ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌, ୨୫ ଗୁରୁତର

ବଇଣ୍ଡା,୨୮।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ନାକଚିସ୍ଥିତ କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର ଛେଳିଆଢିପ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୨୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହଣ୍ଡପା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପୋଲିସ ସୂତ୍ରରୁ ପ୍ରକାଶ ଯେ, କୁନାଲ ନାମକ ଏକ ଘରୋଇ ବସ (ଓଡି ୧୬ ଡି ୮୩୨୫) ଭୁବନେଶ୍ୱରରୁ ସୁନ୍ଦରଗଡ଼ ଅଭିମୁଖେ ଯାଉଥିବାବେଳେ ଛେଳିଆଢିପଠାରେ ଚାଳକ ଭାରସାମ୍ୟ ହରାଇବାରୁ ଓଲଟି ପଡ଼ିଥିଲା। ଖବର ପାଇ ହଣ୍ଡପା ଆଇଆଇସି ଲବ ବୋଡା ଘଟଣାସ୍ଥଳରେ ପହଞ୍ଚି ବସ୍‌ଟିକୁ ଜବତ କରିଛନ୍ତି। ଏ ସମ୍ପର୍କରେ ୧୨୬/୧୯ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନରେ ଯାତ୍ରା କରୁଥିଲେ ଖୁସିଖବର, ୫୦% କମିଯିବ ଟ୍ରେନଭଡା!

ନୂଆଦିଲ୍ଲୀ,୧।୨: ଦେଶର ଲକ୍ଷ ଲକ୍ଷ ରେଳ ଯାତ୍ରୀ ଆଗାମୀ କେନ୍ଦ୍ର ବଜେଟ 2026 କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସବୁବେଳେ ପରି, ସାଧାରଣ ଲୋକ ଆଶା…

Budget 2026: ବଜେଟ ଉପସ୍ଥାପନ ପୂର୍ବରୁ ଚର୍ଚ୍ଚାରେ ନିର୍ମଳା ସୀତାରାମନ୍‌ଙ୍କ ବଜେଟ ଲୁକ୍‌, ଏଥର କଟ୍ଟମ କାଞ୍ଚିଭରମ

ନୂଆଦିଲ୍ଲୀ,୧।୨: ପ୍ରତିବର୍ଷ ବଜେଟରେ ଦେଶର ଧ୍ୟାନ କେବଳ ଆର୍ଥିକ ତଥ୍ୟ ଉପରେ ନୁହେଁ ବରଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ପାରମ୍ପରିକ ପୋଷାକ ଉପରେ ମଧ୍ୟ କେନ୍ଦ୍ରିତ ହୁଏ।…

୨୦୨୫ରେ ଦେଶ ଛାଡିଛନ୍ତି ୭ ଲକ୍ଷରୁ ଅଧିକ ପାକିସ୍ତାନୀ, ରିପୋର୍ଟରେ ବଡ଼ ଦାବି

ଇସଲାମାବାଦ,୧।୨: ୨୦୨୫ ମସିହାରେ ୭,୬୦,୦୦୦ ରୁ ଅଧିକ ପାକିସ୍ତାନୀ ନିଯୁକ୍ତି ଖୋଜିବାକୁ ଦେଶ ଛାଡିଥିଲେ। ଏହି ସଂଖ୍ୟା ଦେଶରେ ବଢୁଥିବା ଆର୍ଥିକ ଚାପ ଏବଂ ନିଯୁକ୍ତି ସୁଯୋଗର…

ବିବାହିତଙ୍କୁ Budget 2026 ରୁ ମିଳିବ ଖୁସିଖବର! ଆଉ ଦେବାକୁ ପଡିବନି…

ନୂଆଦିଲ୍ଲୀ,୧।୨: ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସଂସ୍ଥାନ (ICAI) ବିବାହିତ ଦମ୍ପତିଙ୍କ ପାଇଁ ଇଚ୍ଛାଧୀନ ଯୁଗ୍ମ ଟିକସ ପ୍ରସ୍ତାବ ଦେଇଛି। ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ଏହା…

 ବିରି ମାଡ଼ଦେଖି କୋଳଥ ଚେପା : ଗୋରୁ ମାଫିଆଙ୍କୁ ଗୋଡ଼ାଇଲା ବେଳେ, ସ୍କୁଟିରୁ ପଡ଼ିଲେ ଗଞ୍ଜେଇ ବେପାରୀ  

ଭଞ୍ଜନଗର,୧।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଡହ ଅଞ୍ଚଳରେ କିଛି ଗୋରୁ ମାଫିଆ ଗୋରୁ ଧରି ଯାଉଥିଲେ। ସମ୍ପୃକ୍ତ ଅଞ୍ଚଳବାସୀ ସେମାନଙ୍କୁ ଗୋଡାଇ ଧରିଥିଲେ। ପରେ…

ବଜେଟ ଭାଷଣ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଦହି-ଚିନି ଖୁଆଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧।୨: ବଜେଟ ୨୦୨୬ ପାଇଁ ଦୀର୍ଘ ପ୍ରତୀକ୍ଷା ଆଜି ଶେଷ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ସଂସଦରେ ବଜେଟ (ବଜେଟ ୨୦୨୬-୨୭ ଲାଇଭ ଅପଡେଟ୍ସ)…

Budget 2026 Gold Silver Rate: ବଜେଟ ପୂର୍ବରୁ ସୁନା-ରୂପାକୁ ନେଇ ବଡ଼ ଖବର, କିଣିବାକୁ ଚାହୁଁଥିଲେ…

ନୂଆଦିଲ୍ଲୀ,୧।୨: ବଜେଟ ଉପସ୍ଥାପନ ପୂର୍ୱରୁ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଫେବୃଆରୀ 1, 2026 ରେ, ଦିଲ୍ଲୀରେ 24 କ୍ୟାରେଟ ସୁନା ପ୍ରତି…

ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ: ଜଣାପଡୁନି କାରଣ ଚିନ୍ତାରେ…

ଭୁବନେଶ୍ୱର,୧।୨: ଜାତୀୟ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ ଘଟିଛି। ଜାନୁଆରୀ ୨୩ରୁ ୩୦ ମଧ୍ୟରେ ମୋଟ ୫ କୁମ୍ଭୀରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri