ରାଜଧାନୀ ଏକ୍ସପ୍ରେସ୍‌ରେ ପ୍ରଦର୍ଶିତ ହେବ କଳା, ସଂସ୍କୃତି

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ରାଜଧାନୀ ଏକ୍ସପ୍ରେସ୍‌ରେ ସ୍ଥାନ ପାଇବ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ। ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ବହିର୍ବିଭାଗରେ ଉଚ୍ଚ ମାନର ଭିନାଇଲ ବ୍ୟବହାର କରାଯାଇ ଓଡ଼ିଶାର ସୌନ୍ଦର୍ଯ୍ୟକୁ ପ୍ରଦର୍ଶିତ କରାଯିବ। ରାଜଧାନୀ ଏକ୍ସପ୍ରେସର ୩ଟି ଯାକ ରେକ୍‌ରେ ନାଲ୍‌କୋ ପକ୍ଷରୁ ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ। ଓଡ଼ିଶାର ନୃତ୍ୟଶୈଳୀ, ପ୍ରାଚୀନ କୀର୍ତ୍ତିରାଜି, ଜଙ୍ଗଲ ପରିବେଶ ଓ ଜୀବଜନ୍ତୁଙ୍କୁ ନେଇ ଡିଜାଇନ ପ୍ରସ୍ତୁତ କରାଯାଇଛି। ଏହି ଡିଜାଇନ୍‌ ଟ୍ରେନ୍‌ର ଝରକା ଗ୍ଲାସ୍‌ର ମଝି ସ୍ଥାନରେ ଲଗାଯିବ। ଉପରେ ଓ ତଳେ ଦୁଇଟି ଷ୍ଟ୍ରିପ୍‌ରେ ପାରମ୍ପରିକ ପଟ୍ଟଚିତ୍ରର ଛବି ସ୍ଥାନ ପାଇବ। ଏନେଇ ପୂର୍ବତଟ ରେଳପଥ ଓ ନାଲ୍‌କୋ ମଧ୍ୟରେ ଏକ ଚୁକ୍ତି କରାଯାଇଛି। ଖୋର୍ଦ୍ଧା ରୋଡ୍‌ ରେଳ ଡିଭିଜନର ବରିଷ୍ଠ ମଣ୍ଡଳ ବାଣିଜି୍ୟକ ପ୍ରବନ୍ଧକ ପି.କେ. ସାମଲ ଓ ନାଲକୋ ଉପମହାପ୍ରବନ୍ଧକ ଲଲାଟେନ୍ଦୁ ଦାସ ଚୁକ୍ତି ସ୍ବାକ୍ଷର କରିଛନ୍ତି।
ପୂର୍ବତଟ ରେଳପଥ ଅଧୀନରେ ରାଜଧାନୀ ଏକ୍ସପ୍ରେସର ୩ଟି ରେକ୍‌ ରହିଛି। ପ୍ରତି ରେକ୍‌ରେ ୧୫ ଲେଖାଏ କୋଚ୍‌ ରହିଛି। ରେକ୍‌ ପିଛା ୧ କୋଟି ଟଙ୍କା ହିସାବରେ ମୋଟ ୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ରହିଛି। ନାଲ୍‌କୋ ଏ ବାବଦ ଟଙ୍କା ପୂର୍ବତଟ ରେଳପଥକୁ ଦେବ। ଛବିଗୁଡିକ ସହ କୋଚ୍‌ରେ ନାଲ୍‌କୋର ଡିଜାଇନ ଓ ଲୋଗୋ ମଧ୍ୟ ରହିବ। ଏଥିପାଇଁ ନାମୀ ସଂସ୍ଥାକୁ କାର୍ଯ୍ୟ ଦିଆଯାଇଛି। ସୋମବାରଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ୧ମାସ ଭିତରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହ ପର୍ଯ୍ୟଟନ ବିକାଶକୁ ଆହୁରି ତ୍ୱରାନ୍ବିତ କରିବା ଦିଗରେ ପ୍ରମୁଖ ଭୂମିକା ନେବ ବୋଲି ପୂର୍ବତଟ ରେଳପଥର ପ୍ରମୁଖ ବାଣିଜି୍ୟକ ପ୍ରବନ୍ଧକ ଅଜୟ ବେହେରା କହିଛନ୍ତି।
ଚୁକ୍ତି ସ୍ବାକ୍ଷର ସମୟରେ ନାଲ୍‌କୋ ଚେୟାରମ୍ୟାନ ଡ. ତପନ କୁମାର ଚାନ୍ଦ, ନିର୍ଦ୍ଦେଶକ(ପ୍ରଡକ୍ସନ) ଭି.ବାଲ୍‌ସୁବ୍ରମଣ୍ୟମ, ନିର୍ଦ୍ଦେଶକ (ଏଚ୍‌ଆର) ବସନ୍ତ କୁମାର ଠାକୁର, ନିର୍ଦ୍ଦେଶକ (ପି ଆଣ୍ଡ୍‌ ଟି) ସଞ୍ଜୀବ କୁମାର ରାୟ, ନିର୍ଦ୍ଦେଶକ(ବାଣିଜ୍ୟ) ପ୍ରଦୀପ କୁମାର ମିଶ୍ର, ମୁଖ୍ୟ ସତର୍କତା ଅଧିକାରୀ ସୋମନାଥ ହାଁସଦା, ପୂର୍ବତଟ ରେଳପଥର ମୁଖ୍ୟ ବାଣିଜି୍ୟକ ପ୍ରବନ୍ଧକ(ପାସେଞ୍ଜର ମାର୍କେଟିଂ) ଏମ.ଏଲ୍‌. ଆଶିଷ ରାଓ, ଉପମୁଖ୍ୟ ବାଣିଜି୍ୟକ ପ୍ରବନ୍ଧକ ଜେ.ଏଲ. ଜେନା ଓ ବରିଷ୍ଠ କୋଚିଂ ଡିପୋ ଅଧିକାରୀ ସାକ୍ୟ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ପିଚୁ ଉଠିଲା

ଯାଜପୁର ରୋଡ,୧୧ା୧(ଡି.ଏନ.ଏ.): ପ୍ରଶାସନିକ ଉଦାସୀନତା ଯୋଗୁ ଏବେ ବ୍ୟାସନଗର ପୌର ପରିଷଦର ପ୍ରାୟ ପ୍ରତ୍ୟେକ ଗଳିକନ୍ଦି ସମସ୍ୟା ଜର୍ଜରିତ ଜନାକୀର୍ଣ୍ଣ ସହର ଭାବେ ପରିଗଣିତ ହେଉଛି।...

ଦସ୍ତାବିଜ ଦେବ ନାଗରିକତ୍ୱର ପ୍ରମାଣ

ଭୁବନେଶ୍ୱର, ୫।୯ (ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ଆସାମର ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ର ଚୂଡ଼ାନ୍ତ ତାଲିକା ୩୧ ଅଗଷ୍ଟ ୨୦୧୯ରେ ପ୍ରକାଶ ପାଇଛି। ଏଥିରେ...

ବ୍ୟବସ୍ଥିତ ହେବ ଶ୍ରୀମନ୍ଦିର ନୀତି

ପୁରୀ ଅଫିସ,୨୮।୨: ଶ୍ରୀମନ୍ଦିରରେ ଅନେକ ସମୟରେ ନୀତିରେ ବିଳମ୍ବ ହେଉଛି। ଏଥିଯୋଗୁ ଶ୍ରଦ୍ଧାଳୁମାନେ ଠିକ୍‌ ଭାବେ ଠାକୁରଙ୍କୁ ଦର୍ଶନ କରିପାରୁ ନ ଥିବାବେଳେ ମହାପ୍ରସାଦ ବାହାରିବାରେ...

ଆଜିଠୁ ପୁଣି କୋଭିଡ୍‌ ଟିକାକରଣ ଆରମ୍ଭ

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ରାଜ୍ୟରେ ଗୁରୁବାରଠାରୁ ପୁଣି କୋଭିଡ୍‌ ଟିକାକରଣ ଆରମ୍ଭ ହେବ। ରାଜ୍ୟର ସମସ୍ତ ଜିଲା, ସହରାଞ୍ଚଳ, ଗୋଷ୍ଠୀ ଓ ପ୍ରାଥମିକ ଡାକ୍ତରଖାନାରେ ଟିକା ଦିଆଯିବ।...

ବିବାହ ଭୋଜି ଖାଇବାକୁ ଯାଉଥିବା ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ୫୨ ଆହତ, ୧୮ ଗୁରୁତର

ଦାରିଙ୍ଗବାଡ଼ି,୧୮ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପାଙ୍ଗାଲୀ ଗ୍ରାମ ନିକଟ ଶିଝିଗାଣ୍ଡା ଘାଟିରେ ବିବାହ ଭୋଜି ଖାଇବା ପାଇଁ ଯାଉଥିବା ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ...

ମନ୍ତ୍ରୀ ତାଲିକା ଚୂଡ଼ାନ୍ତ: ସମ୍ଭାବ୍ୟ ତାଲିକାରେ ଅଧାରୁ ଅଧିକ ନୂଆ ମୁହଁ, ଆଶାଆଶଙ୍କାରେ ପୂର୍ବତନ ମନ୍ତ୍ରୀ

ଭୁବନେଶ୍ୱର, ୨୮।୫(ବ୍ୟୁରୋ): ଦିନକ ପରେ ବିଜେଡି ୫ମ ଥର ପାଇଁ ରାଜ୍ୟ ଶାସନ ଡୋରି ଧରିବାକୁ ଯାଉଛି। ନୂତନ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ପୂର୍ବତନ...

ରାଜ୍ୟରେ ୫ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୧।୬(ବ୍ୟୁରୋ): ରାଜ୍ୟରେ ୫ ହଜାର ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରବିବାର ଆଉ ୩୦୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୭୨ଜଣ କ୍ୱାରାଣ୍ଟାଇନ୍‌ରେ...

ଗୋପାଳପୁର ବେଳାଭୂମି ମହୋତ୍ସବ ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଗୋପାଳପୁର,୨୪ା୧୨-ଚଳିତ ବର୍ଷ ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗଳବାର ଅପରାହ୍ନରେ ମହୋତ୍ସବର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

Advertisement
Archives

Model This Week