ରାଜେନ୍ଦ୍ର ହତ୍ୟା ଘଟଣାର ପର୍ଦ୍ଦାଫାଶ, ମୁଖ୍ୟ ଅଭିଯୁକ୍ତ ଗିରଫ

ଟିଟିଲାଗଡ଼, ୨୪।୬ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ଘଣ୍ଟବାହାଲି ଗ୍ରାମର ରାଜେନ୍ଦ୍ର ଛତର ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଉଜ୍ଜ୍ୱଳମଣୀ ବାଗଙ୍କୁ ପୋଲିସ ଗିରଫ କରିଛି। ସୋମବାର ଟିଟିଲାଗଡ ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସଡିପିଓ ସୁରେନ୍ଦ୍ର ନାରାୟଣ ଶତପଥୀ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ ଅଭିଯୁକ୍ତ ମୁରିବାହାଲ ଥାନା ଅନ୍ତର୍ଗତ ଦେସିଲର ଉଜ୍ଜ୍ୱଳମଣୀଙ୍କର ମୃତକଙ୍କ ପରିବାର ସହ ୨୦୦୭ରୁ ସମ୍ପର୍କ ରହିଥିଲା। ହେଲେ ପରେ ଉଜ୍ଜ୍ୱଳମଣୀଙ୍କ ତାଙ୍କ ଘରକୁ ଯିବା ଆସିବା ନେଇ ରାଜେନ୍ଦ୍ର ବିରୋଧ କରୁଥିଲେ। ଏହାକୁ ନେଇ ବହୁ ସମୟରେ ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହେଉଥିଲା। ଗତ ୧୯ତାରିଖ ଅପରାହ୍ନରେ ହତ୍ୟାକାଣ୍ଡ ଦିନ ଅଭିଯୁକ୍ତ ଘଣ୍ଟବାହାଲି ଗ୍ରାମ ନିକଟସ୍ଥ ବନ୍ଧ ପାଖରେ ଥିଲେ। ସେହି ରାସ୍ତାଦେଇ ଅପରାହ୍ନ ପ୍ରାୟ ୪ଟାରେ ରାଜେନ୍ଦ୍ର ଏକ ବାଇକରେ ଯିବା ବେଳେ ଉଜ୍ଜ୍ୱଳମଣୀ ତାଙ୍କ ସହ ତାଙ୍କର ଦେଖା ହୋଇଥିଲା। ସେଠାରୁ ଉଭୟେ ଗଁାପାଖ ଏକ ବ୍ରିଜ ପାଖକୁ ଯାଇ ମଦ ପିଇଥିଲେ। ଏହି ସମୟରେ ସେମାନଙ୍କ ସହ ସେଠାରେ ଉଜ୍ଜ୍ୱଳମଣୀଙ୍କର ଜଣେ ସହଯୋଗୀ ମଧ୍ୟ ଉପସ୍ଥିତ ଥିଲେ। ମଦ ପିଇବା ପରେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଉଜ୍ଜ୍ୱଳମଣୀ ଏକ ଗାମୁଛାରେ ରାଜେନ୍ଦ୍ରଙ୍କ ବେକକୁ ଚିପି ମାରି ଦେଇଥିଲେ। ପରେ ବାଇକ ଓ ମୃତଦେହକୁ ଘଟଣାସ୍ଥଳରୁ ଆଣି ରାସ୍ତାକଡ ଜମିକୁ ଫିଙ୍ଗି ଦେଇଥିଲେ। ଏହାକୁ ଏକ ଦୁର୍ଘଟଣାର ରୂପ ଦେବା ପାଇଁ ଅଭିଯୁକ୍ତ ରାଜେନ୍ଦ୍ରଙ୍କ ବାଇକକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ପୋଲିସ ଅନୁସନ୍ଧାନରେ ସମସ୍ତ ତଥ୍ୟ ସହ ହତ୍ୟାକାଣ୍ଡରେ ବ୍ୟବହୃତ ଗାମୁଛା, ପଥର, ଖାଲି ଥିବା ମଦ ପାଉଚ ଜରି, କୋଲ୍ଡଡ୍ରିଙ୍କ ବୋତଲ ଆଦି ଜବତ କରିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ବିବେଚନା କରି ପୋଲିସ ଦଫା ୩୦୨, ୩୪ରେ ଏକ ମାମଲା(ନଂ. ୧୧୪/୧୯) ରୁଜୁ କରି ତଦନ୍ତ ଜାରି ରଖିଥିଲା। ମୃତକଙ୍କ ସ୍ତ୍ରୀଙ୍କୁ ହତ୍ୟା ସମ୍ପର୍କରେ ପୋଲିସ ପଚରାଉଚରା କରିଥିଲା। ତାଙ୍କ ବୟାନରେ ତାଳମେଳ ନ ଥିବା ଉପଲବ୍ଧି କରି ପୋଲିସ ତାଙ୍କୁ ସନ୍ଦେହ ପରିସରକୁ ଆଣିଥିଲା। ପରେ ତାଙ୍କ ମୋବାଇଲ ଫୋନ କଲ ରେକର୍ଡକୁ ଯାଞ୍ଚ କରାଯାଇଥିଲା। ହତ୍ୟା ପୂର୍ବରୁ ଓ ପରେ ଉଜ୍ଜ୍ୱଳମଣୀଙ୍କ ସହ ସେ ଏକାଧିକ ଥର କଥା ହୋଇଥିବା ଯାଞ୍ଚରୁ ଜଣାପଡିଥିଲା। ଏହି ତଥ୍ୟ ପାଇବା ପରେ ପୋଲିସ ଉଜ୍ଜ୍ୱଳମଣୀଙ୍କୁ ସୋମବାର ସକାଳେ ତାଙ୍କ ଗଁା ଦେସିଲରୁ ଧରିଥିଲା। ତାଙ୍କୁ ଜେରା ବେଳେ ସେ ହତ୍ୟା କରିଥିବା ନେଇ ପୋଲିସ ନିକଟରେ ସ୍ବୀକାର କରିଥିଲେ। ଏହି ହତ୍ୟାକାଣ୍ଡରେ ମୃତକଙ୍କ ସ୍ତ୍ରୀ ଏବଂ ମଦ ପିଇବା ସମୟରେ ଉପସ୍ଥିତ ଫେରାର ଅଭିଯୁକ୍ତଙ୍କର ସମ୍ପୃକ୍ତି ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଖବରଦାତା ସମ୍ମିଳନୀରେ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ଏସଆଇ ମୋହିନି ମଲ୍ଲିକ, ଏସଆଇ ମନୋଜ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖ ସକାଳେ ରାଜେନ୍ଦ୍ରଙ୍କ ମୃତଦେହ ଘଣ୍ଟବାହାଲି ନିକଟ ବାଗଡେର ଗଁା ପାଖ ରାସ୍ତାକଡରେ ପଡିଥିବା ଦେଖି ଲୋକେ ପୋଲିକୁ ଖବର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିକୋଣୀୟ ପ୍ରେମରୁ ହତ୍ୟା, ବନ୍ଧା ହେଲେ ୩ ଅଭିଯୁକ୍ତ

ବରଗଡ଼,୪।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ନିକଟସ୍ଥ ଘୁଲିପାଲି ରାସ୍ତାରେ ଯୁବକ ଚନ୍ଦନ ରାଉତଙ୍କୁ ଅତି ନିର୍ମମ ଭାବେ...

କାମସାରି ଘରକୁ ଫେରୁଥିଲେ: ଗଛରେ ପିଟି ହୋଇ ଚାଲିଗଲା ୨ସାଙ୍ଗଙ୍କ ଜୀବନ

ସନ୍ତ୍ରୀଛକ,୪।୧(ସନ୍ତୋଷ ପରିଡ଼ା): ଅନୁଗୋଳ ଜିଲା ବଅଁରପାଳ ଥାନା ଅଧୀନ ବଉଳିଗଡ଼ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଗଛରେ ପିଟି ହୋଇ ୨ସାଙ୍ଗଙ୍କ ମୃତ୍ୟୁ ଘଟିଛି।...

ବେଙ୍ଗାଲୁରୁରେ ନାବାଳିକାଙ୍କୁ ଗଣବଳାତ୍କାର: ଗିରଫ ହେଲେ ୩ ଅଭିଯୁକ୍ତ

ବେଙ୍ଗାଲୁରୁ,୪ା୧: କର୍ନାଟକର ହୁବ୍‌ଲିରେ ଜଣେ ୧୩ ବର୍ଷୀୟା ବାଳିକାଙ୍କୁ ୩ ଜଣ ନାବାଳକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନଙ୍କ ବୟସ ୧୪ରୁ ୧୫ ବର୍ଷ...

୮୦ ବର୍ଷ ବୟସରେ ଖଡିଆଳ ରାଜାଙ୍କ ପରଲୋକ, ସୁନ୍ଦର ନଦୀ ଘାଟରେ ଶେଷକୃତ୍ୟ ସମ୍ପନ୍ନ

ଖଡ଼ିଆଳ,୪।୧(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡିଆଳ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି । ରବିବାର ସକାଳରେ...

ପଞ୍ଚମ ଆଶେସ୍‌ ଟେଷ୍ଟ: ପ୍ରଥମ ଦିନ ଖେଳ ସୁଦ୍ଧା ଇଂଲଣ୍ଡ ୨୧୧/ ୩

ସିଡ୍‌ନୀ,୪ା୧: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ରବିବାରଠାରୁ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ(ଏସ୍‌ସିଜି)ରେ ପଞ୍ଚମ ତଥା ଅନ୍ତିମ ଆଶେସ୍‌ ଟେଷ୍ଟ କ୍ରିକେଟ୍‌ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଜୋ...

ନାଇଜେରିଆରେ ବଡ଼ ଆକ୍ରମଣ, ଗୁଳି ମାଡ଼ରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ

ଅବୁଜା,୪।୧ : ନାଇଜେରିଆର ଏକ ଗାଁକୁ ବନ୍ଧୁକଧାରୀମାନେ ପୁଣି ଥରେ ଟାର୍ଗେଟ କରିଛନ୍ତି  । ରିପୋର୍ଟ ଅନୁଯାୟୀ ଅତି କମରେ ୩୦ ଜଣଙ୍କୁ ଗୁଳି କରି...

ଭୟଙ୍କର ଦୁର୍ଘଟଣା: କାର୍‌କୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍‌, ଶିଶୁକନ୍ୟା ସମେତ ଗୋଟିଏ ପରିବାରର ୩ ମୃତ

ଗଜପତି,୪ା୧(ଗିରିଧାରୀ ପରିଛା): ନୂଆବର୍ଷର ପ୍ରଥମ ରବିବାରରେ ଗୋଟିଏ ପରିବାରରେ ତିନିଜଣଙ୍କ ଜୀବନ ଦୀପ ଲିଭିଯାଇଛି। ଗଜପତି ସୀମାନ୍ତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା ବାରୁଆ ଥାନା ଅଧୀନ...

କନ୍ଧମାଳ ମହୋତ୍ସବ 2026, ରାଇକିଆରେ ମାସ୍କଟ ଓ ମଶାଲ ଶୋଭାଯାତ୍ରା

ରାଇକିଆ,୪/୧-(ପ୍ରଦୀପ ବେହେରା): କନ୍ଧମାଳ ଜିଲା ପ୍ରଶାସନ ତରଫରୁ ଆସନ୍ତା ୭ ରୁ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । କଳା ସଂସ୍କୃତିର ପ୍ରତୀକ କନ୍ଧମାଳ ମହୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri