ରାମମନ୍ଦିର ସପକ୍ଷରେ ରାୟ

ନୂଆଦିଲ୍ଲୀ,୧୦ା୧୧(ପି.ଟି.): ଦୀର୍ଘ ୧୩୪ ବର୍ଷ ଧରି ଚାଲିଥିବା ଆଇନଗତ ଲଢ଼େଇ ଓ ପ୍ରତୀକ୍ଷାର ଅନ୍ତ ଘଟିଛି। ବିଶ୍ୱର ଅନ୍ୟତମ ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ଐତିହାସିକ ରାୟ ଶନିବାର ପ୍ରକାଶ ପାଇବା ସହ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ବିବାଦର ସମାଧାନ ହୋଇଛି। ବିବାଦୀୟ ସ୍ଥଳରେ ରାମମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟ ପଥ ପରିଷ୍କାର କରିଛନ୍ତି। ୨.୭୭ ଏକର ବିବାଦୀୟ ଭୂମିର ମାଲିକାନା ସ୍ବତ୍ୱ ରାମ ଲାଲା ପକ୍ଷଙ୍କୁ ହସ୍ତାନ୍ତର କରାଯିବ ଓ ସେଠାରେ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ୩ ମାସ ମଧ୍ୟରେ ଏକ ଟ୍ରଷ୍ଟ ଗଠନ କରି ରୂପରେଖ ପ୍ରସ୍ତୁତ କରିବେ। ସରକାର ଏକ ପ୍ରମୁଖ ସ୍ଥାନରେ ୫ ଏକର ପରିମିତ ଉପଯୁକ୍ତ ଜମି ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ହସ୍ତାନ୍ତର କରିବେ। ଓ୍ବାକଫ୍‌ ବୋର୍ଡ ଉକ୍ତ ସ୍ଥାନରେ ମସ୍‌ଜିଦ ନିର୍ମାଣ କରିବ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ନିର୍ମୋହୀ ଆଖଡ଼ା ଓ ଶିହା ପକ୍ଷର ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠରେ ପ୍ରକାଶ ପାଇଥିବା ୧୦୪୫ ପୃଷ୍ଠା ସମ୍ବଳିତ ଏହି ସର୍ବସମ୍ମତ ରାୟକୁ କେନ୍ଦ୍ର ସରକାର, ହିନ୍ଦୁତ୍ୱବାଦୀ ଓ ଦକ୍ଷିଣପନ୍ଥୀ ସଙ୍ଗଠନ ସମେତ ଅଧିକାଂଶ ମହଲରେ ସ୍ବାଗତ କରାଯାଇଛି।

ସୁନ୍ନି ଓ୍ବାକଫ୍‌ ବୋର୍ଡ ଉକ୍ତ ରାୟକୁ ସମ୍ମାନ କରିଥିବାବେଳେ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଛି। ରାୟ ବିରୋଧରେ ରିଭ୍ୟୁ ପିଟିଶନ ଦାଏର କରାଯିବ ବୋଲି ମୁସ୍‌ଲିମ ପକ୍ଷ ଓକିଲ ଜଫରୟାବ୍‌ ଜିଲାନି କହିଛନ୍ତି। ଅନ୍ୟପକ୍ଷରେ ରାଜନୈତିକ ଦୃଷ୍ଟିରୁ ସର୍ବାଧିକ ସମ୍ବେଦନଶୀଳ ଏହି ମାମଲାର ରାୟ ପ୍ରକାଶକୁ ନେଇ ଦେଶବ୍ୟାପୀ ହାଇଆଲର୍ଟ ଜାରି କରାଯାଇଛି। କୌଣସି ସ୍ଥାନରେ ସାମ୍ପ୍ରଦାୟିକ ସଦ୍ଭାବନା ନଷ୍ଟହୋଇ ହିଂସା ଓ ଉତ୍ତେଜନା ଯେପରି ସୃଷ୍ଟି ନ ହେବ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ପଦକ୍ଷେପ ନିଆଯାଇଛି। ସୋସିଆଲ ମିଡିଆରେ ଗୁଜବ ରୋକିବା ଲାଗି ସାଇବର ବିଶେଷଜ୍ଞଙ୍କ ସହାୟତା ନିଆଯାଇଛି। ଆତଙ୍କବାଦୀ ଆକ୍ରମଣକୁ ଏଡ଼ାଇବା ପାଇଁ ଅଭୂତପୂର୍ବ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କର୍ନାଟକ, ଜମ୍ମୁ-କଶ୍ମୀର ଓ ଦିଲ୍ଲୀରେ ସ୍କୁଲ କଲେଜଗୁଡ଼ିକ ଛୁଟି ଘୋଷଣା କରାଯାଇଛି।
ଅଯୋଧ୍ୟାର ରାମ ଜନ୍ମଭୂମିକୁ ନେଇ ବିବାଦ ହେଉଛି ଦେଶର ସବୁଠୁ ପୁରୁଣା ଜମି ବିବାଦ ମାମଲା। ଐତିହାସିକଙ୍କ ମତରେ ୧୫୨୮ରେ ମୋଗଲ ସମ୍ରାଟ ବାବରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ କମାଣ୍ଡର ମିର ବାକି ସେଠାରେ ଏକ ଢାଞ୍ଚା ନିର୍ମାଣ କରିଥିଲେ, ଯାହାକି ବାବ୍ରୀ ମସ୍‌ଜିଦ ନାମରେ ପରିଚିତ। ଉକ୍ତ ସ୍ଥାନରେ ପୂର୍ବରୁ ଭଗବାନ ରାମଙ୍କର ଏକ ମନ୍ଦିର ଥିଲା ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି। ୧୮୮୫ ମସିହାରେ ମହନ୍ତ ରଘୁବୀର ଦାସ ଫୈଜାବାଦ ଜିଲା କୋର୍ଟରେ ପ୍ରଥମେ ଏକ ପିଟିଶନ ଦାଏର କରିଥିଲେ। ବିବାଦୀୟ ଢାଞ୍ଚା ବାହାରେ ଏକ ଛତ୍ରୀ ନିର୍ମାଣ ପାଇଁ ଅନୁମତି ଦେବାକୁ ସେ ଏଥିରେ ଅନୁରୋଧ କରିଥିଲେ। କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ୧୯୯୨ ଡିସେମ୍ବର ୬ରେ କରତସେବକମାନେ ଶୋଡ଼ଷ ଶତାବ୍ଦୀର ଉକ୍ତ ବିବାଦୀୟ ଢାଞ୍ଚାକୁ ଭାଙ୍ଗିଦେଇଥିଲେ। ରଘୁବୀର ଦାସଙ୍କ ପିଟିଶନ ବେଳରୁ ଆରମ୍ଭ ହୋଇଥିବା ଶତାବ୍ଦୀ ପୁରୁଣା ବିବାଦ ଶନିବାର ସର୍ବୋଚ୍ଚ ଅଦାଲତଙ୍କ ରାୟ ପରେ ସମାଧାନ ହୋଇଛି। ସିଜେଆଇ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠ ପୂର୍ବାହ୍ନ ୧୦ଟା ୩୦ରୁ ୪୫ ମିନିଟ ଧରି ରାୟ ଶୁଣାଇଥିଲେ। ପୀଠ କହିଥିଲେ, ମସ୍‌ଜିଦ ଏକ ପ୍ରମୁଖ ସ୍ଥାନରେ ନିର୍ମାଣ କରାଯିବା ଉଚିତ। କେନ୍ଦ୍ର କିମ୍ବା ଉତ୍ତରପ୍ରଦେଶ ସରକାର ଏଥିପାଇଁ ୫ ଏକର ଉପଯୁକ୍ତ ଜମି ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ହସ୍ତାନ୍ତର କରିବେ। ସେହିପରି ଭଗବାନ ରାମ ଯେଉଁଠି ଜନ୍ମ ହୋଇଥିଲେ ବୋଲି ହିନ୍ଦୁମାନଙ୍କ ବିଶ୍ୱାସ ରହିଛି, ସେହି ସ୍ଥାନରେ ମନ୍ଦିର ନିର୍ମାଣ କରାଯାଉ। ଏଥିପାଇଁ କେନ୍ଦ୍ର ସରକାର ୩ ମାସ ମଧ୍ୟରେ ଏକ ଟ୍ରଷ୍ଟ ଗଠନ କରିବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଆମ ଦେଶର ଜମିଗୁଡ଼ିକ ଉପରେ ବ୍ୟବସାୟୀ, ପରିବ୍ରାଜକ ଓ ବିଜେତାମାନଙ୍କ ପକ୍ଷରୁ ଅନେକ ଆକ୍ରମଣ ଓ ବିବାଦ ହୋଇଥିଲେ ହେଁ ଭାରତ ତିଷ୍ଠି ରହିଛି। ଦେଶର ଇତିହାସ ଓ ସଂସ୍କୃତିରେ ଭୌତିକ, ରାଜନୈତିକ ଓ ଆଧ୍ୟାମତ୍ିକ ଉପାୟରେ ସତ୍ୟର ବାସସ୍ଥାନ ରହିଛି।
ପରବର୍ତ୍ତୀ ସିଜେଆଇ ଏସ୍‌.ଏ. ବୋବ୍‌ଡେଙ୍କ ସମେତ ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌.ଏ. ନାଜିରଙ୍କୁ ନେଇ ଗଠିତ ପୀଠ ଆହୁରି କହିଛନ୍ତି, ୨.୭୭ ଏକର ବିବାଦୀୟ ଜମିର ଅଧିକାର ରାମ ଲାଲା(୩ ପକ୍ଷଙ୍କ ମଧ୍ୟରୁ ଅନ୍ୟତମ)ଙ୍କୁ ହସ୍ତାନ୍ତର କରାଯିବ। ତେବେ ଏହାର ଦଖଲ ୧୯୯୩ ଅଯୋଧ୍ୟା ଆଇନର ଧାରା ୬ ଅନୁସାରେ କେନ୍ଦ୍ର ସରକାରଙ୍କ ଏକ ଗ୍ରହୀତାଙ୍କ ପାଖରେ ରହିବ। ଭିତର ଓ ବାହାର ପରିସରର ଦଖଲ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠନ ହେବାକୁ ଥିବା ଟ୍ରଷ୍ଟର ବୋର୍ଡ ଅଫ୍‌ ଟ୍ରଷ୍ଟିମାନଙ୍କୁ ଦିଆଯିବା ଉଚିତ। ହିନ୍ଦୁମାନେ ବାହାର ପରିସର ଦଖଲ କରୁଥିଲେ ବୋଲି ପ୍ରମାଣିତ କରିଥିବାବେଳେ ଅଯୋଧ୍ୟା ଜମି ବିବାଦ ମାମଲାରେ ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ଓ୍ବାକଫ୍‌ ବୋର୍ଡ ନିଜ ଯୁକ୍ତି ପ୍ରତିପାଦିତ କରିପାରି ନାହାନ୍ତି। ନିର୍ମୋହୀ ଆଖଡ଼ା ମଧ୍ୟ ମନ୍ଦିର ଉପରେ ସେବାୟତି ଅଧିକାର ଓ ପରିଚାଳନା ନେଇ ନିଜ ଦାବିକୁ ପ୍ରମାଣିତ କରିପାରି ନ ଥିବାରୁ ଏହି ପକ୍ଷର ପିଟିଶନ ଖାରଜ ହୋଇଯାଇଛି। ତେବେ କେନ୍ଦ୍ର ସରକାର ଯଦି ଉପଯୁକ୍ତ ମନେକରନ୍ତି ତା’ହେଲେ ନିର୍ମୋହୀ ଆଖଡ଼ାକୁ ଟ୍ରଷ୍ଟରେ ସାମିଲ କରିପାରିବେ। ସର୍ବୋଚ୍ଚ ଅଦାଲତ ଆହୁରି କହିଛନ୍ତି, ହିନ୍ଦୁମାନେ ବିବାଦୀୟ ସ୍ଥଳର ବାହ୍ୟ ପରିସରରେ ପୂଜା କରୁଥିଲେ। ମୁସ୍‌ଲିମମାନେ ଶୁକ୍ରବାର ମସ୍‌ଜିଦରେ ପ୍ରାର୍ଥନା କରୁଥିଲେ। ଏଥିରୁ ସଙ୍କେତ ମିଳୁଛି ଯେ ମୁସଲମାନମାନେ ଉକ୍ତ ସ୍ଥଳରୁ ଦଖଲ ହରାଇ ନ ଥିଲେ। ମସ୍‌ଜିଦରେ ପ୍ରାର୍ଥନାବେଳେ ବ୍ୟାଘାତ ସତ୍ତ୍ୱେ ସେମାନେ ଉକ୍ତ ସ୍ଥାନ ଛାଡ଼ି ନ ଥିଲେ। ବିିବାଦୀୟ ସ୍ଥଳ ତଳେ ଥିବା ଢାଞ୍ଚା ଇସ୍‌ଲାମିକ୍‌ ନ ଥିଲା। କିନ୍ତୁ ମସ୍‌ଜିଦ ନିର୍ମାଣ ପାଇଁ ଏକ ମନ୍ଦିରକୁ ଭଙ୍ଗାଯାଇଥିଲା ବୋଲି ଭାରତର ପ୍ରତ୍ନତାତ୍ତ୍ୱିକ ବିଭାଗ (ଏଏସ୍‌ଆଇ) ପ୍ରମାଣ କରିବାରେ ବିଫଳ ହୋଇଛି। ଏହାସତ୍ତ୍ୱେ ପ୍ରତ୍ନତାତ୍ତ୍ୱିକ ପ୍ରମାଣକୁ ଏକ ମାମୁଲି ମତାମତ ବୋଲି କହିବା ଏଏସ୍‌ଆଇକୁ କ୍ଷତି ପହଞ୍ଚାଇବା ସଦୃଶ। ସେହିପରି ବିବାଦୀୟ ସ୍ଥଳରେ ରାମ ଜନ୍ମ ହୋଇଥିଲେ ବୋଲି ହିନ୍ଦୁମାନେ ବିଚାର କରନ୍ତି। ଏପରି କି ମୁସ୍‌ଲିମମାନେ ମଧ୍ୟ ଏପରି କହିଥାନ୍ତି। ଭଙ୍ଗାଯାଇଥିବା ଢାଞ୍ଚାରେ ରାମଙ୍କ ଜନ୍ମ ନେଇ ହିନ୍ଦୁମାନଙ୍କ ଆସ୍ଥା ନିର୍ବିବାଦୀୟ। ସୀତା ରୋଷେଇ, ରାମ ଚଉତରା ଓ ଭଣ୍ଡାରଗୃହ ଏହି ସ୍ଥାନର ଧାର୍ମିକ ତଥ୍ୟର ପ୍ରମାଣ ଦିଏ। ହେଲେ ଆସ୍ଥା ଓ ବିଶ୍ୱାସକୁ ନେଇ ଭୂମିର ସ୍ବତ୍ୱାଧିକାର ପ୍ରମାଣିତ ହୋଇ ନ ପାରେ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। ୨୦୧୦ରେ ଆଲ୍ଲାହାବାଦ ହାଇକୋର୍ଟ ୨.୭୭ ଏକର ଭୂମିକୁ ତିନି ପକ୍ଷ ମଧ୍ୟରେ ସମାନ ଭାବେ ବଣ୍ଟନ କରି ରାୟ ଦେଇଥିଲେ। ଉକ୍ତ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ୧୪ଟି ପିଟିଶନ ଦାଏର କରାଯାଇଥିଲା। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ସେହି ରାୟକୁ ଭୁଲ ବୋଲି କହିଛନ୍ତି।

ସୁପ୍ରିମକୋର୍ଟ ରାୟର ମୁଖ୍ୟାଂଶ
ବିବାଦୀୟ ଭୂମିର ମାଲିକାନା ସ୍ବତ୍ୱ ରାମ ଲାଲା ପକ୍ଷଙ୍କୁ ହସ୍ତାନ୍ତର କରାଯିବ
ଉକ୍ତ ଭୂମି କେନ୍ଦ୍ର ସରକାରଙ୍କ ପାଖରେ ରହିବ
ରାଜସ୍ବ ରେକର୍ଡରେ ବିବାଦୀୟ ସ୍ଥଳ ସରକାରଙ୍କ ଭୂମି ବୋଲି ରହିଥିଲା
ନୂଆ ମସ୍‌ଜିଦ ନିର୍ମାଣ ପାଇଁ ମୁସ୍‌ଲିମମାନଙ୍କୁ ବିକଳ୍ପ ଜମି ଦେବେ କେନ୍ଦ୍ର ସରକାର
ପ୍ରମୁଖ ସ୍ଥାନରେ ୫ ଏକର ଉପଯୁକ୍ତ ଜମି ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ହସ୍ତାନ୍ତର କରାଯିବ
କେନ୍ଦ୍ର ସରକାର ରାମମନ୍ଦିର ନିର୍ମାଣ ପାଇଁ ୩ ମାସ ମଧ୍ୟରେ ଯୋଜନା ପ୍ରସ୍ତୁତ କରି ଏକ ଟ୍ରଷ୍ଟ ଗଠନ କରିବେ
ସମଗ୍ର ବିବାଦୀୟ ଭୂମିର ନିୟନ୍ତ୍ରଣ ହାତକୁ ନେବା ପାଇଁ ନିର୍ମୋହୀ ଆଖଡ଼ା ପକ୍ଷରୁ ଦାଏର ପିଟିଶନ ଖାରଜ
କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାର ମିଳିତ ଭାବେ ଭବିଷ୍ୟତ କାର୍ଯ୍ୟପନ୍ଥା ଅନୁଧ୍ୟାନ କରିବେ
ଟ୍ରଷ୍ଟରେ ନିର୍ମୋହୀ ଆଖଡ଼ାର ପ୍ରତିନିଧିତ୍ୱ ଆବଶ୍ୟକ ମନେକଲେ ସରକାର ତାକୁ ଅନୁମତି ଦେଇପାରନ୍ତି
୧୯୯୨ ଡିସେମ୍ବର ୬ରେ ଭଙ୍ଗାଯାଇଥିବା ବାବ୍ରୀ ମସ୍‌ଜିଦ ଏକ ଖାଲି ଜମି ଉପରେ ନିର୍ମିତ ହୋଇ ନ ଥିଲା
ପ୍ରତ୍ନତାତ୍ତ୍ୱିକ ପ୍ରମାଣକୁ କେବଳ ମତାମତ ବୋଲି ଅଭିହିତ କରିବା ଏଏସ୍‌ଆଇ ପ୍ରତି ଏକ ବଡ଼ କ୍ଷତିକାରକ କାର୍ଯ୍ୟ
ବିଧ୍ୱସ୍ତ ମସ୍‌ଜିଦ ଢାଞ୍ଚା ତଳେ ଏକ ମନ୍ଦିର ଥିବା ନେଇ ଏଏସ୍‌ଆଇ ପ୍ରମାଣିତ କରିଛି
ଢାଞ୍ଚା ଇସ୍‌ଲାମିକ୍‌ ଢାଞ୍ଚା ନୁହେଁ
ତେବେ ମସ୍‌ଜିଦ ନିର୍ମାଣ ପାଇଁ ମନ୍ଦିରକୁ ଭଙ୍ଗା ଯାଇଥିଲା ବୋଲି ଏଏସ୍‌ଆଇ ପ୍ରମାଣ ଦେଇପାରି ନାହିଁ
ହିନ୍ଦୁମାନେ ଏହାକୁ ଭଗବାନ ରାମଙ୍କ ଜନ୍ମଭୂମି ମନେକରୁଥିବାବେଳେ ମୁସ୍‌ଲିମ ବିବାଦୀୟ ସ୍ଥାନ ବିବେଚନା କରନ୍ତି
ସୀତା ରୋଷେଇ, ରାମ ଚଉତରା ଓ ଭଣ୍ଡାର ଗୃହ ହେଉଛି ଉକ୍ତ ସ୍ଥାନର ଧାର୍ମିକ ତଥ୍ୟର ପ୍ରମାଣ
ବାହ୍ୟ ପରିସରରେ ହିନ୍ଦୁମାନେ ପୂଜା କରୁଥିଲେ ବୋଲି ପ୍ରମାଣ ମିଳିଛି
ପ୍ରମାଣରୁ ଜଣାପଡ଼ିଛି ଯେ, ମୁସଲମାନମାନେ ଶୁକ୍ରବାର ମସ୍‌ଜିଦରେ ପ୍ରାର୍ଥନା କରୁଥିଲେ। ସେମାନେ ଦଖଲ ହରାଇ ନ ଥିଲେ ବୋଲି ଏହା ସଙ୍କେତ ଦିଏ
8 ୧୮୫୬ରୁ ୧୮୫୭ ମଧ୍ୟରେ ଲୁହା ରେଲିଂ ତିଆରି କରାଯାଇଥିଲା। ହିନ୍ଦୁମାନେ ସେଠାରେ ପୂଜା ଜାରି ରଖିଥିବା ଏଥିରୁ ଜଣାପଡ଼େ
ଆସ୍ଥା ଓ ବିଶ୍ୱାସ ଆଧାରରେ ଭୂମିର ସ୍ବତ୍ୱ ପ୍ରମାଣିତ ହୋଇପାରିବ ନାହିଁ। ବିବାଦର ସମାଧାନ ପାଇଁ ତାହା କେବଳ ସୂଚକ
ବିବାଦୀୟ ସ୍ଥଳର ଦଖଲ ନେଇ ମୁସ୍‌ଲିମ ପକ୍ଷ ପ୍ରମାଣ ଦେଇପାରି ନାହାନ୍ତି
ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ଓ୍ବାକଫ୍‌ ବୋର୍ଡ ଅଯୋଧ୍ୟା ବିବାଦ ମାମଲାରେ ନିଜ ଅଧିକାର ସାବ୍ୟସ୍ତ କରିପାରି ନାହିଁ
ବାବ୍ରୀ ମସ୍‌ଜିଦ ଭଙ୍ଗାଯିବା ଆଇନର ଉଲ୍ଲଂଘନ ଥିଲା


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?