Posted inଜାତୀୟ

ଲକ୍ଷ୍ନୌ ସଡ଼କରେ ଫୁଟିଲା ଗୁଳି

ଲକ୍ଷ୍ନୌ,୨।୨: ଉତ୍ତର ପ୍ରଦେଶର ଆଇନ ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜଧାନୀ ଲକ୍ଷ୍ନୌର ହଜରତଗଞ୍ଜଠାରେ ରବିବାର ସକାଳେ ରାସ୍ତା ଉପରେ ଗୁଳିକରି ଅଖିଳ ଭାରତ ହିନ୍ଦୁ ମହାସଭାର ପ୍ରଦେଶ ଅଧ୍ୟକ୍ଷ ରଞ୍ଜିତ ବଚ୍ଚନଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ସକାଳୁ ସେ ମର୍ଣ୍ଣିଂଓ୍ବାକରେ ଯାଇଥିବା ବେଳେ ହଠାତ୍‌ କେହି ଦୁର୍ବୁତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆସିଷ୍ଟାଣ୍ଟ କମିଶନର ଅଭୟ ମିଶ୍ର କହିଛନ୍ତି ବଚ୍ଚନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri