ରିଲାଏନ୍ସ -ସାଉଦି ଆରାମ୍‌କୋ ଡିଲ୍‌ ଅଟକିଲା

ନୂଆଦିଲ୍ଲୀ,୧୬।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌(ଆର୍‌ଆଇଏଲ୍‌) ଏହାର ଅଏଲ୍‌ ଟୁ କେମିକାଲ (ଓଟୁସି) କାରବାରର ୨୦% ଅଂଶଧନ ସାଉଦି ଆରାମ୍‌କୋ ନାମକ କମ୍ପାନୀକୁ ବିକ୍ରି କରିବାକୁ ଯୋଜନା ରଖାଯାଇଥିଲା। ଏ ନେଇ ଦୁଇ କମ୍ପାନୀ ମଧ୍ୟରେ ଆଲୋଚନା ଜାରି ରହିଥିଲା। ହେଲେ ଏହି ଡିଲ୍‌ ବର୍ତ୍ତମାନ ଅଟକିଯାଇଥିବା ଜଣାପଡିଛି। ପ୍ରକ୍ରିୟା ସହ ଜଡ଼ିତ ୪ ବରିଷ୍ଟ ଅଧିକାରୀ ରଏଟର୍ସକୁ କହିଛନ୍ତି ଯେ, କୋଭିଡ୍‌ କାରଣରୁ ଏନର୍ଜି ମାର୍କେଟ ଉପରେ ବଡ଼ ପ୍ରଭାବ ପଡିଛି। ଏଥିଲାଗି ଡିଲ୍‌ ଲାଗି ଆଲୋଚନା ଆଗକୁ ନ ବଢ଼ିପାରି ଅଟକିଯାଇଛି। ଅନ୍ୟ ଏକ ସୂତ୍ର ମୁତାବକ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ହେବା ଯୋଗୁ ଅଏଲ ଆସେଟ୍‌ସ ଗ୍ଲୋବାଲ ଭାଲ୍ୟୁଏଶନରେ ହ୍ରାସ ଦେଖାଯାଇଛି। ଏଭଳି ସ୍ଥିତିରେ ରିଲାଏନ୍ସ ଡିଲ୍‌କୁ ନେଇ ପୁଣି ଥରେ ତର୍ଜମା କରୁ ବୋଲି ସାଉଦି ଆରାମ୍‌କୋ ଚାହୁଁଛି। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ଡିଲ୍‌କୁ ପୁନଃ ଭାଲ୍ୟୁଏଶନ କରିବା ଲାଗି ସାଉଦି ଆରାମ୍‌କୋ ଇଚ୍ଛା ପ୍ରକଟ କରିଛି। ଯଦି ଏପରି ହୁଏ ତେବେ ଏହା ରିଲାଏନ୍ସ ପାଇଁ ଝଟକା ସଦୃଶ ହେବ ବୋଲି କୁହାଯାଉଛି। ଏହି ଡିଲ୍‌ ୧୫ ବିଲିୟନ ଡଲାର ବିଶିଷ୍ଟ ହେବ ବୋଲି ଗତବର୍ଷ ନିଷ୍ପତ୍ତି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେନୋର ଓ୍ବେଲ୍‌କମ୍‌ ବ୍ୟାକ୍‌ ସର୍ଭିସ କ୍ୟାମ୍ପ; ମିଳୁଛି ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୧୫।୭: ପ୍ରମୁଖ କାର୍‌ ନିର୍ମାଣକାରୀ କମ୍ପାନୀ ରେନୋ ଇଣ୍ଡିଆ ପକ୍ଷରୁ ସାରା ଦେଶରେ ଓ୍ବେଲ୍‌କମ୍‌ ବ୍ୟାକ୍‌ ସର୍ଭିସ କ୍ୟାମ୍ପ ଶୁଭାରମ୍ଭ ଘୋଷଣା କରାଯାଇଛି। କମ୍ପାନୀର ଏହି...

ଟିକା ନେବା ପରେ ଚିକିତ୍ସାଳୟ ଯିବା ଦରକାର ନାହିଁ

ଭୁବନେଶ୍ୱର,୨୯ା୧୧: ସାରା ଦେଶରେ କୋଭିଡ୍‌-୧୯ର ଭୟ ବର୍ତ୍ତମାନ ମଧ୍ୟ ସମସ୍ତଙ୍କୁ ଚକିତ କରି ରଖିଛି। ଏହି ମହାମାରୀକୁ ରୋକିବା ପାଇଁ ଟିକାର ଆବଶ୍ୟକତା ରହିଛି। ହେଲେ...

୮୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୧୮-୩ : ଦେଶର ପୁଞ୍ଜିବଜାରରେ କରୋନା ଆତଙ୍କ ଲାଗି ରହିଛି। ମଙ୍ଗଳବାର ମଧ୍ୟ ସେନ୍‌ସେକ୍ସରେ ଏହାର ନକାରାତ୍ମକ ପ୍ରଭାବ ପରିଲକ୍ଷିତ ହୋଇଛି। କରୋନା ଯୋଗୁ ମାନ୍ଦାବସ୍ଥା...

ଭାରତ ଲାଗି ଆଉଟଲୁକ୍‌ ନକାରାତ୍ମକ କଲା ଫିଚ୍‌

ନୂଆଦିଲ୍ଲୀ,୧୮।୬: ଫିଚ୍‌ ରେଟିଂ ଏଜେନ୍ସି ଗୁରୁବାର ଭାରତର ଆଉଟଲୁକ୍‌କୁ ନକାରାତ୍ମକ ରହିବା ନେଇ ଆକଳନ କରିଛି। ଭାରତର ଆଉଟଲୁକ୍‌ ସ୍ଥିର ରହିବ ବୋଲି ଏହା ପୂର୍ବରୁ...

ଗ୍ରାହକଙ୍କ ପସନ୍ଦ ପ୍ରିମିୟମ ପ୍ରଡକ୍ଟ: ସାମ୍‌ସଙ୍ଗ ଭିପି

ଭୁବନେଶ୍ୱର,୧୨-୧୦(ବ୍ୟୁରୋ): ଭାରତୀୟ ଗ୍ରାହକମାନେ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ କ୍ରୟ ବେଳେ ପ୍ରିମିୟମ ପ୍ରଡକ୍ଟକୁ ଅଧିକ ପସନ୍ଦ କରୁଛନ୍ତି। ଟିଭି, ଫ୍ରିଜ ଭଳି ପ୍ରଡକ୍ଟ କ୍ରୟ ସମୟରେ...

ଓଡ଼ିଶା ପାଇଁ ଟିଡିଏସ୍‌ ଦାଖଲ ସମୟ ସୀମା ବୃଦ୍ଧି

ଭୁବନେଶ୍ୱର,୨୬-୫ : ଫନୀ ଯୋଗୁ ରାଜ୍ୟରେ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ଯୋଗାଯୋଗ ପ୍ରକ୍ରିୟା ବ୍ୟାହତ ହୋଇଛି। ଏହା ଫଳରେ ଟିଡିଏସ୍‌ ଡିଡକ୍ଟରମାନେ ମଧ୍ୟ ଗୁରୁତର...

ଓପିଟିସିଏଲ୍‌ରେ ଯୋଗଦେଲେ ୨୫୬

ଭୁବନେଶ୍ୱର, ୯।୧: ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମିକୁ ମଜଭୁତ କରିବା ଓ ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ଯୋଗାଇବା ପାଇଁ ଓଡ଼ିଶା ସରକାର କୁଶଳୀ ଓ...

ଜିଏସ୍‌ଟି ଅଧୀନକୁ ଆସିବନି ପେଟ୍ରୋଲ,ଡିଜେଲ

ନୂଆଦିଲ୍ଲୀ,୧୮-୬: ପେଟ୍ରୋଲିୟମ ଉତ୍ପାଦକୁ ଜିଏସ୍‌ଟି ଅଧୀନକୁ ଆଣିବା ଲାଗି ତେଲ ଓ ବିମାନ କମ୍ପାନୀଙ୍କ ଦୀର୍ଘଦିନର ଦାବିକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଫଳରେ ତେଲକୁ...

Advertisement


Archives

Model This Week