Posted inRasifala

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ

ଆଜି ରାଶିର ଶୁକ୍ର ହେତୁ ଆପଣ ମଧୁର ବାକ୍ୟାଳାପ ଦ୍ୱାରା ଅନ୍ୟକୁ ଆପଣାର କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ଆସିବା ବାଟକୁ ଅପେକ୍ଷା କରିବା କାରଣରୁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ। ବିବାଦୀୟ ଘଟଣାରେ କୌଣସି ପକ୍ଷ ସମର୍ଥନ କରିବା ଠିକ୍‌ ହେବନାହିଁ। ସାହିତ୍ୟ, କଳା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।

ବୃଷ
ବୃଷ
ଚନ୍ଦ୍ର ପାପଗ୍ରହଯୁକ୍ତ ଯୋଗୁ ଛୋଟ ଛୋଟ କଥାକୁ କେନ୍ଦ୍ରକରି ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ କଳହ ଲାଗିପାରେ। କୌଣସି ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ଧାର କରିବାକୁ ବାଧ୍ୟ ହୋଇପାରନ୍ତି। ଅଯଥା ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରି ସମାଲୋଚିତ ହେବାର ସୂଚନା ରହିଛି।
ମିଥୁନ
ମିଥୁନ
ଚତୁଃଗ୍ରହ ମଧ୍ୟରେ ଧନାଧିପ ଯୋଗୁ ବନ୍ଧୁ କିମ୍ବା ସହକର୍ମୀଙ୍କ ସହ ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଘଟିପାରେ। କାର୍ଯ୍ୟବ୍ୟସ୍ତତା ଭିତରେ ଘରର ଅଶାନ୍ତି ମନକୁ ଭାରାକ୍ରାନ୍ତ କରି ରଖିବ। ଆରଦ୍ରା ନକ୍ଷତ୍ରର ସମ୍ପର୍କୀୟ ବ୍ୟକ୍ତିମାନଙ୍କ ସକାଶେ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲିତ ହେବ। ବ୍ୟବସାୟ ଓ ପରିବହନ ପାଇଁ କୌଣସି ସମସ୍ୟା ରହିବ ନାହିଁ ।
କର୍କଟ
କର୍କଟ
ବୁଧ ଦୁଃସ୍ଥାନସ୍ଥ ଯୋଗୁ ବନ୍ଧୁମାନେ ସାହାଯ୍ୟ କରିବାକୁ ଆଗେଇ ଆସିବା ବଦଳରେ ସ୍ବାର୍ଥହାନି ଆଶଙ୍କାରେ ଦୂରେଇଯିବେ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ, କିନ୍ତୁ ସହଜ ଓ ସୁବିଧାରେ ନୁହେଁ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ। କଳା, ସାହିତ୍ୟ, ପ୍ରେସ୍‌ ଓ ପବ୍ଲିକେଶନ କ୍ଷେତ୍ର ଭଲ ରହିବ।
ସି˚ହ
ସି˚ହ
ପାପଗ୍ରହଯୁକ୍ତ ମଙ୍ଗଳଜନିତ ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ନେଇ ମନ ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ, ଯାହା ଅଯଥା ସମ୍ପର୍କକୁ ତିକ୍ତ କରିବ। ବ୍ୟବସାୟରେ ମନମୁତାବକ ସୁଫଳ ପାଇବେ।
କନ୍ୟା
ଚାରୋଟି ଗ୍ରହ କର୍ମକ୍ଷେତ୍ରକୁ ଦେଖୁଥିବାରୁ କର୍ମକ୍ଷେତ୍ରରେ ବ୍ୟସ୍ତତା ବୃଦ୍ଧି ପାଇବ। ଆର୍ଥତ୍କ ଅଭାବ ସାଙ୍ଗକୁ ପ୍ରତ୍ୟେକ କାମ ବିଳମ୍ବରେ ସମ୍ପନ୍ନ ହେବାର ସୂଚନା ରହିଛି। ଆମତ୍ୀୟଙ୍କ ଦୁଃଖିତ ମନକୁ ସାନ୍ତ୍ୱନା ଦେବାକୁ ଯାଇ ପରିବାରରେ ଟଣାଓଟରା ଲାଗିଯିବ। ସାଧାରଣ କଥାରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ।
ତୁଳା
ତୁଳା
ଆଜିର ଗ୍ରହ ସ୍ଥିତି କେତେକାଂଶରେ ଅନୁକୂଳ ଥିବାରୁ କାର୍ଯ୍ୟସିଦ୍ଧି ଓ ପାରିବାରିକ ସ୍ଥିରତା ଅକ୍ଷୁଣ୍ଣ ରହିବ । ଆଲୋଚନା କ୍ଷେତ୍ରରେ ଅପ୍ରିୟ ସତକଥା ପ୍ରକାଶ କରି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। ବ୍ୟୟଭାର କ୍ରମଶଃ କମି କମି ଆସିବ ଏବଂ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ସମାଧାନ ସହ କାର୍ଯ୍ୟସିଦ୍ଧିଜନିତ ମନ ପ୍ରଫୁଲ୍ଲ ରହିବ । ବିଶାଖା ନକ୍ଷତ୍ରର କାମର ଚାପ କ୍ରମଶଃ ବୃଦ୍ଧି ପାଇବା କାରଣରୁ କିଛିଟା ବ୍ୟତିକ୍ରମ ମଧ୍ୟରେ ସମୟ ଅତିବାହିତ ହୋଇପାରେ। ଅନୁରାଧା ଆଜି ଯେମିତି ଛାହୁଁଛନ୍ତି କିମ୍ବା ଭାବୁଛନ୍ତି ଠିକ୍‌ ସେପରି ଫଳ ହାତେ ହାତେ ମିଳିଯିବ।
ଧନୁ
ଧନୁ
ଶନି ଧନଭାବରେ ସ୍ବଗୃହୀ ଯୋଗୁ ଆଇନ ସହାୟତା, ଇଲେକ୍‌ଟ୍ରୋନିକ୍ସ, ବିବାଦୀୟ ପରିସ୍ଥିତିରେ ସଫଳତା ପାଇବେ । କୌଣସି କାର୍ଯ୍ୟ ସକାଶେ ଅର୍ଥର ଆବଶ୍ୟକତାକୁ ନେଇ ଦୂର ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ଭ୍ରମଣ, ରାଜନୀତି, ପ୍ରଶାସନ ଓ ଆନୁଷ୍ଠାନିକ କାମ ସକାଶେ ଦିନଟି ବହୁତ ଭଲ।
ମକର
ମକର
ପ୍ରତ୍ୟେକ କାମ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ, କିନ୍ତୁ ଘାତବାର ହେତୁ ପ୍ରତ୍ୟେକ କ୍ଷେତ୍ରରେ ସାବଧାନତା ଜରୁରୀ । ଆନୁଷ୍ଠାନିକ, ସାଂଗଠନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହୋଇଯିବ । ମାଲିମକଦ୍ଦମାରେ ସଫଳତା ହାସଲ କରିବେ ଏବଂ ଆର୍ଥିକ ସ୍ଥିତି ଭଲ ରହିବ। ଯାତ୍ରା ସମୟରେ ନିକଟ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
କୁମ୍ଭ
କୁମ୍ଭ
ରବିଙ୍କ ପ୍ରଭାବରେ ଯୁକ୍ତିସଂଗତ କଥାବାର୍ତ୍ତା କରି ସାମାଜିକ ସ୍ତରରେ କିମ୍ବା ପ୍ରଶାସନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ଜମିଜମା କାରବାର, ସରକାରୀ ସୂତ୍ରରୁ ଅର୍ଥ, ଧାର୍ମିକ କାର୍ଯ୍ୟ ପ୍ରଭୃତିରେ ଆଶାନୁରୂପ ସଫଳତା ପାଇବେ । କିନ୍ତୁ ବାଣିଜ୍ୟ, ବ୍ୟବସାୟ, ପରିବହନକୁ କେନ୍ଦ୍ରକରି ବାଦବିବାଦରେ ଆପୋସ ସମାଧାନ ଘଟିବ ।

ମୀନମୀନ
ବନ୍ଧୁମାନଙ୍କ ସାହାଯ୍ୟ ଲାଭକରି ମାନସିକ ସ୍ଥିତି କ୍ରମଶଃ ସୁସ୍ଥ ହୋଇଯିବ । ଫଳରେ ଆଜି ଯାହା ଓ ଯେମିତି ଭାବୁଛନ୍ତି ଠିକ୍‌ ସେହିପରି ହିଁ ପାଇବେ। କିନ୍ତୁ କର୍ମକ୍ଷେତ୍ରରେ ଅପରାହ୍ନରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। କ୍ରୀଡ଼ା, କଳା କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ସମସ୍ୟା ସୃଷ୍ଟିର କାରଣ ହେବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri