Posted inଜାତୀୟ

ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୧।୫: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସ ମହାସଚିବ ପ୍ରିୟଙ୍କ ଗାନ୍ଧୀ ବୀର ଭୂମି ଯାଇ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଏହାସହ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଧ୍ୟ ରାଜଘାଟରେ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଅବସରରେ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରିୟଙ୍କାଙ୍କ ପତି ରବର୍ଟ ଭଦ୍ରା ମଧ୍ୟ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅଗଷ୍ଟ ୨୦, ୧୯୪୪ରେ ଜନ୍ମ ନେଇଥିବା ରାଜୀବ ଉତ୍ତର ପ୍ରଦେଶର ଆମେଠି ନିର୍ବାଚନ ମଣ୍ଡଳୀରୁ ୪ ଥର ବିଜୟୀ ହୋଇଛନ୍ତି। ୬ଷ୍ଠ ତମ ପ୍ରଧାନମନ୍ତ୍ରୀ ଭାବେ ରାଜୀବ ୧୯୮୪-୧୯୮୯ ପର୍ଯ୍ୟନ୍ତ ଶାସନ ଭାର ସମ୍ଭାଳିଥିଲେ। ମେ ୨୧ରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୦।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ହଜାରେ ତଳେ ଥିବାବେଳେ ମଙ୍ଗଳବାର ତାହା...

ସୁସ୍ଥ ହେଲେ ଲତା

ମୁମ୍ବାଇ,୧୫।୧୧: ବଲଉଡ୍‌ ନାଇଟ୍‌ ଆଙ୍ଗଲ ତଥା ଭାରତ ରତ୍ନ ଲତା ମଙ୍ଗେସକର ଏବେ ସୁସ୍ଥ ଥିବା ଖବର ମିଳିଛି। ଲତାଙ୍କୁ ଦେଖାରଖା କରୁଥିବା ଟିମ୍‌ ପକ୍ଷରୁ...

ଭିଭିଆଇପିଙ୍କ ଯାତ୍ରା ପାଇଁ ଏୟାର ଇଣ୍ଡିଆର ୮୨୨ କୋଟି ବାକି

ନୂଆଦିଲ୍ଲୀ,୭-୨(ପି.ଟି.):ଦେଶର ଭିଭିଆଇପିମାନଙ୍କ ଉପରେ ଚାର୍ଟର ଫ୍ଲାଇଟ୍ସ ଭଡ଼ା ବାବଦକୁ ଏୟାର ଇଣ୍ଡିଆର ୮୨୨ କୋଟି ଟଙ୍କା ବାକି ଅଛି। ଆର୍ଥିକ ଅନଟନ ଦେଇ ଗତି କରୁଥିବା...

ଥରକେ ହୋଇପାରିବ ନାହିଁ ପଶ୍ଚିମବଙ୍ଗର ବଳକା ୪ ପର୍ଯ୍ୟାୟ ନିର୍ବାଚନ

ନୂଆଦିଲ୍ଲୀ, ୧୫ା୪- ପୂରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାବେଳେ ପଶ୍ଚିମବଙ୍ଗର ବଳକା ୪ ପର୍ଯ୍ୟାୟ ନିର୍ବାଚନ ଏକାଥରକେ କରାଯିବା ନେଇ...

ଆତ୍ମନିର୍ଭର ହେବ ଭାରତ: ୧୦୧ ପ୍ରତିରକ୍ଷା ଉପକରଣ ଦେଶରେ ହେବ ତିଆରି

ନୂଆଦିଲ୍ଲୀ, ୯।୮: ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ବିଦେଶରୁ ଆମଦାନୀ ହେଉଥିବା...

ଗତ ୨୪ଘଣ୍ଟାରେ ୧୮ହଜାରରୁ ଊର୍ଦ୍ଧ୍ୱ କରୋନା ପିଜିଟିଭ୍‌ ଚିହ୍ନଟ: ରେକର୍ଡ ଭାଙ୍ଗିଲା ଭାରତ

ନୂଆଦିଲ୍ଲୀ,୨୭।୬: ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ଥମିବାରେ ନା ନେଉନି। ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

ମାସେ ପରେ ଦୈନିକ ସଂକ୍ରମଣ ଲକ୍ଷେ ତଳେ…

ନୂଆଦିଲ୍ଲୀ, ୭।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି...

କଙ୍ଗନାଙ୍କ ନିଶା ସେବନର ଯାଞ୍ଚ କରିବ ପୋଲିସ!

ମୁମ୍ବାଇ,୮।୯: ତୁଟୁନି ବଲିଉଡ୍‌ ନାୟିକା କଙ୍ଗନା ରାନାଓ୍ବତଙ୍କ ବିବାଦ। ଏବେ ମହାରାଷ୍ଟ୍ର ସରକାରଙ୍କ ସହ ଚାଲିଥିବା ବିବାଦ ଖୁବ୍‌ ଚର୍ଚ୍ଚାରେ ରହିଛି। ବେଳକୁ ବେଳ ତାଙ୍କ...

Advertisement
Archives

Model This Week