ରାୟଗଡ଼ାରେ ରାଜସ୍ଥାନ କୁମ୍ଭାରଙ୍କ ବେଶ୍‌ ଚାହିଦା

ରାୟଗଡ଼ା ଅଫିସ ,୨୧।୧
ରାଜ୍ୟ ବାହାର କୁମ୍ଭାରଙ୍କ ରାୟଗଡ଼ାରେ ବେଶ୍‌ ଚାହିଦା ା ରାୟଗଡ଼ାରେ ପ୍ରତି ବର୍ଷ ପୂଜା ପାର୍ବଣ ସମୟରେ ସେମାନଙ୍କୁ ଦେଖିବାକୁ ମିଳିଥାଏ ା ସେମାନେ ପୂଜାର କିଛି ମାସ ପୂର୍ବରୁ ଆସି ଏଠାରେ ବ୍ୟବସାୟ କରି ବେଶ ଲାଭବାନ୍‌ ହୋଇଥାନ୍ତିି ା ଏଇ ଆଶା ନେଇ ରାଜସ୍ଥାନର ଏକ କୁମ୍ଭାର ପରିବାର ଏବଂ ତାଙ୍କ ସମ୍ପର୍କୀୟ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରାୟଗଡ଼ା ଆସି ବ୍ୟବସାୟ କରୁଛନ୍ତି ା ରାୟଗଡ଼ାରେ ଅନେକ କୁମ୍ଭାର ଥିଲେ ମଧ୍ୟ ସେମାନଙ୍କ କାରୁକାର୍ଯ୍ୟ ଅତି ନିଆରା ା ଏଠାରେ କୁମ୍ଭାରମାନେ ପ୍ଲାଷ୍ଟର ଅଫ ପ୍ୟାରିସ ବ୍ୟବହାର କରନ୍ତି, ମାଟି ବ୍ୟବହାର କରନ୍ତି ନାହିଁ ା ଏହା ପରିବେଶକୁ ପ୍ରଦୂଷଣ କରେ ନାହଁି ା ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତିଠାରୁ ଆରମ୍ଭ କରି ଘରସଜା ସାମଗ୍ରୀ କଳସ , ମୟୂର , କୁମ୍ପି , ଶୁଆ , ଲାଫିଙ୍ଗ୍‌ ବୃଦ୍ଧ ବିକ୍ରି କରିଥାନ୍ତି ା ସେମାନଙ୍କର ସବୁଠାରୁ ବେଶି ଆକର୍ଷିତ ହେଉଛି ପାଳରେ ନିର୍ମିତ ଘୋଡ଼ା ା ଏହା ବେଶୀ ଚାହିଦା ଥିବାରୁ ଅଧିକ ବିକ୍ରି ହୋଇଥାଏ ବୋଲି କହିଛନ୍ତି ଧନରାଜ ରାଠୋଡ଼ ା ରାୟଗଡ଼ାରେ ୧୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ସେ ଆସି ଏହି ବ୍ୟବସାୟ କରୁଛନ୍ତି ା ଏହିସବୁ ସାମଗ୍ରୀ ରାୟଗଡ଼ାର ଅନ୍ୟ ମୂର୍ତ୍ତି ଦୋକାନରେ ମିଳୁ ନ ଥିବାରୁ ଲୋକେ ଏହାକୁ ବେଶ ପସନ୍ଦ କରୁଛନ୍ତି ା ଏହି କାମ ପିଲାବେଳୁ କରି ଆସିଛୁ ା ରାଜସ୍ଥାନରେ ଅନେକ ବ୍ୟବସାୟୀ ଥିବାରୁ ସେଠାରେ ଲାଭବାନ ହୋଇପାରିଲୁ ନାହିଁ ା ତେଣୁ ଏଠାକୁ ଆସି ବ୍ୟବସାୟ କରୁଛୁ। ରାୟଗଡ଼ାର ଭାକୁରୁଗୁଡ଼ାରେ ଏକ ଖାଲି ଜାଗାରେ କୁଡ଼ିଆ କରି ରହି ଏହି ବ୍ୟବସାୟ କରୁଛୁ ବୋଲି ସେ କହିଛନ୍ତି ା ଏଠାରେ ୨୫ରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ମିଳିଥାଏ ା ପ୍ଲାଷ୍ଟର ପ୍ୟାରିସକୁ ରାଜସ୍ଥାନରୁ ଆଣି ଏଠାରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରୁଛୁ ା ଯାହା ରୋଜଗାର ହେଉଛି ସେଥିରେ ପରିବାର ଚଳୁଛି ା ଦିନକୁ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟବସାୟ ହୋଇଥାଏ ା ଆଗକୁ ସରସ୍ବତୀ ପୂଜା ଆସୁଥିବାରୁ ଲୋକମାନେ ସରସ୍ବତୀ ଙ୍କ ମୂର୍ତ୍ତି ପାଇଁ ଅର୍ଡ଼ର ଦେଉଛନ୍ତି ବୋଲି ଗୋପାଲ ରାଠୋଡ଼ କହିଛନ୍ତିି ା


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ରାସ୍ତା-ଡ୍ରେନ୍‌ ନିର୍ମାଣ ନ ହେଲେ ଭୋଟ୍‌ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ

କେନ୍ଦୁଝର,୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବନାଯୋଡ଼ି ଗ୍ରାମର ଭୁରୁଡ଼ିସାହିରେ ରାସ୍ତା ଓ ଡ୍ରେନ ନିର୍ମାଣ ନ ହେଲେ ଗ୍ରାମବାସୀ ଆଗାମୀ…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

୧୧ ଯାଏ କୁଆପଥର ବର୍ଷା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା) – କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ୫୦ରୁ ୬୦…

ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ: ଆନ୍ଦୋଳନ ହେବ ଆହୁରି ତୀବ୍ର

ଭୁବନେଶ୍ୱର,୯ା୪(ସୁଚିସ୍ମିତା ସାହୁ):ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ। ୨୦୦୧ରୁ ଏପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କ କାର୍ଯ୍ୟକାଳକୁ ଠିକା କାର୍ଯ୍ୟରୁ ଉଚ୍ଛେଦ କରି ମୂଳ ଚାକିରିରେ ଗଣନା କରି…

୧୦ରେ ନୂଆଦିଲ୍ଲୀ ଯିବେ ନବୀନ: ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ…

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଯିବେ। ତାଙ୍କ ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ମଙ୍ଗଳବାର ଏକ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri