Posted inRasifala

ରାଶିଫଳ: ବୁଧବାର, ଜୁନ ୧୨ ତାରିଖ – Daily Horoscope

ମେଷ
ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେକୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ । ଯଦିଓ ବିଶେଷ କିଛି ସମସ୍ୟା ନାହିଁ, ତଥାପି ସାମୟିକ ଭାବେ ଅସୁସ୍ଥତା ଅନୁଭବ କରିବେ। କୃଷି, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ ଓ ରାଜନୀତିରେ ଚେଷ୍ଟା ସଫଳ ହେବ।
ବୃଷ
ବୃଷ
ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ କାମ କରିବା ଦ୍ୱାରା ସ୍ବାଭିମାନ ବିଡମ୍ବିତ ହେବ। ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ଟେନସନ୍‌ କିଛି ମାତ୍ରାରେ ଲାଗିରହିବ। ପାରିବାରିକ କ୍ଷେତ୍ରରେ ଏମିତି କେତେକ କଥା ରହିଛି ଯାହାକୁ କହିପାରିବେ ନାହିଁ, ଯାହା ମାନସିକ ଅଶାନ୍ତିର କାରଣ ହୋଇପାରେ।
ମିଥୁନ
ମିଥୁନ
ଦୀର୍ଘଦିନରୁ ଆପଣ ଯେଉଁ କାମଟିକୁ ଆଜି ଯାଏ କରି ପାରୁ ନ ଥିଲେ, କେତେକ ବନ୍ଧୁଙ୍କ ସାହାଯ୍ୟରେ ଆଜି ତାହା ସୁବିଧାରେ ହୋଇଯିବ। ଅଫିସରେ ଅଟକି ରହିଥିବା କାମଗୁଡିକ ସମ୍ପର୍କରେ ଆଲୋଚନା ଅସମାପ୍ତ ରହିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ,ପରିବହନ ସନ୍ତୋଷଜନକ ରହିବ ଏବଂ ଲାଭ ମଧ୍ୟ କିଛି କମ୍‌ ହେବନି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟାକୁ ନେଇ ମାନସିକ ଅସ୍ଥିରତା ସୃଷ୍ଟି ହେବ ା ବନ୍ଧୁଙ୍କ ପକ୍ଷପାତିତାକୁ ଦେଖି ମଧ୍ୟ ନ ଦେଖିଲା ପରି ରହି ସମାଲୋଚିତ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ ଅନ୍ୟଥା କ୍ଷତିରେ ପଡିପାରନ୍ତି। ଅଫିସିଆଲି କାର୍ଯ୍ୟବ୍ୟସ୍ତତା ଯୋଗୁ ଘର କଥା ବୁଝିବାକୁ ସମୟ ମଧ୍ୟ ପାଇ ପାରିବେ ନାହିଁ ।
ସି˚ହ
ସି˚ହ
ଆଜି ପରିବାରରେ କିଛି ଅଭାବ ଓ ଅସୁବିଧାକୁ ନେଇ ସରଗରମ ଆଲୋଚନା ହୋଇପାରେ। ଜମିଜମା, ଯାନବାହନ, ଦେଣନେଣ ପ୍ରଭୃତିକୁ କେନ୍ଦ୍ରକରି ବିତର୍କ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ଦ୍ୱାରା ଚାପଗ୍ରସ୍ଥ ହୋଇ କିଛିଟା ହଇରାଣ ହୋଇପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ରହିଥିଲେ ମଧ୍ୟ ତାହା ନିୟନ୍ତ୍ରଣ ମଧ୍ୟରେ ହିଁ ରହିବ।
କନ୍ୟା
ଚନ୍ଦ୍ରଙ୍କ ସୁପ୍ରଭାବରୁ ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତା ନିଶ୍ଚିତ। ଅତୀତରେ ଉପକୃତ ହୋଇଥିବା ବନ୍ଧୁମାନଙ୍କ ନିକଟରୁ ପ୍ରତ୍ୟୁପକାର ଆଶା ନିରର୍ଥକ ହେବ ନାହିଁ। ଦୀର୍ଘଦିନ ହେଲା ଯେଉଁ କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇଥିଲେ ଆଜି ତାହା କରିବା କାରଣରୁ ମନ ଖୁସି ରହିବ।
ତୁଳା
ତୁଳା
ସାଧାରଣ କଥାକୁ ନେଇ କର୍ମକ୍ଷେତ୍ରରେ ଯୁକ୍ତିତର୍କ ଲାଗିପାରେ କିମ୍ବା ଘରୋଇ କଳହକୁ ନେଇ ପରିବାରରେ ଅଶାନ୍ତି ଲାଗିରହିବ। କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ, ସାହିତ୍ୟ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ସରକାରୀସ୍ତରରୁ ଅର୍ଥ ପାଇବା ସକାଶେ ଉଦ୍ୟମ କରି କେତେକାଂଶରେ ସଫଳତା ପାଇପାରନ୍ତି।
ବିଛା
ବିଛା
ଏଣୁ ତେଣୁ ଗୁଡାଏ ଚିନ୍ତା କରି ମନ ଅସ୍ଥିର ରହିବାର ସୂଚନା ରହିଛି। ଯାହାଙ୍କ ଠାରୁ ଯାହା ପାଇବା ପାଇଁ ପ୍ରତଶ୍ରୁତି ପାଇଥିଲେ ତାହା ନ ପାଇବା କାରଣରୁ ମନେ ମନେ କ୍ଷୁବ୍ଧ ହୋଇ ପାରନ୍ତି। ଜମିଜମା, ଆଇନ, ଅଦାଲତ, ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ମାନସିକ ସ୍ତରରେ କେତେକ ବ୍ୟତିକ୍ରମ ରହିପାରେ।
ଧନୁ
ଧନୁ
କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ପରିବାରରେ ଆତ୍ମୀୟମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ବନ୍ଧୁଙ୍କ ସମ୍ମୁଖରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ କିନ୍ତୁ ଏଥିପାଇଁ ପରେ ମନସ୍ତାପ କରିପାରନ୍ତି। ଆଜିର ଯାତ୍ରା, ବ୍ୟବସାୟ,ପରିବହନ ଓ ନୂତନ କର୍ମାରମ୍ଭରେ କୌଣସି ଅସୁବିଧା ହେବନାହିଁ।
ମକର
ମକର
ମନ ଭଲ ନ ଥିବା କାରଣରୁ ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କିମ୍ବା ଅଫିସରେ କଳହ ସୃଷ୍ଟି ହୋଇପାରେ। ତଥାପି ଶ୍ରବଣା ନକ୍ଷତ୍ର କର୍ମକ୍ଷେତ୍ରରେ,ବନ୍ଧୁ ଗହଣରେ, ଅନ୍ୟମାନଙ୍କ ନିକଟରୁ ଶ୍ରଦ୍ଧା ଓ ସମ୍ମାନ ପାଇ ସାମୟିକ ଦୁଃଖକୁ ଭୁଲିଯିବେ। ଅର୍ଥ ସମ୍ପର୍କରୁ, ସେବା ଓ ପରୋପକାର ହେତୁ କିମ୍ବା ସାମାଜିକ ସ୍ତରରେ ପ୍ରଶଂସା ହେତୁ ଖୁସି ରହିପାରନ୍ତି।
କୁମ୍ଭ
କୁମ୍ଭ
ବିଭିନ୍ନ ପ୍ରକାର ସମସ୍ୟାକୁ କେନ୍ଦ୍ରକରି ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ। ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାରେ ବନ୍ଧୁଙ୍କ ଭୂମିକା ଅବିସ୍ମରଣୀୟ ରହିବ। କେତେକ ଆକସ୍ମିକ ଅସୁବିଧା ଉପୁଜିବା କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ବହୁତ ଦିନର ନୂଆ ଯୋଜନାଟିକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେବେ।
ମୀନମୀନ
ଆଜି ଆପଣ ଆର୍ଥିକ ଦୃଷ୍ଟିକୋଣରୁ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ। କର୍ମକ୍ଷେତ୍ରରେ ମନ୍ଥର ଗତି ଦେଖାଦେଇପାରେ କିନ୍ତୁ କୌଣସି କାମ ଅଟକିବ ନାହିଁ। ବ୍ୟବସାୟ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ। କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୧୧ ତାରିଖ – Daily Horoscope

ମେଷ ଆଜି କର୍ମଭାବସ୍ଥ ଚନ୍ଦ୍ର ଏକାଧାରରେ ପାରିବାରିକ ଜୀବନ ଏବଂ କର୍ମକ୍ଷେତ୍ର ସକାଶେ ଶୁଭଫଳ ପ୍ରଦାନ କରିବେ। କିନ୍ତୁ ଶନିକ୍ଷେତ୍ରସ୍ଥ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri