ରାଜଧାନୀରେ ବିପଦସଙ୍କୁଳ ଅବସ୍ଥାରେ ରହୁଛନ୍ତି ପୋଲିସ ଫୋର୍ସ

ଭୁବନେଶ୍ୱର,୭।୭(ବ୍ୟୁରୋ): ଲୋକଙ୍କ ସୁରକ୍ଷା ଓ ଆଇନ ଶୃଙ୍ଖଳା ପାଇଁ ସବୁବେଳେ ସଜାଗ ରହୁଥିବା ପୋଲିସ ଫୋର୍ସ ଆଜି ନିଜେ ଅସୁରକ୍ଷିତ। ସେମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ନ ଥିବାବେଳେ ଖାଇବା ପିଇବା ପାଇଁ ପାଣି ମଧ୍ୟ ଠିକ ଭାବେ ମିଳୁନାହିଁ। ପଶୁଙ୍କୁ ଗୁହାଳରେ ରଖିବା ଭଳି ସେମାନଙ୍କୁ ରାଜଧାନୀରେ ବିପଦସଙ୍କୁଳ ଅବସ୍ଥାରେ ରଖାଯାଉଥିବାର ଦେଖିବାକୁ ମିଳିଛି। ପୋଲିସ ଫୋର୍ସ ପାଇଁ ବାରାକ ଥିଲେ ମଧ୍ୟ କେଉଁ କାରଣ ପାଇଁ ସେଠାରେ ରଖାଯାଉନାହିଁ ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରୁଛି। ବିଧାନସଭା ହେଉ ଅବା ରାଲି, ଧାରଣା ଆଇନଶୃଙ୍ଖଳା ପାଇଁ ଅନ୍ୟ ଜିଲାରୁ ପୋଲିସ ଫୋର୍ସ ଭୁବନେଶ୍ୱର ଆସୁଛନ୍ତି। କିନ୍ତୁ ଅଧିକାରୀମାନେ ସେମାନଙ୍କୁ ପୋଲିସ ବାରାକରେ ନ ରଖି ନୟାପଲ୍ଲୀ ଥାନାର ବାମପାର୍ଶ୍ୱରେ ଥିବା ଏକ ୧୪ ତାଲା ବିଶିଷ୍ଟ ନିର୍ମାଣଧୀନ ଆପାର୍ଟମେଣ୍ଟରେ ରଖାଯାଉଛି। ନା ସେଠାରେ ବିଜୁଳି ଅଛି, ନା ପିଇବାକୁ ପାଣି। ରାତି ହେଲେ ମଶାର ପ୍ରାଦୁର୍ଭାବ ବଢ଼ିଯାଉଛି। ତେଣୁ ଏଠାରେ ରହୁଥିବା ପୋଲିସ କର୍ମଚାରୀଙ୍କୁ ମାଲେରିଆ ଭଳି ମାରାତ୍ମକ ଜ୍ୱର ହେଉଥିବା ଜଣାପଡିଛି। ସବୁଠୁ ବଡ ବିପଦ ହେଉଛି ଯେ, ଆପାର୍ଟମେଣ୍ଟଟି ଖୋଲାମେଲା ହୋଇଥିବାରୁ ଖସିପଡି ମୃତ୍ୟୁ ଘଟିବାର ଅଧିକ ସମ୍ଭାବନା ରହିଛି। ଅନେକ ସମୟରେ ରାତିରେ କର୍ମଚାରୀମାନେ ଖୋଲା ଆପାର୍ଟମେଣ୍ଟର ୨, ୩ ମହଲା ଉପରେ ଶୋଉଛନ୍ତି। ହଠାତ ବିଳମ୍ବିତ ରାତିରେ କେହି ଉଠିଲେ ଲାଇଟ ଅଭାବରୁ ଖସି ପଡିବାର ଭୟ ଅଧିକ ରହୁଛି। ଏହାସହ ଆପାର୍ଟମେଣ୍ଟରେ ପାଣିର ମଧ୍ୟ ଘୋର ଅଭାବ ଦେଖାଯାଇଛି। ଗାଧୋଇବାକୁ ସମସ୍ୟା ହେଉଥିବା ବେଳେ ଶୌଚ ଓ ପିଇବା ପାଇଁ ପାଣି ମିଳୁନି। ଏଥିପ୍ରତି ରାଜ୍ୟ ସରକାର ଓ ଦାୟିତ୍ୱରେ ରହୁଥିବା ପଦସ୍ଥ ଅଧିକାରୀ ଗୁରୁତ୍ୱ ଦେଉ ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଗତ ମାର୍ଚ୍ଚ ୩୧ତାରିଖ ରାତିରେ ଜଣେ ଓଆଇଏସ୍‌ଏଫ୍‌ (ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟ୍‌ ଫୋର୍ସ)ର ମେଜର ମାନସ ସାହୁ ଖସିପଡି ଗୁରୁତର ହୋଇଥିଲେ। ସେହିଭଳି ଅନ୍ୟ ଦୁଇଜଣ ମଧ୍ୟ ଛୋଟମୋଟ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏତେ ସବୁ ଅଘଟଣ ଘଟୁଥିଲେ ମଧ୍ୟ ପୋଲିସ ପ୍ରଶାସନ କିମ୍ବା ଅଧିକାରୀମାନଙ୍କ ନିଦ ଭାଙ୍ଗୁନି। ଏନେଇ କର୍ମଚାରୀମାନେ ବାରମ୍ବାର ଉପରିସ୍ଥ ଅଧିକାରୀମାନଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ ଦେଉନାହାନ୍ତି। ବରଂ ଯେଉଁମାନେ ଏକଥା ଉଠାଉଛନ୍ତି ସେମାନଙ୍କୁ ବିଭିନ୍ନ ପ୍ରକାର ଧମକ ଦିଆଯାଇ ଡରାଯାଉଥିବା ଖବର ମିଳିଛି।
କେବଳ ଆପାର୍ଟମେଣ୍ଟ ନୁହେଁ ରାଜଧାନୀରେ ଥିବା ପୋଲିସ ବାରାକରେ ମଧ୍ୟ ସମାବସ୍ଥା ଦେଖିବାକୁ ମିଳେ। ଯେଉଁଠି ରୋଷେଇ ହେଉଥିବ ସେଠାରେ ଡ୍ରେନ୍‌ ପାଣି ଯାଉଥିବା ବେଳେ ଅବସ୍ଥା ପୂରା ଜଟିଳ ରହିଛି। ଏ ନେଇ ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି, ପୋଲିସ ବାରାକରେ ଅନ୍ୟ ଫୋର୍ସ ରହୁଥିବାରୁ ସେଠାରେ ଜାଗା ନାହିଁ। ତେଣୁ ରାଜଧାନୀକୁ ଆସୁଥିବା ପୋଲିସ ଫୋର୍ସଙ୍କ ପାଇଁ ଅସ୍ଥାୟୀ ଜାଗା ଠିକ ହୋଇଥାଏ। ଏଭଳି ଅଭିଯୋଗ ପରେ ସେମାନଙ୍କୁ ସୁରକ୍ଷିତ ଜାଗାରେ ଥଇଥାନ ପାଇଁ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ରଙ୍ଗ ରୁଟ୍‌ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍‌,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର  

କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…

ଶାନ୍ତି ଆଲୋଚନା ବାଟବଣା ହେବା ବେଳେ, ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୧୩।୪: ପାକିସ୍ତାନରେ ଆମେରିକା-ଇରାନ ‘ଶାନ୍ତି ଆଲୋଚନା’ ବିଫଳ ହୋଇଛି। ଇରାନ ଆମେରିକୀୟ ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଛି। ଫଳସ୍ବରୂପ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri