Posted inRasifala

ରାଶିଫଳ: ବୁଧବାର, ମେ ୬ ତାରିଖ – Daily Horoscope

ମେଷ
ମଙ୍ଗଳଙ୍କ ପ୍ରଭାବରୁ ଉଚ୍ଚ ମନ ଓ ଦୃଢ ଆତ୍ମବଳ ନେଇ କାମ କରିବେ। ପାରିବାରିକ,ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ଲାଭ କରିବାରେ ଅସୁବିଧା ହେବନାହିଁ। ଆତ୍ମୀୟସ୍ବଜନଙ୍କ ଆରୋଗ୍ୟ ଲାଭ ପାଇଁ ଚିନ୍ତା ବଢ଼ିପାରେ। ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ।
ବୃଷ
ବୃଷ
ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ସବୁ ସମସ୍ୟାର ସମାଧାନ ହୋଇଯିବ। ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ, ଯାହା କି ଅଶାନ୍ତିର ମୁଖ୍ୟ କାରଣ ପାଲଟିଯିବ। ବାହାର ଲୋକଙ୍କଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ମିଥୁନ
ମିଥୁନ
ଦ୍ୱାଦଶସ୍ଥ ଶୁକ୍ରଙ୍କ ପ୍ରଭାବରୁ ଖୁସୀ ମିଜାଜରେ କାମ କରିବାକୁ ଭଲ ପାଇବେ। ମନରେ ବିଭିନ୍ନ ପ୍ରକାର କଳ୍ପନାର ରଙ୍ଗିନ୍‌ ପ୍ରତିଛବି ଉଙ୍କି ମାରିପାରେ। ବ୍ୟବସାୟକୁ ନୂତନ ରୂପ ଦେବାର ପରିକଳ୍ପନା କରି ବନ୍ଧୁଙ୍କ ସହ ଯୋଗଯୋଗ କରିପାରନ୍ତି। ସମସ୍ୟାର ସମାଧାନ ଦିଗରେ ଚେଷ୍ଟିତ ମଧ୍ୟ ହେବେ।
କର୍କଟ
କର୍କଟ
ବୁଧାଦିତ୍ୟ ଯୋଗ କର୍ମଭାବସ୍ଥ ଯୋଗୁଁ କୌଣସି ସୂଚନା ଲାଭ କରି ଅପୂର୍ବ ସଫଳତାରେ ଆନନ୍ଦ ଅନୁଭବ କରିବେ। ଅଫିସ୍‌ କାମକୁ ନେଇ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ଭୁଲ୍‌ ବୁଝାମଣା ହେତୁ ସାଧାରଣ କଥାକୁ ନେଇ ପରିବାରରେ ଅଶାନ୍ତି ଦେଖାଦେଇପାରେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଶୁକ୍ରଜନିତ ପଦସ୍ଥ ବ୍ୟକ୍ତି ବିଶେଷଙ୍କର ସହଯୋଗ ପାଇ ସମସ୍ୟା ସମାଧାନ କରିବାରେ ସଫଳ ହେବେ। ପରିବାରରେ ସ୍ଥଗିତ କାମ ପାଇଁ କୈଫିୟତ୍‌ ଦେବାକୁ ପଡିପାରେ। ଦୀର୍ଘସମୟଧରି ପିଲାଙ୍କ ସହ ଖୁସିଗପ କରିବାର ମଉକା ଜୁଟିବ। ମାଙ୍ଗଳିକ କାର୍ଯ୍ୟ ସମ୍ପର୍କୀୟ ଆଲୋଚନାରେ ଅଗ୍ରଗତିର ସମ୍ଭାବନା ରହିଛି।
କନ୍ୟା
ଅଷ୍ଟମସ୍ଥ ବୁଧ ଓ ରବି ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ପରିସ୍ଥିତିକୁ ସରଗରମ କରି ରଖିପାରନ୍ତି। ପରାମର୍ଶ ନେଇ କାଯର୍‌ୟ କଲେ ବିଶେଷ ଭାବରେ ଉପକୃତ ହେବେ। ପୂର୍ବ ଆଲୋଚନା ପ୍ରକାରେ ହଠାତ୍‌ ଦୂରଯାତ୍ରା କରିବାକୁ ପଡିପାରେ ା ରଚନାମତ୍କ କାର୍ଯ୍ୟ,ସାହିତ୍ୟ,ସଙ୍ଗୀତ ଓ ସତ୍‌ସଙ୍ଗ କ୍ଷେତ୍ରରେ ଆମତ୍ତୃପ୍ତି ପାଇବେ।
ତୁଳା
ତୁଳା
ଚନ୍ଦ୍ର ରାଶିରେ ରହିଥିବାରୁ ପୂର୍ବରୁ ସ୍ଥିରୀକୃତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ହଠାତ୍‌ ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ। ଆତ୍ମୀୟଙ୍କଠାରୁ ସାହାଯ୍ୟ,ସହଯୋଗ ସହିତ ସ୍ନେହ ଶ୍ରଦ୍ଧା ଓ ଅନୁରକ୍ତି ଲାଭ କରିବେ। ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ ଅବଶ୍ୟ ଅସୁବିଧା ହେବନାହିଁ।
ବିଛା
ବିଛା
ମାନସିକ ସ୍ତରରେ ପ୍ରବଳ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି କରିବ। ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥବାଦୀ ହୋଇପଡିବା ଫଳରେ କେତେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି। ସାହିତ୍ୟ, କଳା, କ୍ରୀଡା, ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ଧନୁ
ଧନୁ
ଗତ କେତେଦିନ ହେଲା ମନରେ ଯାହା ଚିନ୍ତା କରୁଥିଲେ ଆଜି ତାହା ବାସ୍ତବତାରେ ପରିଣତ ହୋଇଯିବ। ନୂତନ ଭାବେ କରିବାକୁ ଯାଉଥିବା କାମରେ ପ୍ରତିବନ୍ଧକ ଯୋଗୁଁ ଅଗ୍ରଗତି ହୋଇପାରିବ ନାହିଁ। ଅର୍ଥଲାଭ,କଚେରି ମାମଲାରେ ବିଜୟ ଏବଂ ବ୍ୟବସାୟ,ବାଣିଜ୍ୟ ଓ ପରିବହନରେ ଉନ୍ନତି କରିବେ।
ମକର
ମକର
ଦ୍ୱିତୀୟସ୍ଥ ମଙ୍ଗଳଜନିତ ରୁକ୍ଷଭାଷା ପ୍ରୟୋଗ ଜନିତ ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ଚତୁର୍ଥକେନ୍ଦ୍ରସ୍ଥ ଯୋଗ ପ୍ରଭାବରେ ସରକାରୀ କ୍ଷେତ୍ରରୁ ଲାଭର ଆଶା ନେଇ ଉତ୍‌ଫୁଲ୍ଲିତ ହେବେ। ସାମାଜିକ ସ୍ତରରେ କେତେକ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଆଜି ଜମିଜମା ଓ ଅର୍ଥନୈତିକ କାରବାର ସକାଶେ ସମୟ ଅତୀବ ଅନୁକୂଳ ରହିଛି। ମଙ୍ଗଳଙ୍କ ପ୍ରଭାବରେ ସାମାଜିକ ସ୍ତରରେ ମରମ କଥାଟି କହି ପରୋକ୍ଷ ଶତ୍ରୁତାକୁ ଡାକି ଆଣିପାରନ୍ତି। ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ। ବନ୍ଧୁ ପରକ୍ଷଣରେ ଓଲଟା କଥା କହି ନାସ୍ତିବାଣୀ ଶୁଣାଇ ପାରନ୍ତି।
ମୀନମୀନ
ବୃହସ୍ପତିଙ୍କ ଦୁର୍ବଳତା ହେତୁ ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟରେ ଚଳିବାକୁ ପଡିପାରେ। ମନ କଥାକୁ ମନ ଭିତରେ ସାଇତି ରଖି କାମ କରିବାକୁ ବାଧ୍ୟ ହୋଇ ପାରନ୍ତି। ସାମୟିକ ଅସୁସ୍ଥତା କାରଣରୁ ସ୍ନାୟବିକ ଦୁର୍ବଳତାର ଅନୁଭବ ହୋଇପାରେ। କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri