Posted inRasifala

ରାଶିଫଳ: ଶନିବାର, ଏପ୍ରିଲ ୧୧ ତାରିଖ – Daily Horoscope

ମେଷ
ଆଜି ରବି ରେବତୀ ନକ୍ଷତ୍ରରେ ରହିଥିବାରୁ ଦ୍ୱିଜା ଓ କୃତ୍ତିକା ନକ୍ଷତ୍ରଙ୍କ ମିତ୍ରତା ବୃଦ୍ଧି ଘଟିବ । କୌଣସି ପ୍ରିୟବନ୍ଧୁଙ୍କ ଆଗମନର ସୂଚନା ପାଇବା ସାଙ୍ଗକୁ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ଆନୁଷ୍ଠାନିକ କାମରେ ସହଯୋଗ ଓ ସୁଖ ସମ୍ମାନ ପାଇ ଖୁସି ହେବେ । ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ ।
ବୃଷ
ବୃଷ
ଆନୁଷ୍ଠାନିକ କାମ ସକାଶେ ରୋହିଣୀ ନକ୍ଷତ୍ର ସକାଶେ ବିଶେଷ ଭାବେ ଧାଁ ଧପଡ କରିବାକୁ ପଡିପାରେ । ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ । ପୁରାତନ ରୋଗର ପୀଡ଼ା ଅନୁଭବ କରିପାରନ୍ତି । ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହେବାର ସମ୍ଭାବନା ରହିଛି ।
ମିଥୁନ
ମିଥୁନ
ଅଷ୍ଟମଭାବସ୍ଥ ମଙ୍ଗଳ ସୁରଗୁରୁଙ୍କ ସାନ୍ନିଧ୍ୟରେ ଥିବାରୁ ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ । ବିଭିନ୍ନ ସୂତ୍ରରୁ ଧାର,କରଜ କରି ଆବଶ୍ୟକତା ପୂରଣ କରିବାରେ ସମର୍ଥ ହେବେ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ରୋଗପୀଡା ନିୟନ୍ତ୍ରଣ ମଧ୍ୟରେ ରହିବ । ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ ।
କର୍କଟ
କର୍କଟ
ଭାଗ୍ୟସ୍ଥାନରେ ବୁଧାଦିତ୍ୟ ଯୋଗ ଆତ୍ମୀୟମାନଙ୍କ ସହଯୋଗରେ କାର୍ଯ୍ୟସାଧନ ପୂର୍ବକ ସାମାଜିକ ସମ୍ମାନ ପାଇବେ । ହଜିଲା ଦିନର ଅଭୁଲା ସମୟଗୁଡିକୁ ମନେ ପକାଇ ଭାବ ବିଭୋର ହୋଇପାରନ୍ତି । କର୍ମକ୍ଷେତ୍ରର କେତେକ ଅବ୍ୟବସ୍ଥା ମାନସିକ ସ୍ଥିତିକୁ ନିରୁତ୍ସାହିତ କରିପାରେ । ଖାପଛଡା ମନୋଭାବରୁ ସାମୟିକ ଦୁଃଖୀ ହୋଇପାରନ୍ତି ।
ସି˚ହ
ସି˚ହ
ବୃହସ୍ପତି ଷଷ୍ଠଭାବରେ ନୀଚସ୍ଥ ଯୋଗୁଁ ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଦୁଶ୍ଚିନ୍ତାର କାରଣ ହେବ । ବହୁ ପୂର୍ବରୁ ଚିନ୍ତା କରିଥିବା କାମକୁ ପୂର୍ଣ୍ଣାଙ୍ଗ କରି ଶାନ୍ତିରେ ନିଃଶ୍ୱାସ ମାରିବେ । ସାମୟିକ ମନରେ ଅଶାନ୍ତି ସୃଷ୍ଟି ହେଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ । ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ ।
କନ୍ୟା
ଶନିଙ୍କ ସୁପ୍ରଭାବରେ ବିବାଦର ଅବସାନ ଘଟିବ କିନ୍ତୁ ପରିବାରରେ କଥା କଟାକଟି ଅଶାନ୍ତ ପରିବେଶ ସୃଷ୍ଟି କରିପାରେ । ଆପଣଙ୍କ କାମ ସୁବିଧାରେ ସମ୍ପନ୍ନ ହେବା ଦିଗରେ ଜଣେ ବିଜାତୀୟ ବ୍ୟକ୍ତିଙ୍କ ଅବଦାନ ଅବିସ୍ମରଣୀୟ ରହିବ । ନିଜ ପରିବାରର ବ୍ୟକ୍ତିଙ୍କ ଅସହଯୋଗ ମନୋଭାବରୁ ବ୍ୟଥିତ ହେବେ ।
ତୁଳା
ତୁଳା
ନବମସ୍ଥ ରାହୁ ନିକଟ ସମ୍ପର୍କୀୟମାନଙ୍କ ସହ କଳହର କାରଣ ହୋଇପାରେ । କିଛି ଅସୁବିଧା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ କିଛିନା କିଛି କାରଣକୁ ନେଇ ଟେନ୍ସନ ଲାଗିରହିବ । ଜମା ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନଙ୍କ ନିକଟରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।
ବିଛା
ବିଛା
ମୁଖଭାବରେ କେତୁ ଆପଣଙ୍କ ବ୍ୟବହାରରେ କୌଣସି ବ୍ୟତିକ୍ରମ ସମ୍ପର୍କକୁ ନଷ୍ଟ କରିପାରେ । ସାଧାରଣ କଥାକୁ ନେଇ ଭୁଲ୍‌ ବୁଝାମଣା ହେତୁ ଦୀର୍ଘ ଦିନର ସୁସମ୍ପର୍କରେ ଭଟ୍ଟା ପଡିଯିବ । ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବା ବଦଳରେ ନିମ୍ନାଭିମୁଖୀ ହେବା କାରଣରୁ ଦୁଶ୍ଚିନ୍ତା ବୃଦ୍ଧିପାଇବ ।
ଧନୁ
ଧନୁ
ମୁଣ୍ଡ ନ ଥିବା ଗ୍ରହ ରାଶିରେ ରହିଥିବାରୁ ଆପଣଙ୍କ ବିକୃତ ଚିନ୍ତାଧାରା ମନକୁ ଅସ୍ଥିର କରିପାରେ । ପ୍ରତ୍ୟେକ କ୍ଷେତ୍ରରେ ଭାଙ୍ଗିଯିବେ ପଛକେ ନଇଁବେ ନାହିଁ, ଏହିଭଳି କାମରୁ ଅନ୍ୟମାନଙ୍କର ଭଲ ଧାରଣା କ୍ରମଶଃ ବଦଳି ଯିବ । ପାରିବାରିକ ସମସ୍ୟା ଲାଗି ରହିଥିଲେ ମଧ୍ୟ କାମରେ ଅବହେଳା କରିପାରିବେ ନାହିଁ ।
ମକର
ମକର
ରବି ଓ ବୁଧଙ୍କ ସହିତ ଶୁକ୍ରଙ୍କ ଅନୁକୂଳ ସ୍ଥିତି ଆପଣଙ୍କ ମନକୁ ଉତ୍‌ଫୁଲ୍ଲିତ କରିରଖିବ । ଅନ୍ୟ ପାଖରେ ବହୁତ ଦିନରୁ ରହିଯାଇଥିବା ବାକି ଟଙ୍କା ଆଜି ପାଇବେ । ଦେହ ଭଲ ରହିଲେ ମଧ୍ୟ ସାମୟିକ ପୁରାତନ ରୋଗରେ କଷ୍ଟ ପାଇପାରନ୍ତି । ଅନ୍ୟମାନଙ୍କ ଉପରେ ଭରସା କରି କିଛି କରିପାରିବେ ନାହିଁ ।
କୁମ୍ଭ
କୁମ୍ଭ
ଶୁକ୍ର ଓ ଚନ୍ଦ୍ରଙ୍କ ସମସପ୍ତକ ଦୃଷ୍ଟି ଆପଣଙ୍କ ପରିବାର ଓ କର୍ମକ୍ଷେତ୍ରକୁ ସରସ ସୁନ୍ଦର କରିବ । କିନ୍ତୁ ଶତଭିଷା ନକ୍ଷତ୍ର ଯାହାକୁ ନିଜର ବୋଲି ମନେ କରିବେ ସେହିଁ ଧୋକା ଦେବାର ବହୁ ସମ୍ଭାବନା ରହିଛି । ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର ନକରିବା ବଡ ଭୁଲ୍‌ ହୋଇପାରେ । ପୁରାତନ ରୋଗ ମୁଣ୍ଡବ୍ୟଥାର କାରଣ ପାଲଟିଯିବ ।
ମୀନମୀନ
ମୁଖଭାବପ୍ରତି କ୍ରୁରଗ୍ରହ ମଙ୍ଗଳଙ୍କ ଦୃଷ୍ଟିଜନିତ ଅପ୍ରିୟ ସତ୍ୟ ପ୍ରକାଶ କରିବା କାରଣରୁ ସମସ୍ୟା ଉପୁଜିପାରେ । ଘରେ ହେଉ କିମ୍ବା ବାହାରେ ହେଉ ମୁହଁରେ ନକହିଲେ ମଧ୍ୟ କିଏ ଭଲ ପାଇବେ ନାହିଁ । ନିକଟ ଅତୀତରେ ବହୁତ ଗୁଡାଏ ଟଙ୍କା ଖର୍ଚ୍ଚ କରିଥିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri