Posted inRasifala

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ
ଦୂରଦର୍ଶିତା ଅଭାବ ଜନିତ କେତେକ ଭୁଲ୍‌ କାମକୁ ପ୍ରଶୟ ଦେଇ ପାରନ୍ତି । ବନ୍ଧୁଙ୍କ ଭୂଲ୍‌ ବୁଝାମଣା କାରଣରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହୋଇ ପାରନ୍ତି । ଏପରିକି ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ । ସତର୍କତାର ସହ କାମ କରିବା ଭଲ ହେବ,ଅନ୍ୟଥା କ୍ଷତିରେ ପଡିପାରନ୍ତି ।
ବୃଷ
ବୃଷ
ସାମାଜିକ ସ୍ତରରେ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୂଲ୍‌ ବୁଝିବେ । ସାଧାରଣ କଥାରେ କୈାଣସି ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ । ବିଭିନ୍ନ ସମସ୍ୟା ମଧ୍ୟରେ ମନରେ ସବୁବେଳେ ଟେନ୍ସନ ଲାଗି ରହିବ । ଆକସ୍ମିକ ଆବଶ୍ୟତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇ ଚିନ୍ତାକୁ ବଢାଇ ଦେଇପାରେ ।
ମିଥୁନ
ମିଥୁନ
ଦୀର୍ଘଦିନର ଋଣ ପରିଶୋଧ କରିବା ସକାଶେ ମାନସିକ ସ୍ତରରେ ବ୍ୟଗ୍ରତା ପ୍ରକାଶ ପାଇବ । ଜଣେ ବନ୍ଧୁ ଆଜି ଆପଣଙ୍କର ମାର୍ଗଦର୍ଶକ ସାଜି ପାରନ୍ତି,ଯାହାକି ଆପଣଙ୍କ ସକଶେ ହିତକର ହେବ । କର୍ମକ୍ଷେତ୍ରରେ,ବ୍ୟବସାୟରେ,ପାରିବାରିକ ସମସ୍ୟା ସମାଧାନରେ ସ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣକଲେ ମନ୍ଦ ହେବନି ।
କର୍କଟ
କର୍କଟ
କୈାଣସି ଗୋଟିଏ ସ୍ଥାନରେ ଆଜି ସ୍ଥିର ଭାବେ ରହି ପାରିବେ ନାହିଁ । ଘର କଥା ଓ ଆର୍ଥିକ ସମସ୍ୟା ନେଇ ମନରେ ବିଭିନ୍ନ ପ୍ରକାର ଦୁର୍ଭାବନା ସୃଷ୍ଟି ହେବ । କର୍ମକ୍ଷେତ୍ରରେ ସାଧାରଣ କଥାକୁ ବଡ କରି ସହକର୍ମୀ ମାନେ କଳହର ମାତ୍ରାକୁ ବଢାଇଦେଇପାରନ୍ତି । ଅନ୍ୟକୁ ଆପଣାର କରିବାରେ ପ୍ରଲୋଭନ ଓ କୈାଶଳ ସାହାଯ୍ୟ କରିବ ।
ସି˚ହ
ସି˚ହ
କୈାଣସି ସ୍ଥଗିତ କାମ ଆରମ୍ଭ କରି ଅବଶ୍ୟ ସଫଳତା ପାଇବେ । ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ । ଏକା ସଙ୍ଗରେ ବହୁତ ଗୁଡିଏ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇ ପାରନ୍ତି । ଅର୍ଥ ଲାଭ ସଙ୍ଗକୁ ଦୀର୍ଘଦିନରୁ ଖୋଜୁଥବା ଜିନିଷଟି ପାଇ ହଠାତ୍‌ ଖୁସୀ ହୋଇଯିବେ ।
କନ୍ୟା
ସହକର୍ମୀ ସହ ମତାନ୍ତରରୁ ବିତର୍କ ସୃଷ୍ଟି ହେବାର ଆଶଙ୍କା ରହିଛି ।  ବହୁତ ଦିନର ଅପୂରଣୀୟ ଆଶା ଓ ଅବଦମିତ ଇଛା ମନକୁ ଭାରାକ୍ରାନ୍ତ କରିବ ।  ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା ରହିଛି ।  ସଂପର୍କକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ଜନିତ ଅଶାନ୍ତି ସୃଷ୍ଟି ହୋଇପାରେ ।
ତୁଳା
ତୁଳା
ପରିବାର ଭିତରେ ସାଧାରଣ କଥାକୁ କେନ୍ଦ୍ରକରି ଝଡ ଉଠିପାରେ ।  ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।  ଘରର ବରାଦ ଅନୁସାରେ ଫେରିବା ବାଟରୁ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି ।  ସାମାଜିକ ସ୍ତରରେ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।
ବିଛା
ବିଛା
ଅଫିସ୍‌ କାମର ଜାଳ ବଳିଯିବାର ବ୍ୟସ୍ତତା ଅନୁଭବ କରିବେ ।  ଅନ୍ୟ ମାନଙ୍କ କଥାରେ ଭାସିନଯାଇ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ ।  ଅଭାବ ଦୂରେଇ ବାର ପ୍ରୟାସ କଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇ ନେବେ ।  ସାହିତ୍ୟ ,ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ,କିନ୍ତୁ କିଛି ଅସୁବିଧା ହେବନି ।
ଧନୁ
ଧନୁ
ପ୍ରତିବନ୍ଧକ ଭିତର ଦେଇ ଚଳିବା ପାଇଁ ବାଧ୍ୟ ହେବେ ।  ମନ ଭଲ ନଥିବା କାରଣରୁ କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଅଘାତ ଦେଇପାରେ ।  ପରିବାରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ ।  ପରିବହନ,ଆମଦାନୀ କାରବାର,କ୍ଷେତ୍ରରେ ନିଜ ନିଜର ସ୍ଥାନରେ ବେଶ ଖୁସୀ ରହିପାରନ୍ତି ।
ମକର
ମକର
ଗତକାଲି ଠାରୁ ଯାହା କରିବା ସକଶେ ମନସ୍ଥ କରିଛନ୍ତି ସେଥିପାଇଁ ବନ୍ଧୁଙ୍କ କଥା ମାନିକାମ କଲେ ବହୁତ ଭଲ ହେବ ।  ଅସମର୍ଥିତ ସୂତ୍ରରୁ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ ।  ବାଣିଜ୍ୟ,ବ୍ୟବସାୟ, ନିର୍ମାଣ ଓ ପରିବହନରୁ ଲାଭବାନ ହେବେ ।  ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିପାରନ୍ତି,ଏଣୁ ସତର୍କ ରହିବା ଭଲ ।
କୁମ୍ଭ
କୁମ୍ଭ
ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସବୁ କାମ ଗୁଡିକ ଘାତପ୍ରତିଘାତ ମଧ୍ୟ ଦେଇ ସମ୍ପନ୍ନ ହେବାର ସମ୍ଭାବନା ରହିଛି ।  ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ ।  ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ।  ବାଣିଜ୍ୟ,ପରିବହନ ଓ ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହିଁ ।
ମୀନମୀନ

ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି ।  ଯାତ୍ରା, ବାଣିଜ୍ୟ,ବ୍ୟବସାୟ,ମାଲି ମକଦ୍ଦମା ,ସଂଗଠନ,ଲେଖାପଢା ଓ ଜମିଜମା କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ ।  ପାରିବାରିକ ସହମତି ଓ ଆତ୍ମୀୟଙ୍କ ସାହାଯ୍ୟରୁ ପ୍ରତ୍ୟେକ ଦିଗରୁ ଉପକୃତ ହେବେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri