Posted inRasifala

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ
ସମସ୍ୟାର ସମାଧାନ ପୂର୍ବକ କର୍ମଧାରାରେ ପରିବର୍ତ୍ତନ ଆଣିବାରେ ସମର୍ଥ ହେବେ । ହାତକୁ ନେଇଥିବା କାର୍ଯ୍ୟ ସାଧନ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବାର ଆଶା ରହିଛି । ଏକାଧିକ ବାଧା ଓ ପ୍ରତିବନ୍ଧକ କାରଣରୁ ବାଣିଜ୍ୟ ଓ ବ୍ୟବସାୟ ସାଧାରଣ ବାଧାପ୍ରାପ୍ତ ହୋଇପାରେ ।
ବୃଷ
ବୃଷ
କର୍ମକ୍ଷେତ୍ରରେ ସହଯୋଗର ଆଶାରଖି ଅନ୍ୟମାନଙ୍କୁ ମନେଇବାରେ ସଫଳତା ପାଇବେ । ସାମାନ୍ୟ ବଚସାକୁ ନେଇ କେନ୍ଦ୍ରକରି କ୍ରୋଧଜନିତ କଡା କଥା କହିବା କାରଣରୁ କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟିର ଆଶଙ୍କା । ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେବାର ସମ୍ଭାବନା ରହିଛି ।
ମିଥୁନ
ମିଥୁନ
ଅଟକି ରହିଥିବା କାମ ସକାଶେ ଅନୁତାପ କରିବାକୁ ବାଧ୍ୟ ହେବେ । ସାମୂହିକ କାର୍ଯ୍ୟ, ରାଜନୀତି, ପ୍ରଶାସନ, ସଭାସମିତି କ୍ଷେତ୍ରରୁ ସଫଳତା ମିଳିବ । ବନ୍ଧୁମାନଙ୍କ ନିକଟରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ପରିସ୍ଥିତିର ମୁକାବିଲା କରିପାରିଲେ ପ୍ରତ୍ୟେକ ସମସ୍ୟାର ସମାଧାନ ହୋଇପାରିବ ।
କର୍କଟ
କର୍କଟ
ଆଜି କର୍ମକ୍ଷେତ୍ରରେ ସାଧାରଣ କଥାରୁ କଳହର ସମ୍ମୁଖୀନ ହେବାକୁ ପଡ଼ିପାରେ । ପରିବାରରେ ଟିକିଏ ଟିକିଏ କଥାରେ ବିରକ୍ତି ପ୍ରକାଶ କରି ଅଯଥା କଳହକୁ ନିମନ୍ତ୍ରଣ କରିବେ । ସରକାରୀ ସ୍ତରରୁ କିଛି ପାଇବାର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ମିତ୍ରମାନଙ୍କ ପରାମର୍ଶ ନେଇ କାମ କଲେ ଉପକୃତ ହେବେ ।
ସି˚ହ
ସି˚ହ
ସରଳ ସମାଧାନ ସକାଶେ ବନ୍ଧୁଙ୍କୁ ନେହୁରା ହେବାକୁ ପଡିପାରେ । ଆନୁଷ୍ଠାନିକ କ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି । ରାଜନୀତିରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ମନୋବଳ ବୃଦ୍ଧି ପାଇବା ପଛରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପରୋକ୍ଷ ସାହାଯ୍ୟ ରହିବ ।
କନ୍ୟା
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ଉଦ୍ଦେଶ୍ୟମୂଳକ ଭାବରେ କରାଯାଇଥିବା ସ୍ଥାନାନ୍ତରର ସୂଚନା ପାଇ ହଡବଡେଇ ଯାଇପାରନ୍ତି । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ଏକ ପ୍ରକାର ହିତକର ହେବ । ବନ୍ଧୁଙ୍କ ସ୍ବାସ୍ଥ୍ୟହାନି କାରଣରୁ ନିଜକୁ କେତେକ କଥା ସମ୍ଭାଳିବାକୁ ପଡିବାର ସୂଚନା ରହିଛି ।
ତୁଳା
ତୁଳା
ଯେଉଁ କାମଟିକୁ ଆରମ୍ଭ କରିବାକୁ ଯାଉଛନ୍ତି ତାହା ନିର୍ବିଘ୍ନରେ ସମାପନ ହୋଇଯିବ । କଠୋରଶ୍ରମ ଜନିତ ସାମୟିକ ଭାବରେ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । କୌଣସି କାମ ହାସଲ ପାଇଁ ବହୁତ ଗୁଡିଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବାକୁ ପଡିପାରେ । ପ୍ରକାଶନ ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଶୁଭଫଳ ପାଇବେ ।
ବିଛା
ବିଛା
ଆବଶ୍ୟକତାରୁ ଅଧିକ କଥା କହି ଶେଷରେ ଉପହସିତ ହେବା ସହ ସମସ୍ୟାର ଆଶଙ୍କା ସୃଷ୍ଟିହେବ । ଈର୍ଷାପରାୟଣ ବ୍ୟକ୍ତିଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ଆଶଙ୍କା ରହିଛି । ପାରିବାରିକ ସ୍ଥିତି, ପ୍ରଶାସନିକ କାମ, ଯାନବାହନର ମରାମତି, ନିର୍ମାଣାଧୀନ କାର୍ଯ୍ୟ ଓ ଯାତ୍ରାରୁ ସୁଫଳ ପାଇବେ ।
ଧନୁ
ଧନୁ
କର୍ମକ୍ଷେତ୍ରରେ ଅପ୍ରିୟସତ୍ୟ ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ସାମାଜିକ ସ୍ତରରେ ସଂଗଠନ ଓ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହେବାରୁ ଉଚ୍ଚ ପଦାଧିକାରୀଙ୍କ ନିକଟରେ ଅଭିଯୋଗ କରିବାକୁ ପଡିପାରେ ।
ମକର
ମକର
କୌଣସି ବ୍ୟକ୍ତି ଦ୍ୱାରା କାମ ହାସଲ କରିପାରିବେ । କଳା ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ରହିଥିବା ସମସ୍ୟା ବନ୍ଧୁଙ୍କ ଜରିଆରେ ସମାଧାନ ହୋଇଯିବ । କଞ୍ଚାମାଲ ଅଭାବରୁ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜିବାର ଆଶଙ୍କା ରହିଛି । ଆର୍ଥିକ ସହଯୋଗ ସକାଶେ ବନ୍ଧୁଙ୍କ ଆଗରେ ପ୍ରକାଶ କରି ନ ପାରି ପରେ ଅନୁତାପ କରିବେ ।
କୁମ୍ଭ
କୁମ୍ଭ
କାମରେ ପ୍ରବେଶ ଅନୁପ୍ରବେଶକରି ବ୍ୟସ୍ତତା ଅନୁଭବ କରିପାରନ୍ତି । ପାରିବାରିକ ସୁଖ ସ୍ବାଚ୍ଛନ୍ଦ୍ୟ କାରଣରୁ କିମ୍ବା ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ । ପ୍ରତ୍ୟେକ କ୍ଷେତ୍ରରେ ସହକର୍ମୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ । ଆକସ୍ମିକ ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ବାଧ୍ୟହେବେ ।
ମୀନମୀନ

ସମ୍ପର୍କ ସ୍ଥାପନ କରିବା କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ । ପାରସ୍ପରିକ ଆଲୋଚନା କ୍ରମେ ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇବେ । ବନ୍ଧୁଙ୍କ ସମ୍ମୁଖରେ କୌଣସି ଅପ୍ରକାଶ୍ୟ କଥା ପ୍ରକାଶ କରି ଅପଦସ୍ଥ ହୋଇପାରନ୍ତି । ବଡ ଭାଇଙ୍କ ସ୍ବାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିପାରେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ରାଶିରେ ବିଳାସକାରକ ଗ୍ରହ ଶୁକ୍ର ଅବସ୍ଥାନକରି ଦିନଟିକୁ ସୁଖ ସ୍ବାଚ୍ଛନ୍ଦ୍ୟରେ ଅତିବାହିତ କରାଇବେ। ଆନୁଷ୍ଠାନିକ କାମ ମଧ୍ୟରେ ବନ୍ଧୁମାନଙ୍କ ସାନ୍ନିଧ୍ୟ ଓ ପରିବାର…

ରାଶିଫଳ: ସୋମବାର, ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ଯୁକ୍ତ ଏକାଦଶସ୍ଥ ଚନ୍ଦ୍ର ସନ୍ତାନଙ୍କ ସ୍ବାସ୍ଥ୍ୟହାନି ସାଙ୍ଗକୁ ସୁସମ୍ପର୍କ କ୍ଷେତ୍ରରେ ବାଧା ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଚାପର ସମ୍ମୁଖୀନ ହୋଇପାରନ୍ତି। ପ୍ରଶାସନିକ ଆଲୋଚନା…

ରାଶିଫଳ: ରବିବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସ୍ବନକ୍ଷତ୍ରସ୍ଥ ଯୋଗୁ କର୍ମମୁଖର ରହିବେ ଏବଂ ପାରିବାରିକ କ୍ଷେତ୍ର ସରସ ସୁନ୍ଦର ରହିବ। ଆନୁଷ୍ଠାନିକ କାମରେ, ସଭାସମିତିରେ, ସତ୍‌ସଙ୍ଗର ସାନ୍ନିଧ୍ୟ ଲାଭରେ, ଆଲୋଚନା…

ରାଶିଫଳ: ଶନିବାର, ଏପ୍ରିଲ ୧୧ ତାରିଖ – Daily Horoscope

ମେଷ ଆଜି କର୍ମଭାବସ୍ଥ ଚନ୍ଦ୍ର ଏକାଧାରରେ ପାରିବାରିକ ଜୀବନ ଏବଂ କର୍ମକ୍ଷେତ୍ର ସକାଶେ ଶୁଭଫଳ ପ୍ରଦାନ କରିବେ। କିନ୍ତୁ ଶନିକ୍ଷେତ୍ରସ୍ଥ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri