ରେଳ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଡିଜିପିଙ୍କ ବୈଠକ: କିନ୍ନରଙ୍କ ଉପରେ କଟକଣା, ଧରାହେବେ ଲୁଟେରା

ଭୁବନେଶ୍ୱର, ୨୫ା୬(ବ୍ୟୁରୋ)- ବିଗତ କିଛିଦିନ ହେବ ରେଳ ଷ୍ଟେଶନରେ ଆପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। କିନ୍ନର ଓ ଲୁଟେରା ଗ୍ୟାଙ୍ଗ୍‌ ଉତ୍ପାତ କରୁଛନ୍ତି। ଟ୍ରେନ୍‌ ଯାତ୍ରୀମାନେ ଷ୍ଟେଶନ ସମେତ ବାହାରେ ମଧ୍ୟ ଆକ୍ରମଣ, ଲୁଟ୍‌ ଓ ଚୋରିର ଶିକାର ହେଉଛନ୍ତି। ତେଣୁ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ମଙ୍ଗଳବାର ପୋଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଡିଜିପି କ୍ୟାମ୍ପ୍‌ ଅଫିସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଆର୍‌ପିଏଫ୍‌ ଆଇଜି ରାଜା ରାମ, ରେଲ୍‌ଓ୍ବେ ଏଡିଜି ପ୍ରାଣବନ୍ଧୁ ଆଚାର୍ଯ୍ୟଙ୍କ ସମେତ ଜିଆର୍‌ପି ଓ ଆରପିଏଫ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ। ରେଲ୍‌ଓ୍ବେ ସୁରକ୍ଷାକୁ ନେଇ ବିଭିନ୍ନ ର ଆଲୋଚନା ହୋଇଥିଲା। ତେବେ କିନ୍ନରଙ୍କ ଉପରେ କଟକଣା ଲାଗୁ କରାଯିବା ସହ ଲୁଟେରାଙ୍କୁ ସାବାଡ଼ ପାଇଁ କେତେକ ନିଷ୍ପତ୍ତି ହୋଇଛି।

ଟ୍ରେନ୍‌ରେ କିନ୍ନରମାନେ ମନଇଚ୍ଛା ପ୍ରବେଶ କରି ଯାତ୍ରୀଙ୍କୁ ଟଙ୍କା ମାଗୁଛନ୍ତି। ଟଙ୍କା ନ ମିଳିଲେ ଖରାପ ବ୍ୟବହାର କରୁଛନ୍ତି। ଏପରିକି ପରିବାର ସହ ଯାଉଥିବା ଯାତ୍ରୀଙ୍କୁ ଅଶ୍ଳୀଳତା ପ୍ରଦର୍ଶନ କରିବା ସହ ଆକ୍ରମଣ କରୁଛନ୍ତି। ବାହାରୁ ଆସୁଥିବା ଯାତ୍ରୀଙ୍କ ମନରେ ରାଜ୍ୟପ୍ରତି ଏହା ଭିନ୍ନ ଭାବନା ସୃଷ୍ଟି କରୁଛି। ତେଣୁ ଷ୍ଟେଶନକୁ କିନ୍ନରମୁକ୍ତ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି। କିନ୍ନରମାନେ ଯେପରି ଷ୍ଟେଶନ ନ ଆସିବେ ସେଥିଲାଗି ଆର୍‌ପିଏଫ୍‌, ଜିଆର୍‌ପି ଓ ସ୍ଥାନୀୟ ପୋଲିସ ପ୍ରାଥମିକ ସ୍ଥରରେ ସେମାନେ ରହୁଥିବା ବସ୍ତିକୁ ଯିବେ। କିନ୍ନରଙ୍କ ଘରକୁ ଘର ଯାଇ ଷ୍ଟେଶନ ନ ଆସିବାକୁ ବୁଝାଇବେ। ଯଦି ସେମାନେ ନ ବୁଝନ୍ତି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ଏହାସହ ଭୁବନେଶ୍ୱର ରେଳ ଷ୍ଟେଶନରେ ନିଶାଦିଆ ଲୁଟେରାଙ୍କ ଉତ୍ପାତ ଯାତ୍ରୀ ଓ ପୋଲିସର ଚିନ୍ତା ବଢ଼ାଇ ଦେଇଛି। ନିଶାଦିଆ ଲୁଟେରାଙ୍କୁ ସାବାଡ ପାଇଁ ବୈଠକରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଜିଆର୍‌ପି ଓ ଆରପିଏଫ୍‌ ଅଧିକାରୀମାନଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ପୂର୍ବରୁ ଗିରଫ ହୋଇ ଜେଲ ଯାଇଥିବା ନିଶାଦିଆ ଲୁଟେରାଙ୍କର ଏକ ତାଲିକା କରିବେ। ସେମାନଙ୍କ ସହ ଲିଙ୍କ୍‌ରେ ଥିବା ଔଷଧ ଦୋକାନ ଓ ଅଟୋ ଡ୍ରାଇଭରଙ୍କୁ ମଧ୍ୟ ଚିହ୍ନଟ କରାଯାଇ ଗିରଫ କରାଯିବ। ଆହୁରି ମଧ୍ୟ ଷ୍ଟେଶନରେ ଲୁଟ, ଚୋରି ଓ ଡକାୟତି କରୁଥିବା ପେଶାଦାର ଅପରାଧୀଙ୍କ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ପେଶାଦାର ଅପରାଧୀଙ୍କୁ ଚିହ୍ନଟ ପାଇଁ ଆର୍‌ପିଏଫ୍‌ ଓ ଜିଆର୍‌ପି ଇନ୍ସପେକ୍ଟରଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି। ତାଲିକା କରି ପେଶାଦାର ଅପରାଧୀଙ୍କ ଗତିବିଧି ଉପରେ ନଜର ରଖାଯିବ। ସେହିଭଳି ସନ୍ଦିଗ୍ଧଙ୍କ ଉପରେ ମଧ୍ୟ ନଜର ରଖାଯିବ। ଅନେକ ସମୟରେ ସନ୍ଦିଗ୍ଧମାନେ ବ୍ୟାଗରେ ବିସ୍ଫୋରକ ସାମଗ୍ରୀ ଟ୍ରେନରେ ନେଉଥିବା ନଜିର ରହିଛି। ତେଣୁ ଯାତ୍ରୀଙ୍କ ବ୍ୟାଗ୍‌ ଯାଞ୍ଚକୁ କଡାକଡା କରାଯବିq। ଯେଉଁମାନଙ୍କ ଉପରେ ସନ୍ଦେହ ହେବ ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯିବା ସହ ସେମାନଙ୍କ ପ୍ରମାଣପତ୍ର ଯାଞ୍ଚ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri