ରାଜସ୍ବ ବଢ଼ିଲେ ୧୨,୧୮% ସ୍ଲାବ୍‌ ମିଶିଯିବ: ଜେଟ୍‌ଲୀ

ନୂଆଦିଲ୍ଲୀ,୧-୭: ଜିଏସ୍‌ଟି ପ୍ରଚଳନର ମୁଖ୍ୟ ସୂତ୍ରଧର ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଜିଏସ୍‌ଟି ଆଇନ ଲାଗୁ ହେବାର ୨ ବର୍ଷ ପୂର୍ତ୍ତି ଅବସରରେ କହିଛନ୍ତି ଯେ, ରାଜସ୍ବ ଆଦାୟ ବଢ଼ିଲେ ୧୨ ଓ ୧୮ ପ୍ରତିଶତ ସ୍ଲାବ୍‌କୁ ମିଶାଇ ଦିଆଯିବ। ଏଭଳି ଭାବେ ଦେଶରେ ଜିଏସ୍‌ଟିକୁ ଦ୍ୱିସ୍ତରୀୟ କରାଯିବ। ତାଙ୍କ ମତରେ ଲକ୍‌ଜରୀ ଓ ହାନିକାରକ ସାମଗ୍ରୀକୁ ଛାଡ଼ି ଦେଲେ ପ୍ରାୟ ସମସ୍ତ ସାମଗ୍ରୀ ୨୮% ସ୍ଲାବ୍‌ରୁ ବାଦ୍‌ ପଡିଛନ୍ତି। ନିଜର ଫେସ୍‌ବୁକ୍‌ ପେଜ୍‌ରେ ଜେଟ୍‌ଲୀ ସୋମବାର ଲେଖିଛନ୍ତି ଯେ, ୨୦ ରାଜ୍ୟର ରାଜସ୍ବ ପୂର୍ବାପେକ୍ଷା ୧୪% ବଢ଼ିଛି। ଜିଏସ୍‌ଟି ଲାଗୁ ହେବା ପରେ କ୍ଷତିପୂରଣ ବାବଦରେ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ କ୍ଷତିପୂରଣ ଦେବାକୁ ପଡିବ ନାହିଁ। ଅଧିକାଂଶ ସାମଗ୍ରୀକୁ ଏବେ ୫,୧୨ ଓ ୧୮ ପ୍ରତିଶତ ସ୍ଲାବ୍‌ରେ ଅଣାଯାଇସାରିଛି। ଜିଏସ୍‌ଟି କାଉନସିଲ୍‌ ଗତ ୨ ବର୍ଷରେ ଅନେକଥର ଟିକସ ହାର ହ୍ରାସ କରିଛନ୍ତି। ଫଳରେ ସରକାରଙ୍କୁ ୯୦ ହଜାର କୋଟି ଟଙ୍କାରୁ ଅଧିକ ରାଜସ୍ବ ହରାଇବାକୁ ପଡିଛି। ‘ଏକ ରାଷ୍ଟ୍ର, ଏକ ଟିକସ’ ବ୍ୟବସ୍ଥା ଉପରେ ଜେଟ୍‌ଲୀ ନିଜର ମତ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ଭାରତ ଭଳି ଦେଶରେ ବହୁ ସଂଖ୍ୟାରେ ଲୋକ ଦାରିଦ୍ର୍ୟ ସୀମା ରେଖା ତଳେ ରହିଥିବା ବେଳେ ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର ଟିକସ ବ୍ୟବସ୍ଥା ଲାଗୁ କରିବା ନ୍ୟାୟସଙ୍ଗତ ନୁହେଁ। ଚପଲ ଓ ମର୍ସିଡିଜ କାର୍‌ ଉପରେ ଏକପ୍ରକାର ଟିକସ ଆଦାୟ କରାଯାଇପାରିବ ନାହିଁ। ଜିଏସ୍‌ଟି କାରଣରୁ ଆଜି ଟୋଲଗେଟ୍‌ରେ ଟ୍ରକ୍‌ମାନଙ୍କୁ ଲମ୍ବା ଲାଇନରେ ଅପେକ୍ଷା କରିବାକୁ ପଡୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ସି ଠକେଇର ଫୋରେନସିକ ଅଡିଟ୍‌ ରିପୋର୍ଟ ଶୀଘ୍ର

ମୁମ୍ବାଇ,୬-୧୨: ଠକେଇ ଦ୍ୱାରା ପ୍ରଭାବିତ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କର ଫରେନସିକ ରିପୋର୍ଟ ଚଳିତ ମାସ ଶେଷ ସୁଦ୍ଧା ଆସିବ ବୋଲି ରିଜର୍ଭ ବ୍ୟାଙ୍କ...

କଗ୍ନିଜାଣ୍ଟର ପୂର୍ବତନ ସିଓଓଙ୍କ ବିରୋଧରେ ୩୫ ଲକ୍ଷର ଜରିମାନା

ନୂଆଦିଲ୍ଲୀ,୧୭-୯: ଆମେରିକାର ପୁଞ୍ଜି ବଜାର ନିୟାମକ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ କମିଶନ(ଏସ୍‌ଇସି) କଗ୍ନିଜାଣ୍ଟର ପୂର୍ବତନ ମୁଖ୍ୟ ପରିଚାଳନା ଅଧିକାରୀ(ସିଓଓ) ଶ୍ରୀଧର ତିରୁମ୍ବେଗଦମଙ୍କୁ ଜଣେ ଭାରତୀୟଙ୍କୁ ଲାଞ୍ଚ...

ସୁପର ୩୦ ଦ୍ୱାରା ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବଜିନ୍ଦେଗୀ ଫାଉଣ୍ଡେଶନ

ଭୁବନେଶ୍ୱର,୧୪-୭: ଗଣିତଜ୍ଞ ଆନନ୍ଦ କୁମାରଙ୍କ ଚରିତ୍ର ଉପରେ ପର୍ଯ୍ୟବସିତ ‘ସୁପର ୩୦’ ଚଳଚ୍ଚିତ୍ର ରିଲିଜ ହୋଇଥିବା ବେଳେ ଏଥିରେ ପ୍ରମୁଖ ଭୂମିକାରେ ହ୍ରିତିକ ରୋଶନ ଏବଂ...

ଆଧାର-ସୋସିଆଲ ମିଡିଆ ସଂଯୋଗ ମାମଲା;ଫେସ୍‌ବୁକ୍‌ର ଆବେଦନ,କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୨୧-୮: ସୋସିଆଲ ମିଡିଆ ପ୍ରୋଫାଇଲକୁ ଆଧାର ସହ ସଂଯୋଗ(ଲିଙ୍କ୍‌) କରିବା ଲାଗି ଦାବି ହେଉଛି। ଏ ସଂକ୍ରାନ୍ତରେ ଏକାଧିକ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ...

ନୀରବ ମୋଦିଙ୍କ ପ୍ରତ୍ୟପଣ ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ,୧୨।୫: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ୧୩,୦୦୦ କୋଟି ଋଣ ଠକେଇ ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତି ନୀରବ ମୋଦିଙ୍କ ପ୍ରତ୍ୟପଣ ମାମଲା ଲଣ୍ଡନରେ ଶୀଘ୍ର ଆରମ୍ଭ...

ଫ୍ୟୁଚର କଞ୍ଜ୍ୟୁମର ଲିମିଟେଡର ନୂଆ ଉତ୍ପାଦ

ଭୁବନେଶ୍ୱର,୧୫-୭: ଫ୍ୟୁଚର କଞ୍ଜ୍ୟୁମର ଲିମିଟେଡ ପକ୍ଷରୁ ଡିଟରଜେଣ୍ଟ ସେଗମେଣ୍ଟରେ ନୂଆ ପ୍ରଡକ୍ଟ ଭୂମ ବଜାରକୁ ଆସିଛି। ଏହାକୁ ଫ୍ୟାଶନ ବିଶେଷଜ୍ଞଙ୍କ ଦ୍ୱାରା ଡିଜାଇନ କରାଯାଇଛି। ଫ୍ୟାବ୍ରିକ...

ଏସ୍‌ବିଆଇ ଜମା ସୁଧ ହାର ହ୍ରାସ

ନୂଆଦିଲ୍ଲୀ,୩୦-୭: ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିଆଇ ଜମା ଉପରେ ସୁଧ ହାର ହ୍ରାସ ଘୋଷଣା କରିଛି। ସୋମବାର ବ୍ୟାଙ୍କ ପକ୍ଷରୁ ଏକ ବିବୃତି ଜାରି କରି...

ୟେସ୍‌ ବ୍ୟାଙ୍କର ଶେୟାର ବିକିଲେ ରାଣା କପୁର

ନୂଆଦିଲ୍ଲୀ,୨୨-୯: ୟେସ୍‌ ବ୍ୟାଙ୍କର ପ୍ରମୋଟର ଗ୍ରୁପ୍‌ କମ୍ପାନୀ ଏବଂ ଏହାର ସହ ପ୍ରତିଷ୍ଠାତା ରାଣା କପୁର ବ୍ୟାଙ୍କର ମୋଟ୍‌ ୨.୭୫% ଅଂଶଧନ ବିକ୍ରି କରିଦେଇଛନ୍ତି। ଖୋଲା...

Advertisement


Archives

Model This Week