ରାଜଧାନୀରେ ପୋଲିସ-ଅପରାଧୀ ମୁହାଁମୁହିଁ : ୨୯ ଘଣ୍ଟାରେ ୫ ଏନ୍‌କାଉଣ୍ଟର

ଭୁବନେଶ୍ୱର,୫ା୮(ବ୍ୟୁରୋ) : ମଞ୍ଚେଶ୍ୱର ଥାନାଞ୍ଚଳରେ ସିରିଜ୍‌ ଲୁଟ୍‌ ପରେ କମିଶନରେଟ ପୋଲିସ ଆରମ୍ଭ କରିଛି ଅପରେଶନ ଏନ୍‌କାଉଣ୍ଟର। ୨୯ ଘଣ୍ଟାରେ ୫ ଏନ୍‌କାଉଣ୍ଟର କରିିଛି। ଶନିବାର ଭୋର୍‌ ୪ଟାରେ ବାଲିଅନ୍ତା ଥାନା ଅନ୍ତର୍ଗତ ଟଙ୍କପାଣି ସେତୁ ନିକଟରେ ପୋଲିସ ଗୁଳିରେ ପୋଡା ଓରଫ ଅରୁଣ ମଲ୍ଲିକ ଓ ବିବେକ ଓରଫ ବିକେବାନନ୍ଦ ନାୟକ ଆହତ ହୋଇଥିବାବେଳେ ବିଳମ୍ବିତ ରାତିରେ ବଡ଼ଗଡ଼ ଥାନାଞ୍ଚଳରେ ଦ୍ୱିତୀୟଥର ଡବଲ୍‌ ଏନ୍‌କାଉଣ୍ଟର ହୋଇଛି। ଚିଲିପୋଖରୀ ନିକଟରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସ ଗୁଳିରେ ହରି ଓରଫ ହରେକୃଷ୍ଣ ସ୍ବାଇଁ ଓ ସିଲୁ ଓରଫ ସିପୁନ କବିଙ୍କ ଗୋଡ଼ରେ ଗୁଳି ବାଜିଛି। ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ହରେକୃଷ୍ଣଙ୍କ ଘର କଟକ ଜିଲା ନିଆଳି ଅଞ୍ଚଳରେ ହୋଇଥିବାବେଳେ ସିପୁନଙ୍କ ଘର ଆଠଗଡ ରାଧାବଲ୍ଲଭପୁର ଗ୍ରାମରେ। ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ବନ୍ଧୁକ, ଗୋଟିଏ ଗୁଳି, ଏକ ଖେଳନା ବନ୍ଧୁକ, ୩ ମୋବାଇଲ ଫୋନ୍‌, ଗୋଟିଏ ବାଇକ ଓ ନଗଦ ୫୦ ହଜାର ଟଙ୍କା ଜବତ କରିଛି। ସେହିଭଳି ରବିବାର ରାତି ପ୍ରାୟ ୯ଟାରେ ଭରତପୁର ଅଞ୍ଚଳରେ ପଞ୍ଚମ ଏନ୍‌କାଉଣ୍ଟର କରିଛି ପୋଲିସ। ଏଥିରେ ପୋଲିସ ଟାର୍ଗେଟରେ ଥିବା ରବି ରାଓ ଆହତ ହୋଇଛନ୍ତି। ତାଙ୍କର ବି ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କଠାରୁ ଏକ କାର୍‌, ବୋମା ଓ ମାରଣାସ୍ତ୍ର ଜବତ କରାଯାଇଛି।
ବଡ଼ଗଡ଼ ଥାନାଞ୍ଚଳରେ ଘଟିଥିବା ଏନ୍‌କାଉଣ୍ଟର ଘଟଣାରେ ପୋଲିସ ଆଇପିସି ଦଫା ୩୦୭, ୩୫୩, ୩୪ ଏବଂ ୨୫, ୨୭, ୨୮ ଓ ୩୫ ଆର୍ମସ ଆକ୍ଟରେ ମାମଲା (ନଂ.୧୮୬/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନାନୁଯାୟୀ, ଧଉଳି ନିକଟ ବାପୁଜୀ ହାଇଟ୍‌ ଆପାର୍ଟମେଣ୍ଟର ଫ୍ଲାଟ୍‌ ନଂ.୨୦୮କୁ ଦେବାଶିଷ ଦାସ ନାମକ ଜଣେ ବ୍ୟକ୍ତି ସିକ୍ୟୁରିଟି ଏଜେନ୍ସି ପାଇଁ ଭଡ଼ା ନେଇଥିଲେ। ହେଲେ ଉକ୍ତ ଘରେ ସିପୁନ ଓ ହରେକୃଷ୍ଣ ରହୁଥିଲେ। ସେମାନେ ଦିନରେ ମଦ ବ୍ୟବସାୟ ଓ ରାତିରେ ଡକାୟତି କରୁଥିଲେ। ଉକ୍ତ ଫ୍ଲାଟ୍‌ରେ ନକଲି ମଦ କାରଖାନା ଚାଲିଥିବା ନେଇ ଧଉଳି ଥାନା ଅଧିକାରୀ ଜୟଦେବ ବିଶ୍ୱଜିତ୍‌ ଖବର ପାଇ ରାତି ପ୍ରାୟ ୨ଟାରେ ଚଢାଉ କରିବାକୁ ଯାଇଥିଲେ। ହେଲେ ପୋଲିସକୁ ଦେଖି ସିପୁନ୍‌ ଓ ହରେକୃଷ୍ଣ ଏକ ଗ୍ଲାମର ବାଇକ୍‌ରେ ବଡ଼ଗଡ଼ ଥାନା ଅନ୍ତର୍ଗତ ଟଙ୍କପାଣି ରୋଡ୍‌ ଅଭିମୁଖେ ଦ୍ରୁତ ଗତିରେ ପଳାଇଥିଲେ। ଏ ସମ୍ପର୍କରେ ସୂଚନା ପାଇବା ପରେ ବଡ଼ଗଡ଼ ଥାନା ଅଧିକାରୀ ଓ ତାଙ୍କ ଟିମ୍‌ ଚିଲିପୋଖରୀ ନିକଟରେ ବ୍ଲକିଂ କରିଥିଲେ। ପୋଲିସ ଅଟକିବାକୁ କହିଥିଲେ ମଧ୍ୟ ସେମାନେ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ବାଇକ ଚକା ଖସିଯାଇଥିଲା। ଧରାପଡ଼ିଯିବା ଆଶଙ୍କାରେ ଦୁହେଁ ପୋଲିସ ଉପରକୁ ୫ ରାଉଣ୍ଡ ଗୁଳି କରିଥିଲେ। ପୋଲିସ ଜବାବ ଦେବାକୁ ଯାଇ ପାଲଟା ୪ ରାଉଣ୍ଡ ଗୁଳିଚାଳନା କରିବାରୁ ତାହା ସେମାନଙ୍କ ଗୋଡ଼ରେ ବାଜିଥିଲା। ସିପୁନ ଓ ହରେକୃଷ୍ଣ ପଡ଼ିଯିବାରୁ ପୋଲିସ ଟିମ୍‌ ସେମାନଙ୍କୁ ମାଡ଼ି ବସିଥିଲା। ଏହାପରେ ସେମାନେ ରହୁଥିବା ବାପୁଜୀ ଆପାର୍ଟମେଣ୍ଟରେ ଚଢାଉ କରିଥିଲା ପୋଲିସ ଟିମ୍‌। ସେମାନେ ରହୁଥିବା ଘରୁ ନକଲି ମଦ, ସ୍ପିରିଟ୍‌, ବିଭିନ୍ନ ବ୍ରାଣ୍ଡର ମଦ ବୋତଲ, ଷ୍ଟିକର ଓ ଅନ୍ୟ ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରିଥିଲା। ତେବେ ଏହି ଘଟଣା ପରେ ଘର ଭଡ଼ା ନେଇଥିବା ଦେବାଶିଷ ଫେରାର ହୋଇଯାଇଥିବା ପୋଲିସ କହୁଛି। ତାଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବାବେଳେ ଉକ୍ତ ଆପାଟମେଣ୍ଟ ମାଲିକଙ୍କୁ ପଚରାଉଚରା କରୁଛି। ତେବେ ଶୁକ୍ରବାର ଟଙ୍କପାଣି ରୋଡ୍‌ ନିକଟରେ ପୋଲିସ ଏନ୍‌କାଉଣ୍ଟରରେ ଆହତ ପୋଡ଼ା ଓ ବିବେକଙ୍କ ୧୧ଜଣିଆ ଗ୍ୟାଙ୍ଗ୍‌ର ସଦସ୍ୟ ବୋଲି ଜଣାପଡିଛି। ସେମାନେ ଆକ୍ରମଣ କରି ଏକାଧିକ କାର ଲୁଟ ସହ ଘରେ ପଶି ଡକାୟତି ମାମଲାରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି।
ଅନ୍ୟପକ୍ଷରେ ଧଉଳି ଥାନାଞ୍ଚଳ ଏନ୍‌କାଉଣ୍ଟରରେ ଆହତ ରବି ଉକ୍ତ ୧୧ଜଣିଆ ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ୍‌ ଥିବା ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଥିଲା। ତାଙ୍କଠାରୁ ଏକ କାର୍‌, ଗୋଟିଏ ବୋମା ଓ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍‌ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri