯାଇଛି। ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଲୋକମାନେ ଘରେ ହାତବାନ୍ଧି ବସିଛନ୍ତି। ଏବେ ୩ୟ ପର୍ଯ୍ୟାୟ ଲକ୍‌ଡାଉନ ଚାଲିଥିବାରୁ କେନ୍ଦ୍ର ସରକାର ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଇ ଅନେକ କ୍ଷେତ୍ରରେ କଟକଣାକୁ କୋହଳ କରିଛନ୍ତି। ଲୋକଙ୍କ ଆର୍ଥିକ ସ୍ଥିତି କିପରି ସୁଧିୁରିପାରିବ ସେଥିପାଇଁ କଟକଣା ମଧ୍ୟରେ ବିଭିନ୍ନ କାର୍ଯ୍ୟ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ଲୋକମାନେ କର୍ମକ୍ଷେତ୍ରକୁ ଫେରିବାକୁ ଲାଗିଲେଣି। ତେବେ ୯୩% କର୍ମଚାରୀ ଲକ୍‌ଡାଉନ ଅବଧି ଶେଷ ହେବାପରେ ନିଜର କର୍ମକ୍ଷେତ୍ରରେ ଯୋଗ ଦେବାକୁ ଚାହୁଁଥିବା ଏକ ସର୍ଭେରୁ ଜଣାପଡ଼ିଛି। ଏପରିକି ସେମାନଙ୍କ ମଧ୍ୟରୁ ୮୩% ସେମାନଙ୍କ କର୍ମକ୍ଷେତ୍ରରେ ଉପଯୁକ୍ତ ସାନିଟାଇଜ ସହ ସାମାଜିକ ଦୂରତ୍ୱ ମଧ୍ୟରେ କାମ କରିବାକୁ ଚାହୁଁଛନ୍ତି ବୋଲି ସର୍ଭେରୁ ଜଣାପଡ଼ିଛି। ଏକ ସ୍ବାସ୍ଥ୍ୟ ସମ୍ବନ୍ଧିତ ଉତ୍ପାଦନ ଏଫ୍‌ଓ୍ବାଇଆଇ ପ୍ରତିଷ୍ଠାନର ମାଇଣ୍ଡ ମ୍ୟାପ୍‌ ଆଡଭାନ୍ସ ରିସର୍ଚ୍ଚ ପକ୍ଷରୁ ଦିଲ୍ଲୀ, ମୁମ୍ବାଇ ଏବଂ ବାଙ୍ଗାଲୋରର କ୍ଷୁଦ୍ର, ମଧ୍ୟମ ଏବଂ ବୃହତ୍‌ ଉଦ୍ୟୋଗରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ୮୫% ପୁରୁଷ ଓ ୧୫% ମହିଳା କର୍ମଚାରୀଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ୫୯% କର୍ମଚାରୀ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଅଧିକ ଯତ୍ନବାନ ଥିବା ସର୍ଭେରେ ଜଣାପଡ଼ିଛି। ୨୫% କର୍ମଚାରୀ ସେମାନଙ୍କ ଆର୍ଥିକ ଅବସ୍ଥାକୁ ନେଇ ଚିନ୍ତିତ ଥିବାବେଳେ ୧୬% ଏହି ମହାମାରୀ ବିପଦ କେବେ ଟଳିବ ସେନେଇ ବ୍ୟତିବ୍ୟସ୍ତ ହୋଇପଡ଼ୁଥିବା ଜଣାପଡ଼ିଛି। ସେହିପରି ୮୫% କର୍ମଚାରୀ ଚାହୁଁଛନ୍ତି ଯେ, ସେମାନଙ୍କ ନିଯୁକ୍ତିଦାତା କର୍ମଚାରୀଙ୍କ ସ୍ବାସ୍ଥ୍ୟକୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷିତ ନିର୍ଦ୍ଦେଶନାମା ସହ ପରାମର୍ଶ ପ୍ରଦାନ କରିବା ଆବଶ୍ୟକ। ବିଶେଷକରି ନୂଆଦିଲ୍ଲୀରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରୁଥିବା କର୍ମଚାରୀମାନେ ଅଧିକ ସ୍ବାସ୍ଥ୍ୟ ସଚେତନ ରହିବାସହ ଏହାକୁ କିପରି ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ କରାଯାଇପାରିବ ସେନେଇ ଗୁରୁତ୍ୱ ଦେଇଛନ୍ତି। ସର୍ଭେ ରିପୋର୍ଟ ଅନୁସାରେ ୯୯% କର୍ମଚାରୀଙ୍କ ମତରେ ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ ମାଲିକମାନେ ସାମାଜିକ ଦାୟିତ୍ୱବୋଧ ଭଳି କର୍ପୋରେଟ ହେଲ୍‌ଥ ରେସ୍ପନ୍‌ସିବିଲିଟି(ସିଏଚ୍‌ଆର୍‌) ବା ସ୍ବାସ୍ଥ୍ୟ ଉତ୍ତରଦାୟିତ୍ୱକୁ ବାଧ୍ୟତାମୂଳକ କରିବା ଆବଶ୍ୟକ ବୋଲି ମତ ଦେଇଛନ୍ତି। ଫଳରେ କର୍ମଚାରୀମାନେ କର୍ମକ୍ଷେତ୍ରରେ ନିଜକୁ ସୁରକ୍ଷିତ ମନେ କରିବା ସହ ଅଧିକରୁ ଅଧିକ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବାରେ ସହାୟକ ହୋଇପାରିବେ। ବିଶେଷକରି ଖୁସି ସହ ସୁରକ୍ଷିତ ଅବସ୍ଥାରେ କର୍ମଚାରୀମାନେ କାମ କଲେ ଅଧିକ ଭଲ ଫଳ ମିଳିଥାଏ ବୋଲି ସର୍ଭେ କରୁଥିବା ଏଫ୍‌ଓ୍ବାଇଆଇ ସଂସ୍ଥାର ସହପ୍ରତିଷ୍ଠାତା ୟାସିର ଗୋଏଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଟିଜେନ୍‌ ଟେଷ୍ଟରେ ୨ ସ୍ଥାନୀୟ ସଂକ୍ରମିତ ଚିହ୍ନଟ: ଏହି ପଞ୍ଚାୟତ ୪୮ ଘଣ୍ଟା ଶଟ୍‌ଡାଉନ୍‌

ପାଟଣା,୧୯ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ପଞ୍ଚାୟତର ଦୁଇଜଣ ବ୍ୟକ୍ତିଙ୍କର ମଙ୍ଗଳବାର ଆଣ୍ଟିଜେନ୍‌ ଟେଷ୍ଟ ପରେ ପଜିଟିଭ୍‌ ବାହାରିବା ପରେ ଉଭୟଙ୍କୁ କେନ୍ଦୁଝର କୋଭିଡ୍‌...

ଏନ୍‌ଆଇଏ ରାଡାରରେ ୨୫ ଭାରତୀୟ, ଆଇଏସ୍‌ ସହ ସମ୍ପର୍କ ସନ୍ଦେହ…

ନୂଆଦିଲ୍ଲୀ,୧।୯: ଆଫଗାନିସ୍ତାନରେ ରହୁଥିବା ୨୫ ଜଣ ଭାରତୀୟ ନାଗରିକ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ରାଡାରରେ ଅଛନ୍ତି। ଏଜେନ୍ସି ସନ୍ଦେହ କରୁଛି ଯେ ସମସ୍ତେ ଆଇଏସ...

ଏନ୍‌ଡିଏ-ୟୁପିଏ ଟକ୍କର…

ପୁଡୁଚେରୀ,୨।୫: ପୁଡୁଚେରୀ ବିଧାନସଭା ନିର୍ବାଚନର ଭୋଟ ଗଣନା ରବିବାର ଆରମ୍ଭ ହୋଇଛି। ରାଜ୍ୟରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ୯ ଆସନରେ ଆଗୁଆ ରହିଛି। ସେହିପରି...

ସୀମାରେ ସୁରକ୍ଷା-ସ୍ଥିରତା ପାଇଁ ଭାରତ-ଚାଇନା ସହମତି…

ଲଦାଖ, ୧୨।୩ : ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ମାର୍ଚ୍ଚ ୧୧ରେ ଦୁଇ ଦେଶର ମଧ୍ୟରେ ହୋଇଥିବା...

ସିଏଏ ବିରୋଧରେ ସୁପ୍ରିମକୋର୍ଟ ଯିବ ପଞ୍ଜାବ

ଚଣ୍ଡିଗଡ଼,୧୭ା୧(ପି.ଟି.)-ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ପଞ୍ଜାବ ବିଧାନସଭାରେ ଶୁକ୍ରବାର ସଂକଳ୍ପ ଗୃହୀତ ହୋଇଛି। ଏଭଳି ସଂକଳ୍ପ ଗୃହୀତ କରାଇବାରେ କେରଳ ପରେ ପଞ୍ଜାବ ଦ୍ୱିତୀୟ...

କାମ କରୁନାହିଁ କି ଉଦ୍ଧବଙ୍କ ଅପିଲ, ଆଉ ୭ ବିଧାୟକ ଅସନ୍ତୁଷ୍ଟ

ମୁମ୍ବାଇ,୨୩ ।୬: ମହାରାଷ୍ଟ୍ରର ଉଦ୍ଧବ ସରକାରଙ୍କ ସମସ୍ୟା ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅପିଲ ପରେ ବି ଶିବସେନା ବିଧାୟକଙ୍କ ପଳାୟନ ଜାରି...

କୁମାରସ୍ବାମୀଙ୍କ ଇସ୍ତଫା ଦାବି କଲା ଭାଜପା

ବେଙ୍ଗାଲୁରୁ,୯।୭: କର୍ନାଟକରେ କଂଗ୍ରେସ ବିଧାୟକମାନେ ଇସ୍ତଫା ଦେବା ପରେ ଏବେ ସଙ୍କଟରେ କର୍ନାଟକର ମେଣ୍ଟ ସରକାର। ତେବେ ସଂଖ୍ୟା ଗରିଷ୍ଠତାକୁ ନେଇ ଭାଜପା ପୂର୍ବରୁ ମେଣ୍ଟ...

କୋଭି୍‌ଡ ସଂକ୍ରମଣ ରୋକିବ ନିମଛେଲି

କୋଲକାତା,୨ା୩: ମହାମାରୀ କରୋନା ସଂକ୍ରମଣ ରୋକିବାରେ ନିମ ଗଛ ଛେଲିର ରସ ସହାୟକ ହେବ। କୋଲକାତାସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍‌ସ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ...

Advertisement
Archives

Model This Week