ରାଜ୍ୟରେ ୨ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ: ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟିର ଅନୁମୋଦନ

ଭୁବନେଶ୍ୱର, ୧୯।୮ (ବ୍ୟୁରୋ)-ରାଜ୍ୟରେ ୨ଲକ୍ଷ ୦୪,୦୬୯ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ସୋମବାର ଅପରାହ୍ନରେ ଖାରବେଳ ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଉଚ୍ଚ କ୍ଷମତା ସମ୍ପନ୍ନ କ୍ଲିୟରାନ୍ସ ଅଥରିଟି(ଏଚଏଲସିଏ)ବୈଠକରେ ୫ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଥିରେ ୨୭ ହଜାର ୬୪୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପେଟ୍ରୋକେମିକାଲ ଓ ମେଟାଲ ଡାଉନଷ୍ଟ୍ରମ ପ୍ରକଳ୍ପ ଗୁଡିକରେ ଏହି ପୁଞ୍ଜିିନିବେଶ ହେବ।
ଜିନ୍ଦଲ (ଇଣ୍ଡିଆ) ଲିମିଟେଡ ପକ୍ଷରୁ ଯାଜପୁର ଜିଲା କଳିଙ୍ଗନଗରଠାରେ ୦.୫୦ନିୟୁତ ଟନର କୋଲ୍ଡ ରୋଲିିଂ କମ୍ପ୍ଲେକ୍ସ ଏବଂ ଷ୍ଟିଲ ପ୍ରୋସେସିଂ ପ୍ଲାଣ୍ଟ ସ୍ଥାପନ କରିବ। ଏହି ପ୍ଲାଣ୍ଟରେ ଜିନ୍ଦଲ ୧,୬୭୬ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ଲକ୍ଷଧାର୍ଯ୍ୟ କରିଛି। ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ୧୩ଶହ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏହି ପ୍ରସ୍ତାବକୁ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ବୈଠକରେ ଅନୁମୋଦନ କରାଯାଇଛି।
ତଳଚେର ସାରଖାନା ପକ୍ଷରୁ ତଳଚେର ଠାରେ ବାର୍ଷିକ ୧୯୯ ନିୟୁତ ଟନର ଏକ କୋଇଲା ଚାଳିତ ୟୁରିଆ ସାର କାରଖାନା ସ୍ଥାପନ କରାଯିବ। ସେଥିରେ ୧୪ ହଜାର ୭୩୨ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ। ଏହି କମ୍ପ୍ଲେକ୍ସ କାର୍ଯ୍ୟକାରୀ ହେଲେ ୫୫୦ ଜଣଙ୍କୁ ନିଯୁକ୍ତି ମିଳି ପାରିବ। ଏଚଏଲସିଏ ଏହି ପ୍ରକଳ୍ପକୁ ଅନୁମୋଦନ କରିଛି।
ପେଟ୍ରୋ କେମିକାଲ କ୍ଷେତ୍ରରେ ମଧ୍ୟ ଓଡିଶାରେ ବୃହତ ପୁଞ୍ଜିନିବେଶ ହେବାକୁ ଯାଉଛି। ହଳଦିଆ ପେଟ୍ରୋ କେମିକାଲ୍‌ସ ଲିମିଟେଡ ପକ୍ଷରୁ ବାଲେଶ୍ୱର ଜିଲା ସୁବର୍ଣ୍ଣରେଖା ବନ୍ଦର ନିକଟରେ ତୈଳ ବିଶେଧନାଗାର, ଏରୋମାଟିକ୍ସ କମ୍ପ୍ଲେକ୍ସ ଏବଂ ଏଥଲିନ କ୍ରାକର କମ୍ପ୍ଲେକ୍ସ ନିର୍ମାଣ କରାଯିବ। ଏଥିରେ ୭୮ ହଜାର ୨୨୫କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧୦ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପାରାଦୀପ ତୈଳ ବିଶୋଧନାଗାର ସମ୍ପ୍ରସାରଣକୁ ମଧ୍ୟ ଉଚ୍ଚ ସ୍ତରୀୟ କ୍ଲିୟରାନ୍ସ କମିଟି ମଞ୍ଜୁର କରିଛି। ଭାରତୀୟ ତେଅଳ ନିଗମ(ଆଇଓସିଏଲ) ପାରାଦୀପ ଠାରେ ଥିବା ବିଶୋଧନାଗାର ସମ୍ପ୍ରସାରଣ ସହ ଏକ ନୂଆ ପ୍ଲାଣ୍ଟ ନିର୍ମାଣ କରିବ। ବିଶୋଧନାଗାର କ୍ଷମତାକୁ ୧୫ ନିୟୁତ ଟନରୁ ୨୫ ନିଯୁତ ଟନକୁ ବୃଦ୍ଧି କରାଯିବା ସହ ଏରେମେଟିକ୍ସ କମ୍ପେଲକ୍ସ ଏବଂ ପେଟକୋକ ଗ୍ୟାସିଫିକେସନ ପ୍ଲାଣ୍ଟ ସ୍ଥାପନ ହେବ। ଏଥିରେ ୧ଲକ୍ଷ ୩୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ଏଥିରେ ୧୨,୫୯୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ଆଇଓସିଏଲ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ବୈଠକରେ ଅନୁମୋଦନ ଦିଆଯାଇଛି। ଏଥିହସିତ ଆଇଓସିଏଲ ପାରାଦୀପ ଠାରେ ୧.୨ ନିୟତୁତ ଟନ କ୍ଷମତା ବିଶିଷ୍ଟ ପୁରିଫାଏଟ ଟେରିଫଥାଲିକ ଏସିଡ କମ୍ପ୍ଲେକ୍ସ(ପିଏକ୍ସ-ପିଟିଏ) ସ୍ଥାପନ କରିବ। ଏହି ପ୍ଲାଣ୍ଟରେ ୯,୧୩୬ କୋଟି ଟଙ୍କାର ପୁଞ୍ଚି ନିବେଶ ହେବା ସହିତ ୩୨ଶହ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ। ଏହି ପ୍ରକଳ୍ପ ସ୍ଥାପନ ହେଲେ ଓଡିଶା ପୂର୍ବ ଭାରତର ଶକ୍ତିର ଦ୍ୱାରଦେଶ ହେବ । ଉକ୍ତ ପ୍ରଳ୍ପଗୁଡିକ ବନ୍ଦର ଭିତ୍ତିକ ହୋଇଥିବାରୁ ଏହା ଆମଦାନୀ ଓ ରପ୍ତାନୀ କ୍ଷେତ୍ରକୁ ତ୍ୱରାନ୍ବିତ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ରାଜ୍ୟରେ ସରକାର ଗଢ଼ିବେ କୃଷକ’

ଭୁବନେଶ୍ୱର,୨୧।୩(ବ୍ୟୁରୋ):ପେନ୍‌ସନ ଦାବି ସହ ବର୍ଦ୍ଧିତ ବିଦ୍ୟୁତ୍‌ ଦରକୁ ତୀବ୍ର ବିରୋଧ କରିଛନ୍ତି ଚାଷୀ। ଏନେଇ ନବ ନିର୍ମାଣ କୃଷକ ସଙ୍ଗଠନର ଡାକରା କ୍ରମେ ବହୁସଂଖ୍ୟକ ଚାଷୀ...

ଏମ୍‌କେସିଜିରେ ଭର୍ତ୍ତି ହେଲେ କରୋନା ସନ୍ଦିଗ୍ଧ

ବ୍ରହ୍ମପୁର ଅଫିସ,୨୭ା୩-ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଶୁକ୍ରବାର ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି। ତାଙ୍କୁ କରୋନା ୱାର୍ଡର ସ୍ବତନ୍ତ୍ର କକ୍ଷରେ ରଖାଯାଇଛି। ଶନିବାର ସନ୍ଦିଗ୍ଧଙ୍କ ସ୍ବାବ୍‌...

ଏପ୍ରିଲ ୧୫ ଯାଏ ମା’ ବିରଜାଙ୍କ ସାଧାରଣ ଦର୍ଶନ ବନ୍ଦ

ଯାଜପୁର ଅଫିସ୍‌,୧୮।୩: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ବୁଧବାରଠାରୁ ଏପ୍ରିଲ ୧୫ ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ। ମାତ୍ର ମା’ଙ୍କ ନୀତିକାନ୍ତିରେ...

ଅସହାୟଙ୍କ ପାଇଁ ରାତିରେ ଖୋଲା ରହିବ ସ୍କୁଲ କୋଠା

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ରାଜ୍ୟରେ ଅସହ୍ୟ ଥଣ୍ଡାକୁ ଦୃଷ୍ଟିରେ ରଖି ସରକାର ସତର୍କ ପଦକ୍ଷେପ ଗ୍ରହଣ କରିଛନ୍ତି। ସବୁ ବ୍ଲକ, ତହସିଲ, ପଞ୍ଚାୟତକୁ ଆଲର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।...

ବିଧାନସଭାରେ କାର୍ଯ୍ୟକାରୀ ହେବ ଜାତୀୟ ଇ-ବିଧାନ ଆପ୍ଲିକେସନ୍‌

ଭୁବନେଶ୍ୱର,୧୩।୬(ବ୍ୟୁରୋ)- ଓଡ଼ିଶା ବିଧାନସଭାରେ ଜାତୀୟ ଇ-ବିଧାନ ଆପ୍ଲେକେସନ କାର୍ଯ୍ୟକାରୀ କରାଯିବ। ଗତ ୧୧ ତାରିଖରେ ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି...

ପିପିଲି ଉପନିର୍ବାଚନ: ବିଜୟ ମୁହାଁ ବିଜେଡି

ପୁରୀ ଅଫିସ୍‌,୩।୧୦: ପିପିଲି ଉପନିର୍ବାଚନ ଫଳାଫଳ ସ୍ପଷ୍ଟ ହେବାରେ ଲାଗିଛି। ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ଫଳାଫଳ ଘୋଷଣା ହେବ। ଏପର୍ଯ୍ୟନ୍ତ ୧୫ ରାଉଣ୍ଡ...

ଭିତ୍ତିପ୍ରସ୍ତର ସ୍ଥାପନର ୫ମାସ ବିତିଲା : ଏ ଯାଏଁ ଆରମ୍ଭ ହୋଇନି ବିଜ୍ଞାନ କେନ୍ଦ୍ର ନିର୍ମାଣ କାର୍ଯ୍ୟ

ଖଣ୍ଡପଡା,୧୦।୮(ସ୍ବ.ପ୍ର.): ଖଣ୍ଡପଡା-ଭାପୁର ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ଉମାଦେବୀ ଛକ ନିକଟରେ ଏକ ବିଜ୍ଞାନକେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏ ମଧ୍ୟରେ ଦୀର୍ଘ...

ପୋଲିସ ବିଭାଗରେ ଅଦଳବଦଳ: ବଦଳିଲେ ୨୦ ଇନ୍ସପେକ୍ଟର, ୩୯ ଏସ୍‌ଆଇ

କଟକ ଅଫିସ,୭।୬: ରାଜ୍ୟ ପୋଲିସରେ ଇନ୍ସପେକ୍ଟର, ସବ୍‌-ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର ସ୍ତରରେ ଶନିବାର ଅଦଳବଦଳ କରାଯାଇଛି। ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ବଦଳି ନିର୍ଦ୍ଦେଶ...

Advertisement
Archives

Model This Week