ଲକ୍ଷେ ଟଙ୍କାରେ କାର୍‌ କିଣିଥିଲେ ଅଭିଯୁକ୍ତ ଗୋପାଳ

ବ୍ରଜରାଜନଗର,୫।୨ (ଡି.ଏନ୍‌.ଏ.): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ହତ୍ୟାକାରୀ ପୋଲିସ୍‌ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସଙ୍କୁ କ୍ରାଇମବ୍ରାଞ୍ଚ ମାରାଥନ ଜେରା କରୁଛି। ଗୋପାଳ ବିମାନବନ୍ଦର ଥାନା ପାଇଖାନା ସେପ୍ଟିଟାଙ୍କିରେ ପକାଇଥିବା କାଗଜ ଖଣ୍ଡକୁ ଉଦ୍ଧାର କରାଯାଇ ଏଥିରେ ଲେଖାଥିବା ହସ୍ତାକ୍ଷର କାହାର ଜାଣିବା ପାଇଁ ଏହାକୁ ଫୋରେନସିକ ଲାବ୍‌କୁ ପଠାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷେ ତଦନ୍ତ ବେଳେ ଗାନ୍ଧୀଛକ ଫାଣ୍ଡି ପରିସରରେ ଅଭିଯୁକ୍ତ ଗୋପାଳ ବ୍ୟବହାର କରୁଥିବା ଏକ କାର୍‌ ଥିବା ଜଣାପଡିଥିଲା। ଏହି କାର୍‌କୁ କ୍ରାଇମବ୍ରାଞ୍ଚ ଶୁକ୍ରବାର ଯାଞ୍ଚ କରିବା ପରେ ଏଥିରୁ ଏକ ଡାଏରି ଓ କେତେକ କାଗଜପତ୍ର ମିଳିଥିଲା। ଏହି ଡାଏରିରେ କ’ଣ ଲେଖା ରହିଛି ତାହାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଓଆର୍‌୧୫ଏନ୍‌-୪୨୬୩ନଂ. ହୁଣ୍ଡାଇ ଭେର୍ନା କାର୍‌ ବ୍ରଜରାଜନଗରର ଅରୁଣ କୁମାର ମୁନ୍ଦ୍ରାଙ୍କ ନାମରେ ରହିିଛି। ଏହି କାର୍‌ଟି ସମ୍ବଲପୁର ଆଞ୍ଚଳିକ ପରିବହନ ବିଭାଗ ଅଧୀନରେ ୨୦୦୯ରେ ରେଜିଷ୍ଟ୍ରେଶନ ହୋଇଥିବା ଜଣାପଡିଛି। ଏହାର ଫିଟ୍‌ନେଶ ୨୦୨୪ ଜୁଲାଇ ୨୧ ପର୍ଯ୍ୟନ୍ତ ରହିଛି। ଏ ନେଇ କାର୍‌ ମାଲିକ ଅରୁଣ କହିଛନ୍ତି, ସେ ଏହାକୁ ବିକ୍ରି କରିବା ପାଇଁ କାର୍‌ ଶୋ’ରୁମ୍‌କୁ ନେଇଥିଲେ। ସେଠାରେ କାର୍‌ ମୂଲ୍ୟ ୮୦ହଜାର ଟଙ୍କା ହୋଇଥିଲା। ଏହା ଜାଣିବାପରେ ଏଏସ୍‌ଆଇ ଗୋପାଳ ଏହାକୁ ଗତ ନଭେମ୍ବର ମାସରେ ୧ଲକ୍ଷ ଟଙ୍କାରେ କିଣିଥିଲେ। କାର୍‌ ମାଲିକଙ୍କୁ ଗୋପାଳ ପ୍ରଥମେ ୫୦ହଜାର ଟଙ୍କା ଦେଇଥିଲେ। ବାକି ଟଙ୍କା ଦେଲେ କାର୍‌ର ମାଲିକାନା ଗୋପାଳଙ୍କ ନାମରେ ହେବ ବୋଲି ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା ବୋଲି ଅରୁଣ କହିଛନ୍ତି। ଅରୁଣ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ତାଙ୍କର କୋଲ୍‌ ଟ୍ରାନ୍ସପୋର୍ଟିଂ, ପେଟ୍ରୋଲ ପମ୍ପ, ହିରୋ ବାଇକ୍‌ ଶୋ’ରୁମ୍‌ ଆଦି ବ୍ୟବସାୟ ରହିଛି। ଏଭଳି ଜଣେ ବ୍ୟବସାୟୀଙ୍କ ନିକଟରୁ ଏଏସ୍‌ଆଇ ଗୋପାଳ କାର୍‌ କିଣିବାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି। ବ୍ୟବସାୟୀଙ୍କ ସହିତ ଏଏସ୍‌ଆଇ ଗୋପାଳଙ୍କ କ’ଣ ଲିଙ୍କ୍‌ ରହିଛି ତାହାକୁ ନେଇ ସାଧାରଣରେ ନାନା କଥା ଆଲୋଚନା ହେଉଛି। କ୍ରାଇମବ୍ରାଞ୍ଚ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ପ୍ରକୃତ ରହସ୍ୟ ଖୋଲିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri