ରାଜ୍ୟରେ ଦୈନିକ ନିର୍ଯାତନାର ଶିକାର ହେଉଛନ୍ତି ୨୮% ବୟୋଜ୍ୟେଷ୍ଠ

ଭୁବନେଶ୍ୱର, ୧।୧୦(ବ୍ୟୁରୋ): ବୟସ ବଢ଼ିଲେ ଅଲୋଡ଼ା ହୋଇପଡ଼ୁଛନ୍ତି ବୟୋଜ୍ୟେଷ୍ଠ। ନା ପିଲାମାନେ ପଚାରୁଛନ୍ତି, ନା ସମାଜ ସେମାନଙ୍କୁ ଆଦର୍ଶ ନାଗରିକଭାବେ ଗ୍ରହଣ କରୁଛି। ତେଣୁ ପ୍ରତି ୪ଜଣରେ ଜଣେ ବରିଷ୍ଠ ନାଗରିକ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି। ଜୀବନର ଅପରାହ୍ନରେ ଅଧିକାଂଶ ବୃଦ୍ଧାବୃଦ୍ଧଙ୍କୁ ନିଃସଙ୍ଗ ଜୀବନ କାଟିବାକୁ ପଡ଼ୁଛି। ଓଡ଼ିଶାରେ ବରିଷ୍ଠ ନାଗରିକମାନଙ୍କ ସ୍ଥିତି ଏବେ ଜଟିଳ ହୋଇଥିବାବେଳେ ରାଜଧାନୀରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଛି। କେବଳ ଭୁବନେଶ୍ୱରର ୪୫%ରୁ ଅଧିକ ବରିଷ୍ଠ ନାଗରିକ ନିର୍ଯାତିତ ଓ ଅବହେଳିତ, ଯାହାକି ଜାତୀୟ ହାରଠାରୁ ବେଶ୍‌ ଅଧିକ ବୋଲି ନିକଟରେ ‘ହେଲ୍‌ପଏଜ୍‌ ଇଣ୍ଡିଆ’ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।
ଓଡ଼ିଶାର ୨୮% ବୟୋଜ୍ୟେଷ୍ଠ ଦୈନିକ ନିର୍ଯାତନାର ଶିକାର ହେଉଥିବାବେଳେ ୨୮% ମାସକୁ ଥରେ ଦୁର୍ବ୍ୟବହାରର ସାମ୍ନା କରିଥାନ୍ତି। ସମାଜରେ ୯୯% ଲୋକ ବାର୍ଦ୍ଧକ୍ୟରେ ନିର୍ଯାତିତ ହେଉଥିବା ସ୍ବୀକାର କରିଥିବା ଏହି ସର୍ଭେ ଦର୍ଶାଇଛି। ରାଜ୍ୟର ୩୪% ବରିଷ୍ଠ ନାଗରିକ ଗାଳିଗୁଲଜ ଶୁଣୁଥିବାବେଳେ ୩୯% ନିଜ ପରିବାର ଓ ଆତ୍ମୀୟ ସ୍ବଜନଙ୍କଠାରୁ ସମ୍ମାନ ପାଇ ନ ଥାନ୍ତି। ସେହିଭଳି ୨୮% ଉପେକ୍ଷିତ ଅବସ୍ଥାରେ ରହୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା, ୫୨% ଘଟଣାରେ ପୁଅ ନିଜ ବାପା, ମା’ଙ୍କୁ ନିର୍ଯାତନା ଦେଉଥିବାବେଳେ ୩୪% ମାମଲାରେ ବୋହୂ ନିର୍ଯାତନା ଦେଇଥାଏ। ବଳକା କ୍ଷେତ୍ରରେ ନାତି, ନାତୁଣୀ, ଝିଅ, ଜ୍ୱାଇଁ, ନିଜ ସ୍ବାମୀ କିମ୍ବା ସ୍ତ୍ରୀ, ଯତ୍ନ ନେଉଥିବା ଲୋକ ଏବଂ ଘରୋଇ ସହାୟକମାନେ ନିର୍ଯାତନା ଦେଇଥାନ୍ତି। ୬୦ବର୍ଷରୁ ଊର୍ଦ୍ଧ୍ୱ ୩୨% ବରିଷ୍ଠ ନାଗରିକ ପରିବାରର ଆତ୍ମସମ୍ମାନ ଦୃଷ୍ଟିରୁ ନିର୍ଯାତନାକୁ ମୁଣ୍ଡ ପାତି ସହିଯାଇଥାନ୍ତି।
ଡିଜିଟାଲ ଯୁଗରେ ନିଃସଙ୍ଗ ବୟୋଜ୍ୟେଷ୍ଠ
ଆଗରୁ ଯୌଥ ପରିବାର ଥିବାବେଳେ ବୟୋଜ୍ୟେଷ୍ଠଙ୍କ ଯତ୍ନ ନେବାକୁ ଏବଂ ସେମାନଙ୍କ ସହ ସମୟ ବିତାଇବାକୁ ଗୋଟିଏ ପରିବାରରେ ଏକାଧିକ ସଦସ୍ୟ ରହୁଥିଲେ। ହେଲେ ଏବେ ଯୁଗ୍ମ ଏକାନ୍ନବର୍ତ୍ତୀ ପରିବାରଗୁଡ଼ିକ ଭାଙ୍ଗିଯିବା ପରେ ବୟୋଜ୍ୟେଷ୍ଠମାନେ ପୁଅ, ବୋହୂ, ଝିଅ, ଜ୍ୱାଇଁ ଏବଂ ନାତି, ନାତୁଣୀଙ୍କ ପାଇଁ ଅଲୋଡ଼ା ହୋଇପଡ଼ୁଛନ୍ତି। ସ୍ମାର୍ଟଫୋନ୍‌ ଓ ଡିଜିଟାଲ ଯୁଗରେ ଯୁବବର୍ଗଙ୍କ ନିକଟରେ ବୟସ୍କଙ୍କ ପାଇଁ ନା ଅଛି ଧୈର୍ଯ୍ୟ ନା ଅଛି ସମୟ। ଫଳରେ ନିଃସଙ୍ଗତା ଯୋଗୁ ସେମାନେ ମାନସିକସ୍ତରରେ ଦୁର୍ବଳ ହେବାସହ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଅଧିକାଂଶ କ୍ଷେତ୍ରରେ ବାପା, ମା’ଙ୍କୁ ଏକୁଟିଆ ଛାଡ଼ି ପିଲାମାନେ ରାଜ୍ୟ ଏବଂ ଦେଶ ବାହାରେ ଯାଇ ରହୁଛନ୍ତି। ଏଭଳିସ୍ଥଳେ ସେମାନେ ହତ୍ୟା, ଲୁଟ୍‌ ଭଳି ଅପରାଧର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ କେବଳ ଘରେ ନୁହେଁ, ବୟସ୍କ ନାଗରିକମାନେ ରାସ୍ତାଘାଟ ଓ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟରେ ମଧ୍ୟ ଦୁର୍ବ୍ୟବହାରରୁ ବାଦ୍‌ ପଡ଼ୁ ନ ଥିବା କୁହାଯାଉଛି।

ଭୁବନେଶ୍ୱରରେ ସର୍ବାଧିକ ନିର୍ଯାତିତ ବରିଷ୍ଠ
ଭୁବନେଶ୍ୱର ସମେତ ଦେଶର ୨୩ଟି ସହରକୁ ନେଇ କରାଯାଇଥିବା ଏହି ସର୍ଭେରେ ବରିଷ୍ଠ ନାଗରିକଙ୍କୁ ନିର୍ଯାତନା ଦେବା କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ଭୁବନେଶ୍ୱର, ଯେଉଁଟି ଜାତୀୟ ହାର ୨୫% ସେଠାରେ ଭୁବନେଶ୍ୱରରେ ୪୫% ନିର୍ଯାତନା ଅଭିଯୋଗ ରହିଛି। ଭୁବନେଶ୍ୱରରେ ୫୨% ବୃଦ୍ଧାବୃଦ୍ଧ ଅସମ୍ମାନ ଓ ଦୁର୍ବ୍ୟବହାରର ଶିକାର ହେଉଥିବାବେଳେ ୩୩% ନିଜ ପରିବାରଜନଙ୍କଠାରୁ ଶାରୀରିକ ଓ ମାନସିକ ନିର୍ଯାତନା ପାଇଥାନ୍ତି। ୨୭% ଆର୍ଥିକସ୍ତରରେ ନିର୍ଯାତିତ ଓ ୧୭% ଅବହେଳାର ସମ୍ମୁଖୀନ ହୋଇଥାନ୍ତି। ଅଧିକାଂଶ କ୍ଷେତ୍ରରେ ବୟସ ବଢ଼ିବା ପରେ ପିଲାମାନେ ବୃଦ୍ଧ ବାପା, ମା’ଙ୍କ ସହ ରହିବାକୁ ପସନ୍ଦ କରୁନାହାନ୍ତି। ବୃଦ୍ଧ ବାପା, ମା’ ସେମାନଙ୍କୁ ଏକ ବୋଝ ଭଳି ଲାଗୁଥିବାରୁ ସେମାନେ ଜାଣତରେ ବା ଅଜାଣତରେ ଦୁର୍ବ୍ୟବହାର କରିବା ଆରମ୍ଭ କରିଥାନ୍ତି। ଏହାଛଡ଼ା ସମ୍ପତ୍ତିକୁ ନେଇ ବିବାଦ ବରିଷ୍ଠ ନାଗରିକ ନିର୍ଯାତନାର ଆଉ ଏକ ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। ତେବେ ଭୁବନେଶ୍ବରରେ ଦେଶର ସର୍ବାଧିକ ୯୨% ବୟସ୍କ ବ୍ୟକ୍ତି ଦୁର୍ବ୍ୟବହାରର ସାମ୍ନା କରୁଥିବା ଏହି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।

ସମାଜ, ସିଷ୍ଟମ୍‌ ପ୍ରସ୍ତୁତ ନାହିଁ
ବର୍ତ୍ତମାନ ସମୟରେ ଆମ ସମାଜରେ ଏକ ଛୋଟ ପରିବାର କନ୍‌ସେପ୍ଟ ବିକଶିତ ହୋଇଛି। ସମସ୍ତେ ବାହାରକୁ ବାହାରୁଛନ୍ତି ଓ ଏକୁଟିଆ ରହିବାକୁ ପସନ୍ଦ କରୁଛନ୍ତି। ତେଣୁ ବୃଦ୍ଧ ବାପା, ମା’ମାନେ ସମସ୍ତଙ୍କୁ ବୋଝ ଭଳି ଲାଗୁଛନ୍ତି। ଏହାଛଡ଼ା ଆମ ଜନସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବାବେଳେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ମଧ୍ୟ ବଢୁଛି। ସେହି ଅନୁଯାୟୀ ଲୋକଙ୍କ ଆବଶ୍ୟକତା ମଧ୍ୟ ବଢୁଛି। ଏତେସଂଖ୍ୟକ ବୃଦ୍ଧାବୃଦ୍ଧଙ୍କୁ ସମ୍ଭାଳିବାକୁ ଆମ ସମାଜ ଓ ସିଷ୍ଟମ୍‌ ଉଭୟ ପ୍ରସ୍ତୁତ ନାହାନ୍ତି। ମୋ ମତରେ ଏହି ଦୁଇଟି କାରଣ ଯୋଗୁ ବରିଷ୍ଠ ନାଗରିକଙ୍କ ଉପରେ ନିର୍ଯାତନା ବଢ଼ୁଛି।
– ଭାରତୀ ଚକ୍ର, ଓଡ଼ିଶା ମୁଖ୍ୟ, ହେଲ୍‌ପଏଜ୍‌ ଇଣ୍ଡିଆ


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

ନିରବତା ମଧ୍ୟରେ ପୁଣି ବିସ୍ଫୋରଣର ପ୍ରତିଧ୍ୱନି? ହର୍ମୁଜରେ ଆକ୍ରମଣ କଲା ଇରାନ? ଦୁଇ ଜାହାଜ ଉପରେ ମିଶାଇଲ ଆଟାକ

ତେହରାନ,୭।୭: ଇରାନ ତା’ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମନେଇଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛି; ସମଗ୍ର ଦେଶ ଏବେ ଶୋକରେ ଅଛି। ଏହି ସମୟରେ, ହର୍ମୁଜ ପ୍ରଣାଳୀରେ…

କୋରାପୁଟ ଷ୍ଟେଶନରେ ପହଞ୍ଚିଲା ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌: ଭବ୍ୟ ସ୍ବାଗତ କଲେ ବିଧାୟକ, ଜନସାଧାରଣ

କୋରାପୁଟ, ୭।୭ (ଅମିତାଭ ବେହେରା): ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ମଙ୍ଗଳବାର ସକାଳେ ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌ କୋରାପୁଟ ରେଳ ଷ୍ଟେଶନରେ ପହଞ୍ଚିଛି। ସକାଳ ୮ଟା…

ଆଜି ପଡ଼ଆକୁ ଓହ୍ଲାଇ ସଭିଙ୍କୁ ଚକିତ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ…, ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦ ଉପରେ ରହିଛି ନଜର

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି (ମଙ୍ଗଳବାର) ନଟିଂହାମର ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଖେଳାଯିବ। ସିରିଜରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ଏହି ୫ଟି ରାଶିକୁ ଲାଗିପାରେ ବଡ଼ ଆର୍ଥିକ ଝଟ୍‌କା, ରହିବାକୁ ହେବ ସାବଧାନ!

ଜ୍ୟୋତିଷୀୟ ସଂଯୋଗ ଏବଂ ଗ୍ରହମାନଙ୍କ ଚଳନ ଯୋଗୁ ଅନେକ ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି। ଏହି ଗ୍ରହ ସ୍ଥିତି ଯୋଗୁ…

ଆଇଆଇସି ବିଉଟି ମହାନ୍ତି ଆତ୍ମହତ୍ୟା ମାମଲା: ସନ୍ଦେହ ଘେରରେ ଏଏସ୍‌ଆଇ

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ଭାବେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀ ବିଉଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଦିନ ଗଡ଼ିବା…

ବର୍ଷାରେ ଧୋଇଗଲା ନିର୍ମାଣାଧିନ ରିଂ ରୋଡ: ସ୍ଥାୟିତ୍ୱ ନେଇ ଉଠିଲାଣି ପ୍ରଶ୍ନ

ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶରେ ରିଂ ରୋଡ ନିର୍ମାଣ ଚାଲିଛି । ବରଗଡ଼ ସାଇ ମନ୍ଦିରରୁ ରୁହୁଣିଆଁ ପର୍ଯ୍ୟନ୍ତ ହେବାକୁ ଥିବା…

ପାକିସ୍ତାନ ଇଙ୍ଗିତରେ ନାଚୁଛି ବାଂଲାଦେଶ: ଭାରତୀୟ ରାଷ୍ଟ୍ରଦୂତଙ୍କ ଆଗରେ କଲା ଏମିତି କାମ

ଶ୍ରୀନଗର,୭।୭:ଜମ୍ମୁ ଓ କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ସତ୍ତ୍ୱେ ଅନେକ କ୍ଷେତ୍ରରେ କଶ୍ମୀରକୁ ଭାରତଠାରୁ ପୃଥକ ଭାବରେ ଦର୍ଶାଯାଇଛି। ବାଂଲାଦେଶରେ ଏପରି ଏକ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri