ରାଜ୍ୟରେ ମୁଣ୍ଡ ପିଛା ଦୁଗ୍ଧ ଉତ୍ପାଦନ ୧୪୫ ଗ୍ରାମ୍‌କୁ ବୃଦ୍ଧି

ଭୁବନେଶ୍ୱର,୧।୬: ଦେଶ ସ୍ବାଧୀନ ହେବା ସମୟରେ ଓଡ଼ିଶାରେ ହାରାହାରି ଦୈନିକ ମୁଣ୍ଡ ପିଛା ଦୁଗ୍ଧ ଉତ୍ପାଦନ ପ୍ରାୟ ୭୦ ଗ୍ରାମ ଥିଲା। ଏହାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାକରି ପଦକ୍ଷେପ ନେଇଛନ୍ତି। ଫଳରେ ୨୦୧୯-୨୦ ସୁଦ୍ଧା ୧୪୫ ଗ୍ରାମରେ ପହଞ୍ଚତ୍ପାରିଛି। ଜଣେ ବ୍ୟକ୍ତିର ଦୈନିକ ସର୍ବନିମ୍ନ ଆବଶ୍ୟକତା ୨୫୦ ଗ୍ରାମ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ସ୍ତରରେ ପହଞ୍ଚତ୍ବା ପାଇଁ ମିଳିତ ଉଦ୍ୟମ ଲୋଡ଼ା। ସରକାର, ଚାଷୀ, ଦୁଗ୍ଧ ସମବାୟ ସଂଗଠନ ଓ ଦୁଗ୍ଧ ପ୍ରକ୍ରିୟାକରଣ ପାଇଁ ଘରୋଇ ଉଦ୍ୟୋଗ ଏକ୍ଷେତ୍ରରେ ଯୋଗଦାନ ରଖୁଛନ୍ତି। ଲାଭଜନକ ଗୋପାଳନ ପାଇଁ ସୀମିତ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ଓ ପ୍ରତିଦିନ ଉଚିତ ମୂଲ୍ୟରେ ଦୁଗ୍ଧ ବିକ୍ରୟ ସୁବିଧା ଚାଷୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବ। ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ କେବଳ ଦୁଗ୍ଧ ଉତ୍ପାଦନ ସମବାୟ ସଂଘ, ଓମ୍‌ଫେଡ୍‌ ଓ ପ୍ରାଥମିକ ସମବାୟ ସମିତି ମାଧ୍ୟମରେ ଦୁଗ୍ଧ ସଂଗୃହୀତ ହୋଇପାରୁଥିବା ବେଳେ ଖାଉଟିଙ୍କ ଆବଶ୍ୟକତାକୁ ଅନୁଭବକରି ୧୯୯୯ ମସିହାରେ ପ୍ରଥମ ଘରୋଇ ଉଦ୍ୟୋଗ ନିଜସ୍ବ ଉଦ୍ୟମରେ ଆରମ୍ଭ ହୋଇଥିଲା। ପରେ ପରେ ଅନେକ ଘରୋଇ ଉଦ୍ୟୋଗ ଆରମ୍ଭ ହୋଇଥିଲେ ସୁଦ୍ଧା ଦୁଗ୍ଧ ଉତ୍ପାଦନ ଓ ଚାହିଦାରେ ଋତୁକାଳୀନ ତାରତମ୍ୟ ଯୋଗୁ ସ୍ଥାୟୀ ଭାବରେ କାର୍ଯ୍ୟକ୍ଷମ ହେବା ସମ୍ଭବ ହୋଇନାହିଁ। ମଧ୍ୟମ ହାରରେ ଦୈନିକ ଏକଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ପ୍ରକ୍ରିୟାକରଣ ଘରୋଇ ଉଦ୍ୟୋଗ ଭାବରେ ‘ପ୍ରଗତି ମିଲ୍କ ପ୍ରଡକ୍ସନ’ ୨୦୦୮ ମସିହାରୁ ଆରମ୍ଭ ହୋଇ ପ୍ୟାକେଟ୍‌ରେ ଟୋନ୍ଡ ଦୁଗ୍ଧ ଓ ଘିଅ, ଦହି, ସୁବାସିତ ଦୁଗ୍ଧ ଇତ୍ୟାଦି ପ୍ରସ୍ତୁତକରି ବିକ୍ରୟ କରୁଥିଲା। ପରେ ଅନ୍ୟ ଏକ ଘରୋଇ ଉଦ୍ୟୋଗ ‘ମିଲ୍କ ମନ୍ତ୍ର’ ରାଜ୍ୟର ଦୁଗ୍ଧ ଉଦ୍ୟୋଗରେ ସାମିଲ ହୋଇଛି। ପ୍ରଗତି ପକ୍ଷରୁ ପ୍ରିମିୟମ ଦୁଗ୍ଧ (୩% ଲହୁଣି,) ଗୋଲ୍ଡ ଦୁଗ୍ଧ(୪% ଲହୁଣି) ଓ ଷ୍ଟାଣ୍ଡାର୍ଡାଇଜଡ୍‌ ଦୁଗ୍ଧ(୪.୫% ଲହୁଣି) ସହିତ ଘିଅ, ସୁବାସିତ ଦୁଗ୍ଧ, ମିଠା ଓ ସାଦା ଓ ବସାଦହି, ପନିର, ଲସି ଓ ଆଇସ୍‌କ୍ରିମ୍‌ ପ୍ରସ୍ତୁତ କରାଯାଇଛି। ଏହାକୁ ସାରା ରାଜ୍ୟରେ ବିତରଣ କରାଯାଉଛି। ଆରମ୍ଭରୁ କମ୍ପନୀ ସୀମିତ ଗ୍ରାମାଞ୍ଚଳର ଦୁଗ୍ଧଚାଷୀଙ୍କୁ ନେଇ ନିରବଚ୍ଛିନ୍ନ ସେବା ଯୋଗାଇ ଦେଉଥିଲା। ବର୍ତ୍ତମାନ ଛଅଟି ଜିଲାର ୪ ହଜାର ଗ୍ରାମରେ ପ୍ରାୟ ୮୦,୦୦୦ ଚାଷୀଙ୍କ ପରିବାରକୁ ନିୟମିତ ଦୁଗ୍ଧ ବିକ୍ରୟ ସୁବିଧା ଯୋଗାଇ ଦେଉଛି। କମ୍ପାନୀ ଶ୍ୱେତ ବିପ୍ଳବରେ ନିଜକୁ ସକ୍ରିୟ ଭାବେ ସାମିଲ କରିପାରିଛି। ରାଜ୍ୟର ଖାଉଟିମାନଙ୍କୁ ଉଚ୍ଚମାନର ଦୁଗ୍ଧ ପଦାର୍ଥ ଯୋଗାଇବା ଲକ୍ଷ୍ୟ ନେଇ ଚାଷୀଙ୍କଠାରୁ ପ୍ରତିଦିନ ସ୍ବାଦ ଓ ମାନ ପରୀକ୍ଷା କରାଯାଇ ସଂଗୃହୀତ ଦୁଗ୍ଧକୁ ଜୀବାଣୁ ସଂକ୍ରମଣ ରୋକିବା ପାଇଁ ତତ୍‌କ୍ଷଣାତ୍‌ ଥଣ୍ଡା (Instant Chilling) କରାଯାଉଛି। ଫଳରେ ସର୍ବୋତ୍ତମ ମାନର ଦୁଗ୍ଧ ଭାବେ ପ୍ରଗତି ଦୁଗ୍ଧର ଚାହିଦା ଦିନକୁ ଦିନ ବଢ଼ି ଚାଲିଛି ବୋଲି ଏହା ସୂଚନା ଦେଇଛି। ଦୈନିକ ପ୍ରାୟ ୩ ଲକ୍ଷ ଲିଟର ଦୁଗ୍ଧଜାତ ଦ୍ରବ୍ୟ ବିକ୍ରୟ କରୁଥିବା ରାଜ୍ୟର ଏହି ଅଗ୍ରଣୀ ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ପ୍ରକ୍ରିୟାକରଣ କାରଖାନାରେ ଦୈନିକ ଛଅ ଲକ୍ଷ ଲିଟର ଦୁଗ୍ଧ ବିତରଣ ପାଇଁ ଯୋଜନା ରଖିଛି। କରୋନା ଭଳି ମହାମାରୀ ସମୟରେ ବଜାର ବନ୍ଦ ରହିବା ଫଳରେ ଦେଶରେ ଅନେକ ଘରୋଇ ଦୁଗ୍ଧ ଉଦ୍ୟୋଗ ରୁଗ୍‌ଣ ହୋଇଯାଉଥିବା ଲକ୍ଷ୍ୟ କରାଯାଉଛି। ସମସ୍ତ ଅସୁବିଧା ଓ କ୍ଷତି ସତ୍ତ୍ୱେ ପ୍ରଗତି ତରଫରୁ ନିଜର ଦୁଗ୍ଧଚାଷୀଙ୍କୁ ଦୁଗ୍ଧ ଯୋଗାଣରେ କୌଣସି ଅବହେଳା କରିନାହିଁ।
ଦୁଗ୍ଧରେ ସନ୍ତୁଳିତ ମାନର ଲହୁଣି ଓ ଏସ୍‌ଏନ୍‌ଏଫ୍‌(Protein, Lactose, Vitamins & Minerals) ଉତ୍ତମ ସ୍ବାସ୍ଥ୍ୟ ଓ ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ଏଣୁ ଓଡ଼ିଶାବାସୀଙ୍କୁ ଏକ ଅଧିକ ପୁଷ୍ଟିକର ଦୁଗ୍ଧ ଯୋଗାଇବା ଲକ୍ଷ୍ୟ ନେଇ ପ୍ରଗତି ଦ୍ୱାରା ଖାଦ୍ୟ ସୁରକ୍ଷା ଆଇନ ସ୍ବୀକୃତ ଷ୍ଟାଣ୍ଡାର୍ଡାଇଜ ଦୁଗ୍ଧ (୪.୫% ଲହୁଣି ଓ ୮.୮ ଏସ୍‌ଏନ୍‌ଏଫ୍‌ ) ଯୋଗାଇ ଦିଆଯାଉଛି। ଖାଉଟିମାନଙ୍କ ବ୍ୟବହାର ଓ ତୁଳନାତ୍ମକ ଅନୁଭୂତି ପାଇଁ ଜୁନ୍‌ ୧ ତାରିଖଠାରୁ ପ୍ରତି ୫୦୦ ମି.ଲି. ଷ୍ଟାଣ୍ଡାର୍ଡାଇଜଡ ଦୁଗ୍ଧ ସାଙ୍ଗରେ ୫୦ ମି.ଲି. ମାଗଣାରେ ଦିଆଯାଉଛି। ଖାଉଟିମାନେ ଏହାର ସୁଯୋଗ ନେଇ ସର୍ବୋତ୍ତମ ମାନର ଏହି ଦୁଗ୍ଧ ବ୍ୟବହାର କରିବା ନେଇ ଆଶା ଓ ବିଶ୍ୱାସ ରହିଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା, କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ବିଜେଡି

ଭୁବନେଶ୍ବର, ୨୯।୪(ବ୍ୟୁରୋ): ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା। କୋଟି କୋଟି ଚାଷୀ ଏବଂ ମତ୍ସ୍ୟଜୀବୀ ସେମାନଙ୍କ ଜୀବନ ଜୀବିକା ପାଇଁ ଏହା ଉପରେ ନିର୍ଭରଶୀଳ। ମହାନଦୀ...

ଏମ୍‌ଏଏଚ୍‌ଏସ୍‌ଆର୍‌ ପ୍ରକଳ୍ପକୁ ୧୮,୭୫୦ କୋଟି ଦେବ ଜିକା

ନୂଆଦିଲ୍ଲୀ,୩୧।୩:ଦେଶର ବୁଲେଟ୍‌ ଟ୍ରେନ ପ୍ରକଳ୍ପର ଅଗ୍ରଗତି ପାଇଁ ଜାପାନ ଇଣ୍ଟରନ୍ୟାଶନାଲ କୋଅପରେଶନ ଏଜେନ୍ସି (ଜେଆଇସିଏ) ଅଫିସିଆଲ୍‌ ଡେଭଲପମେଣ୍ଟ ଆସିଷ୍ଟାଣ୍ଟ (ଓଡିଏ) ଜରିଆରେ ଭାରତକୁ ୩୦୦ ବିଲିୟନ...

ମନ୍ତ୍ରୀଙ୍କ ଗାଡ଼ି ଭାଙ୍ଗିଦେଲେ

କର୍ଲାମୁଣ୍ଡା,୮ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଆଜି ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା...

ପାଇପ ଫାଟି ରାସ୍ତାରେ ଭାସୁଛି ପାଣି

ଲାଠୋର, ୨୦ା୧୦(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ନିକଟରେ ଏକ ଜଳ ଯୋଗାଣ ପ୍ରକଳ୍ପ ରହିଛି। ଗ୍ରାମର ପ୍ରାୟ...

ଟୟୋଟାର ନ୍ୟୁ ଇନୋଭା କ୍ରିଏଷ୍ଟାର ବୁକିଂ ଆରମ୍ଭ

ନୂଆଦିଲ୍ଲୀ,୨୯।୧: ଟୟୋଟା କିଲୋସ୍କର ମୋଟର (ଟିକେଏମ୍‌)ର ନ୍ୟୁ ଇନୋଭା କ୍ରିଏଷ୍ଟାର ବୁକିଂ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଟିକେଏମ୍‌ର ସେଲ୍‌ସ ଏବଂ ରଣନୀତିକ ଉପସଭାପତି...

ୱିଣ୍ଡଫଲ୍‌ ଟ୍ୟାକ୍ସ ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୩ା୯: ଚଳିତ ବର୍ଷ ସେପ୍ଟେମ୍ବର ୧ରୁ କେନ୍ଦ୍ର ସରକାର ପୁଣି ଥରେ ୱିଣ୍ଡଫଲ୍‌ ପ୍ରଫିଟ୍‌ ଟ୍ୟାକ୍ସ ବଢ଼ାଇଛନ୍ତି। ଏହା ପରେ ତେଲ କମ୍ପାନୀଗୁଡିକ ବିଦେଶକୁ ଡିଜେଲ...

ଲକ୍‌ଡାଉନ୍‌ ସମୟରେ ବିମାନ ଉଡ଼ାଣ ବାତିଲ: ଯାତ୍ରୀଙ୍କ ଟିକଟ ଟଙ୍କା ଫେରାଇବାକୁ ଏସ୍‌ସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଲାଗି ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଏହି ସମୟରେ ବିମାନ ଯାତ୍ରାକୁ ବାତିଲ କରାଯାଇଥିଲା। ତେବେ ଯାତ୍ରୀଙ୍କ ଟିକଟ...

ରାଜସ୍ବ ହ୍ରାସ: ବନ୍ଦ ହେବ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ

ଭୁବନେଶ୍ୱର,୨୯।୬(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ କରାଯାଉଛି। ଏଥିଯୋଗୁ ରାଜ୍ୟ ଅର୍ଥନୀତି ବହୁ ମାତ୍ରାରେ ପ୍ରଭାବିତ...

Advertisement
Archives

Model This Week