Posted inଜାତୀୟ

ରାଷ୍ଟ୍ରପତି ଶାସନ ଲାଗୁ ହେବା ସତ୍ତ୍ୱେ: ସରକାର ଗଠନ ଉଦ୍ୟମ ଜାରି

ମୁମ୍ବାଇ,୧୩ା୧୧(ଆଇଏଏନ୍‌ଏସ୍‌): ମହାରାଷ୍ଟ୍ରରେ ମଙ୍ଗଳବାର ରାଷ୍ଟ୍ରପତି ଶାସନ ଜାରି କରାଯିବା ପରେ ସବୁ ରାଜନୈତିକ ଦଳ ବିସ୍ମିତ ହେବା ସତ୍ତ୍ୱେ ସରକାର ଗଠନ ପ୍ରକ୍ରିୟାରୁ ଓହରିନାହାନ୍ତି। ରାଜ୍ୟପାଳ ଭଗତ ସିଂ କୋଶିୟାରୀ ସନ୍ତୁଷ୍ଟ ହେବା ଭଳି ଭିନ୍ନ ଭିନ୍ନ ରାଜନୈତିକ ସମୀକରଣ ସୃଷ୍ଟିକରି ସରକାର ଗଢ଼ିବା ପାଇଁ ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ ପକ୍ଷରୁ ଉଦ୍ୟମ ଚାଲିଥିବାବେଳେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାଜପା ମଧ୍ୟ ଏଥିରୁ ପଛରେ ପଡ଼ିନାହିଁ। ଏହାକୁ ନେଇ ମହାରାଷ୍ଟ୍ରରେ ଛକାପଞ୍ଝା ଚାଲିଥିବାବେଳେ ଦିଲ୍ଲୀ ରାଜନୀତି ମଧ୍ୟ ସରଗରମ ହୋଇଛି।
ରାଜନୈତିକ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଥିବା ମହାରାଷ୍ଟ୍ରର ୫୯ ବର୍ଷର ଇତିହାସରେ ଏହାକୁ ମିଶାଇ ୩ ଥର ରାଷ୍ଟ୍ରପତି ଶାସନ ଜାରି ହୋଇଛି। ଏହା ପୂର୍ବରୁ ୧୯୮୦ ଫେବୃୟାରୀରୁ ଜୁନ୍‌ ମଧ୍ୟରେ ୧୧୨ ଦିନ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ସେହିପରି ୨୦୧୪ ସେପ୍ଟେମ୍ବର-ଅକ୍ଟୋବରରେ ୩୩ ଦିନ କେନ୍ଦ୍ରୀୟ ଶାସନ ଅଧୀନରେ ରହିଥିଲା ଏହି ରାଜ୍ୟ। ଅକ୍ଟୋବର ୨୧ରେ ନିର୍ବାଚନ ଫଳ ୨୪ ତାରିଖରେ ଆସିବା ପରେ ରାଜନୈତିକ ସଙ୍କଟକୁ ନେଇ ଜାରି ସଦ୍ୟ ରାଷ୍ଟ୍ରପତି ଶାସନ ସବୁଠୁ ବଡ଼ ଦଳ ଭାଜପା ପାଇଁ ଆଶ୍ୱସ୍ତି ଆଣିଦେଇଥିବାବେଳେ ଏନ୍‌ସିପି, କଂଗ୍ରେସ ଓ ଶିବସେନା ମଧ୍ୟ ପରସ୍ପର ପାଇଁ ଗ୍ରହଣଯୋଗ୍ୟ ହେବା ଭଳି ବୁଝାମଣା କରିବାକୁ ସମୟ ପାଇଛନ୍ତି। ଏହି ପରିପ୍ରେକ୍ଷୀରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ କହିଛନ୍ତି, ରାଜ୍ୟପାଳଙ୍କୁ ଆମେ ୪୮ ଘଣ୍ଟା ମାଗିଥିଲୁ। କିନ୍ତୁ ସେ ରାଷ୍ଟ୍ରପତି ଶାସନ ଜାରି କରି ୬ ମାସ ସମୟ ଦେଇଛନ୍ତି। ଯଦି ଜମ୍ମୁ-କଶ୍ମୀରରେ ମେହବୁବା ମୁଫ୍‌ତିଙ୍କ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ସହ ମିଶି ଭାଜପା ସରକାର ଗଠନ କରିପାରୁଛି ତେବେ ଆମେ କାହିଁକି ଏନସିପି-କଂଗ୍ରେସ ସହ ମିଶି ନ ପାରିବୁ। ହିନ୍ଦୁତ୍ୱର ମାନେ କେବଳ ରାମମନ୍ଦିର ନିର୍ମାଣ ନୁହେଁ। ସାଧାରଣ ସର୍ବନିମ୍ନ କାର୍ଯ୍ୟସୂଚୀ କାର୍ଯ୍ୟକାରୀ କରିବା ଆବଶ୍ୟକତା ରହିଛି, ଯାହା ଉପରେ ଆମେ କାମ କରୁଛୁ ବୋଲି ଉଦ୍ଧବ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଶିବସେନାର ମହାରାଷ୍ଟ୍ରର ଜନାଦେଶକୁ ଅସମ୍ମାନ କରିଛି ବୋଲି ବରିଷ୍ଠ ଭାଜପା ନେତା ସୁଧୀର ମୁଙ୍ଗନ୍ତିଓ୍ବାର ସମାଲୋଚନା କରିଛନ୍ତି। ଭାଜପା ନେତା ନାରାୟଣ ରାଣେ କହିଛନ୍ତି, ଶିବସେନା, ଏନ୍‌ସିପି ଓ କଂଗ୍ରେସ ସରକାର ଗଢ଼ିପାରିବେ ନାହିଁ। ଭାଜପା ସରକାର ଗଠନ ପାଇଁ ଉଦ୍ୟମ କରିବ ଓ ସଫଳ ହେବ। ଏନ୍‌ସିପି ନେତାମାନେ ମଧ୍ୟ ସରକାର ଗଠନ ପାଇଁ ଉଦ୍ୟମ ଚଳାଇଛନ୍ତି। ଏନ୍‌ସିପି ଥରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ସରକାର ଗଢ଼ିବା ପରେ ଶପଥ ଗ୍ରହଣ କରାଯିବ ବୋଲି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର କହିଛନ୍ତି। ତେବେ ତାଙ୍କ ଦାଦା ତଥା ଦଳର ମୁଖ୍ୟ ଶରଦ ପାଓ୍ବାର ତରବରିଆ ଭାବେ ପଦକ୍ଷେପ ନିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ଆଇନ ବିଶେଷଜ୍ଞଙ୍କ ମତରେ ନବନିର୍ବାଚିତ ବିଧାୟକମାନେ ଜଣେ ପ୍ରୋଟେମ୍‌ ସ୍ପିକର (କାମଚଳା ବାଚସ୍ପତି, ଯାହାଙ୍କୁ ରାଜ୍ୟପାଳ ନିଯୁକ୍ତ କରିଥାନ୍ତି)ଙ୍କ ଦ୍ୱାରା ଶପଥ ନେଇ ନ ଥିବାରୁ ରାଜ୍ୟରେ ବିଧାନସଭାର ଅସ୍ତିତ୍ୱ ନାହିଁ। ତେଣୁ ରାଷ୍ଟ୍ରପତି ଶାସନ ଚାଲିଥିବା ଅବଧି ମଧ୍ୟରେ ଏହାକୁ ନିଲମ୍ବନ ଅବସ୍ଥାରେ ରଖାଯିବାର ପ୍ରଶ୍ନ ଉଠୁନାହିଁ। ଗୃହ ଗଠିତ ହୋଇ ନ ଥିବାରୁ ଅନ୍ୟ ପଦକ୍ଷେପଗୁଡ଼ିକ କିପରି ପ୍ରଭାବକୁ ଆସିପାରିବ। କୌଣସି ଦଳ ବା ମେଣ୍ଟ ରାଜ୍ୟପାଳଙ୍କ ନିକଟରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ସରକାର ଗଠନ ପାଇଁ ତାଙ୍କୁ ବୁଝାଇବା ପରେ ହିଁ ଯାହା ହେବା କଥା ହେବ ବୋଲି ଜଣେ ବିଶ୍ଳେଷକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଲନ ସିଂ ଜେଡିୟୁ ଅଧ୍ୟକ୍ଷ

ପାଟନା,୩୧ ।୭: ରାଜଧାନୀ ଦିଲ୍ଲୀରେ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲାଗି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି ।...

ମାଓବାଦୀଙ୍କ ଟାର୍ଗେଟରେ ଏସ୍‌ପି ନେତା: ଅପହରଣ ପରେ କଲେ ହତ୍ୟା

ବିଜାପୁର,୧୯।୬: ଛତିଶଗଡ଼ରେ ପୁଣି ମାଓବାଦୀଙ୍କ ଦବ୍‌ଦବା ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରେ ସମାଜବାଦୀ ପାର୍ଟି (ଏସ୍‌ପି) ନେତା ସନ୍ତୋଷ ପୁନେମଙ୍କୁ ମାଓବାଦୀ ଅପହରଣ କରି ହତ୍ୟା...

୧୦ ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ: ଦିଲ୍ଲୀ ଶୀର୍ଷରେ

ନୂଆଦିଲ୍ଲୀ,୨୩।୧୧: ଭାରତର ୧୦ ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏସବୁ ରାଜ୍ୟରେ ୭୭ ପ୍ରତିଶତ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ...

ପ୍ରଥମ ଦେଖାରେ ସୋନିଆଙ୍କ ପ୍ରେମରେ ପଡ଼ିଥିଲେ ରାଜୀବ ଗାନ୍ଧୀ, ଜାଣନ୍ତୁ କେମିତି ଆରମ୍ଭ ହୋଇଥିଲା ପ୍ରେମ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ। ସେ ୨୦ ଅଗଷ୍ଟ ୧୯୪୪ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୧୯୯୧ ନିର୍ବାଚନ...

କଶ୍ମୀରର ୫୨ ଅଧିକାରୀ ବଦଳିଲେ

ନୂଆଦିଲ୍ଲୀ, ୧୯ା୯: ଜମ୍ମୁ-କଶ୍ମୀରରେ ବୁଧବାର ଏକ ବଡ଼ ଧରଣର ଅମଲାତାନ୍ତ୍ରିକ ଅଦଳବଦଳ କରାଯାଇଛି। ଦୁଇ ଆଇଏଏସ୍‌ ଅଧିକାରୀଙ୍କ ସହ ୫୨ ଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଛି।...

ସାବାଳକଙ୍କୁ ଟିକା ପାଇଁ ଗାଇଡ୍‌ଲାଇନ

ନୂଆଦିଲ୍ଲୀ, ୨୫।୪: ଆସନ୍ତା ମାସ ୧ ତାରିଖରୁ ସମସ୍ତ ସାବାଳକଙ୍କୁ କୋଭିଡ୍‌ ଟିକା ଦିଆଯିବ। ତୃତୀୟ ପର୍ଯ୍ୟାୟ ଟିକାକରଣକୁ ସଫଳ କରାଇବା ପାଇଁ କେନ୍ଦ୍ର ସରକାର...

ଆଚାର ସଂହିତା ଉଲ୍ଲଂଘନ ପାଇଁ ସନ୍ନିଙ୍କୁ ନୋଟିସ୍‌

ଗୁରୁଦାସପୁର,୧୮।୫: ଆଦର୍ଶ ଆଚାର ସଂହିତା ଉଲ୍ଲଂଘନ ଅଭିଯୋଗରେ ପଞ୍ଜାବର ଗୁରୁଦାସପୁରରୁ ନିର୍ବଚନ ଲଢୁଥିବା ଭାଜପା ପ୍ରାର୍ଥୀ ସନ୍ନି ଦେଓଲଙ୍କୁ ନିର୍ବାଚନ କମିଶନ ଏକ ନୋଟିସ୍‌ ଜାରି...

୨୭ରେ ଟିଏମ୍‌ସିର ସିଏଏ ବିରୋଧୀ ସଂକଳ୍ପନାମା

କୋଲକାତା,୨୨ା୧(ପି.ଟି.): ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାନସଭାରେ ସିଏଏ ବିରୋଧୀ ସଂକଳ୍ପନାମା ଆଣିବ। ନୂଆ ନାଗରିକତ୍ୱ ଆଇନ ବିରୋଧରେ ଜାନୁୟାରୀ ୨୭ରେ ଗୃହରେ ପ୍ରସ୍ତାବ...

Advertisement
Archives

Model This Week