ରେଡ୍‌ ଲାଇଟ୍‌ ଏରିଆ ବନ୍ଦ ହେଲେ: ରୋକିହେବ ୭୨% ସଂକ୍ରମଣ

ଓ୍ବାଶିଂଟନ,୧୯ା୫: ଭାରତରେ କରୋନା ଭାଇରସ୍‌ର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିବାକୁ ବସିଲାଣି। ସଂକ୍ରମଣ ଭୟ ବୃଦ୍ଧି ପାଉଥିବାବେଳେ ଏହାକୁ ପ୍ରତିହତ କରିବା ପାଇଁ ଗତ ମାର୍ଚ୍ଚ ୨୫ ତାରିଖରୁ ୪ଟି ପର୍ଯ୍ୟାୟରେ ଦେଶରେ ମେ ୩୧ ଯାଏ ଲକ୍‌ଡାଉନ୍‌ ଜାରି କରାଯାଇଛି। ବିଭିନ୍ନ ପ୍ରକାର ଆର୍ଥିକ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌କୁ କୋହଳ ଏବଂ ହଟାଇବାକୁ ଦାବି କରାଯାଉଛି। ଏଭଳିସ୍ଥଳେ ଲକ୍‌ଡାଉନ୍‌ ଅବଧି ପରେ ଏବଂ କୋଭିଡ୍‌-୧୯ ଟିକା ବିକଶିତ ନ ହେବା ଯାଏ ଯଦି ଭାରତର ସମସ୍ତ ରେଡ୍‌ ଲାଇଟ୍‌ ଏରିଆକୁ ବନ୍ଦ ରଖାଯାଏ ତା’ହେଲେ ୭୨% ନୂଆ ସଂକ୍ରମଣ ମାମଲାକୁ ରୋକାଯାଇପାରିବ ବୋଲି ଆମେରିକାର ବୈଜ୍ଞାନିକମାନେ କହିଛନ୍ତି।
ମଡେଲିଂ ଷ୍ଟଡିଜ୍‌କୁ ଆଧାରକରି ଆମେରିକାର ୟେଲ୍‌ ସ୍କୁଲ ଅଫ୍‌ ମେଡିସିନର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଯୌନ କାର୍ଯ୍ୟସ୍ଥଳଗୁଡ଼ିକୁ ବନ୍ଦ କରାଯିବା ଦ୍ୱାରା ଭାରତୀୟମାନଙ୍କୁ କରୋନା ବିପଦ ବହୁତ କମ୍‌ ରହିବ ଏବଂ ଦେଶରେ ଆନୁମାନିକ କରୋନା ମୃତ୍ୟୁସଂଖ୍ୟା ୬୩% ହ୍ରାସ ହୋଇପାରେ। ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ବୈଜ୍ଞାନିକମାନେ ଜଣାଇବା ସହ ଦେଶକୁ ଲକ୍‌ଡାଉନ୍‌ ମୁକ୍ତ କରାଗଲେ ମଧ୍ୟ ସମସ୍ତ ରେଡ୍‌ ଲାଇଟ୍‌ ଏରିଆକୁ ବନ୍ଦ ରଖିବାକୁ ପରାମର୍ଶ ଦେଇଛନ୍ତି। ଜାତୀୟ ଏଡ୍ସ ନିୟନ୍ତ୍ରଣ ସଂଗଠନ(ଏନ୍‌ଏସିଓ) ଅନୁଯାୟୀ, ଭାରତରେ ପ୍ରାୟ ୬ ଲକ୍ଷ ୩୭ ହଜାର ୫୦୦ ଯୌନକର୍ମୀ ଅଛନ୍ତି ଏବଂ ୫ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାହକ ଦୈନିକ ରେଡ୍‌ ଲାଇଟ୍‌ ଏରିଆ ପରିଦର୍ଶନ କରନ୍ତି ବୋଲି ବୈଜ୍ଞାନିକମାନେ କହିଛନ୍ତି। ସେମାନଙ୍କ ଅଧ୍ୟୟନରେ କୁହାଯାଇଛି ଯେ, ରେଡ୍‌ ଲାଇଟ୍‌ ଏରିଆ ସ୍ବାଭାବିକ ରହିଲେ କରୋନା ସଂକ୍ରମଣ ଅତି ଶୀଘ୍ର ବ୍ୟାପିଯିବ। ବହୁ ଯୌନକର୍ମୀ ଏବଂ ଗ୍ରାହକ ସଂକ୍ରମିତ ହେବେ। କାରଣ ଯୌନ ସମ୍ବନ୍ଧରେ ସାମାଜିକ ଦୂରତା ସମ୍ଭବ ନୁହେଁ। ଫଳସ୍ବରୂପ ସଂକ୍ରମିତ ଗ୍ରାହକମାନଙ୍କ ଦ୍ୱାରା ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇପାରନ୍ତି ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି। ରେଡ୍‌ ଲାଇଟ୍‌ ଏରିଆ କରୋନା ସଂକ୍ରମଣର ହଟ୍‌ସ୍ପଟ୍‌ ହୋଇପାରେ, ଯାହା ଲକ୍‌ଡାଉନ୍‌ ଶେଷ ହେବା ପରେ ରୋଗ ବିସ୍ତାର କରିବାର ପ୍ରମୁଖ କାରଣ ସାଜିପାରେ ସେମାନେ କହିଛନ୍ତି। ଦେଶର ୫ ସହର ତଥା ନୂଆଦିଲ୍ଲୀ, ମୁମ୍ବାଇ, ପୁଣେ, କୋଲକାତା ଓ ନାଗପୁରର ରେଡ୍‌ ଲାଇଟ୍‌ ଏରିଆକୁ ନେଇ ବୈଜ୍ଞାନିକମାନେ ଅଧ୍ୟୟନ କରିଛନ୍ତି। ଏହି ସବୁ ରେଡ୍‌ ଲାଇଟ୍‌ ଏରିଆ ହେଉଛି ଦେଶରେ ବଡ଼ ଏବଂ ଏଠାରେ ବହୁସଂଖ୍ୟାରେ ଯୌନକର୍ମୀ ରହୁଛନ୍ତି। ଏଗୁଡ଼ିକୁ ବନ୍ଦ ରଖାଗଲେ କରୋନା ମାମଲା ଶିଖରରେ ପହଞ୍ଚତ୍ବା ପାଇଁ କେତେ ବିଳମ୍ବ ଘଟିବ ଏବଂ କେତେ ନୂଆ ମାମଲା ହ୍ରାସ ହେବ ତାହାର ଏକ ରିପୋର୍ଟ ସେମାନେ ପ୍ରସ୍ତୁତ କରିଛନ୍ତି। ତଦନୁଯାୟୀ ମୁମ୍ବାଇରେ ୧୨ ଦିନ, ନୂଆଦିଲ୍ଲୀରେ ୧୭ ଦିନ, ପୁଣେରେ ୨୯ ଦିନ, ନାଗପୁରରେ ୩୦ ଏବଂ କୋଲକାତାରେ ୩୬ ଦିନ ବିଳମ୍ବ ହୋଇପାରେ। ସେହିପରି ମୁମ୍ବାଇରେ ଏକ ପଞ୍ଚମାଂଶ, ପୁଣେରେ ୨୭%, ନୂଆଦିଲ୍ଲୀରେ ୩୧%, ନାଗପୁରରେ ୫୬% ଏବଂ କୋଲକାତାରେ ୬୬% ନୂଆ ମାମଲା ୪୫ ଦିନ ମଧ୍ୟରେ ହ୍ରାସ ପାଇପାରେ।
ୟେଲ୍‌ ସ୍କୁଲ ଅଫ ମେଡିସିନ୍‌ର ବାୟୋଷ୍ଟାଟିଷ୍ଟିକ ପ୍ରଫେସର ଜେଫେରୀ ଟାଉନ୍‌ସେଣ୍ଡ କହିଛନ୍ତି ଯେ, ରେଡ୍‌ ଲାଇଟ୍‌ ଏରିଆ ବନ୍ଦ ହେବାର ଏକ ଦୃଢ଼ ପ୍ରଭାବ ରହିଥିବା ଆମ ଅନୁସନ୍ଧାନରୁ ଜଣାପଡିଛି। ସେ ଅଷ୍ଟ୍ରେଲିଆ, ଜର୍ମାନୀ ଏବଂ ନେଦରଲ୍ୟାଣ୍ଡ୍ସର ଉଦାହରଣ ଦେଇ କହିଛନ୍ତି ଯେ, ସେହି ଦେଶଗୁଡ଼ିରେ ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ବେଶ୍ୟା ବୃତ୍ତିକୁ ବନ୍ଦ କରାଯାଇଛି। ଅନ୍ୟପକ୍ଷରେ ଠିକ୍‌ ସମୟରେ ଜାପାନରେ ରେଡ୍‌ ଲାଇଟ୍‌ ଏରିଆ ବନ୍ଦ ନ ହେବାରୁ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧିପାଇଥିଲା। ଫଳରେ ସ୍ଥାନୀୟ ହସ୍ପିଟାଲଗୁଡ଼ିକ ଉପରେ ଅଧିକ ଚାପ ପଡ଼ିଥିଲା। ଏହି ଅନୁସନ୍ଧାନରେ ଭାଗ ନେଇଥିବା ହାର୍ଭାର୍ଡ ମେଡିକାଲ ସ୍କୁଲର ବୈଜ୍ଞାନିକ ସୁଧାକର ନୁଟି କହିଛନ୍ତି ଯେ, କରୋନା ମାମଲା ଶିଖରରେ ପହଞ୍ଚତ୍ବା ଯେତେ ବିଳମ୍ବ ହେବ ଚିକିତ୍ସା ବ୍ୟବସ୍ଥା ଉପରୁ ଚାପର ପରିମାଣ ସେତେ ହ୍ରାସ ହେବ। ତାହା ଜୀବନ ବଞ୍ଚାଇବାରେ ମଧ୍ୟ ସହାୟକ ହୋଇପାରିବ ବୋଲି ସୁଧାକର କହିଛନ୍ତି। ବୈଜ୍ଞାନିକମାନେ କେବଳ ଯୌନକର୍ମୀ, ଗ୍ରାହକ ଓ ନାଗରିକଙ୍କ ଜୀବନ ବଞ୍ଚାଇବା ପାଇଁ ଏଭଳି ପରାମର୍ଶ ଦେଇନାହାନ୍ତି। ଯୌନ କର୍ମୀଙ୍କୁ ଉପଯୁକ୍ତ ଥଇଥାନ ସ୍ବରୂପ ଅନ୍ୟ ବୃତ୍ତିରେ ନିୟୋଜିତ କରିବା, ଆର୍ଥିକ ସହାୟତା ଯୋଗାଇଦେବାକୁ ମଧ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri