ରାଜ୍ୟରେ ବନ୍ଦ ହେବ ଓଏସ୍‌ଟିଏଫ୍‌

କଟକ ଅଫିସ, ୯ା୧: ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସ୍‌ଟିଏଫ୍‌) ବନ୍ଦ ହେବାକୁ ଯାଉଛି। ଫେବୃୟାରୀ ମାସ ଅଧାରୁ ଏହି ଯୋଜନାକୁ ବନ୍ଦ କରାଯିବ। ଓଏସ୍‌ଟିଏଫ୍‌କୁ ସାର୍ବଜନୀନ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ମିଶାଇ ଦେବାକୁ ସରକାର ଚିନ୍ତା କରୁଛନ୍ତି। ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ କୁମାର ସାହୁ ଏହି ମର୍ମରେ ଗତ ୨ତାରିଖରେ ମେଡିକାଲ ସହିତ ସହବନ୍ଧିତ ଥିବା ସମସ୍ତ ମେଡିସିନ ଷ୍ଟୋର ମାଲିକମାନଙ୍କୁ ଚିଠି ଲେଖିଛନ୍ତି। ମେଡିକାଲ ଉପରେ ଏହି ସବୁ ଦୋକାନଗୁଡ଼ିକର ଯେତେ ବାକି ପଡ଼ିଛି ତା’ର ଏକ ତାଲିକା ପ୍ରସ୍ତୁତ ସହ ମେଡିକାଲର ସମସ୍ତ ବିଭାଗର ମୁଖ୍ୟଙ୍କଠାରୁ କାଉଣ୍ଟର ଦସ୍ତଖତ କରି ଜାନୁୟାରୀ ୧୫ ସୁଦ୍ଧା ଦାଖଲ କରିବା ପାଇଁ ଚିଠିରେ କୁହାଯାଇଛି। ଚିଠିରେ ଆହୁରି ଉଲ୍ଲେଖ ରହିଛି ଯେ, ମେଡିକାଲରେ ଓଏସ୍‌ଟିଏଫ ବାବଦରେ ଥିବା ଟଙ୍କାକୁ ସରକାର ଜାନୁୟାରୀ ୧୫ ପୂର୍ବରୁ ପ୍ରତ୍ୟାହାର କରି ନେଇପାରନ୍ତି। ତେଣୁ ଉକ୍ତ ସମୟ ମଧ୍ୟରେ ବିଲ୍‌ ଦାଖଲ କଲେ ସେମାନଙ୍କର ବକେୟା ପୈଠ କରାଯିବ।
ଅନ୍ୟପକ୍ଷରେ ଓଏସ୍‌ଟିଏଫ୍‌ ବନ୍ଦ କରାଯିବା ନିଷ୍ପତ୍ତିକୁ ନେଇ ଏବେ ତର୍ଜମା ଆରମ୍ଭ ହୋଇଛି। ଏହି ଯୋଜନା ବନ୍ଦ ହେବା ଦ୍ୱାରା ଗରିବ ରୋଗୀମାନେ ଚିକିତ୍ସା ସେବାରୁ ବଞ୍ଚତ୍ତ ହେବେ ବୋଲି ଅନେକ ବରିଷ୍ଠ ଡାକ୍ତର ମତ ଦେଉଛନ୍ତି। ମାତ୍ର ସରକାରୀ ସ୍ତରରେ ସେଭଳି କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ଯଦି ଓଏସ୍‌ଟିଏଫ୍‌ ବନ୍ଦ କରାଯାଏ ରୋଗୀ ବିଏସ୍‌କେୱାଇରୁ ଉପକୃତ ହେବାରେ ସାମାନ୍ୟ ଅସୁବିଧା ଉପୁଜିବ ନାହିଁ ବୋଲି ମେଡିକାଲ ଅଧୀକ୍ଷକ ପ୍ରଫେସର ସାହୁ କହିଛନ୍ତି। ଓଏସ୍‌ଟିଏଫ୍‌ ତାଲିକାକୁ ଦେଖିଲେ ୨୦୧୭-୧୮ ଆର୍ଥିକ ବର୍ଷରେ ଏସ୍‌ସିବିରେ ୮୫୫୨ ଜଣ ରୋଗୀଙ୍କ ପିଛା ୩୭ କୋଟି ୯୭ ଲକ୍ଷ ୩୨ ହଜାର ୮୭୩ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୧୮-୧୯ ବର୍ଷରେ ୭୦୫୪ ରୋଗୀଙ୍କ ବାବଦରେ ୨୯ କୋଟି ୩୦ ଲକ୍ଷ ୫୪ହଜାର ୯୫୬ ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ୨୦୧୯-୨୦ ଆର୍ଥିକ ବର୍ଷର ଡିସେମ୍ବର ମାସ ସୁଦ୍ଧା ଏହି ଯୋଜନାରୁ ୩୭୩୧ ରୋଗୀଙ୍କ ବାବଦରେ ୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସୂଚନା ଥାଉ କି, ୨୦୧୧ରେ ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ଆରମ୍ଭ କରିଥିଲେ। ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ରୋଗୀଙ୍କୁ ଏହି ଯୋଜନାରୁ ଚିକିତ୍ସା ସହାୟତା ଯୋଗାଇ ଦେଉଛନ୍ତି।
ଯୋଜନାର ରୂପରେଖ ଅନୁଯାୟୀ, ଗ୍ରାମାଞ୍ଚଳରେ ଯେଉଁମାନଙ୍କର ବାର୍ଷିକ ଆୟ ୪୦ ହଜାର ଟଙ୍କାରୁ କମ୍‌ ଓ ସହରାଞ୍ଚଳରେ ୬୦ହଜାର ଟଙ୍କାରୁ କମ୍‌ ସେହିମାନଙ୍କୁ ଏହି ଯୋଜନାରୁ ସହାୟତା ମିଳୁଛି। ରାଜ୍ୟର ୩ଟି ମେଡିକାଲ କଲେଜ ସମେତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି। ଏହା ବାଦ୍‌ ରାଜ୍ୟର ୧୪ଟି ଘରୋଇ ହସ୍ପିଟାଲ ସମେତ ରାଜ୍ୟ ବାହାରର ୬ଟି ଘରୋଇ ହସ୍ପିଟାଲ ସହିତ ସରକାର ଓଏସ୍‌ଟିଏଫ୍‌ ବାବଦରେ ଚୁକ୍ତି କରିଥିଲେ। କ୍ୟାନସର, କିଡ୍‌ନୀ, ଲିଭର, ହୃଦ୍‌ରୋଗୀମାନେ ଏହି ଯୋଜନାରେ ମାଗଣା ଚିକିତ୍ସା ପାଇପାରୁଥିଲେ। ସେମାନଙ୍କର ଚିକିତ୍ସା ପାଇଁ ଆବଶ୍ୟକ ଔଷଧ, ଉପକରଣ ସହବନ୍ଧିତ ଔଷଧ ଦୋକାନଗୁଡ଼ିକରୁ ଯୋଗାଇ ଦିଆଯାଉଥିଲା। ଏବେ ସରକାର ଓଏସ୍‌ଟିଏଫ୍‌କୁ ବିଏସ୍‌କେୱାଇ ସହିତ ମିଶାଇ ଦେବାକୁ ଯୋଜନା କରୁଛନ୍ତି। ମାତ୍ର ବିଏସ୍‌କେୱାଇ ଆରମ୍ଭ କରିବା ପୂର୍ବରୁ ଏହାର ଭିତ୍ତିଭୂମିକୁ ଅଦ୍ୟାବଧି ସୁଦୃଢ କରାଯାଇନାହିଁ। ମୁଖ୍ୟତଃ ବିଏସ୍‌କେୱାଇର ଅନୁଭାଗଗୁଡ଼ିକୁ ଦେଖିଲେ ଏହି ଯୋଜନାରେ ରୋଗୀ ନିରାମୟ କେନ୍ଦ୍ରରୁ ଔଷଧ ଆଣିବାକୁ ଥିବାବେଳେ ସହାୟ ମାଧ୍ୟମରେ ଡାଏଲିସିସ୍‌ ଓ ନିଦାନ ମାଧ୍ୟମରେ ପରୀକ୍ଷା ନିରୀକ୍ଷା କରାଇବେ। ମାତ୍ର ନିରାମୟ ଯୋଜନାର ବିକଳ ଚିତ୍ର ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ନିରାମୟ ଯୋଜନାରେ ସରକାର ୫୧୨ ପ୍ରକାର ଅତ୍ୟାବଶ୍ୟକ ଔଷଧ ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ। ମାତ୍ର ନିରାମୟ କେନ୍ଦ୍ରଗୁଡ଼ିକରେ ସାଧାରଣ ଜ୍ୱର, ଝାଡ଼ା ଔଷଧ ବି ଉପଲବ୍ଧ ରହୁନି। ଏଭଳି ସ୍ଥିତିରେ ରୋଗୀ ନିରାମୟରୁ ଔଷଧ ନ ପାଇ ଘରୋଇ ଔଷଧ ଦୋକାନରୁ ଔଷଧ କିଣିବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି। ଏହାଦ୍ୱାରା ଔଷଧ ଦୋକାନୀମାନେ ଲାଭବାନ ହେଉଛନ୍ତି। ସେହିପରି ବିଏସ୍‌କେୱାଇ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବା ଦ୍ୱାରା ରୋଗୀଙ୍କୁ ହୀନସ୍ତା ହେବାକୁ ପଡ଼ିବ ବୋଲି ମେଡିକାଲର କେତେଜଣ ବରିଷ୍ଠ ଡାକ୍ତର ମତ ଦେଇଛନ୍ତି । ଅନ୍ୟପକ୍ଷରେ ସରକାର ଓଏସ୍‌ଟିଏଫ୍‌କୁ ସରକାରୀ ମେଡିକାଲ ଓ ମେଡିକାଲ କଲେଜଗୁଡ଼ିକରେ ବନ୍ଦ କରି ଘରୋଇ ହସ୍ପିଟାଲଗୁଡ଼ିକରେ ଏହାକୁ ବଳବତ୍ତର ରଖିବା ଅନ୍ୟ ଏକ ପ୍ରଶ୍ନ ହୋଇଛି। ଘରୋଇ ହସ୍ପିଟାଲଗୁଡ଼ିକୁ ଲାଭ ପହଞ୍ଚାଇବା ପାଇଁ ଏଭଳି ଭିତିରି ବ୍ୟବସ୍ଥା ହୋଇଥିବା କେତେଜଣ ଡାକ୍ତର କହିଛନ୍ତି। ଉଦାହରଣ ସ୍ବରୂପ, ଏସ୍‌ସିବିରେ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ କଲେ ୨ରୁ ଅଢେଇ ଲକ୍ଷ ଟଙ୍କା ଓଏସ୍‌ଟିଏଫ୍‌ରୁ ଖର୍ଚ୍ଚ ହେଉଥିବାବେଳେ ବାହାର ରାଜ୍ୟରେ (ଓଏସ୍‌ଟିଏଫ୍‌ ସୁବିଧା ଥିବା ହସ୍ପିଟାଲ)ରେ ଏହି ଖର୍ଚ୍ଚ ୧୫ ଲକ୍ଷ ହେଉଛି। ସେହିପରି ଓପନ ହାର୍ଟ ସର୍ଜରି ପାଇଁ ଏସ୍‌ସିବିରେ ଓଏସ୍‌ଟିଏଫ୍‌ରୁ ଅଢେଇରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଘରୋଇ ହସ୍ପିଟାଲରେ ଏହି ପରିମାଣ ଢେର ଅଧିକ ରହୁଛି। କିନ୍ତୁ ଓଏସ୍‌ଟିଏଫ୍‌ ବନ୍ଦ ହେବା ଦ୍ୱାରା ରୋଗୀଙ୍କୁ ଔଷଧ ଯୋଗାଣରେ କୌଣସି ଅସୁବିଧା ଉପୁଜିବ ନାହିଁ। ସରକାରୀ ସହବନ୍ଧିତ ଔଷଧଦୋକାନଗୁଡ଼ିକ ମେଡିକାଲ ଷ୍ଟୋରରେ ଔଷଧ ଗଚ୍ଛିତ ରଖିବେ। ପୂର୍ବରୁ ରୋଗୀମାନେ ସିଧାସଳଖ ସରକାରୀ ସହବନ୍ଧିତ ଦୋକାନରୁ ଔଷଧ କିଣୁଥିଲେ। ମାତ୍ର ଏବେ ମେଡିକାଲ ପକ୍ଷରୁ ସେମାନଙ୍କୁ ଏହି ଔଷଧକୁ ଷ୍ଟୋର ଜରିଆରେ ଦିଆଯିବ ବୋଲି ହସ୍ପିଟାଲ ମ୍ୟାନେଜର ସୌମ୍ୟା ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆଖେଳ, ଅତର୍କିତ ଚଢ଼ାଉ କରି ୨୨ ଜୁଆଡ଼ିଙ୍କୁ ମାଡ଼ି ବସିଲା ପୋଲିସ

ନୂଆପଡ଼ା,୩ା୬(ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସଙ୍କୁ ପୁଣି ଏକ ବଡ଼ ସଫଳତା ମିଳିଛି। ମଙ୍ଗଳବାର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଆନ୍ତଃରାଜ୍ୟ ଜୁଆଡ଼ି ସମେତ ୨୨…

ଜାଣନ୍ତୁ କିଏ ସେହି ଋତବ୍ରତ ବାନାର୍ଜୀ, ଯିଏ ୫୮ ବିଧାୟକଙ୍କୁ ହାତ କରି ମମତାଙ୍କ ହାତରୁ ଛଡ଼ାଇ ନେଉଛନ୍ତି TMC?

କୋଲକାତା,୩।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନରେ ଶୋଚନୀୟ ପରାଜୟ ପରେ ମମତା ବାନାର୍ଜୀଙ୍କୁ ସବୁଠାରୁ ବଡ଼ ଝଟକା ଲାଗିଛି। ତାଙ୍କ ଦଳ ତୃଣମୂଳ କଂଗ୍ରେସ (TMC) ଏବେ ଦୁଇ…

ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା, ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୩।୬: ସରକାରୀ କାର୍ଯ୍ୟର ନିରବଚ୍ଛିନ୍ନ ତଥା ସୂଚାରୁ ପରିଚାଳନା ପାଇଁ ରାଜ୍ୟ ସରକାର ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ ଗାଡ଼ିଗୁଡ଼ିକର ତେଲ…

କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବକୁମାର, ଆଣ୍ଠୁମାଡ଼ି ପ୍ରଣାମ କରି କହିଲେ….

ବେଙ୍ଗାଲୁରୁ,୩ା୬: ସିଦ୍ଧରାମେୟାଙ୍କ ଇସ୍ତଫା ପରେ, ବୁଧବାର ଦିନ ଲୋକଭବନରେ କର୍ନାଟକର ମୁଖ୍ୟମନ୍ତ୍ରୀ ଭାବରେ ଡିକେ ଶିବକୁମାର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ୍…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପୂର୍ବରୁ ଭାବୁକ ହେଲେ ଶିବକୁମାର, ମା’ଙ୍କ ପାଦ ଛୁଇଁ…

ବେଙ୍ଗାଲୁରୁ,୩ା୬: କର୍ନାଟକରେ ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହୋଇଥିବା ଡି.କେ. ଶିବକୁମାରଙ୍କ ସହିତ ଆଜି ୧୩…

ଚାଲିଥିଲା ବୈଠକ, ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଜିଲାପରିଷଦ ସଭ୍ୟ

ଖୋର୍ଦ୍ଧା,୩ା୬(ପ୍ରଭାତ ପାଣିଗ୍ରାହୀ): ଜିଲା ପରିଷଦ ବୈଠକରେ ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି। ଜନପ୍ରତିନିଧିଙ୍କୁ ବୋଲଗଡ ବିଡିଓଙ୍କ ଅଣଦେଖା, ଦୁର୍ବ୍ୟବହାର ଏବଂ ଅସହଯୋଗ ମନୋଭାବ ପ୍ରତିବାଦରେ ୨୭…

ଜଣେ ଛାତ୍ରଙ୍କୁ ପଢ଼ାଇବା ପାଇଁ ଏତେଟଙ୍କା ଚାର୍ଜ କରନ୍ତି ଖାନ୍‌ ସାର? କୋଚିଂ ଫିସ୍‌ ଜାଣିଲେ…

ନୂଆଦିଲ୍ଲୀ,୩।୬: ଖାନ ସାରଙ୍କୁ କିଏ ବା ନଜାଣେ.. ନିଜର ନିଆରା ପଢ଼ାଇବା ଶୈଳୀ ପାଇଁ ସାରା ଦେଶରେ ପ୍ରସିଦ୍ଧ ଖାନ ସାର୍‌ ଲକ୍ଷ ଲକ୍ଷ ପିଲାଙ୍କ ପ୍ରିୟ…

ବିମାନବନ୍ଦରରେ ରିଲ୍ସ କରୁଥିଲେ ସାବଧାନ! ଆସିଲା ନୂଆ ନିୟମ, ନଚେତ୍ ହୋଇପାରେ

ନୂଆଦିଲ୍ଲୀ,୩।୬: ଏଣିକି ବିମାନବନ୍ଦରରେ ସେଲଫି ନେବା, ଇନଷ୍ଟାଗ୍ରାମ ରିଲ୍ ତିଆରି କରିବା କିମ୍ବା ଯାତ୍ରା ଭ୍ଲଗ୍ ସୁଟିଂ କରୁଥିବା ପ୍ରେମୀମାନଙ୍କୁ ସତର୍କ ରହିବାକୁ ପଡିବ ।ଡିଜିସିଏ ବିମାନବନ୍ଦର ପରିସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri