ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ପ୍ରଶାସନର ବୈଠକ: ଆସନ୍ତା ୧୫ରୁ ଭୋଟର ତାଲିକା ସଂଶୋଧନ

ଅନୁଗୋଳ ଅଫିସ, ୧୧।୧୦- ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଭୋଟର ତାଲିକାକୁ ଶତ ପ୍ରତିଶତ ତ୍ରୁଟିଶୂନ୍ୟ କରିବା ପାଇଁ ଚଳିତ ମାସ ୧୫ ତାରିଖରୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଭୋଟର ସତ୍ୟ ପ୍ରମାଣ କାର୍ଯ୍ୟକ୍ରମ ଗତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଅନୁଗୋଳ ଜିଲାରେ ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଗୁରୁବାର ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଜିଲା କାର୍ଯ୍ୟାଳୟ କୋର୍ଟରୁମ୍‌ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲାପାଳ ମନୋଜ କୁମାର ମହାନ୍ତି ଅଧ୍ୟକ୍ଷତା କରି ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଦଳୀୟ କର୍ମକର୍ତ୍ତା ଓ ଏଜେଣ୍ଟମାନଙ୍କୁ ପରାମର୍ଶ ଦେଇଥିଲେ। ଭବିଷ୍ୟତରେ ହେବାକୁ ଥିବା ନାଗରିକ ରାଷ୍ଟ୍ରୀୟ ରେଜିଷ୍ଟାର (ଏନ୍‌ଆର୍‌ସି) କାର୍ଯ୍ୟରେ ଏହି ଭୋଟର ଫଟୋ ପରିଚୟ ପତ୍ର ବିଶେଷ ସହାୟକ ହେବ ବୋଲି ଜିଲାପାଳ ପ୍ରକାଶ କରିଥିଲେ। ତେଣୁ ଏହି ସଂଶୋଧନ କାର୍ଯ୍ୟକୁ ଶତ ପ୍ରତିଶତ କରିବା ସହ କେହି ଜଣେ ଯେପରି ଏଥିରୁ ବାଦ୍‌ ନ ପଡ଼ନ୍ତି ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଜିଲାପାଳ କହିଥିଲେ ଯେ, ଭୋଟର ତାଲିକା ସଂଶୋଧନ ସଂକ୍ରାନ୍ତୀୟ ତଥ୍ୟ ଜାଣିବା ପାଇଁ ୧୯୫୦ ଦେୟମୁକ୍ତ ଟେଲିଫୋନର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଜିଲାରେ କାର୍ଯ୍ୟ କରୁଥିବା ୫୦ରୁ ଉର୍ଦ୍ଧ୍ୱ ଜନସେବା କେନ୍ଦ୍ର ଗୁଡ଼ିକରେ ମତଦାତାମାନେ ସେମାନଙ୍କର ଭୋଟର ସମ୍ପର୍କିତ ତଥ୍ୟ ଯାଞ୍ଚ କରିପାରିବେ। ଭୋଟର ତାଲିକା ଆପତ୍ତି ଅଭିଯୋଗ ଗ୍ରହଣ କରିବାର ସମୟ ଅବଧି ଚଳିତ ମାସ ୧୫ରୁ ନଭେମ୍ବର ୩୦ ଯାଏ ରଖାଯାଇଛି। ସେହିପରି ସ୍ବତନ୍ତ୍ର ଅଭିଯାନ ନଭେମ୍ବର ୨, ୩, ୯ ଓ ୧୦, ଆପତ୍ତି ଅଭିଯୋଗ ଗୁଡ଼ିକର ସମାଧାନ ଡିସେମ୍ବର ୧୫, ତଥ୍ୟାବଳୀ ଫଟୋ ଗୁଡ଼ିକର ଠିକ୍‌ ସ୍ଥାନିତ ଓ ଅନୁପୂରକ ତାଲିକା ପ୍ରସ୍ତୁତି ୩୧ ଡିସେମ୍ବର ମଧ୍ୟରେ କରାଯିବ। ଆସନ୍ତା ବର୍ଷ ଜାନୁୟାରୀ ୧ ତାରିଖରୁ ୧୫ ତାରିଖ ମଧ୍ୟରେ ଚୂଡ଼ାନ୍ତ ଫଟୋ ଭୋଟର ତାଲିକା ପ୍ରକାଶନ କରାଯିବ। ଜିଲାର ୧୧୬୩ଟି ବୁଥ୍‌ରେ ଜଣେ ଲେଖାଏ ଅଙ୍ଗନୱାଡ଼ି କର୍ମୀ କିମ୍ବା ଶିକ୍ଷକ ବୁଥ୍‌ ସ୍ତରୀୟ ଭୋଟର ତାଲିକାର ସଂଶୋଧନ ପାଇଁ କାର୍ଯ୍ୟ କରିବେ। ସେମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ ବୁଥ୍‌ସ୍ତରୀୟ ଏଜେଣ୍ଟମାନେ ଏଥିରେ ସହଯୋଗ କରିବେ। ଏହି ବୈଠକରେ ଡେପୁଟୀ କଲେକ୍ଟର ଲମ୍ବୋଦର ମାରାଣ୍ଡି, ବିଜେଡିର ପ୍ରିୟଦର୍ଶୀ ପଟ୍ଟନାୟକ, ବିଏସ୍‌ପିର କୁମୁଦ ଚନ୍ଦ୍ର ନାଏକ ଓ ପ୍ରହଲ୍ଲାଦ ନାୟକ, ସିପିଆଇ(ଏମ୍‌)ର ଉମେଶ ଚନ୍ଦ୍ର ପଣ୍ଡା, ଭାରତୀୟ ଜାତୀୟ କଂଗ୍ରେସର ଆଲୋକ କୁମାର ଦାସ ଓ ବିଜେପିର ଗଙ୍ଗାଧର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟଙ୍କ ବଡ଼ ରାୟ: ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…

କଟକ,୨।୨: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ବିବାହ ବିଚ୍ଛେଦ ଅଥବା ଛାଡପତ୍ର ହୋଇ ସାରିଥିବା ନିର୍ଭରଶୀଳ ଝିଅଙ୍କୁ ପରିବାର ପେନସନ ମିଳିବ । ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ…

ବଡ଼ ଧରଣର ଚଢାଉ: ଧରାପଡ଼ିଲେ ଦୁର୍ଦ୍ଦାନ୍ତ ଗୋ ମାଫିଆ

ରାଉରକେଲା,୨।୨: ରାଉରକେଲା ପୋଲିସ ସୋମବାର ବିଶ୍ରା ଥାନା ଗୁଡଗୁଡ ଜୋର ଅଞ୍ଚଳରେ ଏକ ବଡ଼ ଧରଣର ଚଢାଉ କରିଛି। ପୋଲିସ ଏକ ଗୋମାଫିଆଙ୍କ ଭଡା ଘରେ ଚଢାଉ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

ରାୟଗଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଜିଲାର ଯୁବତୀ-ଯୁବକଙ୍କୁ ୮୦% ନିଯୁକ୍ତି..

ରାୟଗଡ଼ା,୨ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋମବାର ଦିନିକିଆ ଗସ୍ତରେ ଆସି ସୁଭଦ୍ରା ଶକ୍ତି ମେଳା ଉଦଘାଟନ…

ଆସନ୍ତାକାଲି ଏହି ଜିଲାରେ ସବୁ ସ୍କୁଲ୍‌ ଛୁଟି, ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ…

ଯାଜପୁର,୨ା୨: ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ। ଆଜି ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚି ରାତ୍ରିଯାପନ କରିବେ । ରାଷ୍ଟ୍ରପତି ଆସୁଥିବାରୁ କମିଶନରେଟ ପୋଲିସ…

ଦୁର୍ଘଟଣା ମୁହାଁ କେଲୁଅ ନଦୀବନ୍ଧ: ନିର୍ବାଚନ ପରେ ସଠିକ୍‌ ଢଙ୍ଗରେ ହେଉନି ପୂର୍ତ୍ତ ବିଭାଗ କାମ

ଧର୍ମଶାଳା,୨।୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ କାଏମା ବ୍ରିଜ ଠାରୁ ମିର୍ଜାପୁର ନଦୀବନ୍ଧ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ଏ ନେଇ ପ୍ରତ୍ୟେକ…

ଟ୍ରେନ୍‌ରେ ହଠାତ୍ ଲାଗିଲା ନିଆଁ, ତୁରେକେଲା ରୋଡ୍ ଷ୍ଟେସନରେ…

ବଲାଙ୍ଗୀର,୨।୨(ସୁନିଲ କୁମାର ମହାନ୍ତି/ଗୁରୁଦ୍ୱାଲ ହିଂସ): କଣ୍ଟାବାଞ୍ଜି ଷ୍ଟେସନରୁ ରାୟପୁର ବିଶାଖପାଟଣା ଦେଇ ଯାଉଥିବା ଏକ ମାଲବାହୀ ଟ୍ରେନରେ ନିଆଁ । ତୁରେକେଲା ରେଳ ଷ୍ଟେସନରେ ସୋମବାର ଏକ…

ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା: ଶୁଣୁନାହାନ୍ତି ବିଭାଗୀୟ ଯନ୍ତ୍ରୀ

ପରଜଙ୍ଗ,୨/୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ହାତୀ ଲୁଚଣି ଗ୍ରାମରେ ଗତ ୧୦ ଦିନ ହେବ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri